--:--:--
-- ---
Srishti News

Web News

ମା' ତାରିଣୀଙ୍କ ଦର୍ଶନ କଲେ ବିଜେପି ନେତା ସତ୍ୟ ସାରଥୀ ମହାନ୍ତି, ରାଜ୍ୟ ନେତୃତ୍ୱଙ୍କ ସହ ନେଲେ ଆଶୀର୍ବାଦ
Jun 13, 202698 views

ମା' ତାରିଣୀଙ୍କ ଦର୍ଶନ କଲେ ବିଜେପି ନେତା ସତ୍ୟ ସାରଥୀ ମହାନ୍ତି, ରାଜ୍ୟ ନେତୃତ୍ୱଙ୍କ ସହ ନେଲେ ଆଶୀର୍ବାଦ

ଘଟଗାଁ/କେନ୍ଦୁଝର: ପବିତ୍ର ଘଟଗାଁ ସ୍ଥିତ ମା' ତାରିଣୀ ପୀଠରେ ଏରସମା-ବାଲିକୁଦା ନିର୍ବାଚନ ମଣ୍ଡଳୀର ବିଜେପି ନେତା ସତ୍ୟ ସାରଥୀ ମହାନ୍ତି ମା'ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହି ଅବସରରେ ତାଙ୍କ ସହ ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ Manmohan Samal ଏବଂ ରାଜ୍ୟର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ Sampad Chandra Swain ଉପସ୍ଥିତ ଥିଲେ। ମା' ତାରିଣୀଙ୍କ ଅପାର କୃପା ଓ ଆଶୀର୍ବାଦ ଜନସେବାର ପଥରେ ସବୁଠାରୁ ବଡ଼ ପ୍ରେରଣା ବୋଲି କହି ସତ୍ୟ ସାରଥୀ ମହାନ୍ତି ଅଞ୍ଚଳବାସୀଙ୍କ ସେବା ଓ ବିକାଶ ପାଇଁ ନିଜର ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରିଥିଲେ। ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀଙ୍କ ଦର୍ଶନ ପରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ବିଜେପି ନେତାମାନେ କହିଥିଲେ ଯେ, ଭାରତୀୟ ଜନତା ପାର୍ଟି ସଦା ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ଆଧ୍ୟାତ୍ମିକ ପରମ୍ପରାକୁ ସମ୍ମାନ ଦେଇ ଗରିବ କଲ୍ୟାଣ ଏବଂ ଜନସେବା ଭିତ୍ତିକ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେଇ ଆସୁଛି। ଦେଶର ବିକାଶ ଏବଂ ଓଡ଼ିଶାର ସର୍ବାଙ୍ଗୀଣ ପ୍ରଗତି ପାଇଁ ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦ କାମନା କରାଯାଇଥିଲା। ଶେଷରେ ମା' ତାରିଣୀଙ୍କ କୃପା ସମସ୍ତ ଓଡ଼ିଶାବାସୀଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଶକ୍ତି ଆଣୁ ବୋଲି ପ୍ରାର୍ଥନା କରାଯାଇଥିଲା।

Kendujhar (କେନ୍ଦୁଝର)ରିପୋର୍ଟ: ରମେଶ ଚନ୍ଦ୍ର ବାରିକ

Excise Department Seizes Over 12 Kg Ganja and 700 Bottles of Cough Syrup in Khariar; One Arrested
Jun 13, 2026317 views

Excise Department Seizes Over 12 Kg Ganja and 700 Bottles of Cough Syrup in Khariar; One Arrested

Khariar, June 13,: In a major crackdown on illegal narcotics trade, the Excise Department conducted a raid at Sahu Pada in Khariar town of Nuapada district and seized a huge quantity of ganja and intoxicating cough syrup. One person was arrested and later forwarded to court. According to official sources, acting on reliable intelligence regarding illegal drug trafficking in the area, a special Excise team carried out a raid on Friday between 6:30 AM and 8:00 AM. During the operation, the team apprehended Nitesh Sahu (19), a resident of Ward No. 5, Sahu Pada, Khariar, while he was allegedly storing and selling contraband substances from his shop. During the search, officials seized: 12,100 grams (12.1 kg) of ganja & 700 bottles of intoxicating cough syrup, each containing 100 ml, amounting to a total of 70 litres. The accused was taken into custody and subsequently produced before the court under the relevant provisions of law. The successful operation was conducted under the supervision of Nuapada District Excise Superintendent Sanghamitra Pradhan. The raiding team was led by Excise Inspector Hirabati Acharya and included Khariar ASI Alekh Putel, Brundabati Bhua, Mobile Squad SI Debashish Sridhar, along with other Excise personnel. The Excise Department has reiterated its commitment to taking stringent action against illegal narcotics and intoxicant trafficking in the district and appealed to the public to provide information about such activities to help maintain law and order.

Nuapada (ନୂଆପଡ଼ା)Reporter: Malaya Meher

ବୁର୍ଲା ଆନନ୍ଦ ବିହାର ସ୍ଥିତ MCLର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା
Jun 13, 2026118 views

ବୁର୍ଲା ଆନନ୍ଦ ବିହାର ସ୍ଥିତ MCLର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା

ବୁର୍ଲା ଆନନ୍ଦ ବିହାର ସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମସିଏଲ)ର ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ମହିଳା ଜଣକ ହେଉଛନ୍ତି ଅନୁଗୁଳ ଜିଲା ତାଳଚେର ସହରର ଆୟୁସ୍ମିତା ସାମତ(୨୩)। ସେ ବୁର୍ଲା ଏମସିଏଲର ଫାଇନାନ୍ସ ଡିପାର୍ଟମେଣ୍ଟ (ଆକାଉଣ୍ଟସ ସେକ୍ସନ)ରେ କ୍ଲର୍କ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ପିତା ସ୍ବର୍ଗତ ସୁଦେଶ କୁମାର ସାମତ ମଧ୍ୟ ଏମସିଏଲର ଜଣେ କର୍ମଚାରୀ ଥିଲେ ଏବଂ ତାଙ୍କ ଦେହାନ୍ତ ପରେ ଆୟୁସ୍ମିତାଙ୍କୁ ଏହି ଚାକିରି ମିଳିଥିଲା। ଏଠାରେ ଏମସିଏଲ ଜାଗୃତି ବିହାର ସରକାରୀ କ୍ୱାର୍ଟର ନମ୍ବର ୩୬ (ବି-ଟାଇପ, ବ୍ଲକ ନମ୍ବର ୫)ରେ ଏକୁଟିଆ ରହୁଥିଲେ। ଆଜି ଡ୍ୟୁଟି ସମୟରେ ସେ ଅଫିସ ନ ପହଞ୍ଚିବାରୁ ସହକର୍ମୀ ଓ ସାଙ୍ଗମାନେ ତାଙ୍କୁ ଫୋନ କରିଥିଲେ। ମାତ୍ର ବାରମ୍ବାର ଫୋନ କରିବା ସତ୍ତ୍ୱେ ସେ କଲ ଗ୍ରହଣ କରି ନ ଥିଲେ। ତେଣୁ ସନ୍ଦେହ ହେବାରୁ ସାଙ୍ଗମାନେ ତାଙ୍କ କ୍ୱାର୍ଟରକୁ ଯାଇ କବାଟ ବାଡେଇଥିଲେ। କବାଟ ନ ଖୋଲିବାରୁ ସେମାନେ ଏମସିଏଲ ସିକ୍ୟୁରିଟି ଇନଚାର୍ଜଙ୍କୁ ଜଣାଇଥିଲେ। ପରେ ସିକ୍ୟୁରିଟି କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝରକା ଦେଇ ଦେଖିବା ବେଳକୁ ଆୟୁସ୍ମିତା ଏକ ଦଉଡି ସାହାଯ୍ୟରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ବୁର୍ଲା ପୋଲିସ ପହଞ୍ଚି ଶବ ଉଦ୍ଧାର ପାଇଁ ମାଜିଷ୍ଟ୍ରେଟଙ୍କ ଅପେକ୍ଷାରେ ରହିଛି। ମୃତଦେହକୁ ଏପର୍ଯ୍ୟନ୍ତ କ୍ୱାର୍ଟରରୁ ବାହାର କରାଯାଇ ନାହିଁ। ଅପରପକ୍ଷରେ ଆୟୁସ୍ମିତାଙ୍କ ମା’ ଓ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଖବର ଦିଆଯାଇଛି। ପରିବାର ଲୋକ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭଙ୍ଗାଯାଇ ମୃତଦେହ ଜବତ କରାଯିବ ଏବଂ ପଞ୍ଚନାମା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ସୂଚନା ଦେଇଛି। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

Sambalpur (ସମ୍ବଲପୁର)ତରଣୀ ପଟେଲ, ସମ୍ବଲପୁର

ବାରକୋଟ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ନୂତନ ବିଇଓ ହାଡ଼ିବନ୍ଧୁ ବେହେରାଙ୍କ ଯୋଗଦାନ
Jun 13, 202692 views

ବାରକୋଟ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ନୂତନ ବିଇଓ ହାଡ଼ିବନ୍ଧୁ ବେହେରାଙ୍କ ଯୋଗଦାନ

ବାରକୋଟ: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ର ବାରକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଶ୍ରୀଯୁକ୍ତ ହାଡ଼ିବନ୍ଧୁ ବେହେରାଙ୍କ ଯୋଗଦାନ ରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ତଥା ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଉଲ୍ଲସିତ ହୋଇ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ଏହା ପରେ ବାରକୋଟ ବି.ଆର୍.ସି.ସି କମ୍ ଏ.ବି.ଇ.ଓ କ୍ଷୀରୋଦ ବିହାରୀ ସାହୁ, ଏ.ବି.ଇ.ଓ ବିଜୟ କୁମାର ସାହୁ ଫୁଲତୋଡା ଦେଇ ସ୍ୱାଗତ ସମ୍ଭାଷଣ ଜଣାଇଥିଲେ। ବାରକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଶ୍ରୀଯୁକ୍ତ ହାଡ଼ିବନ୍ଧୁ ବେହେରା ସ୍ଥାୟୀ ଅଧିକାରୀ ଭାବେ ନିଯୁକ୍ତ ହୋଇଥିବାରୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି।

Deogarh (ଦେଓଗଡ଼)ରିପୋର୍ଟ: ନରୋତ୍ତମ ପରିଡା, ବାରକୋଟ

SIR ପାଇଁ ଧର୍ମଗଡ ବିଡିଓ ତହସିଲଦାରଙ୍କ ଗ୍ରାମପଞ୍ଚାୟତ ପରିଦର୍ଶନ
Jun 13, 202682 views

SIR ପାଇଁ ଧର୍ମଗଡ ବିଡିଓ ତହସିଲଦାରଙ୍କ ଗ୍ରାମପଞ୍ଚାୟତ ପରିଦର୍ଶନ

ଧର୍ମଗଡ: ବର୍ତ୍ତମାନ ସମୟ ରେ ଚାଲିଥିବା ରାଜ୍ୟ ର sir କାର୍ଯ୍ୟକୁ ସମୀକ୍ଷା ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ପଞ୍ଚାୟତ ଗସ୍ତ। ଧର୍ମଗଡ ବ୍ଲକର ବିଡିଓ ସଦାଶିବ ନାୟକ ତହସିଲଦାର କୀର୍ତ୍ତିଚନ୍ଦ୍ର ପଧାନଙ୍କ ସମେତ ଏନଏସି ସୁପରଭାଇଯର ରମଣୀ ରଞ୍ଜନ ଦୁର୍ଗା ବ୍ଲକ ନୋଡାଲ ଅଫିସର୍ ନରେନ୍ଦ୍ର ଜଗତ ଗ୍ରାମପଞ୍ଚାୟତମାନଙ୍କୁ ଯାଇ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଧନ ସଂଶୋଧନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବ୍ଲକ ଅନ୍ତର୍ଗତ ଗଡିଆଜୋର, ଚିଲିପା,ତିପିଗୁଡ଼, କଙ୍କେରି ସମେତ ଅନେକ ପଞ୍ଚାୟତକୁ ଯାଇ ତଦାରଖ କରୁଥିବା ଦେଖିବାକୁ ମିଳୁଛି।

Kalahandi (କଳାହାଣ୍ଡି)ରିପୋର୍ଟ :ରିତେଶ କୁମାର ମୁଣ୍ଡ, ଧର୍ମଗର୍ଡ

୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜରପଡ଼ା ଥାନାର ଏଏସଆଇ ଭିଜିଲାନ୍ସ ଜାଲରେ
Jun 13, 202681 views

୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜରପଡ଼ା ଥାନାର ଏଏସଆଇ ଭିଜିଲାନ୍ସ ଜାଲରେ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ଥାନାର ଏଏସଆଇ ସୀତା ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି। ଜଣେ ଅଭିଯୋଗକାରୀଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଅନୁଗୋଳ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ କାବୁ କରିଥିଲା। ଭିଜିଲାନ୍ସ ସୂଚନା ଅନୁଯାୟୀ, ୨୪୯/୨୦୨୫ ନମ୍ବର ଏକ ମାମଲାର ଫାଇନାଲ ରିପୋର୍ଟ ଦାଖଲ କରିବା ପାଇଁ ଏଏସଆଇ ସୀତା ନାୟକ ଅଭିଯୋଗକାରୀଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିବା ପରେ ତାହାର ସତ୍ୟତା ଯାଞ୍ଚ କରାଯାଇଥିଲା। ଅଭିଯୋଗ ସତ୍ୟ ବୋଲି ଜଣାପଡ଼ିବା ପରେ ଭିଜିଲାନ୍ସ ପକ୍ଷରୁ ଏକ ଯୋଜନାବଦ୍ଧ ଚଢ଼ାଉର ବ୍ୟବସ୍ଥା କରାଯାଇଥିଲା। ଯୋଜନା ମୁତାବକ ଶୁକ୍ରବାର ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ସୀତା ନାୟକଙ୍କୁ ରଙ୍ଗେହାତ ଧରିଥିଲେ। ତାଙ୍କ ନିକଟରୁ ଲାଞ୍ଚ ବାବଦର ୮ ହଜାର ଟଙ୍କା ଜବତ କରାଯାଇଛି। ଏହାପରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତକୁ ଆଗକୁ ବଢ଼ାଯାଇଛି। ସେହିପରି ଜରପଡ଼ାସ୍ଥିତ ତାଙ୍କ କାର୍ଯ୍ୟାଳୟ, ସ୍ଥାନୀୟ ଅଞ୍ଚଳରେ ଥିବା ଭଡ଼ା ଘର ଏବଂ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଅଁଳାପାଳ ଗ୍ରାମରେ ଥିବା ଶ୍ୱଶୁର ଘରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ନେଇ ମଧ୍ୟ ଅଧିକ ତଦନ୍ତ ଚାଲିଥିବା ବେଳେ, ଏହି ଅପରେସନରେ ଭିଜିଲାନ୍ସର ତିନୋଟି ସ୍ୱତନ୍ତ୍ର ଟିମ୍ ସାମିଲ ଥିବା ସୂଚନା ମିଳିଛି। ଘଟଣାଟି ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଦାଶରଥି ଉଚ୍ଚ ବିଦ୍ୟାଳୟ କାଳୁପଡ଼ାର ନୂତନ ପ୍ରଧାନଶିକ୍ଷକ ଭାବେ ଯୋଗଦାନ ପରେ ଶ୍ରୀମତୀ ନେତାଜୀ ଭବାନୀ ସାହୁଙ୍କୁ ଶୁଭେଚ୍ଛାର ସୁଅ
Jun 13, 2026135 views

ଦାଶରଥି ଉଚ୍ଚ ବିଦ୍ୟାଳୟ କାଳୁପଡ଼ାର ନୂତନ ପ୍ରଧାନଶିକ୍ଷକ ଭାବେ ଯୋଗଦାନ ପରେ ଶ୍ରୀମତୀ ନେତାଜୀ ଭବାନୀ ସାହୁଙ୍କୁ ଶୁଭେଚ୍ଛାର ସୁଅ

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡା ଗ୍ରାମପଂଚାୟତ ଅନ୍ତର୍ଗତ ଦାଶରଥି ଉଚ୍ଚ ବିଦ୍ୟାଳୟ କାଳୁପଡ଼ା ଘାଟ ଅବସ୍ଥିତ l ସରକାର ନିୟମ ଅନୁଯାୟୀ ତିନି ଅଧିକ ଗୋଟିଏ ସରକାରୀ ବିଦ୍ୟାଳୟ ଅବସ୍ଥିତ ରହି ପାରିବେ ନାହିଁ l ତେଣୁ ଦାଶରଥି ଉଚ୍ଚବିଦ୍ୟାଳୟର ଅଧିକାଂଶ ଶିକ୍ଷକ ବଦଳି ହୋଇଛିନ୍ତି l ସେହିପରି ଅନ୍ୟତ୍ର ବିଦ୍ୟାଳୟରୁ ବଦଳି ହୋଇ ଶ୍ରୀମତୀ ନେତାଜୀ ଭବାନୀ ସାହୁ ମହୋଦୟା ଦାଶରଥି ଉଚ୍ଚ ବିଦ୍ୟାଳୟ କାଳୁପଡ଼ା ଘାଟର ନୂତନ ପ୍ରଧାନ ଶିକ୍ଷୟତ୍ରୀ ଭାବରେ ଯୋଗଦାନ କରିଛନ୍ତି l ତେଣୁ ଦାଶରଥି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଉତ୍ତରୀ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l ପ୍ରଧାନ ଶିକ୍ଷୟିତ୍ରୀ ଯୋଗଦାନ ଅବସରରେ ମୁଖ୍ୟଉପଦେଷ୍ଟା ଭାବରେ ଲଷ୍ମଣ କୁମାର ପ୍ରଧାନ ସହ ଅନ୍ୟାନ୍ୟ ସୁରେଶ କୁମାର ସ୍ୱାଇଁ, ବରିଷ୍ଠl ପ୍ରତିମା ଦିଦି,ବେନୁଗୋପାଳ ଦୋରା, ଜିତେନ୍ଦ୍ର କୁମାର ମଲ୍ଲିକ, ପ୍ରାଚୀସୋପ୍ନା ଲେଙ୍କା, ସ୍ମାରରୀକା ଶତପଥୀ, ପିଅନ କାଳିଆ, ସରୁଜୁ ଉପସ୍ଥିତ ରହି ସ୍ୱାଗତ ଜାଣିଇ ଥିଲେ l ତାହାସହିତ ଆଲାମୋନୀ କମିଟିର ଚ୍ୟାୟାରମ୍ୟାନ ଶେଷଦେବ ରାୟଗୌବ ସହିତ ଆଲାମୋନୀ କମିଟିର ସଦସ୍ୟ ସୁରେନ୍ଦ୍ର କୁମାର ମଲିକ ଉପସ୍ଥିତ ଥାଇ ସ୍ୱାଗତ ଜଣାଇ ଥିଲେ l

Khordha (ଖୋର୍ଦ୍ଧା)ରିପୋର୍ଟ : ଯଦୁମଣି ବେହେରା, କାଳୁପଡ଼ା, ଚିଲିକା,ଖୋର୍ଦ୍ଧା

ବାଣ୍ଡିଗା ଗ୍ରାମ ପଞ୍ଚାୟତରେ 8-10 ବର୍ଷ ହେଲା ଭୋଗୁଛନ୍ତି ଡ୍ରେନ୍ ଦୁର୍ଦଶା
Jun 13, 202671 views

ବାଣ୍ଡିଗା ଗ୍ରାମ ପଞ୍ଚାୟତରେ 8-10 ବର୍ଷ ହେଲା ଭୋଗୁଛନ୍ତି ଡ୍ରେନ୍ ଦୁର୍ଦଶା

ଜୟପାଟଣା: ଧର୍ମଗଡ ଉପଖଣ୍ଡ ଅନ୍ତର୍ଗତ ଜୟପାଟଣା ବ୍ଲକ ବାଣ୍ଡିଗା ଗ୍ରାମପଞ୍ଚାୟତର 60 ପରିବାରରୁ ଉର୍ଦ୍ଧ୍ୱ ଦିର୍ଘ 8-10 ବର୍ଷ ହେଲା ଭୋଗୁଛନ୍ତି ଡ୍ରେନ୍ ସମସ୍ୟା। 8 ବର୍ଷ ତଳେ ଲୋକଙ୍କ ସୁବିଧା ପାଇଁ ଡ୍ରେନ୍ ନିର୍ମାଣ ହୋଇଥିଲା କିନ୍ତୁ ଡ୍ରେନର ଉପରି ଭାଗରେ ଢାଙ୍କୁଣି ନ ଥିବାରୁ ତାହା ଲୋକଙ୍କ ସମସ୍ୟା ଦୂରୀକରଣ ହେବା ପରିବର୍ତ୍ତେ ଡ୍ରେନ୍ ସମସ୍ୟା ଦୁଇ ଗୁଣିତ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ ହେଉନାହିଁ।ଗ୍ରାମର ବାସିନ୍ଦା ସୁକ ରଣାଙ୍କ ପ୍ରତିକ୍ରିୟା ଅନୁଶାରେ ପରିବର୍ତ୍ତନ ହେଉଛନ୍ତି ସରକାରୀ ଅଧିକାରୀ, ଜନପ୍ରତିନିଧି କିନ୍ତୁ ପରିବର୍ତ୍ତନ ହେଇନି ଗ୍ରାମର ଡ୍ରେନ୍ ସମସ୍ୟା। ଗ୍ରାମର ରାସ୍ତା ସହ ଏହି ଗଲି ରାସ୍ତା ସଂଯୁକ୍ତ ଯାହାକି 60ଉର୍ଦ୍ଧ ପରିବାର ଯିବା ଆସିବା କରନ୍ତି।କିନ୍ତୁ ଡ୍ରେନ୍ ମଝିରେ ହୋଇ ଜିବାରି ଲୋକେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ବର୍ଷ ଦିନ କଥା କହିଲେ ନ ସରେ ଆଗାମୀ ଦିନରେ ବର୍ଷା ହେବାର ଥିବାରୁ ଅତିଶୀଘ୍ର ସମସ୍ୟା ଦୂରୀକରଣ ପାଇଁ ନିବେଦନ କରିଛନ୍ତି।

Kalahandi (କଳାହାଣ୍ଡି)ରିପୋର୍ଟ :ରିତେଶ କୁମାର ମୁଣ୍ଡ, ଜୟପାଟଣା

ଜୟପାଟଣାରେ ମା ଠାକୁରାଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ
Jun 13, 202664 views

ଜୟପାଟଣାରେ ମା ଠାକୁରାଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ଜୟପାଟଣା: ବର୍ତ୍ତମାନ ସମୟରେ କ୍ରିକେଟ୍ ପ୍ରତି ଲୋକଙ୍କ ପ୍ରେମ ଗଭୀର ହେବାର ନଜରକୁ ଆସୁଛି।ଏହି ପରି ପରିପେକ୍ଷୀରେ ଜୟପାଟଣା ଠାରେ ଏକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ର ଆୟୋଜନ କରିଛି ମା ଠାକୁରାଣୀ ଯୁବକ ସଂଘ ଜୟପାଟଣା ବଜାରପଡ଼ା। ଟୁର୍ଣ୍ଣାମେଣ୍ଟର ଆରମ୍ଭ 10/06/26 ରେ ହୋଇ 14/06/26 ରେ ଫାଇନାଲ ମୁକାବିଲା ଅନୁଷ୍ଟିତ ହେବ। ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନରେ ଜୟପାଟଣା ଇଲେଭେନ ଓ ହୀରାପୁର ମଧ୍ୟରେ ମ୍ୟାଚ୍ ହୋଇଥିଲା। ମ୍ୟାଚରେ ଜୟପାଟଣା ଟଛ ଜିତି ବ୍ୟାଟିଙ୍ଗ କରି 115/7 କରିଥିବାବେଳେ ହୀରାପୁର ସମସ୍ତ ୱିକେଟ୍ ହରାଇ 89 ରନରେ ଧରାଶାୟୀ ହୋଇପଡ଼ିଥିଲା। ମ୍ୟାଚଟିକୁ ଜୟପାଟଣା ଇଲେଭେନ ବିଜୟହୋଇ କ୍ଵଟର ଫାଇନାଲରେ ପ୍ରବେଶ କରିଥିଲା।ମୁଖ୍ୟ ଅତିଥି ଭାବେ ଅବିନାଶ ନନ୍ଦ , ସମ୍ମାନ ଅତିଥି ଭାବେ RMC କର୍ମଚାରୀ ମହମ୍ମଦ ତଫିକ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

Kalahandi (କଳାହାଣ୍ଡି)ରିପୋର୍ଟ : ରିତେଶ କୁମାର ମୁଣ୍ଡ, ଜୟପାଟଣା

ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତିର ଏହି ଶୁଭ ଅବସରରେ ବିଧାୟକ-ମନ୍ତୀଙ୍କ କାଳିଆ ଦର୍ଶନ
Jun 13, 202676 views

ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତିର ଏହି ଶୁଭ ଅବସରରେ ବିଧାୟକ-ମନ୍ତୀଙ୍କ କାଳିଆ ଦର୍ଶନ

ରାଜ୍ୟରେ ଜନକଲ୍ୟାଣକାରୀ ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତିର ଏହି ଶୁଭ ଅବସରରେ, ଆଜି ପିପିଲି ବିଧାୟକ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକଙ୍କ ସହ ଶିଳ୍ପ ଓ ବୈଷୟିକ ଶିକ୍ଷ୍ୟା ମନ୍ତ୍ରୀ ସମ୍ପଦ ସ୍ବାଇଁ ପବିତ୍ର ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ଯାଇ କାଳିଆ ସାଆନ୍ତଙ୍କ ଦିବ୍ୟ ଦର୍ଶନ ଲାଭ କରିବାର ସୌଭାଗ୍ୟ ପ୍ରାପ୍ତ କଲେ। ସନାତନ ସଂସ୍କୃତିର ମହାନ୍ ପ୍ରତୀକ ତଥା ବିଶ୍ୱର ସର୍ବଶ୍ରେଷ୍ଠ ଚାରିଧାମ ମଧ୍ୟରୁ ଅନ୍ୟତମ ‘ଶ୍ରୀଜଗନ୍ନାଥ ଧାମ’ ହେଉଛି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭକ୍ତି, ବିଶ୍ୱାସ ଓ ଆସ୍ଥାର ପ୍ରାଣକେନ୍ଦ୍ର। ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଓଡ଼ିଆ ଜାତିର ପ୍ରାଣ, ସ୍ପନ୍ଦନ ଏବଂ ଆମ ଅସ୍ମିତାର ଶ୍ରେଷ୍ଠ ପରିଚୟ।ଏହି ଶୁଭ ଦିନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଚରଣ କମଳରେ ସମଗ୍ର ରାଜ୍ୟବାସୀଙ୍କ ମଙ୍ଗଳ, ସୁଖ, ଶାନ୍ତି, ନିରାମୟ ଜୀବନ ଏବଂ ଅପୂର୍ବ ସମୃଦ୍ଧି ପାଇଁ ଆନ୍ତରିକ ପ୍ରାର୍ଥନା କରିଥିଲେ।

Puri (ପୁରୀ)ରିପୋର୍ଟ: ରମେଶ ଚନ୍ଦ୍ର ବାରିକ, ପୁରୀ

ନନ୍ଦାହାଣ୍ଡିରେ ରେଳ ଲାଇନ ପ୍ରକଳ୍ପ ଜମି ଅଧୂଗ୍ରହଣ ସମୀକ୍ଷା, ୧୫ ଦିନ ମଧ୍ୟରେ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ
Jun 13, 202650 views

ନନ୍ଦାହାଣ୍ଡିରେ ରେଳ ଲାଇନ ପ୍ରକଳ୍ପ ଜମି ଅଧୂଗ୍ରହଣ ସମୀକ୍ଷା, ୧୫ ଦିନ ମଧ୍ୟରେ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ

ନନ୍ଦାହାଣ୍ଡି : ମାନ୍ୟବର ପ୍ରଧାନମନ୍ତ୍ରୀ Narendra Modi 'ବିକଶିତ ଭାରତ' ଦୃଷ୍ଟିକୋଣକୁ ସାକାର କରିବା ଲକ୍ଷ୍ୟରେ ନବରଙ୍ଗପୁର ସାଂସଦ Balabhadra Majhi, ବିଧାୟକ Gouri Shankar Majhi ନନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ ରେଳ ଲାଇନ ପ୍ରକଳ୍ପ ପାଇଁ ଚାଲିଥିବା ଜମି ଅଧି ଗ୍ରହଣ ପ୍ରକ୍ରିୟା ର ସମୀକ୍ଷା କରିଥିଲେ। ଆଗାମୀ ୧୫ ଦିନ ମଧ୍ୟରେ ଅବଶିଷ୍ଟ ଜମି ଅଧୂଗ୍ରହଣ ପ୍ରକ୍ରିୟା ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ରେଳ ଲାଇନ ପ୍ରକଳ୍ପର ଅଗ୍ରଗତି, ଜମି ଅଧିଗ୍ରହଣ ସ୍ଥିତି ଏବଂ ଅବଶିଷ୍ଟ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଞ୍ଚଳିକ ବିକାଶ ଏବଂ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ପାଇଁ ଏହି ପ୍ରକଳ୍ପକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଉଲ୍ଲେଖ କରି ସାଂସଦ ଶ୍ରୀ ମାଝୀ ଅଧିକାରୀମାନଙ୍କୁ ଆଗାମୀ ୧୫ ଦିନ ମଧ୍ୟରେ ଅବଶିଷ୍ଟ ଜମି ଅଧୂଗ୍ରହଣ ପ୍ରକ୍ରିୟା ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଜନକଲ୍ୟାଣ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସରକାରଙ୍କ ପ୍ରତିବଦ୍ଧତା ଅଟଳ ରହିଛି ଏବଂ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଏଭଳି ପ୍ରକଳ୍ପଗୁଡ଼ିକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ସମୀକ୍ଷା ବୈଠକରେ ତହସିଲଦାର, ଅତିରିକୁ ତହସିଲଦାର, ଚିକିତ୍ସା ଅଧିକାରୀ, ବରିଷ୍ଠ ବ୍ୟାଙ୍କ ଅଧିକାରୀ, ଜୋନାଲ ପରିଚାଳକ, ଶାଖା ପରିଚାଳକଙ୍କ ସମେତ ବିଭିନ୍ନ ବିଭାଗର ଅଧୂକାରୀ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Nabarangpur (ନବରଙ୍ଗପୁର)ରିପୋର୍ଟ: ଗୋବିନ୍ଦ ତ୍ରିପାଠୀ, ନନ୍ଦାହାଣ୍ଡି

ଦେଶୀ ମଦ ବନ୍ଦ ନେଇ ଦାବିପତ୍ର, ଥାନା ରେ ପହଞ୍ଚି ଦାବୀ ପତ୍ର ପ୍ରଦାନ କଲେ ଗ୍ରାମ ର ଶତାଧିକ ମହିଳା
Jun 13, 202682 views

ଦେଶୀ ମଦ ବନ୍ଦ ନେଇ ଦାବିପତ୍ର, ଥାନା ରେ ପହଞ୍ଚି ଦାବୀ ପତ୍ର ପ୍ରଦାନ କଲେ ଗ୍ରାମ ର ଶତାଧିକ ମହିଳା

ଚନ୍ଦାହାଣ୍ଡି : ୧୩/୦୬, ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଞ୍ଚାୟତ ଅଧୀନ ମଣିପଦର ଓ କୁକୁରାକୋଟ ଗ୍ରାମରେ ବ୍ୟାପକ ଭାବେ ଦେଶି ମହୁଲି ମଦ ରନ୍ଧା ଓ ବିକ୍ରି କରାଯାଉଛି। ଏହା ସହିତ ଏମ୍ ଏସ ଓ ଖଜୁରୀ ରସ ମଧ୍ୟ ବିକ୍ରି ହେଉଛି। ଯାହାକୁ ସେବନ କରି ଗାଁରେ ଅଯଥାରେ ଗଣ୍ଡଗୋଳ ହେଉଛି ପୁରୁଷମାନେ ପରିବାରରେ ସ୍ତ୍ରୀ ପିଲାଛୁଆଙ୍କୁ ମାରପିଟ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ମହୁଲି, ଏମ୍ ଏସ ଓ ଖଜୁରୀ ରସ ବିକ୍ରିକୁ ବନ୍ଦ କରିବାକୁ ମଣିପଦର ଓ କୁକୁରାକୋଟ ଗ୍ରାମର ଶତାଧ‌ିକ ମହିଳା ଏକାଠି ହୋଇ ଚନ୍ଦାହାଣ୍ଡି ଥାନାକୁ ଯାଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନବେଳେ ହର ପୂଜାରୀ, ଘନ ସୋରି, କରୁଣା ମାଝୀ, କରୁଣା ପୋର୍ଟି, ଉର୍ବଶୀ ମାଝୀ, ଇନ୍ଦ୍ରା ସୋରି, ଅଁଳା ବଗର୍ଷି, ଲୋବନି ସୋରି, ନିର ନେତାମ, ଦୂର ନେତାମ, ବାସ ମାଝୀ, ଗମତି ଝାଙ୍କର, ସୁମିତ୍ରା ସୁମିତ୍ରା ସୋ ସୋରି, ଝଜନେ ଝାଙ୍କର, ମୁଁଙ୍ଗେ ଝାଙ୍କର, ଚନ୍ଦରେ ଭତ୍ରା, ମୁଁଙ୍ଗେ ଭତ୍ରା, ଲକ୍ଷ୍ମୀ ସୋରି, ଧନସେ ଭତ୍ରା ସହିତ ଗ୍ରାମର ସମସ୍ତ ମହିଳା ଉପସ୍ଥିତ ଥିଲେ।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ ଙ୍କ ରିପୋର୍ଟ ଚନ୍ଦାହାଣ୍ଡି, ନବରଙ୍ଗପୁର