ଟାଟା ଷ୍ଟିଲ ଫାଉଣ୍ଡେସନ ଅସ୍ପାୟାର ଦାଦାଗିରୀ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଲେ ଜନପ୍ରତିନିଧି ଓ ସାମାଜିକ କର୍ମି
Jajpur (ଯାଜପୁର)ରିପୋର୍ଟ : ଅନିଲ କୁମାର ଜେନା, କଳିଙ୍ଗନଗରJuly 9, 202631 views

ଯାଜପୁର : କଳିଙ୍ଗନଗର ଶିଳ୍ପାଞ୍ଚଳରେ କାର୍ଯ୍ୟ କରୁଥିବା ଟାଟା ଷ୍ଟିଲ ଫାଉଣ୍ଡେସନ ର ମନମୁଖି ନିତି ଚରମ ସୀମାରେ ପୋହଂଚିଛି. ବିନା କାରଣ ବିନା ନୋଟିସ ରେ ଶତାଧିକ କର୍ମଚାରୀଙ୍କୁ ଛୋଟେଇ କରି ଦରମା କାଟି ଦୈନିକ ମଜୁରୀ ପ୍ରଦାନ ନ କରି ଶ୍ରମ ଆଇନ ଙ୍କୁ ଉଲଙ୍ଘନ କରିବା ଘଟଣାରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଜନ ପ୍ରତିନିଧି ଙ୍କ ସହ ସାମାଜିକ କର୍ମୀ. ସୂଚନା ଯୋଗ୍ୟ ଯାଜପୁର ଜିଲ୍ଲା ସୁକିନ୍ଦା, ଦାନଗଦି ବ୍ଲକରେ ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଆସ୍ପାୟାର ୪୭ ଗୋଟି ଗ୍ରାମପଞ୍ଚାୟତ ମାନଙ୍କରେ ବିଭିନ୍ନ ପଦବୀ ଜରିଆରେ ଏଲଇପି, ଜିପିସିଏମ, କର୍କ ଶିକ୍ଷକ. ଏଲଏଫ, କମୁନିଟି ଫସିଲିଟେଟର ଇତ୍ୟାଦି ପଦବୀରେ ୨୧୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରି ଶିକ୍ଷାର ବିକାଶ ପାଇଁ କାର୍ଯ୍ୟ ସମ୍ପାଦନ କରୁଅଛି. ଏଥିପାଇଁ ଏହି ଦୁଇ ବ୍ଲକରୁ କର୍ମଚାରି ମାନଙ୍କୁ ଟାଟା ଷ୍ଟିଲ ଫାଉଣ୍ଡେସନ ଏବଂ ଅସ୍ପାୟାର ତା-୩୧/୦୩/୨୦୨୫ ରିଖରେ ଦ୍ୱୟ ବ୍ଲକର ୬୦ରୁ ଅଧିକ କର୍ମଚାରୀଙ୍କୁ ବିନା ନୋଟିସ ଏବଂ କୌଣସି କାରଣ ନ ଥାଇ ଏବଂ କ୍ଷତିପୂରଣ ପ୍ରଦାନ ନକରି ଆସ୍ପାୟାର ପକ୍ଷ୍ୟରୁ ଛଟେଇ କରି ଦେଇଥିବା ନେଇ ବୁଧବାର ମଧ୍ୟାହ୍ନ ରେ ଯାଜପୁର ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ହୋଇଛି। 38 ନମ୍ବର ଜିଲ୍ଲାପରିଷଦ ସାଧୁ ତିୟୁ, ଗବରଘାଟି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ଵର୍ଣଲତା ବାନରା, ଜହ୍ନା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ କ୍ଷୀରଦ କୁମାର ଦାସ ଏବଂ ସାମାଜିକ କର୍ମି ତଥା ସିଭିଲ ସୋସାଇଟି ର ବିଶ୍ୱନାଥ ପାତ୍ର, ଦୁଷ୍ମନ୍ତ ଜେନା ପ୍ରମୁଖ ଙ୍କ ନେତୃତ୍ୱରେ ଏକ ଦସ୍ତଖତ ସମ୍ବୋଳିତ ଦାବିପତ୍ର ପ୍ରଦାନ କରାଯାଇ ଟାଟା ଷ୍ଟିଲ ଫାଉଣ୍ଡେସନ ଏବଂ ଅସ୍ପାୟାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି. ଏବଂ
କାର୍ଯ୍ୟରତ କର୍ମଚାରୀଙ୍କର ମାସିକ ଦରମାରୁ ୬୦୦୦ ରୁ ୮୦୦୦ ଟଙ୍କା ପଯ୍ୟନ୍ତ ଜୋରଜବର କାଟିଦେବା ଓ ଖଣି ଅଞ୍ଚଳ ସର୍ବାଧିକ ପ୍ରଦୂଷଣ ଅଞ୍ଚଳ ହୋଇଥିବା ବେଳେ କର୍ମଚାରୀଙ୍କୁ ସ୍ଵାସ୍ଥ୍ୟବୀମା(ଇଏସଆଇ ରୁ ବଞ୍ଚିତ କରିବାସହ । ଚଞ୍ଚକତା କରି ଏକ ବାର୍ଷିକ ଚୁକ୍ତି ନାମା ସ୍ଵାକ୍ଷର କରିବା । ନିୟୋଜିତ କର୍ମଚାରୀ ମାନଙ୍କୁ ସଂସ୍ଥା ପକ୍ଷରୁ ପରିଚୟ ପତ୍ର ପ୍ରଦାନ ନ କରିବା ଏବଂ ଦଶ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ବୋନସ ପ୍ରଦାନ କରାନଜିବା ଓ ଆସ୍ପାୟାର ଦ୍ୱାରା ଦିଆଯାଉଥିବା ଗରିବ,ଆଦିବାସୀ,ଦିଵ୍ୟାଙ୍ଗ ଏବଂ ଅନାଥ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ସିଏସଆର .ଫଣ୍ଡ ଯୋଗେ ଦିଆଯାଉଥିବା ବହି ପତ୍ରକୁ ଆଜକୁ ତିନି ବର୍ଷ ରୁ ଉର୍ଦ୍ଧ ହେବ ପାଠ୍ୟପୁସ୍ତକ ସଂସ୍ଥା ପକ୍ଷରୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯିବା ଘଟଣା କ୍ରମ ସହ ବିନା କାରଣ ସହ ବିନା ନୋଟିସ ରେ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ଏବଂ ଶ୍ରମ ଆଇନ ଅନୁଯାୟୀ ଦୈନିକ ମଜୁରୀ ପ୍ରଦାନ ଦାବି କରାଯାଇଛି. ଉକ୍ତ ଅଭିଯୋଗକୁ ଆଧାର କରି ଯାଜପୁର ଜିଲ୍ଲାପାଳ ଘଟଣାର ତଦନ୍ତ କରି ତ୍ୱରିତ ପଦକ୍ଷେପ ନେବାକୁ ଏଡିଏମ ଙ୍କୁ ନିର୍ଦେଶ ଦେଇଥିବା ଦେଖିବାକୁ ମିଳିଛି. ଅନିଲ କୁମାର ଜେନା ଙ୍କ ରିପୋର୍ଟ
