--:--:--
-- ---
Srishti News

ନୀଟ୍‌ ସଫଳତାରେ ଛେଣ୍ଡିପଦାର ଗୌରବ ବଢ଼ାଇଲେ ଅବିନାଶ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 25, 202637 views
ନୀଟ୍‌ ସଫଳତାରେ ଛେଣ୍ଡିପଦାର ଗୌରବ ବଢ଼ାଇଲେ ଅବିନାଶ
ଛେଣ୍ଡିପଦା: ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା NEETରେ ସଫଳତା ହାସଲ କରି ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ଗୌରବ ବଢ଼ାଇଛନ୍ତି ଶାକୋସିଂହା ଗ୍ରାମର ଯୁବ ପ୍ରତିଭା ଅବିନାଶ ଆଦିତ୍ୟାନନ୍ଦ ନାୟକ। ସେ ଶ୍ରୀ ବିବେକାନନ୍ଦ ନାୟକଙ୍କ ସୁପୁତ୍ର। ଅବିନାଶଙ୍କ ଏହି ସଫଳତା ପରେ ପରିବାରବର୍ଗଙ୍କ ସମେତ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କ ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ଏହି ସଫଳତା ପାଇଁ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଅବିନାଶଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ସେ ଆହୁରି ସଫଳତା ହାସଲ କରି ସମାଜ, ଅଞ୍ଚଳ ଓ ରାଜ୍ୟର ନାମକୁ ଉଜ୍ଜ୍ୱଳ କରନ୍ତୁ ବୋଲି ବିଧାୟକ ଶୁଭକାମନା ଜଣାଇଛନ୍ତି। ଅବିନାଶଙ୍କ ଏହି ସଫଳତା ସମଗ୍ର ଛେଣ୍ଡିପଦା ଅଞ୍ଚଳ ପାଇଁ ଗର୍ବର ବିଷୟ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି।