--:--:--
-- ---
Srishti News

Web News

ନୂଆଖାଇରେ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମାଟି ଓ ଚାଷୀଙ୍କୁ ଜୁହାର: ପିଠାପଣା, ନୂଆ ଧାନ ଓ ପାରମ୍ପରିକ ରୀତିନୀତିରେ ମହକିଲା ପରିବେଶ
Sep 16, 2026•9 views

ନୂଆଖାଇରେ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମାଟି ଓ ଚାଷୀଙ୍କୁ ଜୁହାର: ପିଠାପଣା, ନୂଆ ଧାନ ଓ ପାରମ୍ପରିକ ରୀତିନୀତିରେ ମହକିଲା ପରିବେଶ

କୋମନା: ୧୫/୨୬ ,ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ନୂଆ ଧାନ ଅମଳକୁ କେନ୍ଦ୍ର କରି ପାଳିତ ହେଉଥିବା ଏହି ପର୍ବ ଚାଷୀ, ମାଟି ଓ ଲୋକସଂସ୍କୃତି ସହ ଗଭୀର ଭାବେ ଜଡ଼ିତ। ନୂଆଖାଇ ଅବସରରେ ଘରେ ଘରେ ପାରମ୍ପରିକ ରୀତିନୀତି ପାଳନ ସହ ନବାନ୍ନ ପ୍ରସ୍ତୁତି ଓ ଦେବଦେବୀଙ୍କ ନିକଟରେ ଅର୍ପଣ କରାଯାଉଛି। ପର୍ବ ପାଇଁ ଲୋକମାନେ ନିଜ ଘରଦ୍ୱାର ସଫାସୁତରା କରିବା ସହ ନୂଆ ପୋଷାକ ପିନ୍ଧି ପରିବାର ସହ ଏକାଠି ହେଉଛନ୍ତି। ଘରେ ଘରେ ପିଠାପଣା ଓ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ହେଉଥିବାରୁ ପରିବେଶରେ ପର୍ବର ମହକ ଅନୁଭୂତ ହେଉଛି। ନୂଆଖାଇର ଏକ ପ୍ରମୁଖ ପରମ୍ପରା ହେଉଛି ବଡ଼ମାନଙ୍କୁ ଜୁହାର କରି ଆଶୀର୍ବାଦ ନେବା। ପରିବାର ଓ ସମ୍ପର୍କୀୟମାନେ ପରସ୍ପରଙ୍କ ଘରକୁ ଯାଇ ନୂଆଖାଇ ଜୁହାର ଜଣାଉଛନ୍ତି। ଏହାଦ୍ୱାରା ପରିବାରିକ ସମ୍ପର୍କ ଓ ସାମାଜିକ ଭାଇଚାରା ଆହୁରି ମଜବୁତ ହେଉଛି। ନୂଆଖାଇ କେବଳ ନୂଆ ଅନ୍ନ ଖାଇବାର ପର୍ବ ନୁହେଁ; ଏହା ଚାଷୀଙ୍କ ପରିଶ୍ରମ ଓ ମାଟି ପ୍ରତି କୃତଜ୍ଞତା ପ୍ରକାଶର ଏକ ପାରମ୍ପରିକ ଅବସର। ଚାଷୀଙ୍କ ଶ୍ରମରେ ଉତ୍ପାଦିତ ନୂଆ ଧାନକୁ ପ୍ରଥମେ ଦେବଦେବୀଙ୍କୁ ଅର୍ପଣ କରିବା ପରେ ପରିବାରବର୍ଗ ଗ୍ରହଣ କରିଥାନ୍ତି। ଏହି ଅବସରରେ ବିଭିନ୍ନ ଅଞ୍ଚଳରେ ନୂଆଖାଇ ଭେଟଘାଟ, ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ଓ ଗୀତର ଆୟୋଜନ ହେଉଛି। ପ୍ରବାସରେ ରହୁଥିବା ଲୋକମାନେ ମଧ୍ୟ ନିଜ ମାଟି, ଭାଷା ଓ ପରମ୍ପରାକୁ ମନେ ପକାଇ ନୂଆଖାଇ ପାଳନ କରୁଛନ୍ତି। ନୂଆଖାଇ ମାଧ୍ୟମରେ ନୂଆ ପିଢ଼ି ନିଜର ମାଟି, କୃଷି ଓ ସଂସ୍କୃତି ସହ ଯୋଡ଼ି ହେବାର ସୁଯୋଗ ପାଉଛି।କୋମନାବ୍ଲକ ଅନ୍ତର୍ଗତ ଡୁମେରବାହାଲ ଗ୍ରାମର ଜଗତ ପରିବାର ନିଆରା ଢ଼ଙ୍ଗରେ ନୂଆଖାଇ କୁ ପାଳିତ କରିଛନ୍ତି ଭାଇଚାରା, ସମ୍ପର୍କ ଓ ସାମାଜିକ ଏକତାର ବାର୍ତ୍ତା ଦେଇ।ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ ବୋଲି ଜଗତ ପରିବାରବର୍ଗର ବୈଜେଷ୍ଟ ହଳଧର ଜଗତ, କେଶବ ଜଗତ, ହେମସାଗର ଜଗତ,ଭୋସାଗର ଜଗତ, ଧବଲେ ଜଗତ, ପିତାସ୍ୱର ଜଗତ, ଲିଙ୍ଗରାଜ ଜଗତ,ଏମାନେ ଅଞ୍ଚଳବାସୀଙ୍କ କାମନା କରିଛନ୍ତି।

Nuapada (ନୂଆପଡ଼ା) • ରିପୋଟ, ଗିରେନ୍ଦ୍ର କୁମାର ଜଗତ

ପରିତ୍ୟକ୍ତ ଅବସ୍ଥାରେ ପୂର୍ଣ୍ଣଚନ୍ଦ୍ର କ୍ଲବ୍, ପୁନରୁଦ୍ଧାରକୁ ନେଇ ଉଠିଲା ପ୍ରଶ୍ନ: ଐତିହ୍ୟବହନ କରୁଥିବା ଖଲ୍ଲିକୋଟରେ ଅବହେଳାର ଅଭିଯୋଗ
Sep 16, 2026•49 views

ପରିତ୍ୟକ୍ତ ଅବସ୍ଥାରେ ପୂର୍ଣ୍ଣଚନ୍ଦ୍ର କ୍ଲବ୍, ପୁନରୁଦ୍ଧାରକୁ ନେଇ ଉଠିଲା ପ୍ରଶ୍ନ: ଐତିହ୍ୟବହନ କରୁଥିବା ଖଲ୍ଲିକୋଟରେ ଅବହେଳାର ଅଭିଯୋଗ

ଖଲ୍ଲିକୋଟ: ୧୬/୦୯ ଐତିହ୍ୟ ଓ ରାଜବଂଶର ଗୌରବମୟ ଇତିହାସକୁ ନେଇ ପରିଚିତ ଖଲ୍ଲିକୋଟ ଆଜି ଅନେକ ସ୍ଥାନରେ ଅବହେଳାର ଚିତ୍ର ବହନ କରୁଥିବା ଅଭିଯୋଗ ହେଉଛି। ଏହାର ଏକ ଉଦାହରଣ ଭାବେ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ନିକଟରେ, ଦକ୍ଷିଣ ପାର୍ଶ୍ୱରେ ଏବଂ ୱାର୍ଡ ନଂ-୩ର କାଉନସିଲର ଶ୍ରୀମତୀ ସୁଜାତା ସାମନ୍ତଙ୍କ ଘର ସମ୍ମୁଖରେ ଥିବା ପୂର୍ଣ୍ଣଚନ୍ଦ୍ର କ୍ଲବ୍ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର କ୍ଲବ୍ ପାଇଁ ଆବଶ୍ୟକ ଜମି ସ୍ୱର୍ଗତା ରାଣୀ ସାହେବା ଶ୍ରୀମତୀ ଭି. ସୂଜ୍ଞାନୀ କୁମାରୀ ଦେଓଙ୍କ ପକ୍ଷରୁ ଏନ୍‌ଏସିକୁ ପ୍ରଦାନ କରାଯାଇଥିବା କୁହାଯାଉଛି। କ୍ଲବ୍‌ର ପୁନରୁଦ୍ଧାର ଓ ବିକାଶ ନେଇ ଆଶା ରହିଥିଲେ ମଧ୍ୟ ବର୍ତ୍ତମାନ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନ୍‌ଏସିରେ ବିଜେଡି ଚେୟାରମ୍ୟାନ୍ ଶ୍ରୀ ନୀରଞ୍ଜନ ବେହେରାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ସତ୍ତ୍ୱେ ପୂର୍ଣ୍ଣଚନ୍ଦ୍ର କ୍ଲବ୍‌ର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନଥିବା ଅଭିଯୋଗ ହେଉଛି। ତେବେ ଏଠାରେ ମୁଖ୍ୟ ପ୍ରଶ୍ନ ଉଠୁଛି—ପୂର୍ଣ୍ଣଚନ୍ଦ୍ର କ୍ଲବ୍‌ର ଜମି ପ୍ରକୃତରେ ଏନ୍‌ଏସିକୁ ହସ୍ତାନ୍ତର ହୋଇଛି କି? ଯଦି ହସ୍ତାନ୍ତର ହୋଇଛି, ତେବେ ଏହାର ପୁନରୁଦ୍ଧାର କାର୍ଯ୍ୟ କାହିଁକି ଅଟକି ରହିଛି? ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଏବେ ଆଲୋଚନା ଜୋର ଧରିଛି। ସନ୍ଧ୍ୟା ସମୟରେ ପରିତ୍ୟକ୍ତ କ୍ଲବ୍ ପରିସରରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ହେଉଥିବା ନେଇ ମଧ୍ୟ କେତେକ ସ୍ଥାନୀୟ ବ୍ୟକ୍ତି ଅଭିଯୋଗ କରିଛନ୍ତି। ଏପରି ପରିବେଶ ଯୋଗୁଁ ଅଞ୍ଚଳବାସୀ, ବିଶେଷକରି ମହିଳା ଓ ବୃଦ୍ଧମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଉଛି। ଐତିହ୍ୟବହନ କରୁଥିବା ଏହି କ୍ଲବ୍‌ର ପୁନରୁଦ୍ଧାର ସହ ପରିସରକୁ ସଫାସୁତରା କରି ଆଲୋକୀକରଣ ଓ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏନେଇ ଖଲ୍ଲିକୋଟ ଏନ୍‌ଏସି ପ୍ରଶାସନ କେବେ ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।

Ganjam (ଗଞ୍ଜାମ) • ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି

ନୟାଗଡ଼ ଫତେଗଡ଼ର ଭବ୍ୟ ଶ୍ରୀରାମ ମନ୍ଦିର
Sep 16, 2026•21 views

ନୟାଗଡ଼ ଫତେଗଡ଼ର ଭବ୍ୟ ଶ୍ରୀରାମ ମନ୍ଦିର

ନୟାଗଡ଼: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ଫତେଗଡ଼ ଗ୍ରାମ ନିକଟ ପାହାଡ଼ ଉପରେ ଅବସ୍ଥିତ ଭବ୍ୟ ଶ୍ରୀରାମ ମନ୍ଦିର ଭକ୍ତ ଓ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ପ୍ରାୟ ୧୬୦୦ ଫୁଟ ଉଚ୍ଚ ପାହାଡ଼ ଉପରେ ନିର୍ମିତ ଏହି ମନ୍ଦିରରେ ପ୍ରଭୁ ଶ୍ରୀରାମ, ମାତା ସୀତା ଓ ପ୍ରଭୁ ଲକ୍ଷ୍ମଣଙ୍କୁ ଆରାଧନା କରାଯାଏ। ମନ୍ଦିର ପରିସରରେ ହନୁମାନ, ଗଣେଶ, ସୂର୍ଯ୍ୟନାରାୟଣ ଓ ଅନ୍ୟ ଦେବଦେବୀଙ୍କ ପାଇଁ ମଧ୍ୟ ମନ୍ଦିର ରହିଛି। ବଉଳମାଳା ପଥରରେ ନିର୍ମିତ ଏହି ମନ୍ଦିରର ସ୍ଥାପତ୍ୟ ଓ ପାହାଡ଼ ଉପରୁ ଦେଖାଯାଉଥିବା ମନୋରମ ପ୍ରାକୃତିକ ଦୃଶ୍ୟ ଭକ୍ତଙ୍କୁ ବିଶେଷ ଭାବେ ଆକର୍ଷିତ କରୁଛି। ୨୨ ଜାନୁଆରୀ ୨୦୨୪ରେ ମନ୍ଦିରର ପ୍ରାଣପ୍ରତିଷ୍ଠା ହୋଇଥିଲା। � ଫତେଗଡ଼ର ଏହି ଶ୍ରୀରାମ ମନ୍ଦିର ଆଜି ନୟାଗଡ଼ ଜିଲ୍ଲାର ଏକ ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ହୋଇଛି। ପ୍ରତିଦିନ ଦୂରଦୂରାନ୍ତରୁ ଭକ୍ତମାନେ ଏଠାକୁ ଆସି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରୁଛନ୍ତି।

Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁ

ଚମ୍ପେଶ୍ୱର ଶିବ ମନ୍ଦିର: ଭକ୍ତି ଓ ଐତିହ୍ୟର ଅନନ୍ୟ ପୀଠ
Sep 16, 2026•22 views

ଚମ୍ପେଶ୍ୱର ଶିବ ମନ୍ଦିର: ଭକ୍ତି ଓ ଐତିହ୍ୟର ଅନନ୍ୟ ପୀଠ

କଟକ ଜିଲ୍ଲା, ନରସିଂହପୁର ବ୍ଲକ ଅନ୍ତର୍ଗତ ଚମ୍ପେଶ୍ୱର ଠାରେ ଅବସ୍ଥିତ ଚମ୍ପନାଥ ମହାଦେବ ମନ୍ଦିର ଏକ ପ୍ରମୁଖ ଶୈବ ପୀଠ ଭାବେ ପରିଚିତ। ମନ୍ଦିରଟି ଚମ୍ପେଶ୍ୱର ଗ୍ରାମରେ, ନରସିଂହପୁରଠାରୁ ପ୍ରାୟ ୯ କିଲୋମିଟର ଦୂରରେ ଅବସ୍ଥିତ। ପ୍ରାଚୀନ କଳିଙ୍ଗ ମନ୍ଦିର ସ୍ଥାପତ୍ୟର ଛାପ ଏଠାରେ ଦେଖିବାକୁ ମିଳେ। ମନ୍ଦିର ପରିସରରେ ଶିବଙ୍କ ବିଭିନ୍ନ ଉପମନ୍ଦିର ରହିଥିବାରୁ ଏହି ସ୍ଥାନର ଧାର୍ମିକ ଓ ଐତିହାସିକ ଗୁରୁତ୍ୱ ଅଧିକ। ଫଟୋରେ ମନ୍ଦିରର ସୁନ୍ଦର ଧଳା ରଙ୍ଗର ଦେଉଳ, ଶିଖର ଓ ପତାକା ଭକ୍ତିମୟ ପରିବେଶକୁ ପ୍ରକାଶ କରୁଛି। ଚମ୍ପେଶ୍ୱରର ଏହି ପବିତ୍ର ଶୈବ ପୀଠ ଧାର୍ମିକ ପର୍ଯ୍ୟଟନର ଏକ ଆକର୍ଷଣୀୟ ସ୍ଥାନ ଭାବେ ମଧ୍ୟ ପରିଚିତ।

Cuttack (କଟକ) • ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁ

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ ମେଡିକାଲ ରେ ଭର୍ତ୍ତି କଲେ
Sep 16, 2026•16 views

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ ମେଡିକାଲ ରେ ଭର୍ତ୍ତି କଲେ

ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍ (ନଂ. OD 05 AE 1366) ଧକ୍କାରେ ୪ ଜଣ ମହିଳାଙ୍କ ସମେତ ସମୁଦାୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତମାନେ ହେଲେ ରାଜନାପଲ୍ଲୀ ଗ୍ରାମର ଲକ୍ଷ୍ମୀ ମଲ୍ଲିକ (୨୮), ଶ୍ୟାମ ମଲ୍ଲିକ (୨୭), ରଶ୍ମିତା ମଲ୍ଲିକ (୪୦), ନମିତା ମଲ୍ଲିକ (୩୯) ଏବଂ ରୀନା ମଲ୍ଲିକ (୪୦)। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାରୁ ଗ୍ରାମବାସୀ ଶବ ଶୋଭାଯାତ୍ରାରେ ମୃତଦେହ ନେଇ ଶ୍ମଶାନକୁ ଯାଉଥିଲେ। ଏହି ସମୟରେ ରାୟଗଡ଼ାରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ସେମାନଙ୍କୁ ସିଧାସଳଖ ଧକ୍କା ଦେବା ସହ କିଛି ବାଟ ଘୋଷାଡ଼ି ନେଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ତପ୍ତପାଣିରୁ ଫେରୁଥିବା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ବିନା ବିଳମ୍ବରେ ୩ ଜଣ ଗୁରୁତର ଆହତଙ୍କୁ ନିଜ ଗାଡ଼ିରେ ବସାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ଅନ୍ୟ ୨ ଜଣ ଗୁରୁତରଙ୍କୁ ଉଦ୍ଧାର କରି ସେହି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା (MKCG) କୁ ସ୍ଥାନାନ୍ତର କରାଯାଇଛି। ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧିକାରୀ ଏଏସଆଇ ପ୍ରଭାତ କୁମାର ବାଲିକାନା ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।

Ganjam (ଗଞ୍ଜାମ) • ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ଇଚ୍ଛାଶକ୍ତି ଆଗରେ ହାର ମାନିଲା ଅକ୍ଷମତା: ଦୁଇ ହାତ ଓ ଗୋଟିଏ ଗୋଡ଼ ନଥାଇ ବି ପାଦରେ ଲେଖି ଶିକ୍ଷକ ସାଜିଲେ ନାଇଡୁ
Sep 16, 2026•25 views

ଇଚ୍ଛାଶକ୍ତି ଆଗରେ ହାର ମାନିଲା ଅକ୍ଷମତା: ଦୁଇ ହାତ ଓ ଗୋଟିଏ ଗୋଡ଼ ନଥାଇ ବି ପାଦରେ ଲେଖି ଶିକ୍ଷକ ସାଜିଲେ ନାଇଡୁ

ଜନ୍ମରୁ ଶାରୀରିକ ଅକ୍ଷମତା ମଣିଷକୁ ଦୁର୍ବଳ କରିଦିଏ ବୋଲି ସାଧାରଣରେ ଭାବିଥାନ୍ତି। କିନ୍ତୁ ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ବଳରେ ସେହି ଅକ୍ଷମତାକୁ ମଧ୍ୟ ସଫଳତାର ସିଡ଼ି କରାଯାଇପାରେ, ଏହା ପ୍ରମାଣ କରି ଦେଖାଇଛନ୍ତି ଶିକ୍ଷକ ସିଂହାଚଲମ ନାଇଡୁ ଜନ୍ମରୁ ଦୁଇଟି ଯାକ ହାତ ଏବଂ ଏକ ଗୋଡ଼ରେ ଗୁରୁତର ଅକ୍ଷମତା ଥାଇ ମଧ୍ୟ ସେ ନିଜ ଜୀବନର ଲକ୍ଷ୍ୟପଥରୁ ଓହରି ଯାଇନାହାନ୍ତି, ଆଜି ସେ ନିଜ ପାଦ ସାହାଯ୍ୟରେ କଳାପଟାରେ ଲେଖି ଶହ ଶହ ପିଲାଙ୍କ ଭବିଷ୍ୟତ ଗଢ଼ୁଛନ୍ତି , ସୂଚନା ଅନୁଯାୟୀ, ମାତ୍ର ୩ ବର୍ଷ ବୟସରୁ ନାଇଡୁ ନିଜ ପାଦ ଆଙ୍ଗୁଠି ସାହାଯ୍ୟରେ ଖଡ଼ି ଧରି ଗାର ଟାଣିବା ଶିଖିଥିଲେ ବିଦ୍ୟାଳୟରେ ଅନ୍ୟ ପିଲାମାନେ ବେଞ୍ଚ୍‌ରେ ବସି ଲେଖୁଥିବା ବେଳେ ସେ ତଳେ ବସି ପାଦରେ ଲେଖି ପାଠ ପଢ଼ୁଥିଲେ ପାଦକୁ ହିଁ ନିଜର ହାତ ଭାବେ ଗ୍ରହଣ କରି ସେ ଶିକ୍ଷା ଗ୍ରହଣ ଜାରି ରଖିଥିଲେ। ଅନେକ ଲୋକ ତାଙ୍କୁ ଦିବ୍ୟାଙ୍ଗ କୋଟାରେ ସହଜରେ ଚାକିରି ମିଳିଯିବ ବୋଲି କହିଥିଲେ ମଧ୍ୟ, ସେ ନିଜ ଯୋଗ୍ୟତା ବଳରେ ସାଧାରଣ ବର୍ଗ (Open Category)ରେ ଚାକିରି ପାଇବାକୁ ଲକ୍ଷ୍ୟ ରଖିଥିଲେ ଦୀର୍ଘ ୬ ବର୍ଷର କଠିନ ପ୍ରସ୍ତୁତି ପରେ ସେ ଡିଏସସି (DSC) ପରୀକ୍ଷାରେ ଜିଲ୍ଲା ସ୍ତରରେ ତୃତୀୟ ସ୍ଥାନ ହାସଲ କରି ସରକାରୀ ସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ପ୍ରଥମେ ପ୍ରଥମେ ସ୍କୁଲର ଅନ୍ୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସେ କେମିତି ପଢ଼ାଇବେ ବୋଲି ଆଶ୍ଚର୍ଯ୍ୟ ହୋଇଥିଲେ。 କିନ୍ତୁ ଆଜି ସେ ଟେବୁଲ୍ ଉପରେ ବସି ନିଜ ପାଦ ଆଙ୍ଗୁଠିରେ ଚକ୍ ଏବଂ ପେନ୍ ଧରି ଅତି ସୁନ୍ଦର ଭାବେ ବ୍ଲାକବୋର୍ଡରେ ଲେଖି ପିଲାମାନଙ୍କୁ ପଢ଼ାଉଛନ୍ତି ପ୍ରତିଦିନ ତାଙ୍କ ବାପା ତାଙ୍କୁ ସ୍କୁଲରେ ଛାଡ଼ିବା ଓ ଆଣିବା କାର୍ଯ୍ୟ କରନ୍ତି, ନାଇଡୁଙ୍କ ଏହି ସଂଘର୍ଷମୟ କାହାଣୀ କେବଳ ସେହି ବିଦ୍ୟାଳୟ ନୁହେଁ, ବରଂ ସମଗ୍ର ସମାଜ ପାଇଁ ଏକ ବଡ଼ ପ୍ରେରଣା ସାଜିଛି। ସେ ଏବେ ସରକାରୀ ଶିକ୍ଷକତା କରିବା ସହ ୟୁପିଏସସି (UPSC) ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି ।

Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ମାର୍ବଲ ପଡ଼ି ଯୁବକ ଗୁରୁତର, ଚିକିତ୍ସା ପାଇଁ ଅର୍ଥାଭାବ
Sep 16, 2026•23 views

ମାର୍ବଲ ପଡ଼ି ଯୁବକ ଗୁରୁତର, ଚିକିତ୍ସା ପାଇଁ ଅର୍ଥାଭାବ

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରୁ ଆସିଛି ଏକ ଦୁଃଖଦ ଖବର। ମାର୍ବଲ ଫ୍ୟାକ୍ଟ୍ରିରେ କାମ କରୁଥିବା ସମୟରେ ମାର୍ବଲ ପଡ଼ି ଗୁରୁତର ଆହତ ହୋଇଛନ୍ତି ଜଣେ ଯୁବକ। ଏବେ ଚିକିତ୍ସା ପାଇଁ ଅର୍ଥାଭାବ ଦେଖାଦେଇଥିବାରୁ ସହାୟତା ପାଇଁ ପରିବାର ପକ୍ଷରୁ ନିବେଦନ କରାଯାଇଛି। ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ଅନ୍ତର୍ଗତ ପିରିପୁର ଗ୍ରାମର ଅଭିମନ୍ୟୁ ସୂତାର। ବୟସ ମାତ୍ର ୩୨ ବର୍ଷ। ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥିବାରୁ ରୋଜଗାର ପାଇଁ ଘରଠାରୁ ଦୂରରେ ଏକ ମାର୍ବଲ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ତେବେ କାମ କରୁଥିବା ସମୟରେ ଅଭିମନ୍ୟୁଙ୍କ ଉପରେ ମାର୍ବଲ ପଡ଼ିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ସେ କିଛିଦିନ ଶଯ୍ୟାଶାୟୀ ହୋଇ ରହିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ତାଙ୍କୁ ଘରକୁ ଆଣି ଚିକିତ୍ସା କରାଇଥିଲେ। ଅଭିମନ୍ୟୁଙ୍କ ପରିବାରର ଆର୍ଥିକ ସ୍ଥିତି ମଧ୍ୟ ଅତ୍ୟନ୍ତ ଦୁର୍ବଳ। ତାଙ୍କ ବାପା ବିନଦ ସୂତାର ପକ୍ଷାଘାତରେ ପୀଡ଼ିତ ଏବଂ ଭିନ୍ନକ୍ଷମ। ଅନ୍ୟପଟେ ଅଭିମନ୍ୟୁଙ୍କ ସ୍ତ୍ରୀ ଘରେ ଘରେ ବୁଲି ବାସନ ମାଜି ଯେତିକି ରୋଜଗାର କରନ୍ତି, ସେଥିରେ ପରିବାରର ଗୁଜୁରାଣ ମେଣ୍ଟୁଥିଲା। ଏଭଳି ସ୍ଥିତିରେ ଅଭିମନ୍ୟୁଙ୍କ ଚିକିତ୍ସା ପାଇଁ ଗ୍ରାମବାସୀମାନେ ନିଜ ସାମର୍ଥ୍ୟ ଅନୁଯାୟୀ ସହାୟତା କରିଥିଲେ। ଏହି ଅର୍ଥରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। କିନ୍ତୁ ଏବେ ଚିକିତ୍ସାରେ ସମସ୍ତ ଅର୍ଥ ଖର୍ଚ୍ଚ ହୋଇଯାଇଥିବାରୁ ଆଗାମୀ ଚିକିତ୍ସା ବାଧାପ୍ରାପ୍ତ ହୋଇଛି। ତେଣୁ ଅଭିମନ୍ୟୁଙ୍କ ଚିକିତ୍ସା ଜାରି ରଖିବା ପାଇଁ ପରିବାର ଓ ଗ୍ରାମବାସୀ ଓଡ଼ିଶାବାସୀଙ୍କୁ ସହାୟତାର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି। ସହାୟତା ପାଇଁ PhonePe ନମ୍ବର — ୭୮୪୮୮୨୩୫୭୦। ଆପଣଙ୍କ ଛୋଟିଆ ସହଯୋଗ ହୁଏତ ଅଭିମନ୍ୟୁଙ୍କ ଚିକିତ୍ସାରେ ବଡ଼ ସାହାଯ୍ୟ ହୋଇପାରେ। ତେଣୁ ନିଜ ସାମର୍ଥ୍ୟ ଅନୁଯାୟୀ ସହଯୋଗ କରିବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ମା’ ବାଳାକୁମାରୀଙ୍କ ନବଦିନାତ୍ମକ  ଯାତ୍ରା ଅକ୍ଟୋବର ୧୧ ରୁ ଆରମ୍ଭ ହେବ
Sep 16, 2026•30 views

ମା’ ବାଳାକୁମାରୀଙ୍କ ନବଦିନାତ୍ମକ ଯାତ୍ରା ଅକ୍ଟୋବର ୧୧ ରୁ ଆରମ୍ଭ ହେବ

ଚିକିଟି: ୧୫/୯ :ଓଡ଼ିଶାର ପ୍ରମୁଖ ଶକ୍ତିପୀଠଗୁଡ଼ିକ ମଧ୍ୟରେ ଚିକିଟି ନିକଟସ୍ଥ ରାମଗୁଡା ଗାଁ ବାଳାକୁମାରୀ ପାହାଡ଼ ଉପରେ ଅବସ୍ଥିତ ମା’ ବାଳାକୁମାରୀଙ୍କ ପୀଠର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। ପ୍ରତିବର୍ଷ ଏଠାକୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି। ବିଶେଷକରି ମା’ଙ୍କ ବାସନ୍ତିକ ଯାତ୍ରା ଓ ଦଶହରା ପୂର୍ବରୁ ଅନୁଷ୍ଠିତ ନବଦିନାତ୍ମକ ପୂଜା ଏହି ପୀଠର ଆଧ୍ୟାତ୍ମିକ ମହତ୍ତ୍ୱକୁ ଆହୁରି ବଢ଼ାଇଥାଏ। ଆଗାମୀ ନବଦିନାତ୍ମକ ପୂଜା ଓ ଯାତ୍ରା ପାଇଁ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ପ୍ରସ୍ତୁତି ବୈଠକ ଓ ଶୁଭଖୁଣ୍ଟି ସ୍ଥାପନ ହୋଇସାରିଛି।ଏଥି ଉପଲକ୍ଷେ ଆୟୋଜିତ ପୂଜାର୍ଚ୍ଚନାରେ ମନ୍ଦିର କମିଟି ସଭାପତି ସୁରେନ୍ଦ୍ର ମଣ୍ଡଳ, ସମ୍ପାଦକ ଅଭି ରାଉଳ, କୋଷାଧ୍ୟକ୍ଷ ସୁଧୀର ସାବତ,ସହ ସମ୍ପାଦକ ମହେନ୍ଦ୍ର ପାତ୍ର, ସୁଶାନ୍ତ ପଣ୍ଡା,ମୁନାପଣ୍ଡା , ଡମ୍ବରୁ ପଣ୍ଡା ଓ ଅନ୍ୟାନ୍ୟ କର୍ମକର୍ତ୍ତାଗଣ ଯୋଗ ଦେଇ ଶୁଭଖୁଣ୍ଟି ପୋତି ଥିଲେ। ଯାତ୍ରା ଅକ୍ଟୋବର ୧୦ ରୁ ଅଧିବାସ ଆରମ୍ଭ ହୋଇ ଯାତ୍ରା ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ଯାଏଁ ଚାଲିବ।ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ପ୍ରକାଶ ପାଇଛି। ସମୟକ୍ରମେ ମନ୍ଦିର ପରିସରର ବିକାଶ କରାଯାଇ ଏଠାରେ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ସୃଷ୍ଟି କରାଯାଇଛି। ପୂର୍ବରୁ ଏଠାରେ ମୁଖ୍ୟତଃ ମା’ ବାଳାକୁମାରୀଙ୍କ ମନ୍ଦିର ଥିବାବେଳେ ବର୍ତ୍ତମାନ ପରିସରରେ ବିରାଟକାୟ ଶିବଲିଙ୍ଗ, , ଗଣେଶ ମନ୍ଦିର, କାଳୀ ମନ୍ଦିର, ଶିବ ମନ୍ଦିର, ସୁନ୍ଦର ପାର୍କ , ଯାନବାହାନ ରଖିବା ପାର୍କ, ମହିଳଗୃପର କେଫ୍,ଶୈ।ଚାନ୍ଦ,ପାନୀୟ ଜଳ,ରୋଷେଇ ପାଇଁ ପ୍ରଭୃତ ଯାଗା,ଅନ୍ନ ଭୋଜନ ଆଦି ବିଭିନ୍ନ ବ୍ୟବସ୍ଥା କରାଯାଇଛି। ପାହାଡ଼ ଉପରକୁ ଯାତାୟାତ ପାଇଁ ମଧ୍ୟ ସୁବିଧା ରହିଛି। ବସ୍‌, କାର୍‌, ଓ ଦୁଇଚକିଆ ଯାନରେ ମଧ୍ୟ ଭକ୍ତମାନେ ପାହାଡ଼ ଉପରକୁ ଯାଇ ମା’ଙ୍କ ଦର୍ଶନ କରିପାରୁଛନ୍ତି। କିନ୍ତୁ ଟେମ୍ପୋ ଯିବାକୁ ବାରଣ କରାଯାଇଛି। ଶୁଭଖୁଣ୍ଟି ମା’ ବାଳାକୁମାରୀଙ୍କ ପୀଠ ଧାର୍ମିକ ଓ ପର୍ଯ୍ୟଟନ ଦୃଷ୍ଟିରୁ ଏକ ଆକର୍ଷଣୀୟ ସ୍ଥାନ ଭାବେ ପରିଚିତ ହୋଇଥିବାରୁ ଏହାକୁ ଓଡ଼ିଶା ପର୍ଯ୍ୟଟନର ମାନଚିତ୍ରରେ ଆହୁରି ପ୍ରମୁଖ ସ୍ଥାନ ଦେବା ପାଇଁ ଦାବି ମଧ୍ୟ ରହିଛି। ବର୍ଷସାରା ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ଭକ୍ତ ଆସୁଥିବା ବେଳେ ନବଦିନାତ୍ମକ ଯାତ୍ରା ସମୟରେ ଏଠାରେ ଭକ୍ତଙ୍କ ସମାଗମ ଆହୁରି ବୃଦ୍ଧି ପାଇଥାଏ।

Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ଶ୍ରୀ ଜଗନ୍ନାଥ ସୋସିଆଲ କ୍ଲବ୍ (ଆଇ.ଆର.ସି. ଭିଲେଜ୍, ଭୁବନେଶ୍ୱର)ରେ ଗଣେଶ ପୂଜା ଆଡ଼ମ୍ବର ସହକାରେ ପାଳିତ
Sep 16, 2026•13 views

ଶ୍ରୀ ଜଗନ୍ନାଥ ସୋସିଆଲ କ୍ଲବ୍ (ଆଇ.ଆର.ସି. ଭିଲେଜ୍, ଭୁବନେଶ୍ୱର)ରେ ଗଣେଶ ପୂଜା ଆଡ଼ମ୍ବର ସହକାରେ ପାଳିତ

ରାଜଧାନୀ ଭୁବନେଶ୍ୱରର ଆଇ.ଆର.ସି. ଭିଲେଜ୍ (IRC Village) ସ୍ଥିତ ଶ୍ରୀ ଜଗନ୍ନାଥ ସୋସିଆଲ କ୍ଲବ୍ (Shree Jagannath Social Club) ଆନୁକୂଲ୍ୟରେ ଏଥର ଗଣେଶ ପୂଜା ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ​ମୁଖ୍ୟ ଆକର୍ଷଣ: ​ଭବ୍ୟ ତୋରଣ ଓ ମଣ୍ଡପ: କ୍ଲବ୍ ପକ୍ଷରୁ ନିର୍ମିତ ଆକର୍ଷଣୀୟ ଓ ନୟନପ୍ରୀତିକର ମଣ୍ଡପ ଏବଂ ମନୋମୁଗ୍ଧକର ଆଲୋକସଜ୍ଜା ଶ୍ରଦ୍ଧାଳୁମାନଙ୍କ ମନ ଜିଣିପାରିଛି। ​ମୂର୍ତ୍ତି ଓ ପୂଜାର୍ଚ୍ଚନା: ପ୍ରଭୁ ଶ୍ରୀଗଣେଶଙ୍କର ସୁନ୍ଦର ପ୍ରତିମା ସ୍ଥାପନ କରାଯାଇ ବ୍ରାହ୍ମଣଙ୍କ ଦ୍ୱାରା ଶାସ୍ତ୍ରୀୟ ରୀତିକାନ୍ତି ଅନୁସାରେ ଆବାହନ ଓ ପୂଜାର୍ଚ୍ଚନା କରାଯାଇଛି। ​ଶ୍ରଦ୍ଧାଳୁଙ୍କ ଭିଡ଼: ପୂଜା ମଣ୍ଡପରେ ପ୍ରଭୁଙ୍କ ଦର୍ଶନ ଓ ଆଶୀର୍ବାଦ ନେବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ରାଜଧାନୀର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ​କ୍ଲବ୍‌ର କର୍ମକର୍ତ୍ତା ଓ ସଭ୍ୟମାନଙ୍କ ସକ୍ରିୟ ସହଯୋଗରେ ସମସ୍ତ ନୀତିକାନ୍ତି ଏବଂ ଉତ୍ସବ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଛି।

Bhubaneswar (ଭୁବନେଶ୍ୱର) • ଭୁବନେଶ୍ୱର:ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ନଈତଇଲା ଗ୍ରାମରେ ଧୁମଧାମରେ ଗଣେଶ ମହାପ୍ରଭୁଙ୍କ ବିସର୍ଜନ
Sep 16, 2026•61 views

ନଈତଇଲା ଗ୍ରାମରେ ଧୁମଧାମରେ ଗଣେଶ ମହାପ୍ରଭୁଙ୍କ ବିସର୍ଜନ

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ନଈତଇଲା ଗ୍ରାମରେ ଗଣେଶ ପୂଜା ଅବସରରେ ଶ୍ରୀ ଗଣେଶ ମହାପ୍ରଭୁଙ୍କ ବିସର୍ଜନ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁ ଓ ଯୁବକମାନେ ଏକତ୍ରିତ ହୋଇ ବାଜାବାଜଣା ସହ ଶୋଭାଯାତ୍ରାରେ ଗଣେଶ ମୂର୍ତ୍ତିକୁ ବିସର୍ଜନ ସ୍ଥଳକୁ ନେଇଥିଲେ। ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଗଣେଶ ମହାପ୍ରଭୁଙ୍କୁ ଭକ୍ତିଭାବରେ ବିଦାୟ ଦିଆଯାଇଥିଲା। ଶୋଭାଯାତ୍ରାରେ ଗ୍ରାମର ବହୁ ଯୁବକ ଓ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରାଯାଇଥିଲା। “ଗଣପତି ବାପ୍ପା ମୋରିଆ, ଆସନ୍ତା ବର୍ଷ ତୁ ଜଲ୍ଦି ଆ” ଧ୍ୱନିରେ ପରିବେଶ ଉତ୍ସବମୁଖର ହୋଇଉଠିଥିଲା।

Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁ

Nuakhai Bhetghat-2026 Held at Kapsi Village  Talents from Various Fields Felicitated at the Community Gathering
Sep 15, 2026•117 views

Nuakhai Bhetghat-2026 Held at Kapsi Village Talents from Various Fields Felicitated at the Community Gathering

Sinapali: The traditional festival of Western Odisha, Nuakhai, was celebrated with enthusiasm at Kapsi village, where the ‘Nuakhai Bhetghat-2026’ programme was organised. The event focused on promoting social unity, brotherhood and the preservation of local culture. Villagers across different age groups participated in the programme and exchanged Nuakhai greetings. The programme began with prayers offered to village deity Maa Gadiyani and the presiding deity of Western Odisha, Maa Samalei. The guests inaugurated the event by lighting the ceremonial lamp and performing puja. A solo musical performance by local artists was presented thereafter. The proceedings were coordinated by noted sports commentator Prakash Patra. The meeting was presided over by Nikunja Bihari Sa. Secretary Samanta Kumar Das, speaking on the significance of Nuakhai, said that the festival represents brotherhood, social unity and the traditional values of Western Odisha. Tapan Sa, Debendra Jagat, Padmanabh Das, Narottam Majhi, Mangal Singh Majhi, Hemant Majhi, Lachhman Rana, Jagabandhu Nial, Rafiq Khan, Lochan Lohar, Tankadhar Sa, Mohan Charan Das and Bisham Chinda attended the meeting as distinguished guests and shared their views on Nuakhai and social harmony. Talents Felicitated As part of the programme, individuals from various fields who have contributed to bringing recognition to Kapsi village were felicitated with certificates of appreciation and traditional uttariyas. Among those felicitated were Ghumura artist Shiva Kand, astrologer Mangal Singh Majhi, Kirtan Bayak Narayan Sa, spiritual speaker Mohan Das and Haradei Majhi for her contribution towards forest protection. Sportspersons Shashibhushan Jagat and Sheikh Bas Khan were also felicitated for their contributions to the field of sports. Village resident and Indian Army personnel Paramananda Rana, who is serving the country, was specially honoured during the programme. Students who secured achievements in various school-level competitions were also awarded. The prize distribution was coordinated by Chaitanya Mishra. Cultural Programme Held The second phase of the event featured cultural performances by local artists under the leadership of noted artist Kanhai Charan Das. Dance and music performances were presented for the audience as part of the Nuakhai celebrations. The programme was conducted with the active support of Treasurer Bihari Lal Masra, Joint Secretary Diamond Nial, Tularam Nial, Chakradhar Sa, Rabindra Sa, Manoj Das, Sameer Das, Bishnu Sa, Deva Nial, Jatindra Das, Shekhar Das, Om Lohar, Gobardhan Das and Ajesh Das, among others. Vice-President Kailash Jagat proposed the vote of thanks at the conclusion of the programme. The event was also livestreamed through YouTube, enabling villagers living outside the area to watch and participate virtually in the Nuakhai Bhetghat programme.

Nuapada (ନୂଆପଡ଼ା) • Reports: Malaya Meher, DC

ଆଇନ ମହାବିଦ୍ୟାଳୟରେ ଶ୍ରୀଗଣେଶ ପୂଜା
Sep 15, 2026•51 views

ଆଇନ ମହାବିଦ୍ୟାଳୟରେ ଶ୍ରୀଗଣେଶ ପୂଜା

ରାଉରକେଲା: ରାଉରକେଲା ଆଇନ ମହାବିଦ୍ୟାଳୟ ଠାରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ପୂଜାରେ କର୍ତ୍ତା ଭାବେ ଅନିରୁଦ୍ଧ ଶତପଥୀ ଦାୟିତ୍ଵ ତୁଲାଇଥିଲେ। ପୂର୍ବାହ୍ନ ୧୦ ଘଟିକା ସମୟରେ ପୂଜାରମ୍ଭ ହୋଇ ପୁଷ୍ପାଞ୍ଜଳି ସହ ପ୍ରସାଦ ସେବନରେ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଅତିଥି ଭାବେ ଯୋଗଦେଇ ଥିଲାବେଳେ ସର୍ବଶ୍ରୀ ଅଧ୍ୟାପକ ଡ ଦିବ୍ୟେନ୍ଦୁ ପଣ୍ଡା, ମନୋରଞ୍ଜନ ମହାନ୍ତି, ଅଧ୍ୟାପକ ଏସ କେ ବିଶି,ଛବି ମହାନ୍ତି, ଅମିତା ଜେନା, ଅକ୍ଷୟ ଦାଶ,ଏ ସାହୁ,ଆଲୁମନୀ ସଭାପତି ଡ ସୁମନ ଦତ୍ତ, ମୁଖପାତ୍ର କୁଞ୍ଜବିହାରୀ ରାଉତ, ନନ୍ଦକିଶୋର ମହନ୍ତ,ହୃଦୟରଞ୍ଜନ ମହାନ୍ତି, ଦେବାଶିଷ ବେହେରା ପ୍ରମୁଖ ତଥା ଛାତ୍ରଛାତ୍ରୀ ସର୍ବଶ୍ରୀ ଅସୀତ କୁମାର ବେହେରା,ଅଳକାରାଣୀ ମହନ୍ତ, ରୋହିତ କୁମାର,ମହେଶ ଚୈ।ଧୁରୀ, ସତ୍ୟଜିତ ପାଣ୍ଡେ,ଖୁସି ଜୟସ୍ବାଲ, ରାକ୍ଷୀ ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ