--:--:--
-- ---
Srishti News

Web News

ତାଳଚେର ଫର୍ଟିଲାଇଜର ୱର୍କର୍ସ ୟୁନିଅନ ପଞ୍ଜୀକୃତ, ଶ୍ରମିକଙ୍କ ଅଧିକାର ସୁରକ୍ଷା ପାଇଁ ନୂଆ ପଦକ୍ଷେପ
Jun 29, 202691 views

ତାଳଚେର ଫର୍ଟିଲାଇଜର ୱର୍କର୍ସ ୟୁନିଅନ ପଞ୍ଜୀକୃତ, ଶ୍ରମିକଙ୍କ ଅଧିକାର ସୁରକ୍ଷା ପାଇଁ ନୂଆ ପଦକ୍ଷେପ

ଅନୁଗୋଳ: ତାଳଚେର ଫର୍ଟିଲାଇଜର କାରଖାନାର ଶ୍ରମିକମାନଙ୍କ ପାଇଁ ଏକ ଖୁସିର ଖବର। ଡାଇରେକ୍ଟରେଟ୍ ଅଫ୍ ଲେବର, ଓଡ଼ିଶା ପକ୍ଷରୁ ଟ୍ରେଡ୍ ୟୁନିଅନ ଆକ୍ଟ, ୧୯୨୬ ଅନୁଯାୟୀ "ତାଳଚେର ଫର୍ଟିଲାଇଜର ୱର୍କର୍ସ ୟୁନିଅନ" ସଫଳତାର ସହ ପଞ୍ଜୀକୃତ ହୋଇଛି। ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଶ୍ରମିକମାନେ ଠିକାଦାର ଓ କାରଖାନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ସମସ୍ୟା, ମଜୁରୀ ପ୍ରଦାନରେ ବିଳମ୍ବ, ଶ୍ରମିକ ଅଧିକାର ଓ ଅନ୍ୟାନ୍ୟ କଲ୍ୟାଣମୂଳକ ସୁବିଧା ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଆସୁଥିଲେ। ନବଗଠିତ ୟୁନିଅନ ପଞ୍ଜୀକରଣ ପରେ ଶ୍ରମିକଙ୍କ ସମସ୍ୟାର ସମାଧାନ, ସେମାନଙ୍କ ନ୍ୟାୟସଙ୍ଗତ ଅଧିକାର ସୁରକ୍ଷା ଏବଂ ମଜୁରୀ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ସଂଗଠିତ ଭାବେ କାର୍ଯ୍ୟ କରିବ ବୋଲି ୟୁନିଅନର କର୍ମକର୍ତ୍ତାମାନେ କହିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଆଗାମୀ ଦିନରେ ୟୁନିଅନ ନିଷ୍ଠାର ସହ କାର୍ଯ୍ୟ କରି ଶ୍ରମିକମାନଙ୍କ ସହଯୋଗରେ ସେମାନଙ୍କ ସ୍ୱାର୍ଥ ଓ ଅଧିକାର ରକ୍ଷା ପାଇଁ ସଦା ତତ୍ପର ରହିବ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିବସରେ ୧୭୫ ୟୁନିଟ୍ ରକ୍ତ ସଂଗ୍ରହ
Jun 29, 202683 views

ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିବସରେ ୧୭୫ ୟୁନିଟ୍ ରକ୍ତ ସଂଗ୍ରହ

ଅନୁଗୋଳ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିବସ ଅବସରରେ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ‘ସଂକଳ୍ପ ଦିବସ’ ପାଳନ ସହ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ତାଳଚେର ଦେଉଳବେଡ଼ା ଦୁର୍ଗାପଡ଼ିଆସ୍ଥିତ ଡିସିଆଇ କ୍ଲବ୍ ପରିସରରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୧୭୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଶିଳ୍ପାଞ୍ଚଳ ଶ୍ରମିକ ସଂଘର ସଭାପତି ତଥା ବିଜେପି ଜିଲ୍ଲା ଉପସଭାପତି ମନୋଜ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ୧୭୫ ଜଣ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ତାଳଚେର ନଗରପାଳ ପବିତ୍ର ଭୂତିଆ, ପ୍ରକାଶ ମହାରଣା, ପେସ୍କାର ଗଡ଼ନାୟକ ଓ ରଙ୍ଗାଧର ନାହାକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିରର ଶୁଭାରମ୍ଭ କରିଥିଲେ। ତାଳଚେର ରକ୍ତଭଣ୍ଡାରର ଡା. ବିଜୟ କୁମାର ପାଢ଼ୀଙ୍କ ତତ୍ତ୍ୱାବଧାନରେ ଟେକ୍ନିସିଆନ ପ୍ରସନ୍ନ କୁମାର ବେହେରା, କୁମୁଦ ସାହୁ ଓ ଗୋପନଚନ୍ଦ୍ର ବେହେରା ରକ୍ତ ସଂଗ୍ରହ କାର୍ଯ୍ୟ ପରିଚାଳନା କରିଥିବାବେଳେ ରାଜକିଶୋର ପ୍ରଧାନ, ଚନ୍ଦ୍ରମଣି ନାଏକ ଓ ଛବିନ୍ଦ୍ର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ପାଞ୍ଚଭୂତି ଗ୍ରାମରେ ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଭୂମି ପୂଜା ଉତ୍ସବ ପାଳିତ
Jun 29, 202693 views

ପାଞ୍ଚଭୂତି ଗ୍ରାମରେ ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଭୂମି ପୂଜା ଉତ୍ସବ ପାଳିତ

ପାଞ୍ଚଭୂତି ଗ୍ରାମରେ ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଭୂମି ପୂଜା ଉତ୍ସବ ଧାର୍ମିକ ପରମ୍ପରା ଓ ଭକ୍ତିମୟ ପରିବେଶ ମଧ୍ୟରେ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଛି। ଗ୍ରାମବାସୀ ଓ ସମାଜର ସଦସ୍ୟମାନଙ୍କ ଉପସ୍ଥିତିରେ ବିଧିବଦ୍ଧ ରୀତିନୀତି ଅନୁସାରେ ଭୂମି ପୂଜା ସମ୍ପନ୍ନ ହୋଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଲୀଳାଞ୍ଚଳ ଖିଲାର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଠା ଉପ-ସଭାପତି ସରୋଜ କାନ୍ତ ଗୌଡ଼, ସମ୍ପାଦକ ଦିଲ୍ଲୀପ କୁମାର ଗୌଡ଼, ସହ-ସମ୍ପାଦକ ସୁଶାନ୍ତ କୁମାର ମହାକୁଡ଼, ଗ୍ରାମ ସଭାପତି ଭାଗବତ ଗୌଡ଼ ଏବଂ ଗ୍ରାମ ସମ୍ପାଦକ ସୁରେନ୍ଦ୍ର ନାଥ ଗୌଡ଼ଙ୍କ ସମେତ ସମାଜର ବହୁ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ଓ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଧାର୍ମିକ ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ସମାଜର ଐକ୍ୟ, ଭ୍ରାତୃତ୍ୱ ଓ ପାରମ୍ପରିକ ସଂସ୍କୃତିର ବାର୍ତ୍ତା ପ୍ରଚାର କରାଯାଇଥିଲା।ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ପାଞ୍ଚଭୂତି ଗ୍ରାମରେ ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଭୂମି ପୂଜା ଉତ୍ସବ ପାଳିତ ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ପାଞ୍ଚଭୂତି ପାଞ୍ଚଭୂତି ଗ୍ରାମରେ ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଭୂମି ପୂଜା ଉତ୍ସବ ଧାର୍ମିକ ପରମ୍ପରା ଓ ଭକ୍ତିମୟ ପରିବେଶ ମଧ୍ୟରେ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଛି। ଗ୍ରାମବାସୀ ଓ ସମାଜର ସଦସ୍ୟମାନଙ୍କ ଉପସ୍ଥିତିରେ ବିଧିବଦ୍ଧ ରୀତିନୀତି ଅନୁସାରେ ଭୂମି ପୂଜା ସମ୍ପନ୍ନ ହୋଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଲୀଳାଞ୍ଚଳ ଖିଲାର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଠା ଉପ-ସଭାପତି ସରୋଜ କାନ୍ତ ଗୌଡ଼, ସମ୍ପାଦକ ଦିଲ୍ଲୀପ କୁମାର ଗୌଡ଼, ସହ-ସମ୍ପାଦକ ସୁଶାନ୍ତ କୁମାର ମହାକୁଡ଼, ଗ୍ରାମ ସଭାପତି ଭାଗବତ ଗୌଡ଼ ଏବଂ ଗ୍ରାମ ସମ୍ପାଦକ ସୁରେନ୍ଦ୍ର ନାଥ ଗୌଡ଼ଙ୍କ ସମେତ ସମାଜର ବହୁ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ଓ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଧାର୍ମିକ ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ସମାଜର ଐକ୍ୟ, ଭ୍ରାତୃତ୍ୱ ଓ ପାରମ୍ପରିକ ସଂସ୍କୃତିର ବାର୍ତ୍ତା ପ୍ରଚାର କରାଯାଇଥିଲା।

Ganjam (ଗଞ୍ଜାମ)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ପାଞ୍ଚଭୂତି, ଜଗନ୍ନାଥ ପ୍ରସାଦ

ରାସ୍ତା ଉପରେ ଜଳିଗଲା ହାଇବା, ଅଳ୍ପକେ ବର୍ତ୍ତିଲେ ଚାଳକ
Jun 29, 202679 views

ରାସ୍ତା ଉପରେ ଜଳିଗଲା ହାଇବା, ଅଳ୍ପକେ ବର୍ତ୍ତିଲେ ଚାଳକ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ସମଲ କେନାଲ ବାଇପାସ ରାସ୍ତାରେ ରବିବାର ବିଳମ୍ବିତ ରାତି ପ୍ରାୟ ୧୨:୩୦ ସମୟରେ ଏକ ହାଇବା ଟ୍ରକରେ ଅଚାନକ ନିଆଁ ଲାଗିଯିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ସୂଚନା ଅନୁଯାୟୀ, OD 35 H 8199 ନମ୍ବର ବିଶିଷ୍ଟ ହାଇବା ଟ୍ରକଟି ଚଳାଚଳ କରୁଥିବା ବେଳେ ହଠାତ୍ ଶର୍ଟ ସର୍କିଟ ହେବାରୁ ଗାଡ଼ିରେ ନିଆଁ ଲାଗିଥିଲା। ପରିସ୍ଥିତିକୁ ବୁଝି ଚାଳକ ତୁରନ୍ତ ଗାଡ଼ିକୁ ରାସ୍ତା କଡ଼ରେ ଅଟକାଇ ବାହାରକୁ ଓହ୍ଲାଇ ପଡ଼ିଥିବାରୁ ବଡ଼ ଅଘଟଣରୁ ଅଳ୍ପକେ ରକ୍ଷା ପାଇଥିଲେ। କିଛି ସମୟ ମଧ୍ୟରେ ନିଆଁ ସମଗ୍ର ଟ୍ରକକୁ ବ୍ୟାପିଯିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା। ଖବର ପାଇ ସମଲ ପୋଲିସ ଓ କଣିହାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ପ୍ରୟାସ ପରେ ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣାରେ କୌଣସି ଜୀବନହାନି ହୋଇନଥିବା ବେଳେ ଚାଳକ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତରୁ ଶର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ବଅଁରପାଳ ଥାନାରେ ଏସଡିପିଓଙ୍କ ସମୀକ୍ଷା ବୈଠକ, ଜନସେବାକୁ ଗୁରୁତ୍ୱ
Jun 29, 202691 views

ବଅଁରପାଳ ଥାନାରେ ଏସଡିପିଓଙ୍କ ସମୀକ୍ଷା ବୈଠକ, ଜନସେବାକୁ ଗୁରୁତ୍ୱ

ଅନୁଗୋଳ: ଅନୁଗୋଳ ଏସଡିପିଓ ବଅଁରପାଳ ଥାନା ପରିଦର୍ଶନ କରି ପୋଲିସ କର୍ମଚାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ପୋଲିସର ବୃତ୍ତିଗତ ଦକ୍ଷତା ବୃଦ୍ଧି, ସାଧାରଣ ଲୋକଙ୍କ ସହ ସୌଜନ୍ୟପୂର୍ଣ୍ଣ ବ୍ୟବହାର, ଅଭିଯୋଗର ତ୍ୱରିତ ସମାଧାନ ଏବଂ ଗୁଣାତ୍ମକ ଜନସେବା ସୁନିଶ୍ଚିତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହାସହ ପୋଲିସ କର୍ମଚାରୀମାନଙ୍କୁ କର୍ତ୍ତବ୍ୟ ପାଳନ ବେଳେ ଶୃଙ୍ଖଳା, ସ୍ୱଚ୍ଛତା, ଦାୟିତ୍ୱବୋଧ ଏବଂ ପୋଲିସ ଆଚରଣର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ସହ ଜନସାଧାରଣଙ୍କ ବିଶ୍ୱାସ ଅର୍ଜନ କରିବା ଦିଗରେ କାର୍ଯ୍ୟ କରିବାକୁ ଏସଡିପିଓ ପରାମର୍ଶ ଦେଇଥିଲେ। ବୈଠକରେ ଥାନାର ଆଇନ-ଶୃଙ୍ଖଳା ପରିସ୍ଥିତି ଓ ପୋଲିସିଂକୁ ଅଧିକ ଜନମୁଖୀ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଧାମନଗର ଏନଏସିର ଜୟନଗରରେ ଷ୍ଟ୍ରିଟ୍ ଲାଇଟ୍ ଅଚଳ; ମରାମତି ଦାବି କଲେ ସ୍ଥାନୀୟ ବାସିନ୍ଦା
Jun 29, 2026121 views

ଧାମନଗର ଏନଏସିର ଜୟନଗରରେ ଷ୍ଟ୍ରିଟ୍ ଲାଇଟ୍ ଅଚଳ; ମରାମତି ଦାବି କଲେ ସ୍ଥାନୀୟ ବାସିନ୍ଦା

ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ୩ ନମ୍ବର ୱାର୍ଡ ଅନ୍ତର୍ଗତ ଜୟନଗର ଗ୍ରାମରେ ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା ଗୁରୁତର ରୂପ ନେଇଛି। ଅଞ୍ଚଳରେ ଲାଗିଥିବା ଅନେକ ଷ୍ଟ୍ରିଟ୍ ଲାଇଟ୍‌ ମଧ୍ୟରୁ ପ୍ରାୟ ଅଧା ଅଚଳ ହୋଇ ପଡ଼ିଥିବାରୁ ସନ୍ଧ୍ୟା ପରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଏହି ସମସ୍ୟା ସମ୍ପର୍କରେ ବାରମ୍ବାର ଏନଏସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇନାହିଁ। ଫଳରେ ରାତି ସମୟରେ ଯାତାୟାତ ଓ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ସ୍ଥାନୀୟ ଲୋକମାନେ ଧାମନଗର ଏନଏସି କର୍ତ୍ତୃପକ୍ଷଙ୍କୁ ଶୀଘ୍ର ଅଚଳ ଷ୍ଟ୍ରିଟ୍ ଲାଇଟ୍‌ଗୁଡ଼ିକର ମରାମତି କରି ଆଲୋକ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଦାବି କରିଛନ୍ତି। ତେବେ, ଏହି ଅଭିଯୋଗ ନେଇ ଧାମନଗର ଏନଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ସ୍ଥାନୀୟମାନେ ଶୀଘ୍ର ପଦକ୍ଷେପ ନେବାକୁ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି।

Bhadrak (ଭଦ୍ରକ)ଧାମନଗର, ରିପୋର୍ଟ: ଶିଶିର କୁମାର ସ୍ୱାଇଁ, ଧାମନଗର

ଚୌଦ୍ୱାର ନିକଟରେ ରାସ୍ତାକଡ଼କୁ ଖସିଲା ବାବାମଣି ବସ୍; ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ
Jun 29, 202657 views

ଚୌଦ୍ୱାର ନିକଟରେ ରାସ୍ତାକଡ଼କୁ ଖସିଲା ବାବାମଣି ବସ୍; ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ

ଚୌଦ୍ୱାର: କୁଚିଣ୍ଡା–ଦେବଗଡ଼ ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବାବାମଣି ବସ୍ ଭୋର ପ୍ରାୟ ୩ଟା ୧୦ ମିନିଟ୍ ସମୟରେ ଚୌଦ୍ୱାର ପୂର୍ବରୁ ରାସ୍ତାକଡ଼କୁ ଖସିଯାଇଥିଲା। ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର ଆହତ କିମ୍ବା ପ୍ରାଣହାନି ହୋଇନଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବସ୍‌ର ସାମ୍ନା ଦ୍ୱାର ଏବଂ ପଛପଟ ଆପାତକାଳୀନ ଦ୍ୱାର ଦେଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଉଦ୍ଧାର କରିଥିଲେ। ବସ୍ ଚାଳକଙ୍କ କହିବା ଅନୁସାରେ, ହଠାତ୍ ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା ତଳକୁ ଖସିଯାଇଥିଲା। ପରବର୍ତ୍ତୀ ସମୟରେ ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବସ୍‌ରେ କଟକ ଲିଙ୍କ ଛକ ପର୍ଯ୍ୟନ୍ତ ପଠାଯାଇଥିଲା। ସେଠାରୁ ସେମାନେ ଭୁବନେଶ୍ୱର ଓ ପୁରୀ ଅଭିମୁଖୀ ବସ୍‌ରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ସମୟୋଚିତ ଉଦ୍ଧାର କାର୍ଯ୍ୟ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁଁ ଏକ ବଡ଼ ଅଘଟଣ ଏଡ଼ାଇ ଯାଇଥିବା କୁହାଯାଉଛି।

Cuttack (କଟକ)ବ୍ୟୁରୋ ରିପୋର୍ଟ, ଚୌଦ୍ୱାର, କଟକ

ଅଳ୍ପ ବର୍ଷାରେ ବୁଡ଼ିଲା ସାଲିଆସାହି; ଜଳବନ୍ଦୀ ଜୀବନ, ସ୍ଥାୟୀ ସମାଧାନ ଦାବି କଲେ ବାସିନ୍ଦା
Jun 29, 202685 views

ଅଳ୍ପ ବର୍ଷାରେ ବୁଡ଼ିଲା ସାଲିଆସାହି; ଜଳବନ୍ଦୀ ଜୀବନ, ସ୍ଥାୟୀ ସମାଧାନ ଦାବି କଲେ ବାସିନ୍ଦା

ରାଜଧାନୀ ଭୁବନେଶ୍ୱରର ସବୁଠାରୁ ବଡ଼ ବସ୍ତି ସାଲିଆସାହିରେ ଅଳ୍ପ ସମୟର ବର୍ଷା ପରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ବିକାଶର ଦାବି ମଧ୍ୟରେ ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ଅଞ୍ଚଳର ଡ୍ରେନେଜ୍ ଓ ନାଳ ନିଷ୍କାସନ ବ୍ୟବସ୍ଥା ଅକାର୍ଯ୍ୟକ୍ଷମ ଥିବାରୁ ବର୍ଷା ପାଣି ସଠିକ୍ ଭାବେ ନିଷ୍କାସନ ହୋଇପାରୁନାହିଁ। ଫଳରେ ସାମାନ୍ୟ ବର୍ଷାରେ ମଧ୍ୟ ଗଳିକନ୍ଦି ଜଳମଗ୍ନ ହୋଇ ଯାତାୟାତ ବାଧାପ୍ରାପ୍ତ ହେଉଛି। ଦୂଷିତ ପାଣି ଭିତରେ ଯିବାଆସିବା କରିବାକୁ ବାଧ୍ୟ ହେଉଥିବାରୁ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି। ବର୍ଷା ଋତୁର ଆରମ୍ଭରୁ ଏଭଳି ସ୍ଥିତି ଦେଖାଦେଇଥିବାରୁ ଆଗାମୀ ଚତୁର୍ମାସିଆ ବର୍ଷା ସମୟରେ ପରିସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ବାସିନ୍ଦାମାନେ ଆଶଙ୍କା କରୁଛନ୍ତି। ବିକାଶ ନାମରେ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ ହେଉନଥିବା ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, “ଅଳ୍ପ ବର୍ଷାରେ ଯଦି ଆଣ୍ଠୁଏ ପାଣି ଜମୁଛି, ତେବେ ଲଗାତାର ବର୍ଷା ହେଲେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ିବ। ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ଆବଶ୍ୟକ।” ତେବେ, ଏହି ଅଭିଯୋଗ ନେଇ ବିଏମସି କିମ୍ବା ସମ୍ପୃକ୍ତ ପ୍ରଶାସନର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ସାଲିଆସାହିର ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଲୋକେ ବିଏମସି ଓ ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି।

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ସାଲିଆସାହି

ସାତବାଟିଆ ବାଲି ଘାଟରେ ଅଘଟଣ, ମହାନଦୀରେ ବୁଡି ୨ ମୃତ, ଜଣେ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
Jun 29, 2026107 views

ସାତବାଟିଆ ବାଲି ଘାଟରେ ଅଘଟଣ, ମହାନଦୀରେ ବୁଡି ୨ ମୃତ, ଜଣେ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଜଗତପୁର:ଜଗତପୁର ସ୍ଥିତ ମହାନଦୀରେ ଏକ ଅଘଟଣ ଘଟିଛି । ମହାନଦୀରେ ବୁଡି ଦୁଇ ଜଣ ଯୁବକ ନିଖୋଜ ହୋଇଥିବା ଜଣାଯାଇଛି । ଜଗତପୁର ସାତବାଟିଆ ନିକଟ ମହାନଦୀ ବାଲି ଘାଟ ଠାରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରବିବାର ଦିନ କଟକ ନୂଆ ବଜାର ଅଂଚଳର ୪ ସାଙ୍ଗ ଗାଧୋଇବା ପାଇଁ ସାତବାଟିଆ ନିକଟ ମହାନଦୀକୁ ଯାଇଥିଲେ l ୪ ସାଙ୍ଗ ଗାଧୋଉଥିବା ବେଳେ କଲ୍ୟାଣୀ ନଗରର ଅମ୍ଲାନ ପ୍ରସାଦ ନାୟକ (୨୦) ସ୍ରୋତରେ ଭାସି ଯାଇଥିଲେ l ତାଙ୍କୁ ଉଦ୍ଧାର କରିବାକୁ ଅନ୍ୟ ୩ ସାଙ୍ଗ ଜଗତସିଂହପୁର କ୍ରିଷ୍ଣାନନ୍ଦପୁର ଲଙ୍କାପଡ଼ାର ମୂଳ ବାସିନ୍ଦା ତଥା ନୂଆବଜାର ମହିମା ନଗରରେ ରହୁଥିବା ପ୍ରତ୍ୟୁଷ ସ୍ୱାଇଁ (୨୦), ପୋତାପୋଖରୀର ଅର୍ଜିତ ସାହୁ(୨୧) ଓ ନୂଆବଜାର ବେଲେଶ୍ୱରର ମୁକ୍ତିପ୍ରସାଦ ଦାସ (୨୧) ଚେଷ୍ଟା କରିଥିଲେ l ପ୍ରତ୍ୟୁଷ ପହଁରି ପହଁରି ନିରାପଦରେ କୁଳରେ ପହଁଚି ଥିବା ବେଳେ ଉଦ୍ଧାର କରିବାକୁ ଯାଇଥିବା ୩ ସାଙ୍ଗ ନିଖୋଜ ହୋଇଯାଇଥିଲେ l  ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀର ତିନୋଟି ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି | ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ପ୍ରଥମେ ମୁକ୍ତିପ୍ରସାଦ ଓ କିଛି ସମୟ ପରେ ଅମ୍ଳାନଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅନ୍ୟ ଜଣେ ଯୁବକ ଅର୍ଜିତଙ୍କୁ ଉଦ୍ଧାର କରାଯାଇ ପାରିନାହିଁ | ରାତି ସମୟରେ ଉଦ୍ଧାର କାର୍ଯ୍ୟ କଷ୍ଟ ହେଉଥିବା ସତ୍ତ୍ୱେ ରାଡି ପ୍ରାୟ ୧ଟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା | ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି |

Cuttack (କଟକ)ରିପୋର୍ଟ: ସୁରେନ୍ଦ୍ର ଜେନା, କଟକ

କନକଲତା ଉଚ୍ଚ ବିଦ୍ୟାଳୟର ୨୦୦୫ ବ୍ୟାଚ ୨୧ ବର୍ଷ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ
Jun 29, 202657 views

କନକଲତା ଉଚ୍ଚ ବିଦ୍ୟାଳୟର ୨୦୦୫ ବ୍ୟାଚ ୨୧ ବର୍ଷ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଯାଜପୁର ଜିଲ୍ଲା ଯାଜପୁର ବ୍ଲକ ଅନ୍ତର୍ଗତ କନକ ଲତା ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ୨୦୦୫ ବ୍ୟାଚର ୨୧ ବର୍ଷ ପରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ସ୍କୁଲର ପୂର୍ବତନ ଶିକ୍ଷକ-ସ୍ଵର୍ଗତ ପ୍ରଫୁଲ କୁମାର ମହାନ୍ତି, ବ୍ରହ୍ମାନନ୍ଧ ରଣା, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା , ଙ୍କ ଆତ୍ମା ର ସଦ ଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ଥିଲା,ପରେ ପରେ ମଞ୍ଚାସିନ ଆଗନ୍ତୁକ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ମାନପତ୍ର ସହିତ୍ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ପୁରୁଣା ଦିନର ସ୍କୃତିକୁ ମନେ ପକାଇବା ପାଇଁ ଆଜିର ଦିନଟି ଆମ ପାଇଁ ମହତ ବୋଲି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ମତ ବ୍ୟକ୍ତ କରିଥିଲେ। ବର୍ତ୍ତ ମନର ପ୍ରଧାନ ଶିକ୍ଷକ- ରାଜ କିଶୋର ପୋଥାଳ,ଶିକ୍ଷକ ଗୋପାଳ ଚନ୍ଦ୍ର ସାହୁ, ଶିକ୍ଷୟତ୍ରୀ - ସଂଯୁକ୍ତା ସାମଲ,ରଞ୍ଜୁଲତା ଦାସ,ପ୍ରମୁଖ ଯୋଗଦାନ କରିଥିଲେ। ପରି ଚାଳନାରେ ମୁଖ୍ୟ -ଚନ୍ଧନ କୁମାର ପଣ୍ଡା,ବିନୋଦ କୁମାର ବେହେରା, ସ୍ଵାଭିମାନ ଦାସ,ବିନାୟକ ସାହୁ, ରାକେଶ ସିଂ,ସେକ ସଲାମତ,ପ୍ରାର୍ଥ ସାରଥି ମହାନ୍ତି,ସଭା ପରିଚାଳନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସବ୍ୟସାଚୀ ପତି,ବିନାୟକ ସାହୁ, ଚନ୍ଦନ କୁମାର ପଣ୍ଡା , ପିତାମ୍ବର ସାହୁ, ଧନୁର୍ଜୟ ଖଣ୍ଡାଇ,ସାଗରିକା ପଣ୍ଡା,ଲୋକନାଥ ସାହୁ, ପ୍ରଶାନ୍ତ ଯେନା, ଲକ୍ଷ୍ମୀପ୍ରିୟା ସେଠୀ, ମମତା ପଣ୍ଡା ,ସୁନିଲ ପଣ୍ଡା,ରାକେଶ କୁମାର ସିଂ, ପଦ୍ମୀନୀ ମିଶ୍ର, ଅମିତା ଦାସ,ସୁଦେଷ୍ଣା ମିଶ୍ର,ପ୍ରାର୍ଥ ସାରଥି ମହାନ୍ତି,ସ୍କୃତିରେଖା ମିଶ୍ର, ମଧୁସ୍କିତା ପାଢ଼ୀ,ବନିତା ରାଉତ,ମୋଉସୁମି ମିଶ୍ର,ଶଶ୍ମିତା ପୋଥାଳ,ବିନତି ବେହେରା, ଦେବକୀ ସିଂ, ସୁଜାତା ସାହୁ,ପ୍ରସାନ୍ତ ସାହୁ ,ଵିନୋଦ କୁମାର ବେହେରା , ନିହାର ରଂଜନ ପଣ୍ଡା, ବଳଦେବ ସାହୁ,ପ୍ରଣତି ଲେଙ୍କା ,ବିବେକାନନ୍ଦ ସାହୁ,ସ୍ଵାଗତିକା ପଣ୍ଡା, ମମତା ତ୍ରୀପାଠୀ,Smaranika panda ,ବଳଦେବ ସାହୁ ,ପ୍ରମୁଖ ଯୋଗଦାନ କରିଥିଲେ।

Jajpur (ଯାଜପୁର)ରିପୋର୍ଟ -ନିରୋଜ କୁମାର ସେଠୀ

ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ
Jun 29, 202659 views

ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ

ଯାଜପୁର, ୨୮/୦୬/୨୬: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଲ୍ସ ପୋଲିଓ ଟୀକାକରଣ (ଆଇପିପିଆଇ-୨୦୨୬) ଅଭିଯାନ ଉଦଘାଟିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ର ଆଜି ଏହାର ଶୁଭାରମ୍ଭ କରିଛନ୍ତି। ୨୮ ଜୁନ ରୁ ୩୦ ଜୁନ ୨୦୨୬ ଯାଏଁ ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଯାଜପୁର ଜିଲ୍ଲାରେ ୫ ବର୍ଷରୁ କମ ବୟସର ୧,୭୮,୪୭୮ ଶିଶୁ ଏହି ପୋଲିଓ ଟିକାକରଣ ଅଭିଯାନରେ ଉପକୃତ ହେବେ। ଜିଲ୍ଲାରେ ମୋଟ ୮୪୬ ଟି ପୋଲିଓ ବୁଥ ରହିଥିବା ବେଳେ ୩୩୮୪ ଜଣ କର୍ମକର୍ତ୍ତା ଏବଂ ୧୬୫ ଜଣ ସୁପରଭାଇଜର ଏଥିପାଇଁ ନିୟୋଜିତ ହେବେ। ୨୧ ଟି ଭ୍ରାମ୍ୟମାଣ ଟିମ୍ ଏହି କାର୍ଯ୍ୟ ସମ୍ପାଦନ କରିବେ। ପ୍ରଥମ ଦିନରେ ବୁଥ ସ୍ତରୀୟ କାର୍ଯ୍ୟକ୍ରମ ହେଉଥିବା ବେଳେ ବାକି ଦୁଇ ଦିନରେ ଘରକୁ ଘର ବୁଲି ଡାକ୍ତରୀ ଟିମ୍ ପରିଦର୍ଶନ କରିବେ ଏବଂ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବେ। ଉଦଘାଟନୀ କାର୍ଯ୍ୟକ୍ରମରେ ବଡ଼ଚଣା ବାସିନ୍ଦା ବିଶ୍ୱଜିତ ରାଉତ ଓ ଜସ୍ମିନ ମିଶ୍ରଙ୍କ କନ୍ୟା ଜାହ୍ନବୀ ରାଉତଙ୍କୁ ପୋଲିଓ ବୁନ୍ଦା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଡିଏମଓ ମନୋଜ କୁମାର ସେନାପତି, ଏଡିପିଏଚସିଓ ସଂଯୁକ୍ତା ପଣ୍ଡା, ରମାକାନ୍ତ ବାରିକ, ଦୋଳଗୋବିନ୍ଦ ପଣ୍ଡା, ସିସିଟି ରମେଶ କୁମାର ମିଶ୍ର, ଜାକି ଆଲାମ, ମାନସ ରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Jajpur (ଯାଜପୁର)ରିପୋର୍ଟ -ନିରୋଜ କୁମାର ସେଠୀ

ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ
Jun 29, 202657 views

ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ

ଯାଜପୁର, ୨୮/୦୬/୨୬: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଲ୍ସ ପୋଲିଓ ଟୀକାକରଣ (ଆଇପିପିଆଇ-୨୦୨୬) ଅଭିଯାନ ଉଦଘାଟିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ର ଆଜି ଏହାର ଶୁଭାରମ୍ଭ କରିଛନ୍ତି। ୨୮ ଜୁନ ରୁ ୩୦ ଜୁନ ୨୦୨୬ ଯାଏଁ ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଯାଜପୁର ଜିଲ୍ଲାରେ ୫ ବର୍ଷରୁ କମ ବୟସର ୧,୭୮,୪୭୮ ଶିଶୁ ଏହି ପୋଲିଓ ଟିକାକରଣ ଅଭିଯାନରେ ଉପକୃତ ହେବେ। ଜିଲ୍ଲାରେ ମୋଟ ୮୪୬ ଟି ପୋଲିଓ ବୁଥ ରହିଥିବା ବେଳେ ୩୩୮୪ ଜଣ କର୍ମକର୍ତ୍ତା ଏବଂ ୧୬୫ ଜଣ ସୁପରଭାଇଜର ଏଥିପାଇଁ ନିୟୋଜିତ ହେବେ। ୨୧ ଟି ଭ୍ରାମ୍ୟମାଣ ଟିମ୍ ଏହି କାର୍ଯ୍ୟ ସମ୍ପାଦନ କରିବେ। ପ୍ରଥମ ଦିନରେ ବୁଥ ସ୍ତରୀୟ କାର୍ଯ୍ୟକ୍ରମ ହେଉଥିବା ବେଳେ ବାକି ଦୁଇ ଦିନରେ ଘରକୁ ଘର ବୁଲି ଡାକ୍ତରୀ ଟିମ୍ ପରିଦର୍ଶନ କରିବେ ଏବଂ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବେ। ଉଦଘାଟନୀ କାର୍ଯ୍ୟକ୍ରମରେ ବଡ଼ଚଣା ବାସିନ୍ଦା ବିଶ୍ୱଜିତ ରାଉତ ଓ ଜସ୍ମିନ ମିଶ୍ରଙ୍କ କନ୍ୟା ଜାହ୍ନବୀ ରାଉତଙ୍କୁ ପୋଲିଓ ବୁନ୍ଦା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଡିଏମଓ ମନୋଜ କୁମାର ସେନାପତି, ଏଡିପିଏଚସିଓ ସଂଯୁକ୍ତା ପଣ୍ଡା, ରମାକାନ୍ତ ବାରିକ, ଦୋଳଗୋବିନ୍ଦ ପଣ୍ଡା, ସିସିଟି ରମେଶ କୁମାର ମିଶ୍ର, ଜାକି ଆଲାମ, ମାନସ ରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Jajpur (ଯାଜପୁର)ରିପୋର୍ଟ -ନିରୋଜ କୁମାର ସେଠୀ