Web News

ବ୍ରେନ ଟ୍ୟୁମର ଅସ୍ତ୍ରୋପଚାର ପରେ ରିଙ୍କିଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ବିଧାୟକ ଅଶୋକ ମହାନ୍ତି
ଅନୁଗୋଳ: କଣିହାଁ ବ୍ଲକ ଅନ୍ତର୍ଗତ ବଜ୍ରକୋଟ ଗ୍ରାମର ରିଙ୍କି ଗଡନାୟକଙ୍କ ଭୁବନେଶ୍ୱରସ୍ଥିତ SUM Hospital ରେ ବ୍ରେନ ଟ୍ୟୁମର ଅସ୍ତ୍ରୋପଚାର ହୋଇଥିବା ଖବର ପାଇ ପାଲଲହଡା ବିଧାୟକ Ashok Mohanty ହସ୍ପିଟାଲକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସେ ରିଙ୍କିଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ସହ ଚିକିତ୍ସାରେ ନିୟୋଜିତ ଡାକ୍ତରମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଡାକ୍ତରମାନଙ୍କ ଠାରୁ ଚିକିତ୍ସାର ଅଗ୍ରଗତି ଏବଂ ପରବର୍ତ୍ତୀ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଅବଗତ ହୋଇ ବିଧାୟକ ଶୀଘ୍ର ସୁସ୍ଥତା କାମନା କରିଥିଲେ। ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ମଧ୍ୟ ସେ ପରିବାରକୁ ଆଶ୍ୱାସନା ଦେଇଥିବା ଜଣାପଡ଼ିଛି। ବିଧାୟକଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରିଛନ୍ତି ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଧାମନଗର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଗଣପର୍ବ ରଜ ମହୋତ୍ସବ ଓ ସମ୍ବର୍ଦ୍ଧନା ସମାବେଶ
ଭଦ୍ରକ ଜିଲ୍ଲା ଧାମନଗର ବରିଷ୍ଠ ନାଗରିକ ପରିଷଦ ତରଫରୁ ଗଣପର୍ବ ରଜ ମହୋତ୍ସବ ଓ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାବେଶ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ନାଗରିକ ପରିଷଦ ସଭାଗୃହ ପରିସରରେ ସଭାପତି ଅନିଲ କୁମାର ବାରିକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ରାଜ୍ୟ ଗଣଶିକ୍ଷା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ ଯୋଗ ଦେଇ ଆଧ୍ୟାତ୍ମିକ ଚେତନା ଓ ଈଶ୍ୱରୀୟ ସତ୍ତାକୁ ଅନୁଭବ କଲେ ଜୀବନ ସାର୍ଥକ ହୁଏ ବୋଲି କହିଥିଲେ। ବରେଣ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ସାହୁ,ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସତ୍ୟସୁନ୍ଦର ପରିଡା,ପରିଷଦର ଉପସଭାପତି ସୁରଥ ଚନ୍ଦ୍ର ସେଠୀ,କୋଷାଧକ୍ଷ ଇଂ ନୃସିଂହ ଚରଣ ନାୟକ, ଦଶରଥ ଦାସ ପ୍ରମୁଖ ମଞ୍ଚାସିନ ହୋଇ ବର୍ଷକ ପରେ ଆସିଛି ରଜ ଏହି ଗଣପର୍ବ ରଜ ଉପଲକ୍ଷେ ଗାଁ’ଠୁ ସହର ଉତ୍ସବ ମୁଖର ସବୁଠି ପିଠା ମିଠାର ବାସ୍ନା ଏବଂ ଦୋଳି,ବାଗୁଡି ଓ ପୁଚି ଖେଳ,ରଜ ପାନ ଆଦି ଓଡିଆ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀପିତ ରଖିବା ଆବଶ୍ୟକ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ପରିଷଦ ପକ୍ଷରୁ ଡକ୍ଟରେଟ୍ ଆୱାର୍ଡ ପାଇ ଧାମନଗର ମାଟିର ଗୌରବ ଆଣିଥିବାରୁ ଶିକ୍ଷାବିତ୍ ଅବଦୁଲ ହାକିମଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଚଳିତ ବର୍ଷ ପରୀକ୍ଷାରେ ବିଭିନ୍ନ ଵର୍ଗର ଏ ୱାନ ଗ୍ରେଡ ପ୍ରାପ୍ତ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର, ଉପଢୌକନ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଜଣେ ସମାଜସେବୀ ଅନୁଷ୍ଠାନ ପ୍ରତି ସଦାସର୍ବଦା ସହଯୋଗର ହାତ ବଳାଉଥିବା ବ୍ୟକ୍ତି ପ୍ରଦୀପ ମହାପାତ୍ର(ଚଗୁଲୁ)ଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜୋନ ଦାୟିତ୍ବରେ ଥିବା ସଭାପତି ଏବଂ ବରିଷ୍ଠ ସାମ୍ବାଦିକ ବାସୁଦେବ ତ୍ରିପାଠୀ, ରସାନନ୍ଦ ମହାପାତ୍ର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ସଦସ୍ୟ ମହେଶ୍ୱର ସ୍ୱାଇଁ,ହୃଦାନନ୍ଦ କର,ଗୋଲାମ ଜିଲାନି ହବିବି,ଅଭିମନ୍ୟୁ ମଲ୍ଲିକ,କକୈଳାସ ଗୁପ୍ତା,ନରେନ୍ଦ୍ର ମଲ୍ଲିକ,ରାମଚନ୍ଦ୍ର ସାହୁ,ବିଶ୍ୱନାଥ ବେହେରା,ଲମ୍ବୋଦର ମହାନ୍ତି,ରମଣୀ ରଞ୍ଜନ ଦାଶ,ଭିକାରୀ ବେହେରା,ନିରାକାର ଧଳ,ଭାସ୍କର ସାମଲ, ଦାମୋଦର ମଲ୍ଲିକ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଏବଂ ସାମ୍ବାଦିକ,ବୁଦ୍ଧିଜୀବୀ ଯୋଗ ଦେଇଥିଲେ।ପରିଷଦର ସାଧାରଣ ସମ୍ପାଦକ ଶଚ୍ଚିକାନ୍ତ ପଣ୍ଡା ଅତିଥି ମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିବା ସହ ଉଦେଶ୍ୟ ଜ୍ଞାପନ କରିଥିଲେ। ବରିଷ୍ଠ ସଭ୍ୟ ନିରାକାର ଧଳ ଅତିଥି ପରିଚୟ ଓ ପ୍ରଭଞ୍ଜନ ରାଉଳ ବେଦ ପାଠ କରିଥିବା ବେଳେ ବରିଷ୍ଠ ସଦସ୍ୟ କୃଷ୍ଣ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
Bhadrak (ଭଦ୍ରକ) • ରିପୋର୍ଟ ଶିଶିର କୁମାର ସ୍ୱାଇଁ, ଧାମନଗର

ଅଜଣା ପିକ୍ଅପ୍ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟଙ୍କ ପୁଅ ମୃତ
ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡକେରା ଛକ ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ବଡକେରା ଗ୍ରାମର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଧରଣୀଧର ସାହୁଙ୍କ ପୁଅ ଅଭିରାମ ସାହୁ। ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଅଭିରାମ ତାଙ୍କ ସାନଭାଇଙ୍କ ସହ ବଡକେରା ଛକରୁ ଗୁପଚୁପ ନେଇ ନିଜ ଦୋକାନକୁ ଯାଉଥିବା ବେଳେ ଏକ ଅଜଣା ପିକ୍ଅପ୍ ଗାଡ଼ି ତାଙ୍କୁ ଧକ୍କା ଦେଇ ଅନୁଗୋଳ ଆଡ଼କୁ ଫେରାର ହୋଇଯାଇଥିଲା। ଦୁର୍ଘଟଣା ପରେ ସାନଭାଇଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ଅଭିରାମଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଅଭିରାମଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ
ଅନୁଗୋଳ: ସାମାନ୍ୟ କଥାକୁ କେନ୍ଦ୍ର କରି ଘଟିଗଲା ଏକ ଅଭାବନୀୟ ଘଟଣା। ସାନ ଭାଇଙ୍କ ଆକ୍ରମଣରେ ବଡ଼ ଭାଇଙ୍କ ମୃତ୍ୟୁ ଘଟିଥିବା ଘଟଣା ଅନୁଗୋଳ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ମାଣିକଯୋଡ଼ି ପଞ୍ଚାୟତର ପୋକୁଣ୍ଡା ଗ୍ରାମରେ ଗତକାଲି ରାତିରେ ଦୁଇ ଭାଇଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ଉଗ୍ର ରୂପ ନେବାରୁ ସାନ ଭାଇ ବିପିନ ସିଠ ଉତ୍ତେଜିତ ହୋଇ ବଡ଼ ଭାଇ ଟିଟୁନ ସିଠଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଟିଟୁନ ସିଠ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଖବର ପାଇ ପୁରୁଣାକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପାରିବାରିକ ବିବାଦରୁ ଘଟିଥିବା ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକ ଓ ଚାଞ୍ଚଲ୍ୟର ପରିବେଶ ସୃଷ୍ଟି କରିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ରଜପର୍ବ ଉପଲକ୍ଷେ ତେତଲଙ୍ଗା ଗ୍ରାମରେ ନିଆରା ଉତ୍ସବ, କୁନି କୁନି ପିଲାଙ୍କ ନୃତ୍ୟରେ ଝୁମିଲା ପରିବେଶ
କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ: ରଜପର୍ବ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ଗ୍ରାମ ପଞ୍ଚାୟତର ତେତଲଙ୍ଗା ଗ୍ରାମରେ ଏକ ନିଆରା ରଜ ଉତ୍ସବ ଆୟୋଜିତ ହୋଇଥିଲା। ତିନି ଦିନ ଧରି ଚାଲିଥିବା ଏହି ଉତ୍ସବରେ ଅଞ୍ଚଳବାସୀ ଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ବେଶ୍ ଉତ୍ସାହ ଓ ଆନନ୍ଦର ପରିବେଶ। ଉତ୍ସବର ପ୍ରମୁଖ ଆକର୍ଷଣ ଥିଲା କୁନି କୁନି ପିଲାମାନଙ୍କୁ ନେଇ ଆୟୋଜିତ ନୃତ୍ୟ ପ୍ରତିଯୋଗିତା। ପିଲାମାନଙ୍କ ମନୋମୁଗ୍ଧକର ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା। ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ମୁରବୀ, ସମାଜସେବୀ, ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ରହି ଉତ୍ସବକୁ ଉପଭୋଗ କରିବା ସହିତ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କୁନି ଝିଅ ସାଇସ୍ମିତା ନାୟକ ଓ ସୁକୃତି ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ସଫଳତା ଗ୍ରାମ ପାଇଁ ଗର୍ବର ବିଷୟ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ରଜପର୍ବର ପାରମ୍ପରିକତା ଓ ସାଂସ୍କୃତିକ ମହତ୍ତ୍ୱକୁ ବଜାୟ ରଖିବା ସହିତ ନୂତନ ପିଢ଼ୀଙ୍କ ମଧ୍ୟରେ ଓଡ଼ିଆ ସଂସ୍କୃତି ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଏଭଳି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସହାୟକ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ: କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇ

10-Km Road from Biju Expressway to NH-353 in Dilapidated Condition; Tourists, Students and Patients Worst Affected
Boden: 16/06 The condition of the main road connecting Tangaripada on the Biju Expressway in Karlakote area of Boden Block, Nuapada district, to National Highway-353 via the Tikhali Lower Indra Irrigation Project has deteriorated significantly. With the road surface badly damaged and large potholes emerging due to the worn-out metal layer, commuting has become increasingly hazardous. Local residents have urged the authorities to undertake immediate repair work before the onset of the monsoon season. According to reports, the Tikhali Lower Indra Irrigation Project, situated between Khariar and Komna blocks, has emerged as a popular tourist destination. Hundreds of vehicles use this route every day, while a large number of visitors travel to the site for sightseeing and picnics. However, the poor condition of the road has made travel difficult and uncomfortable for commuters and tourists alike. The road serves as a vital link connecting the Biju Expressway to Komna and Khariar through Tikhali. It also connects the Tikhali Project with NH-353 near Sanmaheswar, making it an important transportation corridor. The route further facilitates travel to Boden, Sinapali, Dharmagarh, Nabarangpur and Koraput regions. Students from villages such as Karlakote, Kireikhola, Tangaripada, Boloda, Jharanamal, Rajna, Khaira and Amera depend on this road to reach their schools and colleges. Residents also expressed concern that emergency medical services, including ambulances, often face difficulties reaching the area due to the road’s poor condition. Particularly, the approximately 5-kilometre stretch between Tikhali and Tangaripada has become severely damaged. The road surface has worn away, leaving deep potholes that have reportedly led to frequent minor accidents. Residents have therefore demanded immediate repair and renovation of the nearly 10-kilometre road stretch connecting the Biju Expressway with NH-353 before the monsoon arrives. They warned that if timely action is not taken, transportation could be severely disrupted during the rainy season, while the risk of accidents may increase further. The issue has become a major concern among local residents, who are calling for urgent intervention from the concerned authorities.
Nuapada (ନୂଆପଡ଼ା) • Reporter: Malaya Meher

ଆବାସ ଯୋଜନାରୁ ବଞ୍ଚିତ ସୈରେନ୍ଦ୍ରିଙ୍କ ପରିବାର ; ଅଭିଯୋଗ ପରେ ବି ଶୁଣୁନାହିଁ ପ୍ରଶାସନ
କୋକସରା, : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନ୍ଦାବୁଟୁରା ପଞ୍ଚାୟତ ତୁନଗାଁ ର ସୈରେନ୍ଦ୍ରି ପରାଭୋଇଙ୍କ ପରିବାର ବାସଗୃହ ଅଭାବରୁ ଦୀର୍ଘ ବର୍ଷ ହେବ ଏକ ଭଙ୍ଗା ଦଦରା ଘରେ ବସବାସ କରୁଥିବା ଦେଖା ଦେଇଛି। ପରିବାର ଲୋକେ ଆବାସ ଗୃହ ଟିଏ ପାଇଁ ପଞ୍ଚାୟତ ପ୍ରଶାସନକୁ ଅନେକ ଥର ନିବେଦନ କରିଛନ୍ତି। ହେଲେ ପଞ୍ଚାୟତ ପ୍ରଶାସନ ଏଦିଗରେ କୌଣସି ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଆବାସ ଗୃହ ପାଇଁ ଅନେକ ଦିନ ହେବ ଅନଲାଇନ୍ କରି ଗୃହ ଅପେକ୍ଷାରେ ପରିବାର ଲୋକେ ରହିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ଗୃହ ତାଲିକା ଆସି ନାହିଁ। ହେଲେ ପଞ୍ଚାୟତ ପକ୍ଷରୁ ଅନେକ ଲୋକଙ୍କୁ ପ୍ରତି ବର୍ଷ ଗୃହ ଯୋଗାଇ ଦିଆଯାଉଛି। ତେବେ ସୈରେନ୍ଦ୍ରୀ ଏକ ନିତାନ୍ତ ଗରୀବ ଶ୍ରେଣୀର ଲୋକ। ସ୍ୱାମୀ ସ୍ତ୍ରୀ ଅନ୍ୟ ଘରେ କୁଲି ମଜୁରୀ କଲେ ତାଙ୍କ ଚୂଲି ଜଳିଥାଏ। ବାସଗୃହ ଅଭାବରୁ ଅନେକ ଦିନ ହେଲା ତାଙ୍କର ଦୁଇ ପୁଅଝିଅ ଏବଂ ସ୍ୱାମୀଙ୍କ ସହିତ ଏକ ପଲିଥିନ୍ ଢ଼ଙ୍କା ମାଟି କୁଡ଼ିଆରେ ରହି ଆସୁଛନ୍ତି। ଯାହାକି ବର୍ଷା ଦିନେ ପରିବାର ଲୋକେ ଅନେକ ଅଭାବ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବର୍ତ୍ତମାନ ତାଙ୍କ ରହୁଥିବା ଏହି ଝାଟି ମାଟି ଘର ମଧ୍ୟ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି। ଯେ କୌଣସି ମୁହୂର୍ତ୍ତରେ ଏହା ଭୁଶୁଡ଼ି ଯିବାର ଆଶଙ୍କା ରହିଛି। ତଥାପି ଗୃହ ଅଭାବରୁ ପରିବାର ଲୋକେ ବାଧ୍ୟ ହୋଇ ଏହି ଭଙ୍ଗା ଦଦରା ଘରେ ରହୁଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ଅପରପକ୍ଷେ କନ୍ଦାବୁଟୁରା ପଞ୍ଚାୟତରେ ନିରୀହ ଗରିବ ଶ୍ରେଣୀର ଲୋକ ମାନଙ୍କୁ ଆବାସ ଯୋଜନାରେ ସାମିଲ ନକରି ସୁବିଧାବାଦି ଧନୀକ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କୁ ପଞ୍ଚାୟତ ପ୍ରଶାସନ ପକ୍ଷରୁ ଆବାସ ଗୃହ ଯୋଗାଇ ଦିଆଯାଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଯାହା ଫଳରେ ଗ୍ରାମର ଅନେକ ଗରିବ ଶ୍ରେଣୀର ଲୋକ ମାନେ ଆବାସ ଯୋଜନାରୁ ବଞ୍ଚିତ ହୋଇ ଅନେକ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ ପାଇଛି। ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ସୈରେନ୍ଦ୍ରିଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରି ଗୃହ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Kalahandi (କଳାହାଣ୍ଡି) • ରିପୋର୍ଟ :ରିତେଶ କୁମାର ମୁଣ୍ଡ, କୋକସରା

ଡ. ଜଗନ୍ନାଥ ପ୍ରସାଦ ଦାସ ଓ ଡ. ପଲଉ ପ୍ରଧାନ କଳାହାଣ୍ଡିଆଙ୍କ ସ୍ମୃତିରେ 'ଦି ଇନିସିଏଟିଭ' ପକ୍ଷରୁ ଶୋକସଭା ଆୟୋଜିତ
ଡ. ଜଗନ୍ନାଥ ପ୍ରସାଦ ଦାସ ଓ ଡ. ପଲଉ ପ୍ରଧାନ କଳାହାଣ୍ଡିଆଙ୍କ ସ୍ମୃତିରେ 'ଦି ଇନିସିଏଟିଭ' ପକ୍ଷରୁ ଶୋକସଭା ଆୟୋଜିତ କଳାହାଣ୍ଡି-ଭବାନୀପାଟଣା,୧୪/୦୬, ଦୁର୍ଦ୍ଦିନ ମଧ୍ୟରେ ଥିବା ୧୯୬୫-୬୬ ମସିହାର କଳାହାଣ୍ଡିରେ ଜଣେ ଯୁବ ପ୍ରଶାସକ ଭାବେ ଯୋଗଦେଇ ବିକାଶର ବୀଜ ବପନ କରିବା, ଏ ଜିଲ୍ଲାବାସୀଙ୍କୁ ଲଢ଼ିବାର ବାଗ ଶିଖେଇବା ସହିତ ନିଜ ଲେଖନୀ ମୂନରେ ଆଜୀବନ କଳାହାଣ୍ଡିର ସ୍ମୃତିକୁ ସାଇତି ରଖିଥିଲେ ବିଶିଷ୍ଟ ଲେଖକ, କବି ତଥା କଳାହାଣ୍ଡିର ତତ୍କାଳୀନ ଜିଲ୍ଲାପାଳ ଡ. ଜଗନାଥ ପ୍ରସାଦ ଦାସ। ଜଣେ ପ୍ରଶାସକ ଭାବେ ନିଜର ଚାରିବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଜିଲ୍ଲାର ଉନ୍ନତି ପାଇଁ ଅନେକ ପ୍ରଚେଷ୍ଟା କରିଥିଲେ।ସେହିପରି ଜିଲ୍ଲାର ଘରେ ଘରେ ସୁପରିଚିତ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡା. ପଲଉ ପ୍ରଧାନ ନିଜ ଜୀବନକାଳର ଅର୍ଦ୍ଧାଧିକ ସମୟ ଏ ଜିଲ୍ଲାର ପୀଡ଼ିତ ଶିଶୁମାନଙ୍କୁ ନିରୋଗ ଜୀବନ ଜୀଇଁବାର ରାହା ଦେଖାଇଥିଲେ। ଗରିବ ଓ ଅସହାୟ ପିତାମାତା ଓ ସେମାନଙ୍କ ଶିଶୁମାନଙ୍କ ପାଇଁ ସେ ଦେବଦୂତ ଭାବେ ଆବିର୍ଭାବ ହୋଇଥିଲେ। କଳାହାଣ୍ଡି ମାଟି ପାଇଁ ସେମାନଙ୍କ ତ୍ୟାଗ ଓ ଅବଦାନ ଯୋଗୁଁ ଉଭୟ ବ୍ୟକ୍ତିତ୍ୱ ଜିଲ୍ଲାବାସୀଙ୍କ ସ୍ମୃତିରେ ଚିରଦିନ ଅମର ହୋଇ ରହିବେ ବୋଲି ଆଜି ଅଗ୍ରଣୀ ସଂଗଠନ 'ଦି ଇନିସିଏଟିଭ' ଆୟୋଜିତ ଶୋକସଭାରେ ଅତିଥିମାନେ ସ୍ମୃତିଚାରଣ କରିବା ସହିତ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ହୋଟେଲ ଭାଗିରଥୀ ଇନ ସମ୍ମିଳନୀ କକ୍ଷରେ ଏହି ଶୋକସଭା ଅନୁଷ୍ଠିତ ହୋଇଥିଲା। 'ଦି ଇନିସିଏଟିଭ'ର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ବାର ଏସୋସିଏସନର ସଭାପତି ସନ୍ତୋଷ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା, କବି ଲେଖକ ଓ ଗବେଷକ ତଥା ଜୟପ୍ରକାଶ ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପରମେଶ୍ୱର ମୁଣ୍ଡ, ଶିକ୍ଷାବିତ ଝସକେତନ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। କବି ଓ ଲେଖକ ବିରଞ୍ଚି ନାରାୟଣ ମୁଣ୍ଡ ସଭା ପରିଚାଳନା କରିଥିବାବେଳେ ଦି ଇନିସିଏଟିଭର ସାଧାରଣ ସଂପାଦକ ପ୍ରଦୀପ କୁମାର ଦାସ ଶେଷ ସ୍ପର୍ଶ ପ୍ରଦାନ କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ଗାଳ୍ପିକ ସୁକାନ୍ତ ସାହୁ, ସ୍ୱାଗତ ଆଇଟିସିର ଅଧ୍ୟକ୍ଷା ପ୍ରୀତି ପଟ୍ଟନାୟକ, ଶିକ୍ଷାବିତ ବେଦବ୍ୟାସ ପ୍ରଧାନ, ଦି ଇନିସିଏଟିଭର ସାଧାରଣ ସଂପାଦକ ସୁଶୀଲ କୁମାର ବାଗ, ସମାଜ ସଂଗଠକ କୃଷ୍ଣଚନ୍ଦ୍ର ପ୍ରଧାନ, ସରୋଜ ବୁଦ୍ଧିଆ, ସଞ୍ଜୀବ ପାଢ଼ୀ, ବିଦ୍ୟାଧର ସାହୁ, ପ୍ରବୀଣ କୁମାର ପଣ୍ଡା, ହେମନ୍ତ ସାହୁ, ଅନୀତା ବିଶ୍ୱାଳ, ଟି. ସୁଜାତା ଆଚାରୀ, ଦେବସ୍ମିତା ପୂଜାରୀ, ଡଙ୍ଗରଗଡ଼ ସୁରକ୍ଷା ପରିଷଦରୁ ମହେନ୍ଦ୍ର ବାଗ, କୀର୍ତ୍ତନ ମାଝୀ, ଜଗନ୍ନାଥ ଶବର, କମଳ ମାଝୀ, ମଗଶିର ମାଝୀ ପ୍ରମୁଖ ଉଭୟ ବ୍ୟକ୍ତିତ୍ୱଙ୍କ ସ୍ମୃତିଚାରଣ କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ କବି, ଲେଖକ, ଗାଳ୍ପିକ ତଥା ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ।
Kalahandi (କଳାହାଣ୍ଡି) • ରିପୋର୍ଟ : ରିତେଶ କୁମାର ମୁଣ୍ଡ, ଭବାନୀପାଟଣା

ଗାଡ଼ି ସଜାଡ଼ିବାକୁ ଡାକି ଗ୍ୟାରେଜ୍ ମାଲିକଙ୍କୁ ହତ୍ୟା; ଜଣେ ଗିରଫ, ୨ ଫେରାର
ଗଣିଆ :ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ପଣ୍ଡରାସିଂହା ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗାଡ଼ି ସଜାଡ଼ିବା ବାହାନାରେ ଡାକି ଜଣେ ଗ୍ୟାରେଜ୍ ମାଲିକଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହେଲେ ପତୁରିଆ ଗାଁର ରବୀନ୍ଦ୍ର ନାୟକ (୨୮)। ଏହି ଘଟଣାରେ ପୁଲିସ ତତ୍ପରତା ପ୍ରକାଶ କରି ଜଣେ ଅଭିଯୁକ୍ତକୁ ବନ୍ଧୁକ ସହ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି। ### 📌 କେମିତି ଥିଲା ହତ୍ୟାକାଣ୍ଡର ରଣନୀତି? ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୮ଟା ବେଳେ ବର୍ଷା ଓ ପବନ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ଥିଲା। ଏହାର ସୁଯୋଗ ନେଇ ପାଣ୍ଡରାସିଂହା ଛକରେ ଥିବା ରବୀନ୍ଦ୍ରଙ୍କ ବାଇକ୍ ଗ୍ୟାରେଜ୍ ସାମ୍ନାରେ ଏକ କାର୍ ଆସି ଅଟକିଥିଲା। କାର୍ରେ ୩ ଜଣ ଯୁବକ ଥିଲେ। କାର୍ ଚକା ଖରାପ ଅଛି ବୋଲି କହି ସେମାନେ ରବୀନ୍ଦ୍ରଙ୍କୁ ବାହାରକୁ ଡାକିଥିଲେ। ରବୀନ୍ଦ୍ର କିଛି ବୁଝିବା ପୂର୍ବରୁ କାର୍ ଭିତରୁ ଜଣେ ଯୁବକ ତାଙ୍କ ଛାତିକୁ ଗୁଳି ମାରିଥିଲା। ଗୁଳିଟି ତାଙ୍କ ଛାତି ଦେଇ ପିଠି ପଟେ ବାହାରି ଯାଇଥିଲା। ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ### 💔 ପ୍ରେମ ବ୍ୟାପାରକୁ ନେଇ ସନ୍ଦେହ! ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ହତ୍ୟାକାଣ୍ଡ ପଛରେ ପରକୀୟା ପ୍ରୀତି ବା ପ୍ରେମ ସମ୍ପର୍କର ସନ୍ଦେହ ରହିଛି। ପୁଲିସ ହାତରେ ଧରାପଡ଼ିଥିବା ମୁଖ୍ୟ ଅଭିଯୁକ୍ତଙ୍କ ପତ୍ନୀ କିଛି ଦିନ ହେବ ନିଖୋଜ ଅଛନ୍ତି। ଏହି ନିଖୋଜ ପଛରେ ମୃତ ରବୀନ୍ଦ୍ରଙ୍କ ହାତ ଥିବା ସେ ସନ୍ଦେହ କରୁଥିଲା ଏବଂ ପୂର୍ବରୁ ମଧ୍ୟ ରବୀନ୍ଦ୍ରଙ୍କୁ ଧମକଚମକ ଦେଇଥିଲା। ଶେଷରେ ତାଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କରି ଏହି ଗୁଳିକାଣ୍ଡ ଘଟାଇଥିବା ଜଣାପଡ଼ିଛି। ପୁଲିସର ତଦନ୍ତ ଜାରି ଗୁଳିମାଡ଼ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ରବୀନ୍ଦ୍ରଙ୍କୁ ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ ଓ ଏଏସ୍ଆଇ ସାହା ଆଲାମ ଖାଁ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଚଳାଇଛନ୍ତି। ଗିରଫ ଅଭିଯୁକ୍ତକୁ ପଚରାଉଚରା କରାଯାଉଛି ଏବଂ ଫେରାର ଥିବା ଅନ୍ୟ ଦୁଇ ଜଣଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।
Nayagarh (ନୟାଗଡ଼) • ବ୍ୟୁରୋ ରିପୋର୍ଟ

ରଜ ମଉଜ ହେଲା କାଳ: ଇବ୍ ନଦୀରେ ବୁଡ଼ି ନାବାଳକ ସମେତ ୨ ମୃତ, ଡାକ୍ତରଖାନାରେ ଉତ୍ତେଜନା
ଝାରସୁଗୁଡ଼ା : ରଜ ପର୍ବର ଖୁସି ଆଜି ଏକ ପରିବାର ପାଇଁ ଅତ୍ୟନ୍ତ ଦୁଃଖଦାୟକ ପାଲଟିଯାଇଛି। ଝାରସୁଗୁଡ଼ା ଜିଲ୍ଲା ଇବ୍ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ନାବାଳକଙ୍କ ସମେତ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ବୟ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ପଙ୍କଜ ସାହୁ (୨୧) ଓ ଝାରସୁଗୁଡ଼ା ସିରିଆବଗିଚା ଅଞ୍ଚଳର ଅଭିରାମ ଓରଫ୍ ଗିରିଜା ଶଙ୍କର ସାହୁ (୧୬)। ଏହି ଘଟଣା ପରେ ଚିକିତ୍ସା ଅବହେଳା ଅଭିଯୋଗ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ### 📌 କେମିତି ଘଟିଲା ଦୁର୍ଘଟଣା? ସୂଚନା ଅନୁଯାୟୀ, ସିରିଆବଗିଚା ଅଞ୍ଚଳର ଅଭିରାମଙ୍କ ଘରେ ପଙ୍କଜଙ୍କ ପରିବାର ଭଡ଼ାରେ ରହୁଥିଲେ। ରବିବାର ଛୁଟିଦିନ ଏବଂ ରଜ ମଉଜ ଥିବାରୁ ଉଭୟ ପରିବାର ମଧ୍ୟାହ୍ନରେ ଖିଆପିଆ ସାରି ବୁଲିବା ପାଇଁ ଇବ୍ ନଦୀର ବୁଢ଼ୀପଦର ନିକଟସ୍ଥ ବାଲିବନ୍ଧକୁ ଯାଇଥିଲେ। ସେଠାରେ ପଙ୍କଜ ଓ ଅଭିରାମ ନଦୀକୁ ଗାଧୋଇବାକୁ ଯାଇ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ପରିବାର ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପାଣିରୁ ଉଦ୍ଧାର କରାଯାଇଥିଲା। ### 🏥 ଚିକିତ୍ସାରେ ଅବହେଳା ଅଭିଯୋଗ, ମେଡିକାଲରେ ହୋହଲ୍ଲା ଉଭୟଙ୍କୁ ଉଦ୍ଧାର କରିବା ପରେ ପ୍ରଥମେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଏହାପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ କୌଣସି ଡାକ୍ତର କିମ୍ବା କର୍ମଚାରୀ ସେମାନଙ୍କୁ ଦେଖିବାକୁ ଆସିନଥିଲେ। ଉଦ୍ଧାରକାରୀ ଦଳର ଜଣେ ସମାଜସେବୀ ଡାକ୍ତରଖାନାରେ ପହଞ୍ଚି ପାଟିତୁଣ୍ଡ କରିବା ପରେ ଗୁରୁତରଙ୍କୁ ଆଶୁ ଚିକିତ୍ସା ବିଭାଗକୁ ନିଆଯାଇଥିଲା। ମାତ୍ର ସେଠାରେ ଏକ ଇଞ୍ଜେକ୍ସନ୍ ଦେବାର ମାତ୍ର ୫ ମିନିଟ୍ ମଧ୍ୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଠିକ୍ ସମୟରେ ଚିକିତ୍ସା ନମିଳିବା କାରଣରୁ ହିଁ ଉଭୟଙ୍କ ଜୀବନ ଯାଇଥିବା ନେଇ ପରିବାର ଓ ସ୍ଥାନୀୟ ଯୁବକମାନେ ଡାକ୍ତରଖାନା ପରିସରରେ ପ୍ରବଳ ହଙ୍ଗାମା କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ତଦନ୍ତ ଆରମ୍ଭ କରିଛି।
Jharsuguda (ଝାରସୁଗୁଡ଼ା) • ବ୍ୟୁରୋ ରିପୋର୍ଟ, ଝାରସୁଗୁଡା

Away for Livelihood, Home for Farming: Migrant Workers Return to Nuapada
Nuapada: 16/05 With the arrival of the monsoon season, villages across Nuapada district have once again begun to witness renewed activity and excitement. After spending nearly five months working as migrant labourers in other states to earn a livelihood, many workers have now started returning to their native villages. As the agricultural season begins, they are preparing to engage in farming activities on their own lands. The long-awaited reunion with family members has brought joy and a festive atmosphere to rural communities. Nuapada district has long been known for the persistent issue of labour migration. Due to the lack of adequate and permanent employment opportunities in the region, thousands of workers leave their homes every year and travel to states such as Andhra Pradesh, Telangana, Tamil Nadu, Chhattisgarh and others in search of work. However, with the onset of the monsoon and the farming season, the pull of their native soil brings them back to their villages. Yet, this return is not merely a happy family reunion; it also highlights a deeper concern regarding rural employment. Despite several welfare schemes introduced by the government, many areas still fail to provide regular and sustainable livelihood opportunities for labourers. As a result, migration for work continues to be a recurring reality, forcing workers to struggle for survival away from their homes year after year. On the other hand, although the Mahatma Gandhi National Rural Employment Guarantee Scheme (MGNREGS) remains one of the major sources of rural employment, questions are being raised about its effectiveness. Many workers allege that wages are often delayed for months even after the completion of work. Such delays compel them to seek employment outside the state once again. There are also discussions in several villages that, instead of genuine labourers, some non-working job card holders are deriving greater benefits from the scheme. These allegations have raised concerns about transparency and accountability in its implementation. According to intellectuals and social activists, the problem of migration can be significantly reduced if sustainable employment opportunities are created in rural areas, skill-based livelihood options are expanded, and timely wage payments under schemes like MGNREGS are ensured. While the returning workers are happy to be back on their native soil and participate in agricultural activities, uncertainty about their future remains evident. Therefore, people believe that strong and effective measures by the government and administration are essential to address the root causes of labour migration and provide a lasting solution to this long-standing issue.
Nuapada (ନୂଆପଡ଼ା) • By Malaya Meher

Dilapidated Anganwadi Centre Poses Serious Risk to Children; Villagers Demand Immediate Action
Boden:16/06 A serious concern has emerged from Kampur village under Larka Gram Panchayat of Boden Block in Nuapada district, where the Adarsha Anganwadi Centre No. 1 has fallen into a severely dilapidated condition, posing a potential threat to the safety of young children attending the centre. Despite repeated complaints from local residents and public representatives, neither the concerned departmental authorities nor the block administration have taken any concrete steps to address the issue. Established in 1982, the Anganwadi centre is one of the oldest in the village and has been serving the community for over four decades. However, after nearly 44 years of continuous use, the building is now reportedly in a dangerously weakened state. Every day, small children continue to attend classes in the deteriorating structure, raising fears among parents and villagers that an accident could occur at any moment. Residents allege that the condition of the building has worsened to such an extent that it poses a constant danger to the lives of innocent children. Concerned parents have repeatedly brought the matter to the notice of the Larka Sarpanch and the local Panchayat Samiti Member. In turn, both representatives have reportedly informed the administration on several occasions and raised the issue repeatedly during Panchayat Samiti meetings. However, villagers claim that their appeals have largely gone unheard. According to sources, Panchayat Samiti Member Amit Singh Deo recently raised the matter once again during a Panchayat Samiti meeting and urged the authorities to take immediate action. Despite these efforts, no administrative officer has reportedly visited the site for inspection, conducted an inquiry, or initiated any remedial measures. The continued inaction of the authorities has sparked frustration among local residents. Villagers are demanding an urgent inspection of the Anganwadi centre and have called for either immediate repair of the existing structure or the construction of a new building to ensure the safety of children. Warning of a possible agitation, parents and villagers have stated that if prompt action is not taken, they will be compelled to stage a demonstration and gherao the offices of the Block Development Officer (BDO) and the Child Development Project Officer (CDPO). The focus is now on the district administration and concerned departments, as residents await swift intervention before any unfortunate incident occurs. The people of Kampur village hope that the issue will finally receive the attention it deserves and that necessary measures will be taken to safeguard the future and safety of their children.
Nuapada (ନୂଆପଡ଼ା) • Reporter: Malaya Meher
