--:--:--
-- ---
Srishti News

ଝାରବନ୍ଧ ଡିଗ୍ରୀ କଲେଜରେ ଯୁବ ଭୋଟର ସଚେତନତା ଅଭିଯାନ, ନୂତନ ଭୋଟର ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ

Bargarh (ବରଗଡ଼)ରିପୋର୍ଟ: ବଂଶୀଧର ନାୟକAugust 6, 20269 views
ଝାରବନ୍ଧ ଡିଗ୍ରୀ କଲେଜରେ ଯୁବ ଭୋଟର ସଚେତନତା ଅଭିଯାନ, ନୂତନ ଭୋଟର ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ
ଝାରବନ୍ଧ: ବରଗଡ଼ ଜିଲ୍ଲାର ଝାରବନ୍ଧ ଡିଗ୍ରୀ କଲେଜ ପରିସରରେ ଯୁବ ଭୋଟର ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଶ୍ରୀ ଶ୍ୟାମ ସୁନ୍ଦର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବ୍ଲକ ବିକାଶ ଅଧିକାରୀ (ବିଡିଓ) ଶ୍ରୀ ପର୍ଶୁରାମ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏସ୍‌ଆଇଆର୍‌ (SIR)ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ନିୟମାବଳୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ସୁପରଭାଇଜର ଜଗଦୀଶ କୁମାର ସେଠ୍, ବିଏଲଓ ଦିବ୍ୟକିଶୋର ପାଣ୍ଡେ ଓ ହୃଷିକେଶ ସିଦାର ଉପସ୍ଥିତ ରହି ଛାତ୍ରଛାତ୍ରୀମାନେ କିପରି ନୂତନ ଭୋଟର ଭାବେ ନାମ ପଞ୍ଜୀକରଣ କରିପାରିବେ, ସେ ସମ୍ପର୍କରେ ଭିଡିଓ ପ୍ରଦର୍ଶନ ମାଧ୍ୟମରେ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀମାନେ ନୂତନ ଭୋଟର ତାଲିକାରେ ନାମ ସଂଯୋଗ କରିବା ପ୍ରତି ଆଗ୍ରହ ଓ ଉତ୍ସାହ ପ୍ରକାଶ କରିଥିଲେ। ଶେଷରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ସାର୍ତ୍ତିକ ସାହୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସମାପନ ଘୋଷଣା କରିଥିଲେ।