--:--:--
-- ---
Srishti News

Web News

ଶ୍ରୀ ଶ୍ରୀ ଲଷ୍ମୀ ଅଭୟ ନୃଶିହଁ  ନାରାୟଣ  ମନ୍ଦିର ର ପ୍ରତିଷ୍ଠା ଦିବସ ପାଳିତ
Jun 17, 202672 views

ଶ୍ରୀ ଶ୍ରୀ ଲଷ୍ମୀ ଅଭୟ ନୃଶିହଁ ନାରାୟଣ ମନ୍ଦିର ର ପ୍ରତିଷ୍ଠା ଦିବସ ପାଳିତ

ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ବରପସଦା ଗ୍ରାମପଞ୍ଚାୟତ ର ରାମଚନ୍ଦ୍ରପୁର,ଗଣ୍ଡକୁଳ ଗ୍ରାମର ଥିବା ଅଭୟ ନୃସିଙ୍ଗ ଟ୍ରଷ୍ଟ ଅନୁକୂଲ୍ୟ ରେ ଆଜି ମନ୍ଦିର ର ଚତୁର୍ଥ ମନ୍ଦିର ପ୍ରତିଷ୍ଠା ଦିବସ ଅବସରରେ ମନ୍ଦିର ଟ୍ରଷ୍ଟି ସଦସ୍ୟ ମାନଙ୍କ ମଧ୍ୟରେ ଆନଂଦ ଉଲ୍ଲାସରେ ପୂଜା ଅର୍ଚନା କରି ବିଭିନ୍ନ କାଯ୍ୟ କ୍ରମ ଜରି ରଖିବାର ନିଦର୍ଶନ ରହିଛି, ମନ୍ଦିର ପରିସରରେ ବିଭିନ୍ନ ଜନହିତ୍ତକ କାର୍ଯ୍ୟ କାଯିବାର ସଦସ୍ୟ ମାନଙ୍କର ପତିକ୍ରିୟା ରୁ ଜାଣିବାକୁ ପାଇଥିଲୁ ଯେମିତି ରକ୍ତଦାନ ଶିବିର , ବୃକ୍ଷ ରୋପଣ ଅନ୍ୟାନ୍ୟ , ବ୍ଜ଼ହୁ ଲୋକଙ୍କ ଖାଦ୍ୟ ପେୟ ର ଆୟୋଜନ କରାଯିବାର ପ୍ରସ୍ତୁତି କରାଯାଇ ଥିଲା ମ ଆଗକୁ ବିଭିନ୍ନ କାଯ୍ୟ କ୍ରମ କରି ବାର ପ୍ରସ୍ତୁତି ଟ୍ରଷ୍ଟ ର ସମ୍ପାଦକ ପ୍ରତିକ୍ରିୟା ରଖିଥିଲେ, ଯାଜପୁର ବିଂଝାରପୁର ରୁ ଉଦୟ ନାଥ ଯେନା ଙ୍କ ସହ ରାଜୁ ଯେନା ଙ୍କ ରିପୋର୍ଟ ପାଲଟିକାଲ ଖଟି

Jajpur (ଯାଜପୁର)ରିପୋର୍ଟ: ଉଦୟ ନାଥ ଜେନା ଓ ରାଜୁ ଜେନା, ବିଂଝାରପୁର

ସୁପର ଓଭରରେ MKCT ଶରଧାପୁର ଚାମ୍ପିଅନ
Jun 17, 2026108 views

ସୁପର ଓଭରରେ MKCT ଶରଧାପୁର ଚାମ୍ପିଅନ

ଅନୁଗୋଳ: କଣିହାଁ ବ୍ଲକ ଅନ୍ତର୍ଗତ ବୁରୁକୁନା ଗ୍ରାମପଞ୍ଚାୟତର ଶରଧାପୁର ଗ୍ରାମରେ ମକବତ ତରଫରୁ ଆୟୋଜିତ ଅନିଲ, ମନୋଜ ଓ ପପୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରି ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ରୋମାଞ୍ଚକର ଫାଇନାଲ ମ୍ୟାଚରେ MKCT ଶରଧାପୁର ଓ RKCT ଗହମ ମୁହାଁମୁହିଁ ହୋଇଥିଲେ। ଟସ୍ ଜିତି MKCT ଶରଧାପୁର ପ୍ରଥମେ ବ୍ୟାଟିଂ କରି ୫ ଓଭରରେ ୫୫ ରନ ସଂଗ୍ରହ କରିଥିଲା। ଜବାବରେ RKCT ଗହମ ୪ଟି ୱିକେଟ ହରାଇ ୫ ଓଭରରେ ସମାନ ୫୫ ରନ କରି ମ୍ୟାଚକୁ ଟାଇ କରିଦେଇଥିଲା। ଫଳାଫଳ ନିର୍ଣ୍ଣୟ ପାଇଁ ସୁପର ଓଭରର ଆଶ୍ରୟ ନିଆଯାଇଥିଲା। ସୁପର ଓଭରରେ RKCT ଗହମ ୬ଟି ବଲରେ ୧୨ ରନ କରିଥିବା ବେଳେ, MKCT ଶରଧାପୁର ୫ଟି ବଲରେ ୧୩ ରନ ସଂଗ୍ରହ କରି ରୋମାଞ୍ଚକର ବିଜୟ ହାସଲ କରି ଚାମ୍ପିଅନ ହୋଇଥିଲା। ଉଦଯାପନୀ ଉତ୍ସବରେ ସମାଜସେବୀ ସୁକାନ୍ତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ପରେ ସେ ବିଜୟୀ ଦଳ MKCT ଶରଧାପୁରକୁ ଚାମ୍ପିଅନ ଟ୍ରଫି ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନକୁ ଅଞ୍ଚଳବାସୀ ପ୍ରଶଂସା କରିଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଜନ ଅଭିଯୋଗ ଶୁଣାଣିରେ ୩୨ଟି ଅଭିଯୋଗ, ୫ଟିର ତୁରନ୍ତ ସମାଧାନ
Jun 16, 2026141 views

ଜନ ଅଭିଯୋଗ ଶୁଣାଣିରେ ୩୨ଟି ଅଭିଯୋଗ, ୫ଟିର ତୁରନ୍ତ ସମାଧାନ

ଅନୁଗୋଳ: ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ସରକାରୀ ଅଧିକାରୀମାନଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ସର୍କିଟ ହାଉସରେ ଜନ ଅଭିଯୋଗର ମିଳିତ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଏହି ଶୁଣାଣିରେ ମୋଟ ୩୨ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୫ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ସେହିପରି ରେଡକ୍ରସ ପାଣ୍ଠିରୁ ୩ ଜଣ ଅଭାବୀ ଓ ଦୁଃଖୀ ବ୍ୟକ୍ତିଙ୍କୁ ମୋଟ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଜନସାଧାରଣଙ୍କ ଅଭିଯୋଗର ଶୀଘ୍ର ସମାଧାନ ଓ ପ୍ରଶାସନିକ ସେବାକୁ ଅଧିକ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଏହି ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

Back to School Campaign’ Successfully Concludes in Nuapada District
Jun 16, 2026152 views

Back to School Campaign’ Successfully Concludes in Nuapada District

Boden, June 16 The “Back to School Campaign” organized by RCDC was successfully concluded on Tuesday in Ambaguda village under Boden Block and Nagpada (Kotribahal) village under Komna Block of Nuapada district. The primary objective of the campaign was to bring out-of-school and dropout children back into the education system and ensure that every child is included in the mainstream of education. In Ambaguda village of Boden Block, the programme received active support from the Maa Mauli Youth Club. Similarly, in Nagpada (Kotribahal) village under Komna Block, the campaign was successfully conducted with the cooperation of the Swami Vivekananda Youth Club and the Children’s Club. During the campaign, parents were sensitized about the importance of child education, the need for regular school attendance, and the prevention of social evils such as child labour and child marriage. The programme witnessed the participation of Community Mobilizer Kanhucharan Bag from Boden Block, Community Mobilizer Balabhadra Majhi from Komna Block, and RCDC Field Coordinator Sandeep Kumar Nag, who played an active role in making the campaign successful. The campaign concluded successfully in both villages with the support and cooperation of local youth groups and villagers, officials informed.

Nuapada (ନୂଆପଡ଼ା)Reporter: Malaya Meher, Boden

ଦୁର୍ଘଟଣାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ସହଯୋଗ କଲେ ବିଧାୟକ
Jun 16, 202691 views

ଦୁର୍ଘଟଣାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ସହଯୋଗ କଲେ ବିଧାୟକ

ଚନ୍ଦାହାଣ୍ଡି, ୧୫/୬: ତେଲେଙ୍ଗାନାର ଭଦ୍ରାଚଲମରେ ଶୁକ୍ରବାର ସନ୍ଧ୍ୟାରେ ସଡ଼କ ଦୁର୍ଘଟଣାରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଦାଦନ ଶ୍ରମିକ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଲୋଧୁଆପଡ଼ା ଗ୍ରାମର ମୋହନ ଗୌଡ଼ (୪୩) ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ମୋହନ ଗୌଡ଼ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ତେଲେଙ୍ଗାନାର ଭଦ୍ରାଚଲମ୍ ଯାଇଥିଲେ | ମୋହନଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କର ମରଶରୀର ଗାଁକୁ ଆଣିବା ପାଇଁ ପରିବାର ଲୋକଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଥିଲା । ତେଣୁ ଗ୍ରାମର ସୁରେନ୍ଦ୍ର ନାୟକ ଝରିଗାଁ ବିଧାୟକ ନରସିଂହ ଭତ୍ରାଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଏହାପରେ ବିଧାୟକ ଶ୍ରୀ ଭତ୍ରା ନିଜର ମାନବିକତା ଦେଖାଇ ତୁରନ୍ତ ସହାୟତାର ହାତ ବଢ଼ାଇଥିଲେ । ଗାଁକୁ ଶବ ଆଣିବା ପାଇଁ ୪୧ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି ବିପତ୍ତ ସମୟରେ ସାହାରା ସାଜିଥିବାରୁ ବିଧାୟକଙ୍କୁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି। ମୃତ ମୋହନଙ୍କ ଗୋଟିଏ ପୁଅଁ ଓ ଝିଅ ରହିଛନ୍ତି। ଆଜି ରାତିରେ ଗାଁରେ ଶବ ପହଞ୍ଚିବା ପରେ ଆସନ୍ତାକାଲି ସତ୍କାର କରାଯିବ ବୋଲି ବିଜେପି ନେତା ଗୋବିନ୍ଦ ଜୈନ ଏବଂ ଅକାଳୁ ଜାଲି କହିଛନ୍ତି।

Nabarangpur (ନବରଙ୍ଗପୁର)ରିପୋର୍ଟ: ଗୋବିନ୍ଦ ତ୍ରିପାଠୀ, ଚନ୍ଦାହାଣ୍ଡି

କଳିଙ୍ଗ କୃଷକ ବିକାଶ ପରିଷଦ ପକ୍ଷରୁ ରଜ ମହୋତ୍ସବ ଓ ବନ୍ଧୁମିଳନ
Jun 16, 2026132 views

କଳିଙ୍ଗ କୃଷକ ବିକାଶ ପରିଷଦ ପକ୍ଷରୁ ରଜ ମହୋତ୍ସବ ଓ ବନ୍ଧୁମିଳନ

ଯାଜପୁର: ୯୮ ଥର ରକ୍ତଦାନ କରିଥିବା ଜୟକୃଷ୍ଣ ପଟ୍ଟନାୟକ ଓ ଚାଷୀ ଭାଇମାନେ ସମ୍ବର୍ଦ୍ଧିତ l କଳିଙ୍ଗ କୃଷକ ବିକାଶ ପରିଷଦ ପକ୍ଷରୁ ଯାଜପୁର ଜିଲ୍ଲାର କୁସ୍ତିରା ଘାଟ ସ୍ଥିତ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ୨୦୨୬ ବର୍ଷର ପବିତ୍ର ରଜ ମହୋତ୍ସବ ଏବଂ ଏକ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ପ୍ରତିଷ୍ଠାତା ତଥା ସଭାପତି ଶ୍ରୀଯୁକ୍ତ ଅମର ବଲ୍ଲଭ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମହୋତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ। ​ପାରମ୍ପରିକ ରଜ ପ୍ରତିଯୋଗିତା ଓ ସାଂସ୍କୃତିକ ମାହୋଲ ​ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ପାରମ୍ପରିକ ରଜ ଦୋଳି, ପୀଠ ପଣାର ଆସର ଜମିଥିଲା। ଏହି ଅବସରରେ ମହିଳା ଓ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ମ୍ୟୁଜିକ୍ ଚେୟାର, ଶଙ୍ଖ ଫୁଙ୍କା ଏବଂ ହୁଳହୁଳି ଆଦି ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ସଂଗଠନ ପକ୍ଷରୁ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା।

Jajpur (ଯାଜପୁର)ରିପୋର୍ଟ: କବିରାଜ ପାତ୍ର, ସ୍ୱତନ୍ତ୍ର ପ୍ରତିନିଧି, ଓଡିଶା

ବୋହୂଙ୍କ ମାଡ଼ରେ ସାସୁ ଆହତ, ଥାନାର ଦ୍ୱାରସ୍ଥ ପରିବାର
Jun 16, 2026133 views

ବୋହୂଙ୍କ ମାଡ଼ରେ ସାସୁ ଆହତ, ଥାନାର ଦ୍ୱାରସ୍ଥ ପରିବାର

ଅନୁଗୋଳ: ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୋଶଳା ଚନ୍ଦନ ନଗର ଗ୍ରାମରେ ଏକ ପାରିବାରିକ ବିବାଦ ଉଗ୍ର ରୂପ ଧାରଣ କରିଥିବା ଅଭିଯୋଗ ହୋଇଛି। ଗ୍ରାମର ଭୀମସେନ ବେହେରାଙ୍କ ପତ୍ନୀ କଲରା ବେହେରା ନିଜ ବୋହୂ ଲିପି ବେହେରାଙ୍କ ବିରୋଧରେ ଶାରୀରିକ ଆକ୍ରମଣର ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ କଲରା ବେହେରା ଆହତ ହୋଇଥିବା ବେଳେ ସେ ନ୍ୟାୟ ପାଇଁ ଛେଣ୍ଡିପଦା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୀର୍ଘ ଦିନ ଧରି ପରିବାର ମଧ୍ୟରେ ବିଭିନ୍ନ କାରଣକୁ ନେଇ ମତଭେଦ ଲାଗି ରହିଥିଲା। ଘଟଣା ଦିନ କୌଣସି କଥାକାଟାକାଟିକୁ କେନ୍ଦ୍ର କରି ବିବାଦ ବଢ଼ିଥିଲା ଏବଂ ପରେ ଏହା ହାତାହାତିର ରୂପ ନେଇଥିବା ଅଭିଯୋଗ ହୋଇଛି। ଏଥିରେ ସାସୁ କଲରା ବେହେରା ଆହତ ହୋଇଥିବା କୁହାଯାଉଛି। ଅନ୍ୟପଟେ, ଏହି ଘଟଣାକୁ ନେଇ ଗ୍ରାମରେ ବିଭିନ୍ନ ଚର୍ଚ୍ଚା ଚାଲିଛି। ତେବେ ଅଭିଯୋଗର ସତ୍ୟତା ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ସରକାରୀ ମତାମତ ପ୍ରକାଶ ପାଇନାହିଁ। ଛେଣ୍ଡିପଦା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଏବେ ସମସ୍ତଙ୍କ ନଜର ଛେଣ୍ଡିପଦା ପୋଲିସର ତଦନ୍ତ ଉପରେ ରହିଛି। ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ଏବଂ ଆଇନ ଅନୁଯାୟୀ ଦୋଷୀଙ୍କ ବିରୋଧରେ କି ପଦକ୍ଷେପ ନିଆଯିବ, ତାହାକୁ ନେଇ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି। ପୋଲିସ ନିରପକ୍ଷ ତଦନ୍ତ କରି ଘଟଣାର ସତ୍ୟାସତ୍ୟ ଉଦ୍ଘାଟନ କରିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଉଛି।

Angul (ଅନୁଗୋଳ)ରିପୋର୍ଟ: ସନାତନ କର, ଛେଣ୍ଡିପଦା

ସର୍ଗିଗୁଡା, ଫୋଟକିଆ ପଡ଼ାରେ ପାଣି ସମସ୍ୟା
Jun 16, 2026100 views

ସର୍ଗିଗୁଡା, ଫୋଟକିଆ ପଡ଼ାରେ ପାଣି ସମସ୍ୟା

କଳାହାଣ୍ଡି ଜିଲ୍ଲା , କୋକସରା ବ୍ଲକ, ଡହଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସର୍ଗିଗୁଡା, ଫୋଟକିଆ ପଡ଼ାରେ ଦେଖିବାକୁ ମିଳିଛି ପାନୀୟ ଜଳ ସମସ୍ୟାର ଏକ କରୁଣ ଚିତ୍ର। ଖରା ଦିନ ଯାଇ ବର୍ଷା ଦିନ ଆସିଲା। କିନ୍ତୁ ପାନୀୟ ଜଳ ସମସ୍ୟାର ସମାଧାନ ହେଲା ନାହିଁ। ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ପଡ଼ାବାସୀ। ଉକ୍ତ ନଳକୂପରୁ ମଧ୍ୟ ଯଥେଷ୍ଟ ପରିମାଣରେ ପାଣି ବାହାରୁ ନାହିଁ। ଘଣ୍ଟାଏ ମାରିଲେ ବାହାରୁଛି ବାଲଟିଏ ପାଣି। ପୁଣି ପାଣି ବାହାରିବା ବନ୍ଦ ହୋଇ ଯାଉଛି। ପାଣି ବୁନ୍ଦାଏ ପାଇଁ ଦେହର ରକ୍ତ ମଧ୍ୟ ଖରାରେ ପାଣି ପାଲଟି ଗଲାଣି। ଜୀବନ ବିକଳରେ ନିକଟରେ ଥିବା ପୋଖରୀର ପାଣିକୁ ବ୍ୟବହାର କରୁଛନ୍ତି ଲୋକେ। ଜନ ପ୍ରତିନିଧି ଥିଲେ ମଧ୍ୟ ନ ଥିଲା ସାଙ୍ଗେ ସମାନ।ପଞ୍ଚାୟତ ପ୍ରଶାସନ ତଥା ଜନ ପ୍ରତିନିଧିଙ୍କୁ ଜଣାଇ ଥିଲେ ମଧ୍ୟ ସେମାନେ ହଁ ହଁ କହି ଚୁପ୍ ବସିଥିବା ଅଭିଯୋଗ କରିଛନ୍ତି ପଡ଼ାବାସୀ। ଏଣୁ ତୁରନ୍ତ ଏହି ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଆଉ ଗୋଟିଏ ନଳକୂପ ଖୋଲିବା ସକାଶେ ପ୍ରଶାସନକୁ ପଡ଼ାବାସୀ ବିନମ୍ର ନିବେଦନ କରିଛନ୍ତି।

Kalahandi (କଳାହାଣ୍ଡି)ରିପୋର୍ଟ :ରିତେଶ କୁମାର ମୁଣ୍ଡ, କୋକସରା

ମୃତ୍ୟୁକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର ! ପ୍ରଶାସନର ନିଦ ଭାଙ୍ଗିବ କେବେ ?
Jun 16, 2026231 views

ମୃତ୍ୟୁକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର ! ପ୍ରଶାସନର ନିଦ ଭାଙ୍ଗିବ କେବେ ?

ବାରକୋଟ/ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବଳମ ଗ୍ରାମ ପଞ୍ଚାୟତର ନୂଆଗାଁ ଗ୍ରାମରେ ରାସ୍ତା କଡ଼ରେ ଥିବା ଏକ ମୁକୁଳା ଟ୍ରାନ୍ସଫର୍ମର ଏବେ ସାଧାରଣ ଲୋକଙ୍କ ପାଇଁ ବିପଦର କାରଣ ପାଲଟିଛି। ସୁରକ୍ଷା ବ୍ୟବସ୍ଥା ବିହୀନ ଭାବେ ରହିଥିବା ଏହି ଟ୍ରାନ୍ସଫର୍ମରକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟ ଓ ଅସନ୍ତୋଷ ବଢ଼ିଚାଲିଛି। ଗ୍ରାମର ମୁଖ୍ୟ ରାସ୍ତା କଡ଼ରେ ଥିବା ଏହି ଟ୍ରାନ୍ସଫର୍ମର ନିକଟ ଦେଇ ପ୍ରତିଦିନ ସ୍କୁଲ ଛାତ୍ରଛାତ୍ରୀ, ମହିଳା, ବୃଦ୍ଧ ଏବଂ ନୂଆଗାଁ ସମେତ ଆଖପାଖର ୪ରୁ ୫ଟି ଗ୍ରାମର ଶତାଧିକ ଲୋକ ଯାତାୟାତ କରୁଛନ୍ତି। ତେବେ ଟ୍ରାନ୍ସଫର୍ମର ଚାରିପାଖରେ କୌଣସି ସୁରକ୍ଷା ବାଡ଼ କିମ୍ବା ସତର୍କ ସୂଚନା ବ୍ୟବସ୍ଥା ନଥିବାରୁ ଯେକୌଣସି ସମୟରେ ବଡ଼ ଧରଣର ଅଘଟଣ ଘଟିପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଏହି ସମସ୍ୟା ସମ୍ପର୍କରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ଫଳରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଗ୍ରାମବାସୀମାନେ ତୁରନ୍ତ ଟ୍ରାନ୍ସଫର୍ମର ଚାରିପାଖରେ ସୁରକ୍ଷା ବାଡ଼ ନିର୍ମାଣ କରି ଜନଜୀବନକୁ ସୁରକ୍ଷିତ କରିବା ପାଇଁ ଦାବି କରିଛନ୍ତି। ଅନ୍ୟଥା କୌଣସି ଦୁର୍ଘଟଣା ଘଟିଲେ ତାହା ପାଇଁ ସମ୍ପୃକ୍ତ ବିଭାଗ ଦାୟୀ ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Deogarh (ଦେଓଗଡ଼)ରିପୋର୍ଟ: ନରୋତ୍ତମ ପରିଡ଼ା, ବାରକୋଟ

୩ ବର୍ଷ ହେଲା ବୋର୍ଡ ଲାଗିଛି, ହେଲେ ହୋଇପାରୁନି ମା' ଗ୍ରାମଦେବତୀଙ୍କ ମନ୍ଦିର ନିର୍ମାଣ
Jun 16, 2026124 views

୩ ବର୍ଷ ହେଲା ବୋର୍ଡ ଲାଗିଛି, ହେଲେ ହୋଇପାରୁନି ମା' ଗ୍ରାମଦେବତୀଙ୍କ ମନ୍ଦିର ନିର୍ମାଣ

ନୟାଗଡ଼, ନୂଆଗାଁ: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଅନ୍ତର୍ଗତ ନଇତଇଲା ଗ୍ରାମର ଆଦିବାସୀ ସାହିରେ ମା' ଗ୍ରାମଦେବତୀଙ୍କ ମନ୍ଦିର ନିର୍ମାଣ ଦାବି ଦୀର୍ଘ ତିନି ବର୍ଷ ଧରି ଅପୂରଣୀୟ ରହିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀମାନେ ଏନେଇ ବାରମ୍ବାର ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ସେମାନେ କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମନ୍ଦିର ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ସହ ବୋର୍ଡ ମଧ୍ୟ ଲଗାଯାଇଥିଲା। ତେବେ ଏହାପରେ କାମ ଆଗକୁ ବଢ଼ିନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ପଞ୍ଚାୟତର ସରପଞ୍ଚଙ୍କୁ ଏନେଇ ଜଣାଇଲେ ମଧ୍ୟ ପଞ୍ଚାୟତରେ ଅର୍ଥାଭାବ ଥିବା କହି ସେ ଦାୟିତ୍ୱ ଏଡ଼ାଇ ଯାଉଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଙ୍କ ପାଇଁ ମା' ଗ୍ରାମଦେବତୀଙ୍କ ମନ୍ଦିର ଆସ୍ଥା ଓ ସଂସ୍କୃତିର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ଏହାର ନିର୍ମାଣ ବିଳମ୍ବକୁ ନେଇ ସ୍ଥାନୀୟ ଲୋକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଶୀଘ୍ର ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରି କାମ ଆରମ୍ଭ କରିବାକୁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଯଦି ଏନେଇ ତୁରନ୍ତ ପଦକ୍ଷେପ ନିଆନଯାଏ, ତେବେ ଗ୍ରାମବାସୀମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ସତର୍କ କରାଇ ଦେଇଛନ୍ତି l

Nayagarh (ନୟାଗଡ଼)ରିପୋର୍ଟ: ସଞ୍ଜୟ କୁମାର କଅଁର, ନୂଆଗାଁ

ଧାମନଗର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଗଣପର୍ବ ରଜ ମହୋତ୍ସବ ଓ ସମ୍ବର୍ଦ୍ଧନା ସମାବେଶ
Jun 16, 202678 views

ଧାମନଗର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଗଣପର୍ବ ରଜ ମହୋତ୍ସବ ଓ ସମ୍ବର୍ଦ୍ଧନା ସମାବେଶ

ଧାମନଗର ୧୫/୦୬/୨୬ ଧାମନଗର ବରିଷ୍ଠ ନାଗରିକ ପରିଷଦ ତରଫରୁ ଗଣପର୍ବ ରଜ ମହୋତ୍ସବ ଓ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାବେଶ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ନାଗରିକ ପରିଷଦ ସଭାଗୃହ ପରିସରରେ ସଭାପତି ଅନିଲ କୁମାର ବାରିକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ରାଜ୍ୟ ଗଣଶିକ୍ଷା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ ଯୋଗ ଦେଇ ଆଧ୍ୟାତ୍ମିକ ଚେତନା ଓ ଈଶ୍ୱରୀୟ ସତ୍ତାକୁ ଅନୁଭବ କଲେ ଜୀବନ ସାର୍ଥକ ହୁଏ ବୋଲି କହିଥିଲେ। ବରେଣ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ସାହୁ,ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସତ୍ୟସୁନ୍ଦର ପରିଡା,ପରିଷଦର ଉପସଭାପତି ସୁରଥ ଚନ୍ଦ୍ର ସେଠୀ,କୋଷାଧକ୍ଷ ଇଂ ନୃସିଂହ ଚରଣ ନାୟକ, ଦଶରଥ ଦାସ ପ୍ରମୁଖ ମଞ୍ଚାସିନ ହୋଇ ବର୍ଷକ ପରେ ଆସିଛି ରଜ ଏହି ଗଣପର୍ବ ରଜ ଉପଲକ୍ଷେ ଗାଁ’ଠୁ ସହର ଉତ୍ସବ ମୁଖର ସବୁଠି ପିଠା ମିଠାର ବାସ୍ନା ଏବଂ ଦୋଳି,ବାଗୁଡି ଓ ପୁଚି ଖେଳ,ରଜ ପାନ ଆଦି ଓଡିଆ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀପିତ ରଖିବା ଆବଶ୍ୟକ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ପରିଷଦ ପକ୍ଷରୁ ଡକ୍ଟରେଟ୍ ଆୱାର୍ଡ ପାଇ ଧାମନଗର ମାଟିର ଗୌରବ ଆଣିଥିବାରୁ ଶିକ୍ଷାବିତ୍ ଅବଦୁଲ ହାକିମଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଚଳିତ ବର୍ଷ ପରୀକ୍ଷାରେ ବିଭିନ୍ନ ଵର୍ଗର ଏ ୱାନ ଗ୍ରେଡ ପ୍ରାପ୍ତ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର, ଉପଢୌକନ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଜଣେ ସମାଜସେବୀ ଅନୁଷ୍ଠାନ ପ୍ରତି ସଦାସର୍ବଦା ସହଯୋଗର ହାତ ବଳାଉଥିବା ବ୍ୟକ୍ତି ପ୍ରଦୀପ ମହାପାତ୍ର(ଚଗୁଲୁ)ଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜୋନ ଦାୟିତ୍ବରେ ଥିବା ସଭାପତି ଏବଂ ବରିଷ୍ଠ ସାମ୍ବାଦିକ ବାସୁଦେବ ତ୍ରିପାଠୀ, ରସାନନ୍ଦ ମହାପାତ୍ର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ସଦସ୍ୟ ମହେଶ୍ୱର ସ୍ୱାଇଁ,ହୃଦାନନ୍ଦ କର,ଗୋଲାମ ଜିଲାନି ହବିବି,ଅଭିମନ୍ୟୁ ମଲ୍ଲିକ,କକୈଳାସ ଗୁପ୍ତା,ନରେନ୍ଦ୍ର ମଲ୍ଲିକ,ରାମଚନ୍ଦ୍ର ସାହୁ,ବିଶ୍ୱନାଥ ବେହେରା,ଲମ୍ବୋଦର ମହାନ୍ତି,ରମଣୀ ରଞ୍ଜନ ଦାଶ,ଭିକାରୀ ବେହେରା,ନିରାକାର ଧଳ,ଭାସ୍କର ସାମଲ, ଦାମୋଦର ମଲ୍ଲିକ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଏବଂ ସାମ୍ବାଦିକ,ବୁଦ୍ଧିଜୀବୀ ଯୋଗ ଦେଇଥିଲେ।ପରିଷଦର ସାଧାରଣ ସମ୍ପାଦକ ଶଚ୍ଚିକାନ୍ତ ପଣ୍ଡା ଅତିଥି ମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିବା ସହ ଉଦେଶ୍ୟ ଜ୍ଞାପନ କରିଥିଲେ। ବରିଷ୍ଠ ସଭ୍ୟ ନିରାକାର ଧଳ ଅତିଥି ପରିଚୟ ଓ ପ୍ରଭଞ୍ଜନ ରାଉଳ ବେଦ ପାଠ କରିଥିବା ବେଳେ ବରିଷ୍ଠ ସଦସ୍ୟ କୃଷ୍ଣ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Bhadrak (ଭଦ୍ରକ)ରିପୋର୍ଟ: ଶିଶିର କୁମାର ସ୍ୱାଇଁ, ଧାମନଗର

ପ୍ରକଳ୍ପ ସ୍ତରୀୟ ଅଦ୍ୱିକା କିଶୋରୀ ସୁଭଦ୍ରା ଦିବସ ପାଳିତ
Jun 16, 2026112 views

ପ୍ରକଳ୍ପ ସ୍ତରୀୟ ଅଦ୍ୱିକା କିଶୋରୀ ସୁଭଦ୍ରା ଦିବସ ପାଳିତ

ଅନୁଗୋଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରକଳ୍ପ ସ୍ତରୀୟ ଅଦ୍ୱିକା କିଶୋରୀ ସୁଭଦ୍ରା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଅତିଥିମାନେ ଯୋଗଦେଇ ଅଦ୍ୱିକା ଦିବସ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ କିଶୋରୀମାନଙ୍କ ସଶକ୍ତିକରଣର ଏକ ଉତ୍ସବ ବୋଲି ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ କିଶୋରୀମାନଙ୍କୁ ସ୍ୱାବଲମ୍ବୀ ହେବା, ନିଜ ଦକ୍ଷତାର ବିକାଶ କରିବା ଓ ଅନ୍ୟଙ୍କ ଉପରେ ନିର୍ଭରଶୀଳ ନ ରହିବା ପାଇଁ ପ୍ରେରିତ କରାଯାଇଥିଲା। ସେହିପରି ଭୃଣ ହତ୍ୟା ଭଳି ସାମାଜିକ ବ୍ୟାଧିକୁ ରୋକିବା ନିମନ୍ତେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଆୟୋଜନକୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସହଯୋଗ ଯୋଗାଇ ଦିଆଯାଇଥିଲା।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କିଶୋରୀ ସଶକ୍ତିକରଣ, ନାରୀ ସୁରକ୍ଷା ଏବଂ ସାମାଜିକ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ କିଶୋରୀ, ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା