ପ୍ରକଳ୍ପ ସ୍ତରୀୟ ଅଦ୍ୱିକା କିଶୋରୀ ସୁଭଦ୍ରା ଦିବସ ପାଳିତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 16, 2026112 views

ଅନୁଗୋଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରକଳ୍ପ ସ୍ତରୀୟ ଅଦ୍ୱିକା କିଶୋରୀ ସୁଭଦ୍ରା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଅତିଥିମାନେ ଯୋଗଦେଇ ଅଦ୍ୱିକା ଦିବସ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ କିଶୋରୀମାନଙ୍କ ସଶକ୍ତିକରଣର ଏକ ଉତ୍ସବ ବୋଲି ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ କିଶୋରୀମାନଙ୍କୁ ସ୍ୱାବଲମ୍ବୀ ହେବା, ନିଜ ଦକ୍ଷତାର ବିକାଶ କରିବା ଓ ଅନ୍ୟଙ୍କ ଉପରେ ନିର୍ଭରଶୀଳ ନ ରହିବା ପାଇଁ ପ୍ରେରିତ କରାଯାଇଥିଲା। ସେହିପରି ଭୃଣ ହତ୍ୟା ଭଳି ସାମାଜିକ ବ୍ୟାଧିକୁ ରୋକିବା ନିମନ୍ତେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଆୟୋଜନକୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସହଯୋଗ ଯୋଗାଇ ଦିଆଯାଇଥିଲା।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କିଶୋରୀ ସଶକ୍ତିକରଣ, ନାରୀ ସୁରକ୍ଷା ଏବଂ ସାମାଜିକ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ କିଶୋରୀ, ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
