--:--:--
-- ---
Srishti News

Web News

*ବରଗଡରେ ବିଶାଳ ତିରଙ୍ଗା ରାଲିରେ ଯୋଗଦେଲେ ଶତାଧିକ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ*
Aug 11, 2026•22 views

*ବରଗଡରେ ବିଶାଳ ତିରଙ୍ଗା ରାଲିରେ ଯୋଗଦେଲେ ଶତାଧିକ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ*

ବରଗଡ - ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ଗର୍ବର ଭାବନାରେ ଆଜି ଉତ୍ସବମୁଖର ହୋଇଉଠିଥିଲା ବରଗଡ଼ ସହର। ‘ହର ଘର ତିରଙ୍ଗା’ ଅଭିଯାନର ଅଂଶସ୍ୱରୂପ ଆଜି ସକାଳ ପ୍ରାୟ ୮ଟା ସମୟରେ ବୀର ସୁରେନ୍ଦ୍ର ସାଏ ଛକ ଠାରୁ ଆୟୋଜିତ ଏକ ବିଶାଳ ତିରଙ୍ଗା ରାଲିରେ ୧୫୦୦ରୁ ଉର୍ଦ୍ଧ୍ଵ ଧିକ ଛାତ୍ରଛାତ୍ରୀ, ଏନ୍‌ସିସି, ସ୍କାଉଟ, ଗାଇଡ କ୍ୟାଡେଟ୍‌ ସ୍ୱେଚ୍ଛାସେବୀ ଓ ସାଧାରଣ ଜନତା ଉତ୍ସାହର ସହ ସାମିଲ ହୋଇଥିଲେ। ମାନ୍ୟବର ବରଗଡ଼ ବିଧାୟକ ଶ୍ରୀ ଅଶ୍ଵିନୀ ଷଡଙ୍ଗୀଙ୍କ ସମେତ ମାନ୍ୟବର ଅତାବିରା ବିଧାୟକ ନୀହାର ରଞ୍ଜନ ମହାନନ୍ଦ, ମାନ୍ୟବର ବିଜେପୁର ବିଧାୟକ ଶ୍ରୀ ସନତ ଗଡତିଆ, ଜିଲ୍ଲାପାଳ ଆଦିତ୍ୟ ଗୋୟାଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀ ଅତିଥି ଭାବେ ଉପସ୍ଥିତ ରହି “ତ୍ରିରଙ୍ଗା ଆମ ଦେଶର ଗୌରବ, ସ୍ୱାଧୀନତା ଓ ଜାତୀୟ ଏକତାର ପ୍ରତୀକ। ‘ହର ଘର ତିରଙ୍ଗା’ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବା ସହ ଜାତୀୟ ଏକତାର ବାର୍ତ୍ତା ପହଞ୍ଚାଇବା ଆମର ଲକ୍ଷ୍ୟ। ଏହି ଅଭିଯାନ ନାଗରିକଙ୍କ ମନରେ ଜାତୀୟ ପତାକା ପ୍ରତି ସମ୍ମାନ, ଦେଶପ୍ରେମ ଓ ଜାତୀୟ ଏକତାର ଭାବନାକୁ ଆହୁରି ସୁଦୃଢ଼ କରିବା ସହ ଭାରତୀୟ ସାଂସ୍କୃତିକ ଐତିହ୍ୟ ପ୍ରତି ଗର୍ବବୋଧ ସୃଷ୍ଟି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଜନସହଭାଗିତାମୂଳକ ପଦକ୍ଷେପ। ବରଗଡ଼ସୀଙ୍କ ଏହି ବିପୁଳ ଯୋଗଦାନ ତ୍ରିରଙ୍ଗା ପ୍ରତି ସେମାନଙ୍କର ଗର୍ବ ଓ ଦେଶ ପ୍ରତି ଅତୁଟ ଭଲପାଇବାର ପ୍ରମାଣ । ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ମଧୁଛନ୍ଦା ସାହୁ ,ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ଜିଲ୍ଲାସ୍ତରୀୟ ଅଧିକାରୀ କର୍ମଚାରୀ ବୀର ସୁରେନ୍ଦ୍ର ସାଏ ଛକ ଠାରୁ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଆୟୋଜିତ ଏହି ରାଲିରେ ହାତରେ ତ୍ରିରଙ୍ଗା ଧରି ଦେଶପ୍ରେମର ନାରା ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ‘ହର ଘର ତିରଙ୍ଗା’ ଧ୍ୱନିରେ ରାଲି ପଥ ପ୍ରତିଧ୍ୱନିତ ହୋଇଥିଲା।

Bargarh (ବରଗଡ଼) • ବଂଶୀଧର ନାୟକ

Sankalp Seva Sangha Sets an Example of Humanity by Giving Dignified Farewell to Dead Bull:
Aug 11, 2026•83 views

Sankalp Seva Sangha Sets an Example of Humanity by Giving Dignified Farewell to Dead Bull:

Sinapali: Once again, the leading social organisation of Sinapali, **Sankalp Seva Sangha**, has demonstrated that true service is not merely about words but about standing up for humanity and compassion when it matters most. A bull had died and its body was lying unattended on the premises of the renowned **Chandrashekhar Baba Shiva Temple** in Sinapali. After receiving information about the incident, members of Sankalp Seva Sangha immediately contacted the Sarpanch of Sinapali Gram Panchayat and sought assistance. With the help of a panchayat tractor, the body of the bull was respectfully removed from the temple premises and taken to a suitable location, where it was safely buried. The initiative prevented the animal's remains from continuing to lie unattended at a religious and public place. The service activity was carried out in the presence of prominent members of Sankalp Seva Sangha, including **Chittaranjan Meher, Suraj Kumar Meher, Bidyadhar Sa, Buddhadev Meher, Lingaraj Jagat, Jitendra Kumar Meher, Dhananjay Meher and Bharat Chandra Nial**, along with the president of the Chandrashekhar Temple Committee. > **“Sankalp is not merely a name; our fundamental objective is to put service into action.”** ## **A Service Organisation Shows the Way** The initiative has once again highlighted the commitment of Sankalp Seva Sangha towards social responsibility. Giving a dignified farewell to an animal that had been left unattended reflects a strong sense of compassion and respect for life. The incident, however, also raises an important question: **Who owned the bull, and why was it left unattended after its death?** ## **Are Cattle Valued Only for Their Milk?** The incident has also brought to the forefront a disturbing issue concerning the way some cattle owners treat their animals. In society, cows are often revered as sacred animals. Yet, in practice, there are instances where cattle are cared for only as long as they provide economic benefit. A cow may receive attention when she provides milk, but once she becomes old, weak, sick or stops producing milk, some owners abandon her on roads and public places. Similarly, bulls and other cattle are sometimes left without adequate food, shelter or medical care. Such behaviour is not only irresponsible but also raises serious questions about our moral and social consciousness. **Keeping cattle merely for milk or economic benefit, while neglecting them when they become dependent or unproductive, cannot be considered responsible animal ownership.** Those who take responsibility for an animal must also accept the responsibility of caring for it throughout its life. ## **One Side Shows Neglect, the Other Shows Humanity** The incident presents two contrasting pictures before society. On one side, there is the disturbing possibility of an animal being abandoned without proper care or even a dignified final disposal. On the other side, there are members of Sankalp Seva Sangha who came forward to handle the situation respectfully, despite the animal not belonging to them. This contrast sends a powerful message: **compassion should not end where personal benefit ends.** The public and intellectual circles of Sinapali have appreciated the initiative of Sankalp Seva Sangha, describing it as an inspiring example for others. The incident should also serve as a wake-up call for cattle owners. **Cattle are living beings, not merely sources of milk, labour or income. They deserve food, shelter, medical attention, protection and care throughout their lives.** The service rendered by Sankalp Seva Sangha was therefore much more than the disposal of a dead bull. It was a reminder to society that **true humanity lies in respecting life—even when there is nothing left to gain from it.**

Nuapada (ନୂଆପଡ଼ା) • Report: Malaya Meher, DC

ମନ୍ଦିର ପ୍ରାଙ୍ଗଣରୁ ମୃତ ବଳଦର ମରଶରୀର ଉଦ୍ଧାର: ମାନବିକତାର ନିଆରା ଉଦାହରଣ ‘ସଂକଳ୍ପ ସେବା ସଂଘ’: ଗୋମାତାଙ୍କୁ ନେଇ ଆମର ଭକ୍ତି କେବଳ ଦୁଗ୍ଧ ପର୍ଯ୍ୟନ୍ତ? ମାଲିକଙ୍କ ଦାୟିତ୍ୱହୀନତା ଉପରେ ଉଠିଲା ପ୍ରଶ୍ନ
Aug 11, 2026•96 views

ମନ୍ଦିର ପ୍ରାଙ୍ଗଣରୁ ମୃତ ବଳଦର ମରଶରୀର ଉଦ୍ଧାର: ମାନବିକତାର ନିଆରା ଉଦାହରଣ ‘ସଂକଳ୍ପ ସେବା ସଂଘ’: ଗୋମାତାଙ୍କୁ ନେଇ ଆମର ଭକ୍ତି କେବଳ ଦୁଗ୍ଧ ପର୍ଯ୍ୟନ୍ତ? ମାଲିକଙ୍କ ଦାୟିତ୍ୱହୀନତା ଉପରେ ଉଠିଲା ପ୍ରଶ୍ନ

ସିନାପାଲି: ନିଃସ୍ୱାର୍ଥ ସେବା, ମାନବିକତା ଓ ସାମାଜିକ ଦାୟିତ୍ୱର ଆଉ ଏକ ଉଦାହରଣ ସୃଷ୍ଟି କରିଛି ସିନାପାଲିର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସଂକଳ୍ପ ସେବା ସଂଘ’। ଜଣେ ମୃତ ବଳଦକୁ ଅସହାୟ ଅବସ୍ଥାରେ ଛାଡ଼ି ଦିଆଯାଇଥିବା ବେଳେ ତାହାର ମରଶରୀରକୁ ସମ୍ମାନର ସହ ଉଦ୍ଧାର କରି ସୁରକ୍ଷିତ ଭାବେ ପୋତି ଦେଇଛନ୍ତି ସଂଘର ସଦସ୍ୟମାନେ। ଖବରରୁ ପ୍ରକାଶ ଯେ, ସିନାପାଲିସ୍ଥିତ ପ୍ରସିଦ୍ଧ ବାବା ଚନ୍ଦ୍ରଶେଖର ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ବଳଦର ମୃତ୍ୟୁ ଘଟିବା ପରେ ତାହାର ମରଶରୀର ପଡ଼ି ରହିଥିଲା। ଏ ସମ୍ପର୍କରେ ସୂଚନା ପାଇବା ପରେ ‘ସଂକଳ୍ପ ସେବା ସଂଘ’ର ସଦସ୍ୟମାନେ ତୁରନ୍ତ ସିନାପାଲି ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ସହ ଯୋଗାଯୋଗ କରିଥିଲେ। ପଞ୍ଚାୟତର ଟ୍ରାକ୍ଟର ସହାୟତାରେ ମନ୍ଦିର ପରିସରରୁ ବଳଦର ମରଶରୀରକୁ ସମ୍ମାନର ସହ ଉଠାଇ ନିଆଯାଇଥିଲା। ପରେ ମନ୍ଦିର ପରିସରଠାରୁ ଦୂରରେ ଏକ ସୁରକ୍ଷିତ ସ୍ଥାନରେ ତାହାକୁ ପୋତି ଦିଆଯାଇଥିଲା। ଏହି ସମଗ୍ର ସେବା କାର୍ଯ୍ୟ ମାଧ୍ୟମରେ ସଂଘର ସଦସ୍ୟମାନେ ପୁଣିଥରେ ସମାଜକୁ ମାନବିକତାର ଏକ ଉତ୍କୃଷ୍ଟ ବାର୍ତ୍ତା ଦେଇଛନ୍ତି। ଏହି ସେବା କାର୍ଯ୍ୟରେ ସଂଘର ପ୍ରମୁଖ ସମାଜସେବୀ ଚିତ୍ତରଞ୍ଜନ ମେହେର, ସୁରଜ କୁମାର ମେହେର, ବିଦ୍ୟାଧର ସା, ବୁଦ୍ଧଦେବ ମେହେର, ଲିଙ୍ଗରାଜ ଜଗତ, ଜିତେନ୍ଦ୍ର କୁମାର ମେହେର, ଧନଞ୍ଜୟ ମେହେର ଓ ଭରତ ଚନ୍ଦ୍ର ନିଆଲଙ୍କ ସମେତ ବାବା ଚନ୍ଦ୍ରଶେଖର ମନ୍ଦିର କମିଟିର ସଭାପତି ଉପସ୍ଥିତ ରହି କାର୍ଯ୍ୟଟିକୁ ସଫଳତାର ସହ ସମ୍ପାଦନ କରିଥିଲେ। ‘ସଂକଳ୍ପ’ କେବଳ ନାମରେ ନୁହେଁ, କାର୍ଯ୍ୟରେ ପ୍ରମାଣ “ସଂକଳ୍ପ କେବଳ ନାମରେ ନୁହେଁ, ବରଂ କାର୍ଯ୍ୟରେ ସେବା ନିୟୋଜିତ କରିବା ଆମର ମୂଳ ଲକ୍ଷ୍ୟ।” — ଏହି ମୂଳମନ୍ତ୍ରକୁ ନେଇ ସଂଘ ନିରନ୍ତର ଭାବେ ସାମାଜିକ ସେବା କାର୍ଯ୍ୟରେ ନିୟୋଜିତ ରହିଆସିଛି। ମୃତ ବଳଦର ମରଶରୀରକୁ ଅସମ୍ମାନଜନକ ଭାବେ ପଡ଼ି ରହିବାକୁ ନଦେଇ ସମ୍ମାନର ସହ ତାହାକୁ ପୋତିବା ଘଟଣା ସଂଘର ସେବା ମନୋଭାବର ଏକ ନିଆରା ପରିଚୟ ଦେଇଛି। କେବଳ ଦୁଗ୍ଧ ପାଇଁ ଗୋମାତା ନୁହେଁ, ଦାୟିତ୍ୱ ମଧ୍ୟ ନେବାକୁ ପଡ଼ିବ ତେବେ ଏହି ଘଟଣା ଅନେକ ଗୁରୁତର ପ୍ରଶ୍ନ ମଧ୍ୟ ଛିଡ଼ା କରିଛି। ଯେଉଁ ବଳଦକୁ କିଏ ଏମିତି ଅବସ୍ଥାରେ ଛାଡ଼ି ଦେଲା? ମୃତ୍ୟୁ ପରେ ତାହାର ଶେଷକୃତ୍ୟ କରିବାର ଦାୟିତ୍ୱ କାହାର? ଗୋମାତାଙ୍କୁ ନେଇ ଆମ ସମାଜରେ ଭକ୍ତି ଓ ଧାର୍ମିକ ଭାବନାର ଅଭାବ ନାହିଁ। କିନ୍ତୁ ବାସ୍ତବତା ହେଉଛି—ଗାଈ ଦୁଗ୍ଧ ଦେଉଥିବା ପର୍ଯ୍ୟନ୍ତ ତାକୁ ଘରେ ରଖିବା ଏବଂ ଦୁଗ୍ଧ ଦେବା ବନ୍ଦ କଲେ କିମ୍ବା ବଳଦ ବୃଦ୍ଧ, ଅସୁସ୍ଥ ବା ଅସହାୟ ହେଲେ ରାସ୍ତାକୁ ଛାଡ଼ିଦେବା—ଏପରି ମାନସିକତା ନିଶ୍ଚିତ ଭାବେ ଚିନ୍ତାଜନକ। ଯେଉଁମାନେ ନିଜର ପଶୁକୁ କେବଳ ଆର୍ଥିକ ଲାଭର ଏକ ମାଧ୍ୟମ ଭାବେ ଦେଖନ୍ତି ଏବଂ ଲାଭ ସରିଗଲେ ତାହାର ଯତ୍ନ ନିଅନ୍ତି ନାହିଁ, ସେମାନଙ୍କ ଏପରି ଦାୟିତ୍ୱହୀନ ମନୋଭାବ ଉପରେ ଆତ୍ମସମୀକ୍ଷାର ସମୟ ଆସିଛି। ପଶୁ ପାଳନ କେବଳ ଲାଭ ଉପାର୍ଜନର ଅଧିକାର ନୁହେଁ; ତାହା ସହ ଜଡ଼ିତ ରହିଛି ଯତ୍ନ, ସୁରକ୍ଷା ଓ ମାନବିକ ଦାୟିତ୍ୱ। ସଂକଳ୍ପ ଦେଖାଇଲା ବାଟ, ଏବେ ସଚେତନ ହେଉ ସମାଜ ଗୋଟିଏ ପଟେ ଯେଉଁଠି କେହି ନିଜର ପଶୁର ଦାୟିତ୍ୱ ନନେଇ ତାକୁ ଅସହାୟ ଭାବେ ଛାଡ଼ି ଦେଉଛନ୍ତି, ଅନ୍ୟପଟେ ‘ସଂକଳ୍ପ ସେବା ସଂଘ’ ଭଳି ସାମାଜିକ ଅନୁଷ୍ଠାନ ନିଜର ନୁହେଁ ଥିବା ଏକ ମୃତ ପଶୁର ମରଶରୀରକୁ ମଧ୍ୟ ସମ୍ମାନ ଦେଇ ତାହାର ଶେଷ ବ୍ୟବସ୍ଥା କରୁଛି। ଏହି ଦୁଇଟି ଚିତ୍ର ଆମ ସମାଜ ପାଇଁ ଏକ ବଡ଼ ଶିକ୍ଷା। ପଶୁପକ୍ଷୀଙ୍କ ପ୍ରତି ଦୟା, ଯତ୍ନ ଓ ଦାୟିତ୍ୱବୋଧ କେବଳ କଥାରେ ନୁହେଁ, କାର୍ଯ୍ୟରେ ପ୍ରତିଫଳିତ ହେବା ଆବଶ୍ୟକ। ମୃତ୍ୟୁ ପରେ ମରଶରୀରକୁ ରାସ୍ତା, ମନ୍ଦିର ପରିସର କିମ୍ବା ସର୍ବସାଧାରଣ ସ୍ଥାନରେ ଛାଡ଼ି ନଦେଇ ଉପଯୁକ୍ତ ବ୍ୟବସ୍ଥା କରିବା ମଧ୍ୟ ପଶୁ ମାଲିକଙ୍କ ନୈତିକ ଦାୟିତ୍ୱ। ‘ସଂକଳ୍ପ ସେବା ସଂଘ’ର ଏହି ପଦକ୍ଷେପକୁ ସିନାପାଲି ଅଞ୍ଚଳର ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା କରାଯାଇଛି। ସଂଘର ଏହି ସେବା କେବଳ ଏକ ମୃତ ବଳଦର ଶେଷ ବ୍ୟବସ୍ଥା ନୁହେଁ, ବରଂ ‘ପଶୁ ମଧ୍ୟ ଜୀବନ, ତାହାର ପ୍ରତି ମଧ୍ୟ ଆମର ଦାୟିତ୍ୱ ଅଛି’—ଏହି ମାନବିକ ବାର୍ତ୍ତାର ଏକ ଶକ୍ତିଶାଳୀ ଉଦାହରଣ।

Nuapada (ନୂଆପଡ଼ା) • ରିପୋର୍ଟ: ମଳୟ ମେହେର, ଜିଲ୍ଲା ପ୍ରତିନିଧି

ନଦୀରେ ଭାସିଗଲେ ଦୁଇ କାଉଡ଼ିଆ, ଜଣେ ନିଖୋଜ ଓ ଜଣେ ଉଦ୍ଧାର
Aug 11, 2026•135 views

ନଦୀରେ ଭାସିଗଲେ ଦୁଇ କାଉଡ଼ିଆ, ଜଣେ ନିଖୋଜ ଓ ଜଣେ ଉଦ୍ଧାର

ଅନୁଗୋଳ: ଶ୍ରାବଣ ମାସରେ ଶିବଙ୍କ ନିକଟରେ ଜଳାଭିଷେକ ପାଇଁ ଜଳ ଉଠାଇବାକୁ ଯାଇ ଦୁଇ କାଉଡ଼ିଆ ଅଘଟଣର ଶିକାର ହୋଇଛନ୍ତି। ନଦୀରେ ପ୍ରବଳ ସ୍ରୋତ ଯୋଗୁଁ ଉଭୟେ ଭାସିଯାଇଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ କାଉଡ଼ିଆ ନିଖୋଜ ଅଛନ୍ତି। ସୂଚନା ଅନୁସାରେ, ଅନୁଗୋଳ ସହର ନିକଟସ୍ଥ ଏକ ନଦୀରେ ଦୁଇ କାଉଡ଼ିଆ ଜଳ ଉଠାଇବା ପାଇଁ ଯାଇଥିଲେ। ଜଳ ଉଠାଇବା ସମୟରେ ହଠାତ୍ ଜଳସ୍ତର ବୃଦ୍ଧି ପାଇବା ସହ ନଦୀରେ ପ୍ରବଳ ସ୍ରୋତ ଆସିଥିଲା। ଫଳରେ ଉଭୟେ ପାଣିରେ ଭାସିଯାଇଥିଲେ। ଘଟଣାସ୍ଥଳରେ ଥିବା ସ୍ଥାନୀୟ ଲୋକେ ଜଣେ କାଉଡ଼ିଆଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟଜଣଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ। ଏପଟେ ଜଳଭଣ୍ଡାରରୁ ଜଳ ନିଷ୍କାସନ ନେଇ ପୂର୍ବରୁ ମାଇକ୍‌ ଯୋଗେ ସତର୍କ ସୂଚନା ଦିଆଯାଇଥିବା ଜଣାପଡ଼ିଛି। ଖବର ପାଇ ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ନିଖୋଜ କାଉଡ଼ିଆଙ୍କ ସନ୍ଧାନ ଜାରି ରଖିଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ଶୋକ ଓ ଉଦ୍‌ବେଗ ପ୍ରକାଶ ପାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ରଞ୍ଜିତ ବେହେରାଙ୍କ ଅକାଳ ବିୟୋଗରେ ଶୋକ
Aug 11, 2026•140 views

ରଞ୍ଜିତ ବେହେରାଙ୍କ ଅକାଳ ବିୟୋଗରେ ଶୋକ

ବଅଁରପାଳ ବ୍ଲକ ଗୋତମରା ଗ୍ରାମ ପଞ୍ଚାୟତ ଜଡ଼ାସାହିର ଶ୍ରୀ କରୁଣାକର ବେହେରାଙ୍କ ପୁତ୍ର ରଞ୍ଜିତ ବେହେରାଙ୍କ ଅକାଳ ବିୟୋଗ ଘଟିଛି। ଏହି ଦୁଃଖଦ ଖବର ପାଇ ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ ଯୁବ ବିଜେଡି ସଭାପତି ଅରୁଣାଭ ସିଂହ । ମୃତକଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ କରିଥିଲେ। ଏହି ଅବସରରେ ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାକ୍ଷାତ କରି ଗଭୀର ସମବେଦନା ଜଣାଇବା ସହ ଏହି ଦୁଃଖଦ ସମୟରେ ପରିବାରକୁ ଧୈର୍ଯ୍ୟ ଓ ସାହସ ଦେବା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ସ୍ୱର୍ଗତ ଗୀତାଞ୍ଜଳି କରଙ୍କ ଦ୍ୱାଦଶାହରେ ଯୋଗଦେଲେ ସୁଦୀପ କର
Aug 11, 2026•41 views

ସ୍ୱର୍ଗତ ଗୀତାଞ୍ଜଳି କରଙ୍କ ଦ୍ୱାଦଶାହରେ ଯୋଗଦେଲେ ସୁଦୀପ କର

ଯାଜପୁର: ଯାଜପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖଇରବାଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ରଜନୀ କରଙ୍କ ଧର୍ମପତ୍ନୀ ସ୍ୱର୍ଗତ ଗୀତାଞ୍ଜଳି କରଙ୍କ ଦ୍ୱାଦଶାହ ଅବସରରେ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ଦିବଂଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଯାଜପୁର ନିର୍ବାଚନମଣ୍ଡଳୀର କଂଗ୍ରେସ ଦଳର ପ୍ରାର୍ଥୀ ସୁଦୀପ କର। ଦ୍ୱାଦଶାହ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସୁଦୀପ କର ସ୍ୱର୍ଗତ ଗୀତାଞ୍ଜଳି କରଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ। ଏଥିସହ ଶୋକାକୁଳ ପରିବାରବର୍ଗଙ୍କୁ ଭେଟି ସମବେଦନା ଜ୍ଞାପନ କରିଥିଲେ। ସ୍ୱର୍ଗତ ଗୀତାଞ୍ଜଳି କରଙ୍କ ବିୟୋଗ ପରିବାର ଓ ଆତ୍ମୀୟସ୍ୱଜନଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିବା ସହ ତାଙ୍କ ସ୍ମୃତି ଚିରଦିନ ଅମ୍ଳାନ ହୋଇ ରହିବ ବୋଲି ସୁଦୀପ କର କହିଥିଲେ। ଏହି ଅବସରରେ ପରିବାରର ସଦସ୍ୟ, ଆତ୍ମୀୟସ୍ୱଜନ ଓ ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତି ଉପସ୍ଥିତ ରହି ଦିବଂଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Jajpur (ଯାଜପୁର) • ଅନିଲ କୁମାର ଜେନା

ଶାନ୍ତିଲତା ତ୍ରିପାଠୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ରେ କିଶାନ ପଣ୍ଡା
Aug 11, 2026•19 views

ଶାନ୍ତିଲତା ତ୍ରିପାଠୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ରେ କିଶାନ ପଣ୍ଡା

ଧର୍ମଶାଳା: ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଝାଟିଆ ଶାସନ ଗ୍ରାମର ମନୋଜ କୁମାର ତ୍ରିପାଠୀ ଓ ସରୋଜ କୁମାର ତ୍ରିପାଠୀଙ୍କ ମାତା ସ୍ୱର୍ଗତ ଶାନ୍ତିଲତା ତ୍ରିପାଠୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଶ୍ରଦ୍ଧା ଓ ସ୍ମୃତିର ସହ ପାଳିତ ହୋଇଯାଇଛି। ଗଣେଶ ବଜାର, ବାରବାଟୀସ୍ଥିତ ଭଗବାନ ଶ୍ରୀରାମ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏହି ଶ୍ରାଦ୍ଧ ଉତ୍ସବରେ ଧର୍ମଶାଳା କଂଗ୍ରେସ ଦଳର ପ୍ରାର୍ଥୀ କିଶାନ ପଣ୍ଡା ଯୋଗଦେଇ ସ୍ୱର୍ଗତ ଶାନ୍ତିଲତା ତ୍ରିପାଠୀଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିବା ସହ ସ୍ୱର୍ଗତ ଶାନ୍ତିଲତା ତ୍ରିପାଠୀଙ୍କ ସ୍ମୃତି ଚିରସ୍ଥାୟୀ ହୋଇ ରହୁ ବୋଲି କାମନା କରିଥିଲେ। ପରିବାରର ସଦସ୍ୟ, ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁମାନେ ମଧ୍ୟ ଉପସ୍ଥିତ ରହି ଦିବଂଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଶ୍ରାଦ୍ଧ ଉତ୍ସବ ଅବସରରେ ସ୍ୱର୍ଗତ ଶାନ୍ତିଲତା ତ୍ରିପାଠୀଙ୍କ ଜୀବନ ଓ ସ୍ମୃତିକୁ ମନେ ପକାଇ ପରିବାରବର୍ଗ ଭାବବିହ୍ୱଳ ହୋଇପଡ଼ିଥିଲେ।

Jajpur (ଯାଜପୁର) • ଅନିଲ କୁମାର ଜେନା

ମୁଖ୍ୟମନ୍ତ୍ରୀ ଙ୍କୁ କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ସଂଘର ଦାବିପତ୍ର
Aug 11, 2026•41 views

ମୁଖ୍ୟମନ୍ତ୍ରୀ ଙ୍କୁ କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ସଂଘର ଦାବିପତ୍ର

କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ସଂଘ ର ସଭ୍ୟମାନେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଭେଟି ସିଓଆର(COR) ଓ ଆରଟିଇ ପ୍ରତିପୂରଣ ଏକ ଦାଵି ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରିଛନ୍ତି | ଆରଟିଇ ଅର୍ଥ ମଞ୍ଜୁର ହୋଇପଡି ରହିଥିବା ସତ୍ତ୍ୱେ ସ୍କୁଲଗୁଡିଙ୍କୁ ପ୍ରତିପୂରଣ ଦିଆଯାଉ ନ ଥିବାରୁ ସରକାର ଶୀଘ୍ର ବକେୟା ରାଶି ପ୍ରଦାନ କରିବାକୁ ସଂଘ ଦାବି କରିଛି |ଘରୋଇ ସ୍କୁଲଗୁଡିକ ସରକାର ଙ୍କ ଆରଟିଇ(RTE) ନିୟମ ମୁତାବକ ୨୫ ପ୍ରତିଶତ ମାଗଣା ଶିକ୍ଷାଦାନ ଦେଇଥାନ୍ତି | ଯାହାକୁ ସରକାର ସମୟାନୁସାରେ ପ୍ରତିପୂରଣ କରିବାକୁ ନିୟମ ରହିଛି କିନ୍ତୁ ବର୍ଷ ବର୍ଷ ଧରି ଏହି ପ୍ରାପ୍ୟ ନ ଦେବାରୁ ସ୍କୁଲ ଗୁଡିକ ଉପରେ ଆର୍ଥିକ ବୋଝ ବଢ଼ିଯାଉଛି | ନିଜ ଭିତ୍ତିଭୂମି ଥିବା ଘରୋଇ ସ୍କୁଲ କୁ ଆଜୀବନ ଓ ଭଡା ଘରେ ପରିଚାଳନା ହେଉଥିବା ସ୍କୁଲ କୁ ୧୦ ବର୍ଷ ସିଓଆର ଦେବାକୁ ଦାବି ହୋଇଛି | ଏହି ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ଘରୋଇ ସ୍କୁଲ ସଂଘର ଚେୟାରମ୍ୟାନ ଡ. ଶିବରାମ ନାୟକ, ସମ୍ପାଦକ ୟୌସୁଫ ଅହମ୍ମଦ, ଡ. ଯାହାଙ୍ଗୀର ଖାନ, ଜେ. ମନହର, ବୁନିତା ଗୌଡ଼, ଯଶୋବନ୍ତି ମେହେର, ଶଶିକାନ୍ତ ସୁନାନୀଙ୍କ ସମେତ ୧୩ଟି ବ୍ଲକ୍‌ର ଅଧ୍ୟକ୍ଷ, ସମ୍ପାଦକ ଓ ନିର୍ଦ୍ଦେଶକବୃନ୍ଦ ଉପସ୍ଥିତ ଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଏହି ସମ୍ବେଦନଶୀଳ ବିଷୟକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ଏବଂ ଉପରିସ୍ଥ ଅଧିକାରୀଙ୍କ ପାଖକୁ ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି I

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ପ୍ରବଳ ବର୍ଷାରେ ଘର ଭୁଷୁଡିଲା, ଅସହାୟ ସୁରେଶ ଙ୍କ ପରିବାର
Aug 11, 2026•46 views

ପ୍ରବଳ ବର୍ଷାରେ ଘର ଭୁଷୁଡିଲା, ଅସହାୟ ସୁରେଶ ଙ୍କ ପରିବାର

ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଗୁଣପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ପାନଭଟା ଗ୍ରାମରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗତ ୯ ତାରିଖ ଦିନର ଭୀଷଣ ବର୍ଷାରେ ଗ୍ରାମର ସୁରେଶ ପାତ୍ର ପାତ୍ରଙ୍କ ମାଟି ଘର ଭୁଷୁଡ଼ି ଯାଇଛି । ସୌଭାଗ୍ୟକ୍ରମେ ସ୍ତ୍ରୀଓ ତିନି ପୁଅଝିଅ ବଞ୍ଚି ଯାଇଛନ୍ତି। ଖବର ମୁତାବକ ଗତ ରବିବାର ଦିନ ପ୍ରବଳ ବର୍ଷା ଯୋଗୁଁ ଘର ଭାଙ୍ଗି ଯାଇଥିବାରୁ ଏବେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧି ଏହାର ଉଚିତ ତଦନ୍ତ କରି ତାଙ୍କର ରହିବା ପାଇଁ ବାସଗୃହ ଓ ଖାଇବା ପିଇବାର ସମସ୍ତ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି। ବର୍ଷା ଦିନେ ଯଦି ତୁରନ୍ତ କୌଣସି ପ୍ରକାର ପଦକ୍ଷେପ ନେବାକୁ ପ୍ରଶାସନ ଅବହେଳା କରନ୍ତି ତେବେ ସୁରେଶ ନିଜ ସ୍ତ୍ରୀ ଓ ତିନି ଛୁଆଙ୍କ ଦୟନୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ବାଧ୍ୟ ହେବେ । ତେଣୁ ଏହାର ତୁରନ୍ତ ସମାଧାନ ପାଇଁ ସ୍ଥାନୀୟ ଅଞ୍ଚଳର ଲୋକେ ଦାବି କରିଛନ୍ତି।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ଖବର ପ୍ରକାଶ ପରେ ତତ୍ପର ସ୍ୱାସ୍ଥ୍ୟ ବିଭାଗ  କେଲୁଆରେ ପହଞ୍ଚିଲା ଡାକ୍ତରୀ ଦଳ,   ୮୬ ଜଣଙ୍କ ମ୍ୟାଲେରିଆ ପରୀକ୍ଷା
Aug 11, 2026•58 views

ଖବର ପ୍ରକାଶ ପରେ ତତ୍ପର ସ୍ୱାସ୍ଥ୍ୟ ବିଭାଗ କେଲୁଆରେ ପହଞ୍ଚିଲା ଡାକ୍ତରୀ ଦଳ, ୮୬ ଜଣଙ୍କ ମ୍ୟାଲେରିଆ ପରୀକ୍ଷା

ଦୁର୍ଗମ କେଲୁଆ ଗାଁରେ ଦୀର୍ଘ ୧୫ ଦିନ ଧରି ଜ୍ୱର, ଥଣ୍ଡା ଓ କାଶ ଭଳି ରୋଗ ବ୍ୟାପିବା ନେଇ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ। ସୋମବାର ନାକୁରୁଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଦଳର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ କେଲୁଆ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି। ଆୟୁଷ ଡାକ୍ତର ହିମାଂଶୁ ଶେଖର ସାମନ୍ତଙ୍କ ନେତୃତ୍ୱରେ ଫାର୍ମାସିଷ୍ଟ ଗୋପାଳକୃଷ୍ଣ ବେହେରା, ଛବିତ୍ର ନାଏକ, ସ୍ୱାସ୍ଥ୍ୟକର୍ମୀ କେଶବ ମାଝୀ, ହିମାଂଶୁ ଶବର, ମ୍ୟାଲେରିଆ ସୁପରଭାଇଜର ଅଜିତ କୁମାର ପଣ୍ଡା ଓ ଆଶାକର୍ମୀ ରେବତୀ ନାଏକଙ୍କୁ ନେଇ ଗଠିତ ଦଳ ଗାଁରେ ପହଞ୍ଚି ରୋଗୀମାନଙ୍କୁ ପରୀକ୍ଷା କରିବା ସହ ଆବଶ୍ୟକ ଔଷଧ ବଣ୍ଟନ କରିଥିଲେ। ଡାକ୍ତରୀ ଦଳ ପକ୍ଷରୁ ଗାଁର ମୋଟ ୮୬ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ମ୍ୟାଲେରିଆ ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ ସମସ୍ତ ନମୁନା ମ୍ୟାଲେରିଆ ନେଗେଟିଭ୍ ଆସିଥିବା ଜଣାପଡ଼ିଛି। ଅଧିକାଂଶ ଲୋକ ସାଧାରଣ ଥଣ୍ଡା, ସର୍ଦି ଓ କାଶରେ ପୀଡ଼ିତ ଥିବା ଡାକ୍ତରୀ ଦଳ ପକ୍ଷରୁ କୁହାଯାଇଛି। ଏହାସହ ଆବଶ୍ୟକ ଚିକିତ୍ସା ଓ ଔଷଧ ଯୋଗାଇ ଦିଆଯାଇଛି। ନାକୁରୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏହି ଅତି ଦୁର୍ଗମ କେଲୁଆ ଗାଁରେ ପ୍ରାୟ ୬୦ଟି ଆଦିବାସୀ ପରିବାର ବସବାସ କରନ୍ତି। ଗତ ପ୍ରାୟ ୧୫ ଦିନ ଧରି ଅନେକ ଗ୍ରାମବାସୀ ଜ୍ୱର, ଥଣ୍ଡା ଓ କାଶରେ ପୀଡ଼ିତ ଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସ୍ୱାସ୍ଥ୍ୟସେବା ପହଞ୍ଚିବାରେ ଅସୁବିଧା ରହିଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି। ଅନ୍ୟପଟେ, ଗାଁରେ ବିଶୁଦ୍ଧ ପାନୀୟ ଜଳର ଅଭାବ ରହିଥିବା ନେଇ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି। ବର୍ଷାଦିନେ ଦୂଷିତ ପାଣି ବ୍ୟବହାର କରିବାକୁ ପଡ଼ୁଥିବାରୁ ଆଗାମୀ ଦିନରେ ବିଭିନ୍ନ ଜଳବାହିତ ରୋଗର ଆଶଙ୍କା ରହିଛି। ତେଣୁ କେବଳ ତୁରନ୍ତ ଚିକିତ୍ସା ନୁହେଁ, ଗାଁରେ ନିରାପଦ ପାନୀୟ ଜଳ ଯୋଗାଣ ଓ ନିୟମିତ ସ୍ୱାସ୍ଥ୍ୟ ନିରୀକ୍ଷଣ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଡାକ୍ତରୀ ଦଳ ଗାଁରେ ପହଞ୍ଚି ତୁରନ୍ତ ଚିକିତ୍ସା ସେବା ଯୋଗାଇଥିବାରୁ କେଲୁଆ ଗ୍ରାମବାସୀ ଗଣମାଧ୍ୟମ ଓ ସ୍ୱାସ୍ଥ୍ୟ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ମଧୁସୂଦନ ସାହୁଙ୍କ ବିୟୋଗ: ଧାମନଗର ବିଜେପି ପରିବାରରେ ଶୋକ
Aug 11, 2026•69 views

ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ମଧୁସୂଦନ ସାହୁଙ୍କ ବିୟୋଗ: ଧାମନଗର ବିଜେପି ପରିବାରରେ ଶୋକ

ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳର ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ମଧୁସୂଦନ ସାହୁଙ୍କ ବିୟୋଗରେ ଧାମନଗର ବିଜେପି ପରିବାର ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାମାନେ ପ୍ରକାଶ କରିଛନ୍ତି। ଶ୍ରୀ ସାହୁ ଦୀର୍ଘଦିନ ଧରି ଭାରତୀୟ ଜନତା ପାର୍ଟି ସହ ଜଡ଼ିତ ରହି ଦଳର ସଂଗଠନକୁ ମଜବୁତ କରିବାରେ ନିଜର ଅବଦାନ ରଖିଥିଲେ। ଦଳ ପ୍ରତି ତାଙ୍କର ନିଷ୍ଠା, ସମର୍ପଣ, ସାଧାରଣ ଲୋକଙ୍କ ପ୍ରତି ସେବାମନୋଭାବ ଓ ସାଂଗଠନିକ କାର୍ଯ୍ୟ ପ୍ରତି ତାଙ୍କର ଆନ୍ତରିକତା ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ଶୋକବ୍ୟକ୍ତ କରିଥିବା ନେତାମାନେ କହିଛନ୍ତି। ଛାତ୍ର ଜୀବନରୁ ହିଁ ଶ୍ରୀ ମଧୁସୂଦନ ସାହୁ ସାମାଜିକ ଓ ସାଂଗଠନିକ କାର୍ଯ୍ୟ ସହ ଜଡ଼ିତ ଥିଲେ। ଧାମନଗର କଲେଜରେ ଛାତ୍ର ଥିବା ସମୟରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ। ଛାତ୍ର ସମାଜର ବିଭିନ୍ନ ସମସ୍ୟା ଓ ସାମାଜିକ ପ୍ରସଙ୍ଗରେ ସେ ସକ୍ରିୟ ଭୂମିକା ନେଇଥିବା ସ୍ମୃତି ତାଙ୍କ ସହଯୋଗୀ ଓ ପରିଚିତମାନଙ୍କ ମନରେ ରହିଛି। ତାଙ୍କ ଦେହାନ୍ତ ପରେ ଶୋକାକୁଳ ପରିବାର, ବନ୍ଧୁ, ସହଯୋଗୀ ଓ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ପାର୍ଥିବ ଶରୀରକୁ ଧାମନଗର କଲେଜ ପରିସରକୁ ନିଆଯାଇ ସେଠାରେ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ତାଙ୍କ ପାର୍ଥିବ ଶରୀରକୁ ଧାମନଗର ବଜାର ପରିକ୍ରମା କରାଇ ଶ୍ମଶାନ ଘାଟକୁ ନିଆଯାଇଥିଲା। ସେଠାରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା। ତାଙ୍କ ଅନ୍ତିମ ଯାତ୍ରାରେ ବିଜେପିର ବହୁ ନେତା, କାର୍ଯ୍ୟକର୍ତ୍ତା, ଶୁଭେଚ୍ଛୁ, ବନ୍ଧୁ ଓ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ସାମିଲ ହୋଇ ତାଙ୍କୁ ଶେଷ ବିଦାୟ ଜଣାଇଥିଲେ। ତାଙ୍କ ବିୟୋଗରେ ଧାମନଗର ଅଞ୍ଚଳରେ ତାଙ୍କୁ ଜାଣିଥିବା ଲୋକଙ୍କ ମଧ୍ୟରେ ମଧ୍ୟ ଶୋକ ପ୍ରକାଶ ପାଇଛି।ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି। ଏଥିସହ ଦିବଙ୍ଗତ ଶ୍ରୀ ମଧୁସୂଦନ ସାହୁଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯିବା ସହ ଏହି ଅପୂରଣୀୟ ଦୁଃଖକୁ ସହିବା ପାଇଁ ଶୋକାକୁଳ ପରିବାରକୁ ଭଗବାନ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରାଯାଇଛି। ଶ୍ରୀ ସାହୁଙ୍କ ବିୟୋଗରେ ଧାମନଗର ବିଜେପି ଜଣେ ନିଷ୍ଠାବାନ, ସମର୍ପିତ ଓ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ହରାଇଲା ବୋଲି ଦଳୀୟ ମହଲରେ ଶୋକ ପ୍ରକାଶ ପାଇଛି। ଦଳ ଓ ସମାଜ ପ୍ରତି ତାଙ୍କର ଅବଦାନ ଏବଂ ତାଙ୍କ ସହ ଜଡ଼ିତ ସ୍ମୃତି ସର୍ବଦା ସମସ୍ତଙ୍କ ମନରେ ଅମର ହୋଇ ରହିବ।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

'ରାଷ୍ଟ୍ରୀୟ ସମ୍ମାନ ଅପମାନ ନିରୋଧ (ସଂଶୋଧନ) ବିଲ୍, ୨୦୨୬' (The Prevention of Insults to National Honour (Amendment) Act, 2026) ସମ୍ପର୍କିତ ନିମ୍ନଲିଖିତ ପ୍ରମୁଖ ତଥ୍ୟ
Aug 11, 2026•20 views

'ରାଷ୍ଟ୍ରୀୟ ସମ୍ମାନ ଅପମାନ ନିରୋଧ (ସଂଶୋଧନ) ବିଲ୍, ୨୦୨୬' (The Prevention of Insults to National Honour (Amendment) Act, 2026) ସମ୍ପର୍କିତ ନିମ୍ନଲିଖିତ ପ୍ରମୁଖ ତଥ୍ୟ

​୧. କେଉଁ ତାରିଖରେ ହୋଇଥିଲା? (Important Dates) ​କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ: ୫ ମେ' ୨୦୨୬ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏହି ସଂଶୋଧନ ବିଲ୍‌କୁ ଅନୁମୋଦନ ମିଳିଥିଲା। ​ସଂସଦରେ ଆଗତ: ୨୪ ଜୁଲାଇ ୨୦୨୬ରେ ଏହି ବିଲ୍‌କୁ ରାଜ୍ୟସଭାରେ ଆଗତ କରାଯାଇଥିଲା। ​ସଂସଦରେ ଗୃହୀତ (Pass): ୨୯ ଜୁଲାଇ ୨୦୨୬ରେ ରାଜ୍ୟସଭାରେ ଏବଂ ୩୦-୩୧ ଜୁଲାଇ ୨୦୨୬ ସୁଦ୍ଧା ସଂସଦର ଉଭୟ ଗୃହରେ ଏହା ଆନୁଷ୍ଠାନିକ ଭାବେ ଗୃହୀତ ହୋଇଥିଲା। ​୨. କିଏ ପାସ କରିଥିଲେ? (Who Passed It) ​ଭାରତୀୟ ସଂସଦ (Parliament of India): କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଦ୍ୱାରା ଏହି ବିଲ୍‌ ଆଗତ କରାଯାଇଥିଲା ଏବଂ ଭାରତୀୟ ସଂସଦର ଉଭୟ ଗୃହ (ଲୋକସଭା ଓ ରାଜ୍ୟସଭା) ଦ୍ୱାରା ଏହା ଗୃହୀତ/ପାସ୍‌ ହୋଇଥିଲା। ​୩. ଆଇନଗତ ଦଣ୍ଡବିଧାନ ଓ ମୁଖ୍ୟ କୁ ଦଣ୍ଡ ବ୍ୟବସ୍ଥା

Bhubaneswar (ଭୁବନେଶ୍ୱର) • ରିପୋର୍ଟ ସୁଶାନ୍ତ କୁମାର ମହାକୁଡ଼