--:--:--
-- ---
Srishti News

ନଶାମୁକ୍ତ ଭାରତ ଓ ସାଇବର ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 25, 202621 views
ନଶାମୁକ୍ତ ଭାରତ ଓ ସାଇବର ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ
ଖୋର୍ଦ୍ଧା: ନଶାମୁକ୍ତ ଭାରତ ଅଭିଯାନ ଏବଂ ସାଇବର ସୁରକ୍ଷା ସମ୍ପର୍କରେ ନାଚୁଣୀ ଥାନା ପକ୍ଷରୁ ନାଚୁଣୀସ୍ଥିତ ନାଇରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛିକାର୍ଯ୍ୟକ୍ରମରେ ପୋଲିସ କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟ ସେବନର କୁପରିଣାମ ସମ୍ପର୍କରେ ସଚେତନ କରିବା ସହ ନିଶାଠାରୁ ଦୂରେଇ ରହିବା ଏବଂ ସମାଜକୁ ନଶାମୁକ୍ତ କରିବା ଦିଗରେ ଯୁବପିଢ଼ିର ଭୂମିକା ନେଇ ଆଲୋଚନା କରିଥିଲେ।ଏଥିସହ ସାଇବର ଠକେଇରୁ ସୁରକ୍ଷିତ ରହିବା, ଅଜଣା ଲିଙ୍କରେ କ୍ଲିକ୍ ନକରିବା, OTP, ATM ପିନ୍‌, ବ୍ୟାଙ୍କ ତଥ୍ୟ ଓ ବ୍ୟକ୍ତିଗତ ସୂଚନା କାହା ସହିତ ଶେୟାର ନକରିବା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।ସାଇବର ଅପରାଧର ଶିକାର ହେଲେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ସଚେତନ ଓ ସତର୍କ ରହିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ନଶା ବିରୋଧୀ ଓ ସାଇବର ସୁରକ୍ଷା ସଚେତନତାର ବାର୍ତ୍ତା ପ୍ରଚାର କରିଥିଲେ।