--:--:--
-- ---
Srishti News

ଏଏମଡିଆର୍ ଆଇନ ବିରୋଧରେ ଯାଜପୁରରେ କଂଗ୍ରେସର ଶୋଭାଯାତ୍ରା

Jajpur (ଯାଜପୁର)ରିପୋର୍ଟ: ଅନିଲ କୁମାର ଜେନା, ଯାଜପୁରAugust 25, 202620 views
ଏଏମଡିଆର୍ ଆଇନ ବିରୋଧରେ ଯାଜପୁରରେ କଂଗ୍ରେସର ଶୋଭାଯାତ୍ରା
ଯାଜପୁର, ତା.୨୫/୦୮: ଏଏମଡିଆର୍ (AMDR) ଆଇନ ବିରୋଧରେ ଆଜି ଯାଜପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜିତ ହୋଇଛି। ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାଗୁଣୀ ଜେନାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ଦଳର ବହୁ କର୍ମକର୍ତ୍ତା ଓ କର୍ମୀ ଯୋଗଦେଇ ଏଏମଡିଆର୍ ଆଇନକୁ ବିରୋଧ କରିଥିଲେ। ଶୋଭାଯାତ୍ରାରେ ଯାଜପୁର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଆରତୀ ସ୍ୱାଇଁ, କୋରାଇ ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀ ହରିହର ସାହୁ, ଶ୍ରୀ ପ୍ରଫୁଲ୍ଲ କୁମାର ନାୟକଙ୍କ ସମେତ ବହୁ କଂଗ୍ରେସ ନେତା, ପଦାଧିକାରୀ ଓ କର୍ମୀ ଉପସ୍ଥିତ ଥିଲେ। ଏହି ଅବସରରେ କଂଗ୍ରେସ ନେତାମାନେ ଏଏମଡିଆର୍ ଆଇନକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ଏହାର ପ୍ରତିବାଦରେ ଦଳ ପକ୍ଷରୁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି କହିଥିଲେ। ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଲୋଗାନ ଦେଇ ଏହି ଆଇନ ବିରୋଧରେ ନିଜର ପ୍ରତିବାଦ ଜଣାଇଥିଲେ।