ଆଧାର ଭତ୍ତାଧାରୀ ସାବଧାନ: ଆଧାର ଲିଙ୍କ୍ ନକଲେ ବନ୍ଦ ହୋଇଯିବ ମାସିକ ଭତ୍ତା, ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
Bhubaneswar (ଭୁବନେଶ୍ୱର)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀJuly 1, 202649 views

ଭୁବନେଶ୍ୱର: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ମାସିକ ପେନସନ୍ ବା ଭତ୍ତା ପାଉଛନ୍ତି, ତେବେ ତୁରନ୍ତ ନିଜର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ନମ୍ବରକୁ ଲିଙ୍କ୍ କରାଇ ନିଅନ୍ତୁ। ନଚେତ୍ ଯେକୌଣସି ମୁହୂର୍ତ୍ତରେ ଆପଣଙ୍କ ମାସିକ ଭତ୍ତା ବନ୍ଦ ହେବାର ଆଶଙ୍କା ରହିଛି।
ବୈଷୟିକ କାରଣରୁ ପ୍ରାୟ ୨ରୁ ୩ମାସ ଧରି ସାମାଜିକ ସୁରକ୍ଷା ଭତ୍ତା ପାଇବାରେ ସମସ୍ୟା ଭୋଗିଥିବା ହିତାଧିକାରୀ ସାବଧାନ। ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅନ୍ତର୍ଗତ ମାସିକ ପେନସନ୍ ବା ଭତ୍ତା ପାଉଛନ୍ତି, ତେବେ ତୁରନ୍ତ ନିଜର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ନମ୍ବରକୁ ଲିଙ୍କ୍ କରାଇ ନିଅନ୍ତୁ। ନଚେତ୍ ଯେକୌଣସି ମୁହୂର୍ତ୍ତରେ ଆପଣଙ୍କ ମାସିକ ଭତ୍ତା ବନ୍ଦ ହେବାର ଆଶଙ୍କା ରହିଛି।
