--:--:--
-- ---
Srishti News

ଆଖୁ ଚାଷୀଙ୍କ ସହାୟତା ରାଶି ହେରଫେର ଅଭିଯୋଗ | ବ୍ଲକ କୃଷି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

Cuttack (କଟକ)ରିପୋର୍ଟ:ସୁରେନ୍ଦ୍ର ଜେନା, କଟକSeptember 9, 202621 views
ଆଖୁ ଚାଷୀଙ୍କ ସହାୟତା ରାଶି ହେରଫେର ଅଭିଯୋଗ | ବ୍ଲକ କୃଷି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଜଗତପୁର: କଟକ ସଦର ବ୍ଲକ ଅଞ୍ଚଳ ଆଖୁ ଚାଷୀଙ୍କ ସହାୟତା ରାଶି ହେରଫେର କରି ସରକାରଙ୍କୁ ଫେରେଇ ଦେଇଥିବା ଅଭିଯୋଗ କରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଓ ତାଙ୍କୁ ଟ୍ରାନ୍ସଫର କରିବା ଦାବିରେ ଆଖୁ ଚାଷୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି l ୨୦୨୪-୨୫ ଆର୍ଥିକ ବର୍ଷର ସହାୟତା ରାଶି ପାଇନଥିବା ସେମାନେ ଅଭିଯୋଗ କରିଛନ୍ତି l ବ୍ଲକ କୃଷି ଅଧିକାରୀ ଜାଫନା ରାୟ ଏହି ଅର୍ଥ ପ୍ରଦାନ ନକରି ସରକାରଙ୍କୁ ଫେରାଇ ଦେଇଥିବା ସେମାନଙ୍କୁ କହୁଥିବା ଏବଂ ଅଫିସ ଖର୍ଚ୍ଚ ଓ ଜୀଏସଟି ନଦେଲେ ସେ ସବସିଡି ଟଙ୍କା ଦେବେନାହିଁ ବୋଲି କହୁଥିବା ସେମାନେ ଅଭିଯୋଗ କରିଛନ୍ତି l ଶୁଭେନ୍ଦୁ ଜେନା, ରାମଚନ୍ଦ୍ର ପ୍ରଧାନ, ନିଲୁ ବାରିକ, ଗିରିଶ ଚନ୍ଦ୍ର ଏକା, ଡମ୍ବରୁଧର ଜେନା, ହିମାଂଶୁ ଶେଖର ଚୌଧୁରୀ, ପ୍ରିୟଙ୍କା ଚୌଧୁରୀ, ସୌଦାମିନୀ ନାୟକ, ସଞ୍ଜୟ କୁମାର ନାୟକ, ରବିନାରାୟଣ ପୁହାଣ ଆଦି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ l ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ନମିଳିଲେ ସେମାନେ ଆଖୁ ଚାଷ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l