--:--:--
-- ---
Srishti News

ଅନୁଗୋଳ ପୋଲିସକୁ ଡିଜିପି ଡିସ୍କ ସମ୍ମାନ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 13, 2026100 views
ଅନୁଗୋଳ ପୋଲିସକୁ ଡିଜିପି ଡିସ୍କ ସମ୍ମାନ
ଅନୁଗୋଳ: ଅନୁଗୋଳ ପୋଲିସ ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅଗଷ୍ଟ ୧୨ ତାରିଖରେ ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଶା ପୋଲିସ ଡିଜିଙ୍କ ପକ୍ଷରୁ ଅନୁଗୋଳ ଏସ୍‌ପି ଶ୍ରୀ ରାହୁଲ ଜୈନ, ଆଇପିଏସ୍‌, ଇନ୍ସପେକ୍ଟର ଶ୍ରୀ ଦିଗବିଜୟ ବିଶ୍ୱାଳ ଏବଂ ଡ୍ରାଇଭର ଶ୍ରୀ ଶ୍ରୀବତ୍ସ ବେହେରାଙ୍କୁ ସମ୍ମାନଜନକ ଡିଜିପି ଡିସ୍କ ପ୍ରଦାନ କରାଯାଇଛି। ନିଷ୍ଠା, ଉତ୍ସର୍ଗୀକୃତ ସେବା, ଅନୁକରଣୀୟ କାର୍ଯ୍ୟଦକ୍ଷତା ଓ ବୃତ୍ତିଗତ ଉତ୍କର୍ଷତା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ସଫଳତା ପାଇଁ ପୁରସ୍କାରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମେତ ସମଗ୍ର ଅନୁଗୋଳ ପୋଲିସ ପରିବାରକୁ ଅଭିନନ୍ଦନ ଜଣାଯାଇଛି।