ଧାମନଗରର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ
Bhadrak (ଭଦ୍ରକ)ରିପୋର୍ଟ : ଶିଶିର କୁମାର ସ୍ୱାଇଁAugust 6, 202658 views

ଧାମନଗର, ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସମୀକ୍ଷା ପାଇଁ ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୁରୁବାର ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଗସ୍ତ କରିଥିଲେ। ସେ ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମ ପରିଦର୍ଶନ କରି ସ୍ୱାସ୍ଥ୍ୟସେବାର ସ୍ଥିତି ପରଖିବା ସହ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ପାନୀୟ ଜଳର ଗୁଣବତ୍ତା ଏବଂ ସଂକ୍ରାମକ ରୋଗ ନିୟନ୍ତ୍ରଣ ବ୍ୟବସ୍ଥାର ସମୀକ୍ଷା କରିଥିଲେ।
ଗସ୍ତ ସମୟରେ ମନ୍ତ୍ରୀ ବିଭିନ୍ନ ଗ୍ରାମରେ ଟ୍ୟୁବୱେଲ ଓ ପାନୀୟ ଜଳର ନମୁନା ସଂଗ୍ରହ କରାଯାଉଥିବା ଏବଂ ଜଳ ପରୀକ୍ଷା କାର୍ଯ୍ୟକ୍ରମର ଅଗ୍ରଗତି ତଦାରଖ କରିଥିଲେ। ବନ୍ୟା ପରେ ଡାଇରିଆ, ଜଣ୍ଡିସ୍ ଓ ଅନ୍ୟାନ୍ୟ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟ ବିଭାଗକୁ ସର୍ବଦା ସତର୍କ ରହିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ନିୟମିତ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ଆବଶ୍ୟକ ଔଷଧର ପର୍ଯ୍ୟାପ୍ତ ମହଜୁଦ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଥିଲେ।
ରାଜ୍ୟ ସରକାର ବନ୍ୟା ପ୍ରଭାବିତ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଥିବା ବେଳେ କୌଣସି ପ୍ରକାର ଜଳବାହିତ କିମ୍ବା ସଂକ୍ରାମକ ରୋଗ ବ୍ୟାପିବାକୁ ଦିଆଯିବ ନାହିଁ ବୋଲି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ।
