--:--:--
-- ---
Srishti News

Web News

୮୧ ଗାଡ଼ିରୁ ୭.୮୦ ଲକ୍ଷ ଜରିମାନା, ୧୧ ଗାଡ଼ି ଜବତ ଫିଟ୍‌ନେସ୍‌ ନଥିବା ସ୍କୁଲ ବସ୍‌ ବି ଜବତ
Jul 9, 2026•35 views

୮୧ ଗାଡ଼ିରୁ ୭.୮୦ ଲକ୍ଷ ଜରିମାନା, ୧୧ ଗାଡ଼ି ଜବତ ଫିଟ୍‌ନେସ୍‌ ନଥିବା ସ୍କୁଲ ବସ୍‌ ବି ଜବତ

ଢେଙ୍କାନାଳ, ୮ା୭: ଢେଙ୍କାନାଳ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାନବାହନର କଡ଼ା ଯାଞ୍ଚ ଅଭିଯାନ ଜାରି ରହିଛି। ଗତ ୫ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଯାଞ୍ଚରେ ବସ୍‌, ଟ୍ରକ୍‌ ସମେତ ବିଭିନ୍ନ ବାଣିଜ୍ୟିକ ଯାନବାହନର କାଗଜପତ୍ର ଓ ଫିଟ୍‌ନେସ୍‌ ଯାଞ୍ଚ କରାଯାଉଛି। ଦୁଇ ଦିନରେ ମୋଟ ୮୧ଟି ଗାଡ଼ିରୁ ୭ ଲକ୍ଷ ୮୦ ହଜାର ୫୯୯ ଟଙ୍କା ଜରିମାନା ଆଦାୟ କରାଯାଇଥିବାବେଳେ ୧୧ଟି ଗାଡ଼ିକୁ ଜବତ କରାଯାଇଛି। ଜବତ ହୋଇଥିବା ଗାଡ଼ି ମଧ୍ୟରେ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନଥିବା ଏକ ସ୍କୁଲ ବସ୍‌ ମଧ୍ୟ ରହିଛି। ଉକ୍ତ ବସ୍‌ ଉପରେ ପ୍ରାୟ ୩୦ ହଜାର ଟଙ୍କା ଜରିମାନା ଲାଗୁ କରାଯିବା ସହ ଏହାକୁ ଜବତ କରାଯାଇଛି। ଯାଞ୍ଚ ସମୟରେ ବିଶେଷକରି ପଲ୍ୟୁସନ୍‌ ସାର୍ଟିଫିକେଟ୍‌, ଫିଟ୍‌ନେସ୍‌ ଏବଂ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ଉପରେ ଗୁରୁତ୍ୱ ଦିଆଯାଉଛି। ନିୟମ ଉଲ୍ଲଂଘନ କରୁଥିବା ଯାନବାହନ ବିରୋଧରେ ମୋଟରଯାନ ଆଇନ ଅନୁଯାୟୀ ଜରିମାନା ଆଦାୟ କରାଯାଉଛି। ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଚାଲିଥିବାବେଳେ ଆଗାମୀ ଦିନରେ ମଧ୍ୟ ଏହା ନିୟମିତ ଭାବେ ଜାରି ରହିବ ବୋଲି ଢେଙ୍କାନାଳ ଜିଲ୍ଲା ପରିବହନ ଅଧିକାରୀ ଶୁଭାଶିଷ ସାହୁ ସୂଚନା ଦେଇଛନ୍ତି। ଅପରପକ୍ଷେ ସରକାର ବିଭିନ୍ନ ଉପାୟରେ କେବଳ ଅର୍ଥ ଆଦାୟ କରୁଥିବା ବେଳେ ଲୋକଙ୍କ ପାଇଁ ଭଲ ରାସ୍ତା ଖଣ୍ଡେ କରିପାରୁ ନାହାନ୍ତି । ଲଗାଣ ବର୍ଷାରେ ଏନ୍ ଏଚ ୫୫ ରେ ଯେଉଁ ନଦୀର ଭ୍ରମ ସୃଷ୍ଟି ହେଲା ଆଉ ଅନ୍ୟାନ୍ୟ ସ୍ଥାନର ଅବସ୍ଥା ଯାହା ସେଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ସମାଧାନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ବରଗଡ଼ରେ ଦୁଃଖଦ ସଡ଼କ ଦୁର୍ଘଟଣା: ବସ୍ ଧକ୍କାରେ ୧୪ ବର୍ଷୀୟ ସ୍କୁଲ ଛାତ୍ରଙ୍କ ମୃତ୍ୟୁ
Jul 9, 2026•36 views

ବରଗଡ଼ରେ ଦୁଃଖଦ ସଡ଼କ ଦୁର୍ଘଟଣା: ବସ୍ ଧକ୍କାରେ ୧୪ ବର୍ଷୀୟ ସ୍କୁଲ ଛାତ୍ରଙ୍କ ମୃତ୍ୟୁ

ବରଗଡ଼: ବରଗଡ଼ ସହରର ଗାନ୍ଧୀ ଛକରେ ଗୁରୁବାର ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଜଣେ ୧୪ ବର୍ଷୀୟ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଛାତ୍ରଜଣକ ସ୍କୁଲକୁ ଯାଉଥିବା ବେଳେ ଏକ ଯାତ୍ରୀବାହୀ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ପରେ ଘଟଣାସ୍ଥଳରେ କିମ୍ବା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣା ପରେ ପୁଲିସ ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ଅଧିକ ତଦନ୍ତ ଚଳାଇଛି। ଏହି ଘଟଣା ପରେ ବରଗଡ଼ ସହରରେ ଟ୍ରାଫିକ ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକମାନେ ସ୍କୁଲ ଅଞ୍ଚଳରେ ରାସ୍ତା ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଟ୍ରାଫିକ ନିୟନ୍ତ୍ରଣକୁ ଅଧିକ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି।

Bargarh (ବରଗଡ଼) • ରିପୋର୍ଟ : ତରଣୀ ପଟେଲ, ଜିଲ୍ଲା ପ୍ରତିନିଧି

ଟାଟା ଷ୍ଟିଲ ଫାଉଣ୍ଡେସନ ଅସ୍ପାୟାର ଦାଦାଗିରୀ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଲେ ଜନପ୍ରତିନିଧି ଓ ସାମାଜିକ କର୍ମି
Jul 9, 2026•31 views

ଟାଟା ଷ୍ଟିଲ ଫାଉଣ୍ଡେସନ ଅସ୍ପାୟାର ଦାଦାଗିରୀ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଲେ ଜନପ୍ରତିନିଧି ଓ ସାମାଜିକ କର୍ମି

ଯାଜପୁର : କଳିଙ୍ଗନଗର ଶିଳ୍ପାଞ୍ଚଳରେ କାର୍ଯ୍ୟ କରୁଥିବା ଟାଟା ଷ୍ଟିଲ ଫାଉଣ୍ଡେସନ ର ମନମୁଖି ନିତି ଚରମ ସୀମାରେ ପୋହଂଚିଛି. ବିନା କାରଣ ବିନା ନୋଟିସ ରେ ଶତାଧିକ କର୍ମଚାରୀଙ୍କୁ ଛୋଟେଇ କରି ଦରମା କାଟି ଦୈନିକ ମଜୁରୀ ପ୍ରଦାନ ନ କରି ଶ୍ରମ ଆଇନ ଙ୍କୁ ଉଲଙ୍ଘନ କରିବା ଘଟଣାରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଜନ ପ୍ରତିନିଧି ଙ୍କ ସହ ସାମାଜିକ କର୍ମୀ. ସୂଚନା ଯୋଗ୍ୟ ଯାଜପୁର ଜିଲ୍ଲା ସୁକିନ୍ଦା, ଦାନଗଦି ବ୍ଲକରେ ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଆସ୍ପାୟାର ୪୭ ଗୋଟି ଗ୍ରାମପଞ୍ଚାୟତ ମାନଙ୍କରେ ବିଭିନ୍ନ ପଦବୀ ଜରିଆରେ ଏଲଇପି, ଜିପିସିଏମ, କର୍କ ଶିକ୍ଷକ. ଏଲଏଫ, କମୁନିଟି ଫସିଲିଟେଟର ଇତ୍ୟାଦି ପଦବୀରେ ୨୧୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରି ଶିକ୍ଷାର ବିକାଶ ପାଇଁ କାର୍ଯ୍ୟ ସମ୍ପାଦନ କରୁଅଛି. ଏଥିପାଇଁ ଏହି ଦୁଇ ବ୍ଲକରୁ କର୍ମଚାରି ମାନଙ୍କୁ ଟାଟା ଷ୍ଟିଲ ଫାଉଣ୍ଡେସନ ଏବଂ ଅସ୍ପାୟାର ତା-୩୧/୦୩/୨୦୨୫ ରିଖରେ ଦ୍ୱୟ ବ୍ଲକର ୬୦ରୁ ଅଧିକ କର୍ମଚାରୀଙ୍କୁ ବିନା ନୋଟିସ ଏବଂ କୌଣସି କାରଣ ନ ଥାଇ ଏବଂ କ୍ଷତିପୂରଣ ପ୍ରଦାନ ନକରି ଆସ୍ପାୟାର ପକ୍ଷ୍ୟରୁ ଛଟେଇ କରି ଦେଇଥିବା ନେଇ ବୁଧବାର ମଧ୍ୟାହ୍ନ ରେ ଯାଜପୁର ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ହୋଇଛି। 38 ନମ୍ବର ଜିଲ୍ଲାପରିଷଦ ସାଧୁ ତିୟୁ, ଗବରଘାଟି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ଵର୍ଣଲତା ବାନରା, ଜହ୍ନା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ କ୍ଷୀରଦ କୁମାର ଦାସ ଏବଂ ସାମାଜିକ କର୍ମି ତଥା ସିଭିଲ ସୋସାଇଟି ର ବିଶ୍ୱନାଥ ପାତ୍ର, ଦୁଷ୍ମନ୍ତ ଜେନା ପ୍ରମୁଖ ଙ୍କ ନେତୃତ୍ୱରେ ଏକ ଦସ୍ତଖତ ସମ୍ବୋଳିତ ଦାବିପତ୍ର ପ୍ରଦାନ କରାଯାଇ ଟାଟା ଷ୍ଟିଲ ଫାଉଣ୍ଡେସନ ଏବଂ ଅସ୍ପାୟାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି. ଏବଂ କାର୍ଯ୍ୟରତ କର୍ମଚାରୀଙ୍କର ମାସିକ ଦରମାରୁ ୬୦୦୦ ରୁ ୮୦୦୦ ଟଙ୍କା ପଯ୍ୟନ୍ତ ଜୋରଜବର କାଟିଦେବା ଓ ଖଣି ଅଞ୍ଚଳ ସର୍ବାଧିକ ପ୍ରଦୂଷଣ ଅଞ୍ଚଳ ହୋଇଥିବା ବେଳେ କର୍ମଚାରୀଙ୍କୁ ସ୍ଵାସ୍ଥ୍ୟବୀମା(ଇଏସଆଇ ରୁ ବଞ୍ଚିତ କରିବାସହ । ଚଞ୍ଚକତା କରି ଏକ ବାର୍ଷିକ ଚୁକ୍ତି ନାମା ସ୍ଵାକ୍ଷର କରିବା । ନିୟୋଜିତ କର୍ମଚାରୀ ମାନଙ୍କୁ ସଂସ୍ଥା ପକ୍ଷରୁ ପରିଚୟ ପତ୍ର ପ୍ରଦାନ ନ କରିବା ଏବଂ ଦଶ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ବୋନସ ପ୍ରଦାନ କରାନଜିବା ଓ ଆସ୍ପାୟାର ଦ୍ୱାରା ଦିଆଯାଉଥିବା ଗରିବ,ଆଦିବାସୀ,ଦିଵ୍ୟାଙ୍ଗ ଏବଂ ଅନାଥ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ସିଏସଆର .ଫଣ୍ଡ ଯୋଗେ ଦିଆଯାଉଥିବା ବହି ପତ୍ରକୁ ଆଜକୁ ତିନି ବର୍ଷ ରୁ ଉର୍ଦ୍ଧ ହେବ ପାଠ୍ୟପୁସ୍ତକ ସଂସ୍ଥା ପକ୍ଷରୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯିବା ଘଟଣା କ୍ରମ ସହ ବିନା କାରଣ ସହ ବିନା ନୋଟିସ ରେ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ଏବଂ ଶ୍ରମ ଆଇନ ଅନୁଯାୟୀ ଦୈନିକ ମଜୁରୀ ପ୍ରଦାନ ଦାବି କରାଯାଇଛି. ଉକ୍ତ ଅଭିଯୋଗକୁ ଆଧାର କରି ଯାଜପୁର ଜିଲ୍ଲାପାଳ ଘଟଣାର ତଦନ୍ତ କରି ତ୍ୱରିତ ପଦକ୍ଷେପ ନେବାକୁ ଏଡିଏମ ଙ୍କୁ ନିର୍ଦେଶ ଦେଇଥିବା ଦେଖିବାକୁ ମିଳିଛି. ଅନିଲ କୁମାର ଜେନା ଙ୍କ ରିପୋର୍ଟ

Jajpur (ଯାଜପୁର) • ରିପୋର୍ଟ : ଅନିଲ କୁମାର ଜେନା, କଳିଙ୍ଗନଗର

କଳିଙ୍ଗନଗରରେ ଜିନ୍ଦଲ ଷ୍ଟେନଲେସ୍‌ରେ ଦୁର୍ଘଟଣା ଅଭିଯୋଗ: ଠିକା ଶ୍ରମିକଙ୍କ ହାତ କାଟିଯାଇଥିବା ଘଟଣାର ନିରପେକ୍ଷ ତଦନ୍ତ ଦାବି
Jul 9, 2026•109 views

କଳିଙ୍ଗନଗରରେ ଜିନ୍ଦଲ ଷ୍ଟେନଲେସ୍‌ରେ ଦୁର୍ଘଟଣା ଅଭିଯୋଗ: ଠିକା ଶ୍ରମିକଙ୍କ ହାତ କାଟିଯାଇଥିବା ଘଟଣାର ନିରପେକ୍ଷ ତଦନ୍ତ ଦାବି

ଯାଜପୁର: କଳିଙ୍ଗନଗରସ୍ଥିତ ଜିନ୍ଦଲ ଷ୍ଟେନଲେସ୍‌ କାରଖାନାରେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ହାତ କାଟିଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଥିବା ବେଳେ, ଘଟଣାକୁ ଲୁଚାଇବାକୁ ଚେଷ୍ଟା କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ଯଦି ଏହି ଅଭିଯୋଗରେ ସତ୍ୟତା ଥାଏ, ତେବେ ଘଟଣାର ସ୍ୱାଧୀନ ଓ ନିରପେକ୍ଷ ତଦନ୍ତ କରି ପ୍ରକୃତ ସତ୍ୟ ପଦାକୁ ଆଣିବା ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନାନୁଗ ପଦକ୍ଷେପ ନେବାକୁ ବିଭିନ୍ନ ମହଳରୁ ଦାବି ଉଠିଛି। ଶିଳ୍ପାଞ୍ଚଳଗୁଡ଼ିକରେ ବାରମ୍ବାର ଘଟୁଥିବା ଦୁର୍ଘଟଣା ଶ୍ରମିକ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ସୃଷ୍ଟି କରିଛି। ଶ୍ରମିକଙ୍କ ଜୀବନ, ସୁରକ୍ଷା ଓ ମର୍ଯ୍ୟାଦାକୁ ସର୍ବାଧିକ ପ୍ରାଥମିକତା ଦେବା ସହ ପୀଡ଼ିତଙ୍କୁ ଉଚିତ ଚିକିତ୍ସା, କ୍ଷତିପୂରଣ ଓ ନ୍ୟାୟ ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏହି ଘଟଣା ସମ୍ପର୍କରେ ପ୍ରଶାସନ, ସମ୍ପୃକ୍ତ କମ୍ପାନୀ ଏବଂ ଜନପ୍ରତିନିଧି ମାନେ ସ୍ପଷ୍ଟୀକରଣ ଦେବା ସହ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ସାଧାରଣ ଲୋକ ଆଶା ପ୍ରକାଶ କରିଛନ୍ତି।

Jajpur (ଯାଜପୁର) • ରିପୋର୍ଟ : ଅନିଲ କୁମାର ଜେନା, କଳିଙ୍ଗନଗର, ଯାଜପୁର ରୋଡ଼

ରାଜ କବି ରାଧାମୋହନ ବିଦ୍ୟାପୀଠରେ ବନ ମହୋତ୍ସବ, ୩୦ ରୁ ଉର୍ଦ୍ଧ ବୃକ୍ଷ ରୋପୋଣ
Jul 9, 2026•34 views

ରାଜ କବି ରାଧାମୋହନ ବିଦ୍ୟାପୀଠରେ ବନ ମହୋତ୍ସବ, ୩୦ ରୁ ଉର୍ଦ୍ଧ ବୃକ୍ଷ ରୋପୋଣ

ଚଳିତ ମାସ 7 ତାରିଖ ରେ ,77 ତମ ବନ ମହୋତ୍ସଵ ସପ୍ତାହ ରାଜକବି ରାଧାମୋହନ ବିଦ୍ୟାପୀଠ ରେ ପ୍ରଧାନ ଶିକ୍ଷକ ଶ୍ରୀ ଆରାଧ୍ୟେଶ୍ୱର ପଟ୍ଟନାୟକ ଅଧ୍ୟକ୍ଷତା ରେ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ହରିଶ୍ଚନ୍ଦ୍ର ଦାସ, SMC ସଭ୍ୟ ତଥା NAC ଉପାଧକ୍ଷ ଶ୍ରୀ ହର ପ୍ରସାଦ ଚୌଧୁରୀ , ମା ଗୁଡ଼ିଆ ଠାକୁରାଣୀ ମନ୍ଦିର ପରିଚାଳନା ସଭାପତି ଶ୍ରୀ କୃଷ୍ଣ ଗୌଡ଼, ଫରେଷ୍ଟର ଶ୍ରୀ କାମିନୀ ଭୂୟାଁ ଏବଂ ଅନ୍ୟ ବନ୍ୟ ବିଭାଗ ଅଧିକାରୀ ଉପସ୍ଥିତ ରହିଥିଲେ । ପ୍ରଥମେ ଫରେଷ୍ଟର ଓ ଅନ୍ୟ ଅତିଥିଙ୍କ ଦ୍ଵାରା ବୃକ୍ଷ ରୋପଣ ର ଉପକାରିତା ସମ୍ବଦ୍ଧ ରେ ବୁଝାଯାଇ ସ୍ଲୋଗାନ ମାନ ଦିଆଯାଇଥିଲା । ଏହାପରେ ବିଦ୍ୟାଳୟ ରେ ବୃକ୍ଷ ରୋପଣ କରାଯିବା ସହ ଚିକିଟି ଗଡ ସ୍ଥିତ ମା ଗୁଡ଼ିଆ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ପ୍ରାୟ 30 ରୁ ଉର୍ଦ୍ଧ୍ବ ବୃକ୍ଷ ବିଦ୍ୟାଳୟର ଛାତ୍ର ମାନଙ୍କ ଦ୍ୱାରା ରୋପଣ କରାଯାଇଥିଲା। ଏଥିରେ ବିଦ୍ୟାଳୟର ଏନସିସି ଅଫିସର ଶ୍ରୀ ସନ୍ତୋଷ କୁମାର ସାହୁ, ବରିଷ୍ଠ ଶିକ୍ଷକ ଶ୍ରୀ ତ୍ରିପତି ପ୍ରଧାନ, ଇକୋ - କ୍ଲବ ଦାୟୀତ୍ୱରେ ଥିବା ଶିକ୍ଷୟତ୍ରୀ ଶ୍ରୀମତୀ ସରସ୍ୱତୀ କାର୍ଜୀ ତଥା ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ସୁଧୀର କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି

ଚିକିଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପୂରଣ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ସ୍ଥଗିତାଦେଶ
Jul 9, 2026•32 views

ଚିକିଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପୂରଣ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ସ୍ଥଗିତାଦେଶ

ଗଞ୍ଜାମ ଜିଲ୍ଲା ଚିକିଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପୂରଣ ପାଇଁ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ୨୦୨୬, ଜୁଲାଇ ୮ ତାରିଖ ପୂର୍ବାହ୍ନ ୧୦ଟାରେ ଚିକିଟି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନିର୍ବାଚନ ପାଇଁ ଜାରି ନୋଟିସ୍ କାର୍ଯ୍ୟକାରୀ ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥି ସହିତ ଚିକିଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପୂରଣ ପାଇଁ ଜାରି ନୋଟିସ୍ ବିରୋଧରେ ଦାୟର ମାମଲାରେ ହାଇକୋର୍ଟ ରାଜ୍ୟ ସରକାର, ରାଜ୍ୟ ନିର୍ବାଚନ କମିଶନ ଓ ଅନ୍ୟ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ୍ ବି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଅକ୍ଷୟ କୁମାର ସେଠୀ, ଜପାରି ସୀମାଞ୍ଚଳ ଓ ମୋହନ ସାହୁଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଆସନ୍ତା ଅଗଷ୍ଟ ୧୨ କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ଚିକିଟି ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ପରଲୋକ ପରେ ଏହି ପଦବି ଖାଲି ପଡିଥିଲା। ଏହାକୁ ପୂରଣ କରିବା ପାଇଁ ଜୁନ ୩୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପଞ୍ଚାୟତ ସମିତି ସଭ୍ୟ ପଦବି ଖାଲି ଥିବା ବେଳେ କେବଳ ଅଧ୍ୟକ୍ଷ ପଦ ପୂରଣ ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରାଯିବା ଆଇନ ଅନୁଯାୟୀ ଗ୍ରହଣୀୟ ନୁହେଁ। ଏପରି ବିଜ୍ଞପ୍ତି ‘ଓଡ଼ିଶା ପଞ୍ଚାୟତ ସମିତି ନିର୍ବାଚନ ନିୟମାବଳୀ, ୧୯୯୧’ର ଉଲ୍ଲଘଂନ କରୁଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାୟ ଓ ଆଇନଜୀବୀ କବିର କୁମାର ଜେନା ମାମଲା ପରିଚାଳନା କରୁଛନ୍ତି।

Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟର ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ, ସଂଗଠନକୁ ଅଧିକ ସଶକ୍ତ କରିବାକୁ ଗୁରୁତ୍ୱ
Jul 9, 2026•59 views

ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟର ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ, ସଂଗଠନକୁ ଅଧିକ ସଶକ୍ତ କରିବାକୁ ଗୁରୁତ୍ୱ

ଭୁବନେଶ୍ୱର/ଡୁମୁଡୁମା: ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟର ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ ଜିଲ୍ଲା ସଭାପତି ଶ୍ରୀ ଜୟକୃଷ୍ଣ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଡୁମୁଡୁମା ସ୍ଥିତ ସାଇ ସରସ୍ୱତୀ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂଗଠନର କେନ୍ଦ୍ରୀୟ ଓ ରାଜ୍ୟ ସ୍ତରରୁ ଆସିଥିବା ଦିଶାନିର୍ଦ୍ଦେଶକୁ ଜିଲ୍ଲା ସ୍ତରରେ କିପରି ଫଳପ୍ରଦ ଭାବେ କାର୍ଯ୍ୟକାରୀ କରାଯିବ, ସଂଗଠନକୁ ଆହୁରି ସୁଦୃଢ଼ ଓ କ୍ରିୟାଶୀଳ କରିବା, ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏବଂ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଆଦି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ଗଦାଧର ପାତ୍ର, ଶ୍ରୀ ପ୍ରଭାତ ଜେନା, ଶ୍ରୀ ଅନଙ୍ଗ ପ୍ରସାଦ ଦାସଙ୍କ ସମେତ ଜିଲ୍ଲାର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସଂଗଠନର ଆଗାମୀ କାର୍ଯ୍ୟଯୋଜନା ଓ ଜନସମ୍ପର୍କ ବୃଦ୍ଧି ଉପରେ ନିଜ ମତାମତ ରଖିଥିଲେ। ଶେଷରେ ସଂଗଠନର ଆଦର୍ଶକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଆଗାମୀ ଦିନରେ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ଏକତାବଦ୍ଧ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ପ୍ରକାଶ କରିଥିଲେ।

Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ପରିତ୍ୟକ୍ତ ପରିବେଶ ରେ ଖଲ୍ଲିକୋଟ DIET ଛାତ୍ରାବାସ
Jul 9, 2026•147 views

ପରିତ୍ୟକ୍ତ ପରିବେଶ ରେ ଖଲ୍ଲିକୋଟ DIET ଛାତ୍ରାବାସ

ଗଞ୍ଜାମ-ଖଲ୍ଲିକୋଟ: ସୁନାମଧନ୍ୟ ଖଲ୍ଲିକୋଟ ସହର ଓଡ଼ିଶାର ଇତିହାସ ପୃଷ୍ଠାରୁ ବିଲୋପ ହେବାକୁ ଯାଉଛି । କର୍ପୁର ଉଡିଯାଇଛି କନା ପଡିଛି । ଏସଂକ୍ରାନ୍ତରେ ଆଜି ସ୍ଥାନୀୟ ଖଲ୍ଲିକୋଟ ରାଜପ୍ରାସାଦ ରେ ବିଦ୍ୟମାନ ବର୍ତ୍ତମାନ ଦୁଇଟି ଅନୁଷ୍ଠାନ ଦେଖିବାକୁ ମିଳିଛି । ଉକ୍ତ ଅନୁଷ୍ଠାନ ଦୁଇଟି ମଧ୍ୟରୁ ଗୋଟିଏ ପଟେ ଚାରୁ ଓକାରୁକଳା ମହାବିଦ୍ୟାଳୟ ଅନୁଷ୍ଠାନ,ଆଉଅନ୍ୟ ପଟେ ଚାଲିଛି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗଞ୍ଜାମ , ଖଲ୍ଲିକୋଟ, ଯାହାକି ସ୍ଥାପିତ ହୋଇଥିଲା ୧୯୯୪ ମସିହାରେ ବୋଲି ଜଣାପଡିଛି। ଜିଲ୍ଲା ଶିକ୍ଷା ଅନୁଷ୍ଠାନ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପୂର୍ବ ରୁ ଥିଲା ଇ .ଟି, ପରେ ସି.ଟି ଥିବା ଜଣାପଡିଛି। ଏହାର ପ୍ରାକୃତିକ ପରିବେଶକୁ ସଂରକ୍ଷଣ କରି ରଖିଥିଲେ ପୂର୍ବ ଅନୁଷ୍ଠାନ। ସେତେବେଳେ ଇ.ଟି ଆଉ ସି.ଟି ସମୟରେ ଛାତ୍ରାବାସ ର ଅବସ୍ଥା ଏତେ ସୁନ୍ଦର ଥିଲା ଯେ ଭାଷାରେ ବର୍ଣ୍ଣନା କରି ହେବନି । କିନ୍ତୁ ଆଜିର ଦିନରେ ଡି.ଆ.ଇ.ଟି ଛାତ୍ରାବାସ ଅବସ୍ଥା ଯାହା ହୋଇଛି, ତାହା ଜଣେ ପ୍ରତ୍ୟକ୍ଷଦର୍ଶୀ ହିଁ ଦେଖିଲେ ଜାଣିପାରିବେ। ଉକ୍ତ ଛାତ୍ରାବାସ ର ପରିସରରେ ପରିପୂର୍ଣ୍ଣ ରହିଛି ଅଳିଆ ଆବର୍ଜ୍ଜନା, ଫାଟକର ପ୍ରବେଶ ପଥରେ କୁଢ଼ କୁଢ଼ ଜମା ହୋଇଛି ଅଳିଆ, ଏପରି କି ପିଲାଙ୍କ ଝରକା କୁ ଲାଗି ରହିଛି ବିଭିନ୍ନ ପ୍ରକାର ଗୁଳ୍ମ ଜାତୀୟ ଉଦ୍ଭିଦ , ଭୂମି ସ୍ତର କୁ ଝରକା ଉଚ୍ଚତାରେ ରହିଛି ମାଟି, ଯାହା ଫଳରେ କି ଝରକା ଫାଙ୍କରେ ସରୀସୃପ ମାନେ ଭିତର କୁ ପଶି ପାରନ୍ତି। ତେଣୁ ଏକ୍ଷେତ୍ରରେ ପିଲା ମାନଙ୍କ ଜୀବନ ବିପଦାପନ୍ନ ଥିବା ବେଳେ ସେଠାକାର ଅନୁଷ୍ଠାନ ର ମୁଖ୍ୟ ପୁରୋଧା ସଂପ୍ରତି ନଜର ଦେଉନାହାନ୍ତି। ତେଣୁ ଏକ୍ଷେତ୍ରରେ ଉଚ୍ଚ କତ୍ତୃପକ୍ଷ ଙ୍କୁ ନିବେଦନ ଉକ୍ତ ଅନୁଷ୍ଠାନ ଉପରେ ଗୁରୁତ୍ବ ଆରୋପ କରନ୍ତୁ ତା ସଙ୍ଗେ ସଙ୍ଗେ ଛାତ୍ରାବାସ ର ଅବସ୍ଥା କୁ ଅନୁଧ୍ୟାନ କରି ସରକାର ପଦକ୍ଷେପ ନିଅନ୍ତୁ।

Ganjam (ଗଞ୍ଜାମ) • ରିପୋର୍ଟ : ଶିବରାମ ଜେନା, ସ୍ବତନ୍ତ୍ର ପ୍ରତିନିଧି

Young Minds Shine at General Knowledge Competition Held at Chalana School
Jul 9, 2026•111 views

Young Minds Shine at General Knowledge Competition Held at Chalana School

Sinapali, July 8 With the objective of expanding students’ knowledge, developing logical thinking, and fostering a healthy competitive spirit, Radio Swar Sangam 90.8 FM, a community radio station, organised an engaging General Knowledge Competition at Chalana Upper Primary School on Wednesday. The event witnessed enthusiastic participation from students, who impressed everyone with their knowledge, confidence, and quick responses. The programme was conducted under the supervision of teacher Baishnab Meher and was coordinated by Pradyumna Kumar Singh Chinda, Station Manager of Radio Swar Sangam, along with Lingaraj Jagat, Data Operator. Students were divided into different teams and participated in multiple rounds of quiz-based questions covering a wide range of subjects. In the competition, the Arjun Team, comprising Dolly Bag, Nirupama Mashra, and Dillip Mashra, secured the first position. The Sundar Team, represented by Arohi Nial, Sanghamitra Nayak, and Banita Mashra, finished second, while the Udanti Team, consisting of Lukta Bachha, Sophie Hans, and Gunadhar Bag, secured the third position. At the concluding ceremony, Headmaster Pradeep Kumar Joshi, senior teacher Mamita Pattnaik, teacher Ugresan Hans, and teacher Sumitra Meher felicitated the winners with certificates and prizes. They encouraged the students to go beyond textbooks and regularly update themselves with knowledge related to current affairs, science, history, geography, and other important subjects. The speakers observed that such General Knowledge competitions play a vital role in enhancing students’ intellectual abilities, boosting self-confidence, and encouraging creative thinking. They also noted that these activities help prepare students for various competitive examinations and contribute to their overall personality development.

Nuapada (ନୂଆପଡ଼ା) • Report : Malaya Meher

Nutritional Support Extended to TB Patients in Nuapada; 60 Beneficiaries Receive Nutrition Kits
Jul 9, 2026•99 views

Nutritional Support Extended to TB Patients in Nuapada; 60 Beneficiaries Receive Nutrition Kits

Nuapada, July 8 In a significant step towards achieving the Prime Minister’s vision of a “TB-Free India,” 60 tuberculosis (TB) patients out of 210 registered patients in Nuapada Block were provided nutrition kits under the Nikshay Poshan Yojana during a special programme held at the District Headquarters Hospital (DHH), Nuapada on Wednesday. The initiative was organised under the Corporate Social Responsibility (CSR) programme of Mahanadi Coalfields Limited (MCL) in collaboration with the RK HIV AIDS Research and Care Centre. The programme was conducted in the presence of District Tuberculosis Officer (DTO) Dilip Das, District Programme Coordinator (DPC) Tapas Bhoidar, Public-Private Mix (PPM) Coordinator Debiprasad Mishra, Senior Treatment Supervisor (STS) Narayan Hota, and Abhilash Mahapatra. The initiative is being implemented under the guidance of Nuapada Collector Madhusudan Dash and the leadership of Dr. Dharmendra Kumar, Chairman of the RK HIV AIDS Research and Care Centre. Over the past nine months, the project has been providing monthly nutrition kits to 800 TB patients across Nuapada district, along with nutritional support for three family members of each beneficiary. According to the organisers, the primary objective of the programme is to improve the nutritional status of TB patients and their families, facilitate faster recovery, and contribute to the national mission of eliminating tuberculosis from India. The successful implementation of the programme was supported by the RK HIV AIDS Research and Care Centre team, including Project Head Yogita Borkar, Project Controller Ani Bhushan Ray, and Project Manager Satyajit Das, along with officials and healthcare staff of the district health department. On the occasion, Collector Madhusudan Dash appreciated the efforts of MCL and the RK HIV AIDS Research and Care Centre, stating that such nutrition support initiatives and institutional partnerships play a crucial role in achieving the national goal of eliminating tuberculosis and ensuring better healthcare outcomes for patients.

Nuapada (ନୂଆପଡ଼ା) • Report : Malaya Meher / Bijay Bariha

Nuapada to be Developed as a Climate-Resilient Agriculture Laboratory: District-Level Kharif Planning Workshop Held
Jul 9, 2026•108 views

Nuapada to be Developed as a Climate-Resilient Agriculture Laboratory: District-Level Kharif Planning Workshop Held

Nuapada, July 8: With the objective of strengthening climate-resilient agriculture and preparing farmers to effectively cope with climate change-induced uncertainties during the upcoming Kharif season, a District-Level Climate Outlook Forum and Kharif Seasonal Planning Workshop was organised under the ADAPT4R (Adaptation for Resilience) project at Sadbhavana Sabhagruha on Tuesday. The workshop was chaired by Nuapada Collector Madhusudan Dash. Addressing the gathering, the Collector stated that Nuapada will be developed as a “Laboratory for Climate-Resilient Agriculture.” He stressed the need for integrated efforts among various departments to promote sustainable and profitable farming practices through the use of organic manure, water-saving technologies such as drip irrigation, and climate-smart agricultural interventions. Divisional Forest Officer and ADAPT4R District Nodal Officer Aziz Khan said the project aims to safeguard farmers from climate-related uncertainties and make agriculture more resilient ahead of the Kharif season. He emphasised that close coordination among different departments would be the key to transforming Nuapada into a model district for climate resilience. Junior Agrometeorologist Tapas Panigrahi from the Regional Meteorological Centre presented a detailed seasonal rainfall and monsoon forecast. He also highlighted how agriculture and allied departments could undertake timely preparedness measures based on weather predictions. Representatives from the Krishi Vigyan Kendra (KVK), Nuapada, the project’s technical partner, shared information on climate-resilient farming technologies, farmer training programmes, modern agricultural advisory services, and awareness initiatives aimed at improving farmers’ adaptive capacity. The workshop featured detailed discussions on weather-based crop planning, coordinated action among agriculture, allied sectors, forestry, water resources, and other line departments. Participants also prepared a joint action plan to ensure timely dissemination of weather information to farmers and minimise the impact of climate-related risks on agriculture. Among those present were Additional District Magistrate (General) Subash Chandra Rait, Chief Development Officer-cum-CEO, Zilla Parishad Lambodar Dharua, Sub-Collector Surmi Soren, Divisional Forest Officer (Wildlife) Sameer Sahu, Block Development Officers, district-level officials, representatives of agriculture and allied departments, the India Meteorological Department (IMD), Krishi Vigyan Kendra, and the World Food Programme (WFP). It is noteworthy that ADAPT4R (Adaptation for Resilience) is a five-year project being implemented initially in Nuapada district. The project primarily aims to enhance the climate resilience of vulnerable farming communities, with a special focus on empowering women farmers to adapt to the challenges posed by climate change.

Nuapada (ନୂଆପଡ଼ା) • Report : Malaya Meher & Bijay Bariha

Defunct Hand Pump, No Proper Access Road: Dongripada Anganwadi Centre in Distress, Children and Mothers Face Hardships
Jul 9, 2026•116 views

Defunct Hand Pump, No Proper Access Road: Dongripada Anganwadi Centre in Distress, Children and Mothers Face Hardships

Boden, July 8 Basic infrastructure at the Dongripada Anganwadi Centre under Palsada Gram Panchayat in Boden block of Nuapada district has deteriorated, causing immense inconvenience to children, Anganwadi workers, and beneficiaries. The hand pump installed at the centre has remained defunct, while the absence of a proper access road has further aggravated the situation, particularly during the monsoon season. The non-functional hand pump has created an acute shortage of safe drinking water at the centre. Children, pregnant women, and nursing mothers, who regularly visit the Anganwadi, are facing significant difficulties due to the lack of an adequate water supply. Residents allege that despite the problem persisting for a long time, no effective steps have been taken to restore the facility. The condition of the approach road has also become a major concern. With no proper road leading to the Anganwadi Centre, visitors are forced to walk through a narrow, uneven pathway. During the rainy season, the route becomes muddy and slippery, making it extremely difficult and unsafe for children, Anganwadi staff, and expectant mothers to reach the centre. Adding to the hardship, the overgrown vegetation surrounding the pathway has increased the risk of snake and other reptile encounters, raising serious concerns about the safety of children and staff. Parents have expressed fear over sending their children to the centre under such conditions. Local residents have urged the district administration and the concerned departments to take immediate action by repairing the defunct hand pump, constructing a proper approach road, and improving the basic infrastructure at the Anganwadi Centre. They said that ensuring safe drinking water and easy accessibility is essential for the effective implementation of child welfare and maternal health programmes. The villagers have appealed for urgent intervention, stating that the well-being and safety of young children and mothers should be treated as a priority and that the long-pending issues deserve immediate attention from the authorities.

Nuapada (ନୂଆପଡ଼ା) • Report : Kashyap Jagat