AI ଆଧାରିତ ଇଚାଲାଣ ବ୍ୟବସ୍ଥା ଆରମ୍ଭ, ପ୍ରଥମ ଦିନରେ ୧୦୦ରୁ ଅଧିକ ଟ୍ରାଫିକ୍ ଉଲ୍ଲଂଘନ ଚିହ୍ନଟ
ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାAugust 1, 202631 views

ଅନୁଗୋଳ: ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଓ ଟ୍ରାଫିକ୍ ନିୟମର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଅନୁଗୋଳ ପୋଲିସ ପକ୍ଷରୁ ଏଆଇ (AI) ଆଧାରିତ ଇ-ଚାଲାଣ ବ୍ୟବସ୍ଥା ଆରମ୍ଭ କରାଯାଇଛି। ମୋଟର ଯାନ ଆଇନର ଧାରା ୧୯୪(ସି) ଏବଂ ୧୯୪(ଡି) ଅନୁଯାୟୀ ଟ୍ରାଫିକ୍ ଉଲ୍ଲଂଘନକୁ ଚିହ୍ନଟ କରି ଏହି ବ୍ୟବସ୍ଥା ମାଧ୍ୟମରେ ସ୍ୱୟଂଚାଳିତ ଭାବେ ଇ-ଚାଲାଣ ପ୍ରଦାନ କରାଯାଉଛି।
ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାର ପ୍ରଥମ ଦିନରେ ହିଁ ୧୦୦ରୁ ଅଧିକ ଟ୍ରାଫିକ୍ ଉଲ୍ଲଂଘନ ଚିହ୍ନଟ ହୋଇଥିବାବେଳେ ସମ୍ପୃକ୍ତ ଉଲ୍ଲଂଘନକାରୀଙ୍କ ନିକଟକୁ ଇ-ଚାଲାଣ ପଠାଯାଇଛି।
ଅନୁଗୋଳ ପୋଲିସ ପକ୍ଷରୁ ସମସ୍ତ ଯାନଚାଳକଙ୍କୁ ଟ୍ରାଫିକ୍ ନିୟମ ପାଳନ କରିବା, ସର୍ବଦା ହେଲମେଟ୍ ପିନ୍ଧିବା ଏବଂ ଦାୟିତ୍ୱବୋଧର ସହିତ ଗାଡ଼ି ଚଳାଇବା ପାଇଁ ନିବେଦନ କରାଯାଇଛି। ପୋଲିସ କହିଛି, ନିୟମ ପାଳନ କେବଳ ନିଜର ସୁରକ୍ଷା ନୁହେଁ, ବରଂ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷାକୁ ମଧ୍ୟ ସୁନିଶ୍ଚିତ କରିଥାଏ।
