--:--:--
-- ---
Srishti News

ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟର ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ, ସଂଗଠନକୁ ଅଧିକ ସଶକ୍ତ କରିବାକୁ ଗୁରୁତ୍ୱ

Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧିJuly 9, 202659 views
ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟର ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ, ସଂଗଠନକୁ ଅଧିକ ସଶକ୍ତ କରିବାକୁ ଗୁରୁତ୍ୱ
ଭୁବନେଶ୍ୱର/ଡୁମୁଡୁମା: ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟର ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ ଜିଲ୍ଲା ସଭାପତି ଶ୍ରୀ ଜୟକୃଷ୍ଣ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଡୁମୁଡୁମା ସ୍ଥିତ ସାଇ ସରସ୍ୱତୀ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂଗଠନର କେନ୍ଦ୍ରୀୟ ଓ ରାଜ୍ୟ ସ୍ତରରୁ ଆସିଥିବା ଦିଶାନିର୍ଦ୍ଦେଶକୁ ଜିଲ୍ଲା ସ୍ତରରେ କିପରି ଫଳପ୍ରଦ ଭାବେ କାର୍ଯ୍ୟକାରୀ କରାଯିବ, ସଂଗଠନକୁ ଆହୁରି ସୁଦୃଢ଼ ଓ କ୍ରିୟାଶୀଳ କରିବା, ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏବଂ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଆଦି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ଗଦାଧର ପାତ୍ର, ଶ୍ରୀ ପ୍ରଭାତ ଜେନା, ଶ୍ରୀ ଅନଙ୍ଗ ପ୍ରସାଦ ଦାସଙ୍କ ସମେତ ଜିଲ୍ଲାର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସଂଗଠନର ଆଗାମୀ କାର୍ଯ୍ୟଯୋଜନା ଓ ଜନସମ୍ପର୍କ ବୃଦ୍ଧି ଉପରେ ନିଜ ମତାମତ ରଖିଥିଲେ। ଶେଷରେ ସଂଗଠନର ଆଦର୍ଶକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଆଗାମୀ ଦିନରେ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ଏକତାବଦ୍ଧ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ପ୍ରକାଶ କରିଥିଲେ।