--:--:--
-- ---
Srishti News

ରାସ୍ତା ନଥିବାରୁ ବର୍ଷା ଦିନେ ସ୍ଥାନୀୟ ଲୋକେ ହନ୍ତସନ୍ତ

Nayagarh (ନୟାଗଡ଼)ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁAugust 6, 202642 views
ରାସ୍ତା ନଥିବାରୁ ବର୍ଷା ଦିନେ ସ୍ଥାନୀୟ ଲୋକେ ହନ୍ତସନ୍ତ
ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ କୋଷ୍କା ପଂଚାୟତ ଅନ୍ତର୍ଗତ କୋଷ୍କା ଗ୍ରାମଠାରୁ ରୁଗାବାଜୁ ଗ୍ରାମକୁ ସିମେଣ୍ଟ କଂକ୍ରିଟ ରାସ୍ତା ନଥିବାରୁ ଜନସାଧାରଣ ଲୋକ ଯାତାୟାତ କରିବାପାଇଁ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପଂଚାୟତରେ ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ ସରପଞ୍ଚ କଥାକୁ ଏଡ଼େଇ ଦେଇଥିବା ସ୍ଥାନୀୟ ଲୋକେ କହୁଛନ୍ତି ଏନେଇ ବ୍ଲକ ପ୍ରଶାସନଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ ଏବଂ ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି! ସ୍ଥାନୀୟ ଅଞ୍ଚଳବାସୀ ଲୋକଙ୍କ କହିବା କଥା ଶୀଘ୍ର ଏହି ସମସ୍ୟାର ସମାଧାନ କରି କାର୍ଯ୍ୟ ନିର୍ମାଣ ଆରମ୍ଭ କରିବା ପାଇଁ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି!