--:--:--
-- ---
Srishti News

ବେଗୁନିଆର ପୋଡାଡ଼ିହ ପଞ୍ଚାୟତରେ ବନ୍ୟା ପରିସ୍ଥିତି ସମୀକ୍ଷା କଲେ ବେଗୁନିଆ ବିଧାୟକ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର ଖୋର୍ଦ୍ଧାAugust 2, 202611 views
ବେଗୁନିଆର ପୋଡାଡ଼ିହ ପଞ୍ଚାୟତରେ ବନ୍ୟା ପରିସ୍ଥିତି ସମୀକ୍ଷା କଲେ ବେଗୁନିଆ ବିଧାୟକ
ଖୋର୍ଦ୍ଧା-: ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ପରେ ବେଗୁନିଆ ବିଧାୟକ ପୋଡାଡ଼ିହ ପଞ୍ଚାୟତର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି।ପରିଦର୍ଶନ ସମୟରେ ସେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିଥିଲେ। ବନ୍ୟାରେ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ଆବଶ୍ୟକ ସହାୟତା ଓ ସରକାରୀ ରିଲିଫ୍‌ ଯଥାଶୀଘ୍ର ପହଞ୍ଚାଇବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।ବିଧାୟକ କହିଥିଲେ ଯେ, ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଉଛି ଏବଂ ଲୋକଙ୍କୁ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦିଆଯିବ। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ଓ ଜନପ୍ରତିନିଧିମାନେ ମିଳିତ ଭାବେ କାର୍ଯ୍ୟ କରୁଥିବା ସେ ପ୍ରକାଶ କରିଥିଲେ।