ଗୋପାଳକ ଙ୍କ ଟଙ୍କା ଖାଇଲା କିଏ ? ଆତ୍ମାହୁତି ଦେବାକୁ ଧମକ
Dhenkanal (ଢେଙ୍କାନାଳ)ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳSeptember 9, 202618 views

ଢ଼େଙ୍କାନାଳ ୯.୯- କାମଧେନୁ ଯୋଜନାରେ ଗାଈ କିଣି ସ୍ୱାବଲମ୍ବୀ ହେବା ପାଇଁ ସରକାର ଙ୍କ ଯୋଜନାରେ ଗୋପାଳକ ଲାଭର୍ଥୀ ହେବା ପରିବର୍ତ୍ତେ ହରଡ଼ଘଣାରେ ପଡ଼ିଛନ୍ତି । ଗାଈ କିଣିବା ବାବଦ ଜଣକା ସମ୍ପୂର୍ଣ ୯୦ ହଜାର ଟଙ୍କା ଲେଖାଏଁ ନମିଳିଲେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ୨୦୨୫ ମସିହା ଅକ୍ଟୋବର ୩ ତାରିଖରେ ୧୧ଜଣ ଗୋ ପାଳକ ଙ୍କୁ ଗାଈ କିଣିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ୨୦୨୬ ଅପ୍ରେଲ ସୁଦ୍ଧା ଶେଷ କରିବାକୁ ଆଦେଶ ରହିଥିଲା। କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ନହେବାରୁ ପୁଣି ୧୫ ଦିନ ସମୟ ବୃଦ୍ଧି କରି କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଢ଼େଙ୍କାନାଳ ଜିଲ୍ଲା ଭୁବନ ପ୍ରାଣୀ ଚିକତ୍ସା ଅଧିକାରୀ ଗଜେନ୍ଦ୍ର ମହାରଣା ଗୋ ପାଳକ ( ହିତାଧିକାରୀ ) ମାନଙ୍କୁ କାର୍ଯ୍ୟାଳୟକୁ ଡକାଇ ଗଁଦିଆ ବ୍ଲକ ଷଡ଼ଙ୍ଗୀ ଗ୍ରାମର ସୁରେଶ ବେହେରା ନାମକ ଜଣେ ମଧ୍ୟସ୍ଥି ଜରିଆରେ ଆନ୍ଧ୍ରପ୍ରଦେଶରୁ ଗାଈ ଆଣିବାକୁ ବ୍ୟବସ୍ଥା କରାଇଥିଲେ। ଭୁବନ ଅଞ୍ଚଳର ୧୧ ଜଣ ଗୋ ପାଳକ ସୈରା ଡାଲିନାଇଡ଼ୁ ଙ୍କୁ ଫୋନ ପେ ଜରିଆରେ ଜଣକା ୯୦ ହଜାର ଟଙ୍କା ଲେଖାଏଁ ଦେଇ ଗାଈ ଆଣିଥିଲେ। ଏକା ଥରକେ ଫୋନ୍ ପେ ରେ ସମସ୍ତ ଅର୍ଥ ପ୍ରଦାନ ନହେବାରୁ ପରବର୍ତ୍ତୀ ସମୟରେ ସମସ୍ତ ଅର୍ଥ ପୈଠ କରିଥିଲେ । ଏ ସମ୍ପର୍କିତ ସମସ୍ତ କାଗଜାତ ଭୁବନ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କୁ ପ୍ରଦାନ କରାଯାଇଥିଲେ ହେଁ ଦୀର୍ଘ ୮ ମାସ ହେଲା ପ୍ରାପ୍ୟ ନପାଇ ହରଡଘଣାରେ ପଡିଛନ୍ତି ଗୋ ପାଳକ। ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ଗ୍ରାମ ର ବିଭୁତି ଭୂଷଣ ଜେନା, ସବିତା ରାଉତ, କୁଣ୍ଡା ଗ୍ରାମର ଟୁନି ବେହେରା, ଗୋରଡିଆ, ବାଲିଚାତୁରୀ ଗ୍ରାମର ରଜନୀକାନ୍ତ ମଲ୍ଲିକ ଏହି ଯୋଜନାରୁ ବଂଚିତ ହୋଇଛନ୍ତି। ମଧ୍ୟସ୍ଥି ସାଜିଥିବା ଷଡ଼ଙ୍ଗୀ ର ସୁରେଶ ବେହେରା ଆଉ ଧରାଛୁଆଁ ଦେଉନଥିବା ବେଳେ ଭୁବନ ପ୍ରାଣୀ ଚିକିତ୍ସାଧିକାରୀ ଗଜେନ୍ଦ୍ର ମହାରଣା ସମସ୍ତ କାଗଜାତ ଜିଲ୍ଲା ଅଫିସ କୁ ପଠାଇ ଦେଇଛନ୍ତି ବୋଲି କହୁଛନ୍ତି । ସେପଟେ ଜିଲ୍ଲା ଅଫିସ ରେ କାଗଜାତ ପହଞ୍ଚି ନାହିଁ ବୋଲି ଗୋ ପାଳକ ମାନେ ଅଭିଯୋଗ କରିଛନ୍ତି। କାମଧେନୁ ଯୋଜନାରେ ସ୍ୱାଭାଲମ୍ବୀ ହେବା ବଦଳରେ ହରଡ଼ଘଣାରେ ପଡ଼ିଥିବା ଗୋପାଳକ ମାନେ ଭୁବନ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟକୁ ଆସି ହୋହାଲ୍ଲା କରିବା ସହ ସପ୍ତାହକ ମଧ୍ୟରେ ଟଙ୍କା ନ ପାଇଲେ ଆତ୍ମହୂତି ଦେବାକୁ ଧମକ ଦେଇଛନ୍ତି ।
