--:--:--
-- ---
Srishti News

ସୁପର ଓଭରରେ MKCT ଶରଧାପୁର ଚାମ୍ପିଅନ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 17, 202672 views
ସୁପର ଓଭରରେ MKCT ଶରଧାପୁର ଚାମ୍ପିଅନ
ଅନୁଗୋଳ: କଣିହାଁ ବ୍ଲକ ଅନ୍ତର୍ଗତ ବୁରୁକୁନା ଗ୍ରାମପଞ୍ଚାୟତର ଶରଧାପୁର ଗ୍ରାମରେ ମକବତ ତରଫରୁ ଆୟୋଜିତ ଅନିଲ, ମନୋଜ ଓ ପପୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରି ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ରୋମାଞ୍ଚକର ଫାଇନାଲ ମ୍ୟାଚରେ MKCT ଶରଧାପୁର ଓ RKCT ଗହମ ମୁହାଁମୁହିଁ ହୋଇଥିଲେ। ଟସ୍ ଜିତି MKCT ଶରଧାପୁର ପ୍ରଥମେ ବ୍ୟାଟିଂ କରି ୫ ଓଭରରେ ୫୫ ରନ ସଂଗ୍ରହ କରିଥିଲା। ଜବାବରେ RKCT ଗହମ ୪ଟି ୱିକେଟ ହରାଇ ୫ ଓଭରରେ ସମାନ ୫୫ ରନ କରି ମ୍ୟାଚକୁ ଟାଇ କରିଦେଇଥିଲା। ଫଳାଫଳ ନିର୍ଣ୍ଣୟ ପାଇଁ ସୁପର ଓଭରର ଆଶ୍ରୟ ନିଆଯାଇଥିଲା। ସୁପର ଓଭରରେ RKCT ଗହମ ୬ଟି ବଲରେ ୧୨ ରନ କରିଥିବା ବେଳେ, MKCT ଶରଧାପୁର ୫ଟି ବଲରେ ୧୩ ରନ ସଂଗ୍ରହ କରି ରୋମାଞ୍ଚକର ବିଜୟ ହାସଲ କରି ଚାମ୍ପିଅନ ହୋଇଥିଲା। ଉଦଯାପନୀ ଉତ୍ସବରେ ସମାଜସେବୀ ସୁକାନ୍ତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ପରେ ସେ ବିଜୟୀ ଦଳ MKCT ଶରଧାପୁରକୁ ଚାମ୍ପିଅନ ଟ୍ରଫି ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନକୁ ଅଞ୍ଚଳବାସୀ ପ୍ରଶଂସା କରିଥିଲେ।