ବିନେକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱାଧୀନତା ଦିବସ ପାଳିତ
Balangir (ବଲାଙ୍ଗୀର)ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼, ବଲାଙ୍ଗୀରAugust 15, 2026220 views

ଟିଟିଲାଗଡ଼ :-୧୫/୮/୨୬ ବିନେକେଲା ସରକାରୀ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ଠାରେ ମହା ସମାରୋହରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଏଥିରେ ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଯଜ୍ଞସେନି ସାହୁ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୃଷ୍ଣଚନ୍ଦ୍ର ମାଝୀ ଯୋଗଦାନ ଦେଇଥିଲେ l ପ୍ରଥମେ ରାଷ୍ଟ୍ରଗାନ କରାଯାଇଥିଲା ପରେ ବିଦ୍ୟାଳୟ ର ଇନଚାର୍ଜ ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟାରାଣୀ ଦୋରା ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୁତିଚାରଣ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ହିତ ଉପଦେଶ ଦେଇଥିଲେ l ଅତିଥିମାନେ ମଧ୍ୟ ସ୍ୱାଧୀନତା ଦିବସ ଉପରେ ବକ୍ତବ୍ୟ ରଖିଥିଲେ l ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l ଏବଂ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଆ, ଇଂରାଜୀ ରଚନା ପ୍ରତିଯୋଗିତା, ବକ୍ତୃତା, ଗୀତ ପ୍ରତିଯୋଗିତାରେ ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ l ସେମାନଙ୍କୁ ମାନପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ପର୍ଶୁରାମ ସିନ୍ଧୁର, ସଦସ୍ୟା ଶ୍ରୀମତୀ ସୀତାମଣି ସାହୁ, ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଉପସ୍ଥିତ ରହିଥିବାବେଲେ ସ୍ୱାଧୀନତା ଦିବସର ପରିଚାଳନା ଦାୟିତ୍ୱ ଖେଳ ଶିକ୍ଷକ ଦନାର୍ଦନ ପାଣ୍ଡେ ନିର୍ବାହ କରିଥିଲେ l
