--:--:--
-- ---
Srishti News

ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ବୃକ୍ଷରୋପଣ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର ଖୋର୍ଦ୍ଧାAugust 22, 202639 views
ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ବୃକ୍ଷରୋପଣ
ଖୋର୍ଦ୍ଧା: ବେଗୁନିଆ ବ୍ଲକ ଦକ୍ଷିଣ ବେଗୁନିଆ ମଣ୍ଡଳ ଅନ୍ତର୍ଗତ ଦେଉଳି ଗ୍ରାମ ପଞ୍ଚାୟତର ରାମବନ ପୀଠ ପରିସରରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଜେପି ରାଜ୍ୟ ଉପସଭାପତି ଡ. ଯତୀନ କୁମାର ମହାନ୍ତିଙ୍କ ସମେତ ବେଗୁନିଆ ନିର୍ବାଚନମଣ୍ଡଳୀର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ରାମବନ ପୀଠ ପରିସରରେ ବହୁ ସଂଖ୍ୟାରେ ବୃକ୍ଷରୋପଣ କରିଥିଲେ। ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ଆଗାମୀ ପିଢ଼ି ପାଇଁ ସୁସ୍ଥ ପରିବେଶ ଗଠନ ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ ଆହ୍ୱାନ ଦେଇଥିଲେ।