--:--:--
-- ---
Srishti News

Web News

ମେଣ୍ଢପୁର ପଞ୍ଚାୟତ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି, ବର୍ଷା ଆରମ୍ଭରୁ ସ୍ଥିତି ବେହାଲ
Jul 5, 202630 views

ମେଣ୍ଢପୁର ପଞ୍ଚାୟତ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି, ବର୍ଷା ଆରମ୍ଭରୁ ସ୍ଥିତି ବେହାଲ

ଆଳି ବ୍ଲକ ଅଧୀନ ମେଣ୍ଢପୁର ପଞ୍ଚାୟତ ରେ ବର୍ଷା ଆରମ୍ଭରୁ ଉପଯୁକ୍ତ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ହୋଇ ନ ଥିବାରୁ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷା ଜଳ ଜମି ରହୁଥିବା ଦେଖିବାକୁ ମିଳିଛି l ବର୍ଷା ଜଳ ଜମି ରହି କେଉଁଠି ଖାଲରେ ପଡ଼ି ଲୋକେ ଖଣ୍ଡିଆଖାବରା ହେଉଛନ୍ତି ତ କେଉଁଠି ଦୁଆର ମୁହଁ ପର୍ଯ୍ୟନ୍ତ ପାଣି ଲାଗିଯିବା ଫଳରେ ଲୋକେ ଜଳବନ୍ଦୀ ପରି ଜୀବନ ବିତାଉଛନ୍ତି l ମୁଖ୍ୟତଃ ଆଳି ଆଠକୋଣିଆ ଛକ ନିକଟରୁ କଳାପାହାଡ଼ ଏବଂ ସେହିଠାରୁ ଉକ୍ତ ଗ୍ରାମ ର ଶେଷ ପର୍ଯ୍ୟନ୍ତ ବହୁ ସ୍ଥାନ ରେ ବର୍ଷା ଜଳ ଜମି ରହିବା ସହ ଯାତାୟତ କରୁଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି l ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ବର୍ଷା ଜଳ ଜମି ରହିବା ଫଳରେ ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଛି l ରାସ୍ତା ପାଖରେ ଥିବା ଘର ମୁହଁରେ ପାଣି ଜମି ରହିବା ଫଳରେ ସରୀସୃପ ଘର ଭିତରକୁ ପଶିଯିବା ର ଭୟ ରେ ଲୋକେ ରହୁଛନ୍ତି l ରାସ୍ତା ରେ ପାଣି ଜମି ରହିବା ଫଳରେ ସେହି ବାଟ ଦେଇ ଯାଉଥିବା ଯାତ୍ରୀ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି l ଆଗରୁ ରସ୍ତା ଖାଲି ଥିଲା ତେଣୁ ଜଳ ନିଷ୍କାସନ ହେବାରେ ଅସୁବିଧା ହେଉନଥିଲା l ଧୀରେ ଧୀରେ ବାସଗୃହ ଗଢି ଉଠିବା ଫଳରେ ଜଳ ନିଷ୍କାସନ ବାଟ ବନ୍ଦ ହୋଇଯାଇଛି l ବର୍ଷା ଋତୁ ଆସିଲେ ରାସ୍ତାରେ ପାଣି ଜମି ରହୁଛି l ଯାହା ଫଳରେ ଲୋକେ ଯାତାୟାତର ହୀନସ୍ତା ଭୋଗୁଛନ୍ତି l ଅସରାୟ ବର୍ଷା ହେଲେ ରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଛି l ଏହି ରାସ୍ତା ୫ ପଞ୍ଚାୟତ ର ମୁଖ୍ୟରାସ୍ତା l ଦୈନିକ ୨୦ ରୁ ଉର୍ଦ୍ଧ ଗ୍ରାମର ଲୋକେ ଯାତାୟତ କରନ୍ତି l ଏପରିକି ଏହି ରାସ୍ତା ଦେଇ ରାଜନଗର କୁ ଯିବାକୁ ବାଟ କମ ହେଉଥିବାରୁ ଏହି ବାଟ ଦେଇ ଦୁରଦୂରାନ୍ତର ଲୋକେ ଯାତାୟାତ କରନ୍ତି l ହେଲେ ରାସ୍ତା କଦର୍ଥ ହୋଇଥିବାରୁ ଯାତାୟତ ମଧ୍ୟ କଷ୍ଟକର ହୋଇ ପଡିଛି l ସେହିପରି ମେଣ୍ଢପୁର ପଞ୍ଚାୟତ ଏକ ନମ୍ବର ଓ ଦୁଇ ନମ୍ବର ୱାର୍ଡର ପାଖାପାଖି ୩୦୦ ପରିବାର ଘରୁ ବାହାରି ନପାରି ଜଳବନ୍ଦୀ ରହିଛନ୍ତି l ଏନେଇ ସେମାନେ ସରପଞ୍ଚ ଠୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ନିକଟରେ ଦୀର୍ଘଦିନ ଧରି ଅଭିଯୋଗ କରି ଆସୁଥିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ହେଉନଥିବା ସାଧାରଣ ଲୋକେ ଦୁଃଖ ପ୍ରକାଶ କରିଛନ୍ତି l ବର୍ଷା ଜଳ ନିଷ୍କାସନ ର ସଠିକ ବ୍ୟବସ୍ଥା ନଥିବାରୁ ଏଭଳି ଅବସ୍ଥା ପ୍ରତିବର୍ଷ ଦେଖାଯାଉଛି l ସାମାନ୍ୟ ବର୍ଷାରେ ଘର ଭିତରକୁ ଜଳ ପଶୁଥିବା ବେଳେ ଆଗକୁ ଆସୁଛି ବର୍ଷା ସେହି ସମୟରେ ସେତେବେଳେ ସେମାନଙ୍କ କଣ ଅବସ୍ଥା ହେବ ଏହି ଚିତ୍ର ବୟାନ କରୁଛି l ଏବେ ଯେମିତି ହେଲେ ଘରୁ ବାହାରି ହେଉଛି କିନ୍ତୁ ଆଗକୁ ଘରୁ ବାହାରିବା କଷ୍ଟ ହୋଇ ପଡିବ l ଏପଟେ ଯେଉଁ ବାଟେ ଜଳ ନିଷ୍କାସନ ହେଉଥିଲା ସେହି ବାଟରେ ସେହି ଜମିର ମାଲିକ ଘର କରିବା ପାଈଁ ମାଟି ପକାଇ ଉଚ୍ଚା କରିଦେବା ଫଳରେ ଏବେ ଦୁର୍ଦଶା ଭୋଗୁଛନ୍ତି ଲୋକେ l ଏପଟେ ସକାଳ ହେଲା ମାତ୍ରେ ସେହି ବାଟ ଦେଇ ବୟସ୍କ, ବୃଦ୍ଧା, ବୃଦ୍ଧ,ମହିଳା, ସ୍କୁଲ ଯାଉଥିବା ଛୋଟପିଲାମାନେ ରାତି ପାହିଲେ ପାଣି ଭିତରେ ପଶି ଯାତାୟାତ କରିଥାନ୍ତି l ଯାହା ଫଳରେ ଲୋକେ ଚର୍ମ ରୋଗ କୁଣ୍ଡିଆ ହେବା ସହିତ, ଥଣ୍ଡା, ଜ୍ଵର, କାଶ ରେ ଆକ୍ରାନ୍ତ ହେଉଛନ୍ତି l ସେହି ପାଣି ଭିତରେ ଯାନବାହାନ ଯାତାୟତ ଫଳରେ ଦୁର୍ଘଟଣା ହେଉଛି l ଏହି ପାଣି ନିଷ୍କାସନ ନ ହେବା ଫଳରେ ପାଣି ପଚି ମଶା, ମାଛି ବୃଦ୍ଧି ପାଇବା ସହ ପାଣିରେ ସରିସୃପ, ଜୀବଜନ୍ତୁ ଘର ଭିତରକୁ ପଶି ଆସୁଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି l ଏହି ରାସ୍ତା ରୁ ବର୍ଷାଜଳ ନିଷ୍କାସନ କରିବା ପାଈଁ ରାସ୍ତା କୁ ଉଚ୍ଚ କରିବା ତତସହିତ ଡ୍ରେନେଜ ବ୍ୟବସ୍ଥା କରିବା ପାଈଁ ମୁରସିଦ ଖାନ, ସେକ ସନସର, ଅବଦୁଲ ମତିନ, ସେକ ଜାହୀଦ, ଯୁକୁ ଖାନ, ଫିରୋଜ ଖାନ, ସେକ ଭାଲୁ, ଏମଡି ଗେଲା, ଯସୀମ ଆଜମ, ଏମଡି ଆଯାରଉଦିନ, ରାସିଦ ଇକଵାଲା ଖାନ, ସେକ ସମୀଉଲ୍ଲା, ସେକ ଫିରୋଜ, ଆତାଫ ଆଲମ, ସେକ ରାଜା ସମେତ ଦୁଇଟି ୱାର୍ଡର ଶତାଧିକ ଲୋକେ ସରପଞ୍ଚ, ବିଧାୟକ ଓ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରିଛନ୍ତି l

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ -ଦିଲ୍ଲୀପ ପରିଡା, ଆଳି

ରାଜଧାନୀର ଚକଚକିଆ ରାସ୍ତା କଡ଼ରେ ଅସହାୟତାର ଚିତ୍ର: ଦୁଇ ଶିଶୁଙ୍କୁ ଧରି ଭିକ୍ଷାବୃତ୍ତି କରୁଛନ୍ତି ମାଆ
Jul 5, 202627 views

ରାଜଧାନୀର ଚକଚକିଆ ରାସ୍ତା କଡ଼ରେ ଅସହାୟତାର ଚିତ୍ର: ଦୁଇ ଶିଶୁଙ୍କୁ ଧରି ଭିକ୍ଷାବୃତ୍ତି କରୁଛନ୍ତି ମାଆ

ଭୁବନେଶ୍ୱର।:ରାଜଧାନୀର ବିକାଶ ଓ ଚକଚକିଆ ରୂପରେଖ ଭିତରେ ପୁଣି ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଚିତ୍ର। ଗୋଟିଏ ପଟେ ଉନ୍ନତିର ଡିଣ୍ଡିମ ପିଟାଯାଉଥିବା ବେଳେ, ଅନ୍ୟପଟେ କିନ୍ତୁ ଜଣେ ଅସହାୟ ମାଆ ନିଜର ଦୁଇ ନିଷ୍ପାପ ଶିଶୁଙ୍କୁ ଧରି ରାସ୍ତା କଡ଼ରେ ଦିନ କାଟୁଥିବା ଦେଖିବାକୁ ମିଳିଛି ରାଜଧାନୀ  ପ୍ରମୁଖ ରାସ୍ତା କଡ଼ରେ ଥିବା ଫୁଟପାଥ୍‌କୁ ଆଶ୍ରୟ କରି ଏହି ମାଆ ଜଣକ ନିଜ ପିଲାମାନଙ୍କ ମୁହଁରେ ଦୁଇ ଓଳି ଗଣ୍ଡେ ଅନ୍ନ ଦେବା ପାଇଁ ଭିକ୍ଷାବୃତ୍ତି କରୁଛନ୍ତି। ପେଟର ବିକଳରେ କୋମଳମତି ଶିଶୁମାନେ ମଧ୍ୟ ଏହି ପ୍ରଖର ଖରା ଓ ଧୂଳିମଳି ଭିତରେ ରାସ୍ତା କଡ଼ରେ ବସି ରହିବାକୁ ବାଧ୍ୟ ହେଉଛନ୍ତି। ସରକାରଙ୍କ ପକ୍ଷରୁ ଅସହାୟ ଓ ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କରାଯାଉଥିବା ଦାବି କରାଯାଉଥିଲେ ବି, ଏହି ଚିତ୍ର ପ୍ରକୃତ ସତ୍ୟକୁ ପଦାରେ ପକାଇଛି। ଏଭଳି ପରିସ୍ଥିତିରେ ପ୍ରଶାସନ ଓ ସ୍ଥାନୀୟ ସାମାଜିକ ସଂଗଠନଗୁଡ଼ିକର ଦୃଷ୍ଟି ଏହି ଅସହାୟ ମାଆ ଓ ଶିଶୁଙ୍କ ଉପରେ ପଡ଼ିବା ନିହାତି ଜରୁରୀ। ସେମାନଙ୍କୁ ଉପଯୁକ୍ତ ଥଇଥାନ କରାଯିବା ସହ ଶିଶୁମାନଙ୍କ ସୁରକ୍ଷା ଏବଂ ଶିକ୍ଷା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Bhubaneswar (ଭୁବନେଶ୍ୱର)ରିପୋର୍ଟ : ସୁକାନ୍ତ କୁମାର ପ୍ରଧାନ, ଭୁବନେଶ୍ୱର

ଏଲ୍ ନିନୋ ପ୍ରଭାବ ନେଇ କେନ୍ଦ୍ରର ସମୀକ୍ଷା, କମ୍ ବର୍ଷା ସମ୍ଭାବନା
Jul 5, 202627 views

ଏଲ୍ ନିନୋ ପ୍ରଭାବ ନେଇ କେନ୍ଦ୍ରର ସମୀକ୍ଷା, କମ୍ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ୩ ଜୁଲାଇ:‘ଏଲ୍ ନିନୋ’ ପ୍ରଭାବରେ ଦେଶର କିଛି ଅଞ୍ଚଳରେ କମ୍ ବର୍ଷା ସମ୍ଭାବନା ନେଇ କେନ୍ଦ୍ର ସରକାର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଓ କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ବୈଠକରେ ପରିସ୍ଥିତି ଉପରେ ନଜର ରଖିବାକୁ ଓ ରାଜ୍ୟମାନଙ୍କ ସହ ସମନ୍ୱୟ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀମାନଙ୍କୁ କମ୍ ପାଣି ଆବଶ୍ୟକ ଥିବା ଫସଲ, ଯଥା ଡାଲି ଓ ମୋଟା ଶସ୍ୟ ଚାଷ କରିବା ପରାମର୍ଶ ଦିଆଯାଇଛି। ସରକାର ଜଳାଶୟ ଓ ଜଳ ସମ୍ପଦ ଉପରେ କଡ଼ା ନଜର ରଖିଛି। ଦେଶରେ ଚାଉଳ ଓ ଗହମ ସହ ପ୍ରୟାପ୍ତ ଖାଦ୍ୟଶସ୍ୟ ମଜୁତ ଥିବାରୁ ମୂଲ୍ୟ ସ୍ଥିର ରହିଛି।

ସୁକାନ୍ତ ପ୍ରଧାନ

ସାମାନ୍ୟ ବର୍ଷାରେ ବୁଡ଼ୁଛି ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ହଇରାଣ ହେଉଛନ୍ତି ରୋଗୀ
Jul 4, 202672 views

ସାମାନ୍ୟ ବର୍ଷାରେ ବୁଡ଼ୁଛି ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ହଇରାଣ ହେଉଛନ୍ତି ରୋଗୀ

ବରଗଡ଼ ଜିଲ୍ଲାର ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଅନ୍ତର୍ଗତ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସାମାନ୍ୟ ବର୍ଷା ହେଲେ ମଧ୍ୟ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି। ହସ୍ପିଟାଲ ପରିସର ପୋଖରୀର ଭ୍ରମ ସୃଷ୍ଟି କରୁଥିବାବେଳେ ଚିକିତ୍ସା ପାଇଁ ଆସୁଥିବା ରୋଗୀ, ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଓ ସେମାନଙ୍କ ସହଯୋଗୀମାନେ ଚରମ ଦୁର୍ଭୋଗର ସମ୍ମୁଖୀନ ହେଉଛନ୍ତି। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ସ୍ଥାୟୀ ସମାଧାନ ଦେଖିବାକୁ ମିଳୁନାହିଁ। ଏକ ପଟେ ସରକାର ସ୍ୱାସ୍ଥ୍ୟସେବାର ଉନ୍ନତି କଥା କହୁଥିବାବେଳେ ଅନ୍ୟପଟେ ହସ୍ପିଟାଲର ମୌଳିକ ଭିତ୍ତିଭୂମିର ଏଭଳି ଦୟନୀୟ ଚିତ୍ର ଅତ୍ୟନ୍ତ ଉଦ୍ବେଗଜନକ। ଜନସ୍ୱାସ୍ଥ୍ୟ ସହ ଜଡ଼ିତ ଏହି ଗୁରୁତର ସମସ୍ୟା ପ୍ରତି ବିଜେପୁର NAC ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ହସ୍ପିଟାଲ ପରିସରକୁ ଜଳମୁକ୍ତ କରିବାକୁ ସ୍ଥାନୀୟ ଲୋକେ ଦୃଢ଼ ଦାବି କରିଛନ୍ତି। ରୋଗୀଙ୍କ ଦୁର୍ଭୋଗ ଦୂର କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ।

Bargarh (ବରଗଡ଼)ବରଗଡ଼, ବରପାଲି ରୁ ସତ୍ୟ ସୁରୁଜାଲ ଙ୍କ ରିପୋର୍ଟ

ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ମାନଙ୍କରେ ଥିବା ପକ୍କା ରାସ୍ତା କୁ ପାଇପ୍ ଲାଇନ୍ ବିଛାଇବା ପରେ ରାସ୍ତାକୁ କଂକ୍ରିଟ ନ କରିବାରୁ ଜନ ଆନ୍ଦୋଳନ ଚେତାବନୀ
Jul 4, 202639 views

ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ମାନଙ୍କରେ ଥିବା ପକ୍କା ରାସ୍ତା କୁ ପାଇପ୍ ଲାଇନ୍ ବିଛାଇବା ପରେ ରାସ୍ତାକୁ କଂକ୍ରିଟ ନ କରିବାରୁ ଜନ ଆନ୍ଦୋଳନ ଚେତାବନୀ

ଜୁନାଗଡ଼ : ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନେକ ୱାର୍ଡ ମାନଙ୍କରେ ରେ ଦେଖିବାକୁ ମିଳୁଛି ପାଇପ୍ ଲାଇନ୍ ବିଛାଇବା ପରେ ମଧ୍ୟ ପକ୍କା ରାସ୍ତା କୁ ପୁନର୍ବାର କଂକ୍ରିଟ କରା ଯାଇ ନାହିଁ। ୱାର୍ଡ ନମ୍ବର ୩ ର କେତେକ ବାସିନ୍ଦା କହିବାନୁସାରେ ରାସ୍ତାକୁ ପାଇପ୍ ଲାଇନ୍ ବିଛାଇବା ପାଇଁ ଖୋଲା ଯାଇ ଥିଲା। କିନ୍ତୁ ପାଇପ୍ ବିଛାଇବା ପରେ ମଧ୍ୟ ରାସ୍ତାକୁ କଂକ୍ରିଟ ନ ଯିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ସହରାଞ୍ଚଳ ର ରାସ୍ତା ଏହିପରି ସ୍ଥଳେ ଗ୍ରାମାଞ୍ଚଳ ରାସ୍ତା କିପରି ଥିବ ସହଜରେ ଅନୁମାନ କରାଯାଇପାରେ।ଏଣୁ ଶୀଘ୍ର ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହେଉଛି।

Kalahandi (କଳାହାଣ୍ଡି)ରିପୋର୍ଟ - ଦେବରାଜ ବାଣୁଆ ଜୁନାଗଡ

ଶିବ ମନ୍ଦିରରୁ ଚୋରି, ଲୁଟି ନେଲେ ୨୪ କିଲୋ ଓଜନର ମୂର୍ତ୍ତି
Jul 4, 202641 views

ଶିବ ମନ୍ଦିରରୁ ଚୋରି, ଲୁଟି ନେଲେ ୨୪ କିଲୋ ଓଜନର ମୂର୍ତ୍ତି

ସୋରରୁ ଚୋରି କମିବାର ନାଁ ଧରୁନି। ଦିନେ ଦୁଇ ଦିନ ଅନ୍ତରରେ ବିଭିନ୍ନ ସ୍ଥାନରୁ ନିୟମିତ ଭାବେ ଚୋରି ହେଉଥିବା ବେଳେ ପୁଲିସର ହାତ ଖାଲି ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ବିଳମ୍ବିତ ରାତିରେ ଅନନ୍ତପୁର ଥାନା ପାଖର ପଞ୍ଚାୟତ ଦୁଗାପୁର ଗ୍ରାମରେ ଥିବା ଶିବ ମନ୍ଦିରରୁ କିଛି ଦୁର୍ବୁର୍ତ୍ତ ୨୪ କିଲୋ ଓଜନର ପିତଳ ମୁର୍ତ୍ତି ଓ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିଥିଲେ। ଆଜି ସକାଳେ ମନ୍ଦିରର ପୂଜକ ମନ୍ଦିର ଖୋଲିବା ପରେ ଏବାବଦରେ ଜାଣି ଗ୍ରାମବାସୀମାନଙ୍କୁ ଅବଗତ କରାଇବା ସହିତ ଅନନ୍ତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଗତ କିଛିମାସ ପୁର୍ବରୁ ଉକକ୍ତ ଗ୍ରାମର ଚାରୋଟି ମନ୍ଦିରରୁ ସିରିଜ ଚୋରି ହୋଇଥିବା ବେଳେ ଗତକାଲି ରାତିରେ ପୁନଶ୍ଚ ଚୋରି ହୋଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପୁଲିସ ପକ୍ଷରୁ କଡା ପେଟ୍ରୋଲିଂ ସିହିତ ଚୋର ମାନଙ୍କୁ ଧରିବାକୁ ଦାବି ହୋଇଛି।

Balasore (ବାଲେଶ୍ୱର)ରିପୋର୍ଟ - ନିରୋଜ କୁମାର ସେଠୀ

ଓଁ ସଙ୍ଗୀତ ଏକାଡ଼େମି ଦ୍ୱାରା ଭଞ୍ଜନଗର ଠାରେ ମହମ୍ମଦ ଅଜିଜିଙ୍କ ଜନ୍ମଦିନ ପାଳିତ
Jul 4, 202657 views

ଓଁ ସଙ୍ଗୀତ ଏକାଡ଼େମି ଦ୍ୱାରା ଭଞ୍ଜନଗର ଠାରେ ମହମ୍ମଦ ଅଜିଜିଙ୍କ ଜନ୍ମଦିନ ପାଳିତ

ଭଞ୍ଜନଗର : -୦୩/୦୭ ଭାରତର ପ୍ରସିଦ୍ଧ ବିଶିଷ୍ଠ କଣ୍ଠ ଶିଳ୍ପୀଙ୍କ ଜନ୍ମଦିନ ପାଳନ କରିବା ଅର୍ଥାତ ତାଙ୍କର ଗୁଣକୁ ପ୍ରଶଂସା କରିବା ସହିତ ତାଙ୍କର ଗୀତକୁ ସମ୍ମାନ ପ୍ରଦାନ କରିବା ଭଳି ଏକ ମହାନ ପ୍ରଶଂସନୀୟ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି ସ୍ଥାନୀୟ ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ। ଯେଉଁଠି ଭଞ୍ଜନଗର ସହରରେ ଥିବା ପୁରାତନ ସଂଗୀତ ଅନୁଷ୍ଠାନ ଓଁ ସଂଗୀତ ଏକାଡେମୀ ଦ୍ୱାରା ଆୟୋଜିତ ଜନ୍ମଦିନ ଉତ୍ସବ। ସେ ପୁଣି ଭାରତ ପ୍ରସିଦ୍ଧ ଯାଦୁ କଣ୍ଠ ଶିଳ୍ପୀ ମହମ୍ମଦ ଆଜିଜଙ୍କ। ସେହି ପୁଣ୍ୟ ଆତ୍ମାଙ୍କ କଣ୍ଠ ଆଜିବି ସମସ୍ତ ସଂଗୀତ ପ୍ରେମୀଙ୍କ ହୃଦୟରେ ଗୁଞ୍ଜରୀ ଉଠୁଛି। ଜଣେ ବେଙ୍ଗଲୀ ଅଧିବାସୀ ହୋଇ ମଧ୍ୟ ୧୦ଟି ଭାଷାରେ ପ୍ଲେବେକ୍କ ଫିଲ୍ମ ଜଗତରେ କଣ୍ଠ ଶିଳ୍ପୀ ଭାବେ ବିଶେଷ ପରିଚିତ। ହିନ୍ଦୀ ଏବଂ ଓଡ଼ିଆ ଗୀତ ସବୁଠାରୁ ଅଧିକ ପରିମାଣରେ ସେ ଗାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ସେ ଜଣେ ମୁସଲମାନ ପରିବାରରେ ଜନ୍ମ ହୋଇ ସୁଧା ତାଙ୍କ କଣ୍ଠରେ ଏମିତି ଯାଦୁ ଥିଲା ସେ ଯେଉଁ ଓଡ଼ିଆ ଭଜନ ଗାଉଥିଲେ ସବୁ ହିନ୍ଦୁ ଭକ୍ତ ତାଙ୍କ କଣ୍ଠ ଶୁଣି ଆନନ୍ଦରେ ବିଭୋର ହୋଇ ହଜି ଯାଉଥିଲେ। ୧୯୮୨ ରୁ ୨୦୧୮ ସାଲ ପର୍ଯ୍ୟନ୍ତ ଭାରତକୁ ହଜାର ହଜାର ଗୀତ ଗାଇ ଅନେକ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ୨୦ହଜାରରୁ ଅଧିକ ଗୀତ ଗାଇ ଆଜି ସେ ଅମର ହୋଇଯାଇଛନ୍ତି। ଓଁ ସଂଗୀତ ଏକାଡେମୀର ନିର୍ଦ୍ଦେଶକ ପ୍ରଦୀପ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ସଙ୍ଗୀତ ଗୁରୁ ରାଜା ରାଓ, ଅବସରପ୍ରାପ୍ତ ବନ କର୍ମଚାରୀ ଶୁଳପାଣି ଶତପଥୀ, ଅବସରପ୍ରାପ୍ତ ଶିକ୍ଷକନେତା ସନ୍ତୋଷ କୁମାର ଜେନା ଏବଂ ଜଗବନ୍ଧୁ ଜେନା, ସଂସ୍କୃତି ଗବେଷକ ଜଗଦୀଶ ପାଣିଗ୍ରାହୀ ସଭା ମଣ୍ଡନ କରିଥିଲେ। କଣ୍ଠଶିଳ୍ପୀ ମହମ୍ମଦ ଆଜିଜଙ୍କ ଉଦ୍ଦେଶ୍ୟରେ କେକ କାଟିବା ସହିତ ଅନୁଷ୍ଠାନ ନିର୍ଦେଶକ ପ୍ରଦୀପ କୁମାର ସ୍ୱାଇଁ, ଚାନ୍ଦିନୀ ସିଂ, ସୋମ୍ୟ ରଞ୍ଜନ ବ୍ରହ୍ମା, ଶିବ ପ୍ରସାଦ ସାହୁ ଅଜୀଜଙ୍କ ଗାଇଥିବା ଗୀତ ପାରିବେଷଣ କରି ଏକ ସଙ୍ଗୀତମୟ ପରିବେଶ ସୃଷ୍ଟି କରିଥିଲେ। ଏମ୍‍ ବାଲାଜୀ, ଦଣ୍ଡପାଣି ସ୍ୱାଇଁ, ରାଜା ବାବୁ ଯନ୍ତ୍ର ସଂଗୀତ ବାଦନରେ ସହଯୋଗ କରିଥିଲେ। ପୁରୁ ଷୋତ୍ତମ ମହାପାତ୍ର, ସମୀର ମହାପାତ୍ର, ଦୁର୍ଗମାଧବ ଆଚରି, ପ୍ରଫୁଲ୍ଲ କୁମାର ମହାରଣା,ନବ ବିଶୋଇ, ଗିରିଶ ଚନ୍ଦ୍ର ସାହୁ, ବ୍ରଜବିହାରୀ ଆଚାର୍ଯ୍ୟ, କେଶବ ଆଚାର୍ଯ୍ୟଙ୍କ ଭଳି ଅନେକ ସଂଗୀତ ପ୍ରେମୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଲୋହରାଖଣ୍ଡି ସାହିତ୍ୟ ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷୟିତ୍ରୀ ପ୍ରଭାତୀ ମଞ୍ଜରୀ ବେହେରା।

Ganjam (ଗଞ୍ଜାମ)ରିପୋର୍ଟ - ନିରୋଜ କୁମାର ସେଠୀ

Honouring a Lifetime of Service: Emotional Farewell to Three Retired Teachers at Bharuamunda Cluster
Jul 4, 2026216 views

Honouring a Lifetime of Service: Emotional Farewell to Three Retired Teachers at Bharuamunda Cluster

Sinapali, July 4 A teacher’s life extends far beyond the classroom; it is a lifelong commitment to shaping society and nurturing future generations. Recognising this invaluable contribution, the Bharuamunda Cluster under the Sinapali Block Education Office organised a heartfelt farewell ceremony to honour three retired teachers—Debarchan Bhoi, Ishwarlal Meher, and Budha Mali—for their dedicated service. The programme was held at Sangahatiapada Primary School under the chairmanship of CRCC Radheshyam Sunani. Senior teacher Jitendra Thakur attended as the Chief Guest, Lochan Meher as the keynote speaker, and Rathang Meher as the Guest of Honour. The speakers fondly recalled the retirees’ unwavering dedication, sincerity, and remarkable contributions to the field of education. They remarked that while a teacher may retire from service, the values, knowledge, and inspiration they impart continue to guide generations of students long after retirement. During the ceremony, the retired teachers were felicitated with citation certificates, mementoes, and bouquets as a mark of respect and appreciation. Rosalin Sethi, Aravinda Meher, and Sushanta Dandsena read the citations, while Nilamani Majhi efficiently conducted the proceedings. The event concluded with a vote of thanks proposed by Sanurjya Meher. Among those present were Giridhari Meher, Debaraj Majhi, Sarat Meher, Sadananda Jani, Daitari Meher, Jayakanta Raut, Rudre Chhatria, Premalata Pujhari, Shubhashree Majhi, Ramesh Meher, T. J. Felix, Satyabrata Thakur, Hrudananda Sahu, Sanjaya Majhi, Krushnachandra Dhakad, Bipin Bag, Kokila Sunani, Subash Deep, Tribikram Gahir, Sanjaya Gahir, Kanak Singh Bag, Trilochan Nial, Gobardhan Baitharu, Rupadhar Meher, along with several teachers, educationists, and distinguished guests, who extended their best wishes for the retirees’ healthy, happy, and fulfilling post-retirement life.

Nuapada (ନୂଆପଡ଼ା)By Malaya Meher

Murram surface deteriorates within days of completion; quality of culverts also comes under scrutiny
Jul 4, 2026355 views

Murram surface deteriorates within days of completion; quality of culverts also comes under scrutiny

Sinapali, July 4 A rural development project funded with public money has come under the scanner once again, with serious questions being raised over the quality of construction and transparency in execution. The Chatiaguda–Badabeda murram road and two culverts, constructed at an estimated cost of ₹9.75 lakh under Chatiaguda Gram Panchayat in Sinapali Block of Nuapada district, have become the subject of growing public concern following allegations of poor workmanship. According to local residents, the murram surface has started peeling off at several locations within just a few days of the completion of the work. In some stretches, the road has reportedly sunk, making it difficult for commuters to use. Villagers have also questioned the quality and construction standards of the two culverts built along the road, alleging that prescribed engineering norms may not have been properly followed. The allegations have sparked concerns over the durability of the project. Residents argue that a public infrastructure project executed at such a significant cost should not deteriorate within such a short period. They have therefore demanded an impartial technical inspection to ascertain whether the work was carried out in accordance with government guidelines and approved quality standards. Another issue raised by the villagers relates to the project’s implementation timeline. They claim that although the work has been shown as part of the 2023–24 financial year, it was actually executed during 2025–26, raising questions about the administrative process and execution of the project. Villagers have further alleged that the work was carried out under the supervision of Sanjib Patra, the husband of the Sarpanch. However, these allegations have not been officially verified by the administration. No response could be obtained from Sanjib Patra or any other concerned party despite efforts to seek their version. Their response, if received, will be published accordingly. Residents maintain that if the allegations are found to be true, the issue extends beyond the construction of a village road and concerns the proper utilisation of public funds, accountability, and transparency in developmental works. They have demanded a high-level, independent technical inquiry into the entire project and urged the authorities to initiate strict legal action against any individual or official found responsible for irregularities. The issue has now become a matter of widespread discussion across the Sinapali area, with public attention focused on what action the district administration will take in response to the allegations and whether a detailed investigation will be initiated.

Nuapada (ନୂଆପଡ଼ା)By Malaya Meher

Pathetic Condition of Biju Expressway: Pothole-Ridden Stretch at Tangaripada Awaits Urgent Repairs
Jul 4, 2026187 views

Pathetic Condition of Biju Expressway: Pothole-Ridden Stretch at Tangaripada Awaits Urgent Repairs

Boden, July 4 The Biju Expressway, which was envisioned as a symbol of fast and safe transportation, has now become a cause of serious concern near Tangaripada under Karlakot Gram Panchayat in Boden Block of Nuapada district. Large potholes that have developed at several locations on the road have made daily commuting extremely hazardous, forcing motorists and passengers to travel at considerable risk. The situation has worsened with the onset of the monsoon. Rainwater accumulated in the potholes makes it difficult for commuters to judge their depth, significantly increasing the chances of road accidents. Two-wheeler riders are particularly vulnerable, while drivers of both light and heavy vehicles are compelled to navigate the damaged stretch with extreme caution. According to local residents, several minor and major accidents have already occurred on this road, yet the issue has failed to receive the attention it deserves from the authorities. Hundreds of vehicles use this stretch of the Biju Expressway every day. However, its deteriorating condition has become a major source of inconvenience and concern for commuters. Residents allege that despite repeated demands for repairs over a long period, the authorities have offered little more than assurances, with no permanent solution implemented so far. With the monsoon season underway, locals have urged the district administration and the concerned department to immediately inspect the road and undertake permanent repair work before a major tragedy occurs. Residents have appealed to the authorities to act proactively, emphasizing that preventive action should be taken before, rather than after, a serious accident claims lives.

Nuapada (ନୂଆପଡ଼ା)By Kashyap Jagat & Malaya Meher, Boden

ଅନୁଗୋଳ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଭବ୍ୟ ସ୍ୱାଗତ
Jul 4, 2026130 views

ଅନୁଗୋଳ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଭବ୍ୟ ସ୍ୱାଗତ

ଅନୁଗୋଳ: ଓଡ଼ିଶାର ସମ୍ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅନୁଗୋଳ ଗସ୍ତ ଅବସରରେ କାଙ୍ଗୁଳା ବାଇପାସ୍ ଛକଠାରେ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା। ଏହି ଅବସରରେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଦଳର ବରିଷ୍ଠ ନେତୃବୃନ୍ଦ ଓ କର୍ମୀମାନଙ୍କ ସହ ଉପସ୍ଥିତ ରହି ଉପମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇବା ସହ ଅନୁଗୋଳ ମାଟିକୁ ତାଙ୍କର ଆଗମନକୁ ଅଭିନନ୍ଦନ ଜଣାଇଥିଲେ। ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଦଳର ବହୁ ନେତା, କର୍ମୀ ଓ ସମର୍ଥକମାନେ ଉପସ୍ଥିତ ରହିଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଅନୁଗୋଳରେ ରଥଯାତ୍ରା ପ୍ରସ୍ତୁତି ବୈଠକ: ସୁପରିଚାଳନା ଉପରେ ଗୁରୁତ୍ୱ
Jul 4, 2026101 views

ଅନୁଗୋଳରେ ରଥଯାତ୍ରା ପ୍ରସ୍ତୁତି ବୈଠକ: ସୁପରିଚାଳନା ଉପରେ ଗୁରୁତ୍ୱ

ଅନୁଗୋଳ: ଚଳିତ ମାସର ୧୬ ତାରିଖରେ ଅନୁଗୋଳରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରାର ସୁପରିଚାଳନା ଓ ସୁରକ୍ଷିତ ଆୟୋଜନ ନିମନ୍ତେ ଅନୁଗୋଳ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ଏମ୍. ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ଚଳିତ ବର୍ଷର ରଥଯାତ୍ରାକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷାର ସହିତ ସଫଳ ଭାବେ ଆୟୋଜନ କରିବା ସମ୍ପର୍କରେ ମତାମତ ରଖିଥିଲେ। ଭକ୍ତମାନଙ୍କ ସୁବିଧା, ଟ୍ରାଫିକ୍ ପରିଚାଳନା, ପରିମଳ ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ୍, ସ୍ୱାସ୍ଥ୍ୟସେବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଶ୍ରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତଙ୍କ ସମେତ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଅନୁଗୋଳ ଶୈଳୀ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ରଥଯାତ୍ରାକୁ ସମସ୍ତଙ୍କ ସହଯୋଗରେ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ବୈଠକରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା