--:--:--
-- ---
Srishti News

ନଈତଇଲା ଗ୍ରାମରେ ଧୁମଧାମରେ ଗଣେଶ ମହାପ୍ରଭୁଙ୍କ ବିସର୍ଜନ

Nayagarh (ନୟାଗଡ଼)ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁSeptember 16, 202661 views
ନଈତଇଲା ଗ୍ରାମରେ ଧୁମଧାମରେ ଗଣେଶ ମହାପ୍ରଭୁଙ୍କ ବିସର୍ଜନ
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ନଈତଇଲା ଗ୍ରାମରେ ଗଣେଶ ପୂଜା ଅବସରରେ ଶ୍ରୀ ଗଣେଶ ମହାପ୍ରଭୁଙ୍କ ବିସର୍ଜନ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁ ଓ ଯୁବକମାନେ ଏକତ୍ରିତ ହୋଇ ବାଜାବାଜଣା ସହ ଶୋଭାଯାତ୍ରାରେ ଗଣେଶ ମୂର୍ତ୍ତିକୁ ବିସର୍ଜନ ସ୍ଥଳକୁ ନେଇଥିଲେ। ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଗଣେଶ ମହାପ୍ରଭୁଙ୍କୁ ଭକ୍ତିଭାବରେ ବିଦାୟ ଦିଆଯାଇଥିଲା। ଶୋଭାଯାତ୍ରାରେ ଗ୍ରାମର ବହୁ ଯୁବକ ଓ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରାଯାଇଥିଲା। “ଗଣପତି ବାପ୍ପା ମୋରିଆ, ଆସନ୍ତା ବର୍ଷ ତୁ ଜଲ୍ଦି ଆ” ଧ୍ୱନିରେ ପରିବେଶ ଉତ୍ସବମୁଖର ହୋଇଉଠିଥିଲା।