--:--:--
-- ---
Srishti News

ତୃତୀୟ ଦିବସ ଜନ କଲ୍ୟାଣ ଶିବିର -ସୁଭଦ୍ରା ଶକ୍ତି ସମାବେଶ ଓ ସ୍ୱଚ୍ଛତା

Balangir (ବଲାଙ୍ଗୀର)ରିପୋର୍ଟ: କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼June 24, 2026135 views
ତୃତୀୟ ଦିବସ ଜନ କଲ୍ୟାଣ ଶିବିର -ସୁଭଦ୍ରା ଶକ୍ତି ସମାବେଶ ଓ ସ୍ୱଚ୍ଛତା
ଟିଟିଲାଗଡ଼: ଟିଟିଲାଗଡ଼ ବ୍ଲକ ବିନେକେଲା ଗ୍ରାମପଞ୍ଚାୟତ ବିନେକେଲା ଠାରେ ତୃତୀୟ ଦିବସ ଜନକଲ୍ୟାଣ ଶିବିରରେ ଆଜି ସୁଭଦ୍ରା ଶକ୍ତି ସମାବେଶ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଶ୍ରୀମତୀ ଯଜ୍ଞସେନି ସାହୁ ଏବଂ ସମ୍ମାନିତ ଅତିଥି ରୂପେ ବିଧାୟକ ପଞ୍ଚାୟତ ପ୍ରତିନିଧି ଶ୍ରୀ ଗୌରଚନ୍ଦ୍ର ହେର୍ଣ୍ଣା ଯୋଗଦାନଦେଇଥିଲେ l ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନାରେ ୧୧୦୯ଜଣ ବିନେକେଲା ଗ୍ରାମପଞ୍ଚାୟତର ନୂତନ ହିତାଧିକାରୀ ଯୋଡି ହୋଇଥିବାର ଅତିଥିମାନେ ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ସ୍ମାର୍ଟ ଫୋନ ଅଙ୍ଗନୱାଡି କର୍ମୀମାନଙ୍କୁ ପ୍ରଦାନ କରାଯାଇଥିଲା l ଏହି ଜନକଲ୍ୟାଣ ଶିବିର ସୁଭଦ୍ରାଶକ୍ତି ସମାବେଶ କାର୍ଯ୍ୟକ୍ରମଟିକୁ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ ନାଏକ ପରିଚାଳନା କରିଥିବାବେଲେ ଜିଆରଏସ ମହେନ୍ଦ୍ର ଧରୁଆ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଅଧିନସ୍ତ ସମସ୍ତ ଅଙ୍ଗନୱାଡି କର୍ମୀ, ସିଆରପି, ୱାର୍ଡମେମ୍ବର, ନାଏବ ସରପଞ୍ଚ ମାୟାଧର ପୋଢ଼ ଏବଂ ଜନସାଧାରଣ ଉପସ୍ଥିତ ଥିଲେ l