ନୂଆଖାଇରେ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମାଟି ଓ ଚାଷୀଙ୍କୁ ଜୁହାର: ପିଠାପଣା, ନୂଆ ଧାନ ଓ ପାରମ୍ପରିକ ରୀତିନୀତିରେ ମହକିଲା ପରିବେଶ
Nuapada (ନୂଆପଡ଼ା)ରିପୋଟ, ଗିରେନ୍ଦ୍ର କୁମାର ଜଗତSeptember 16, 20269 views

କୋମନା: ୧୫/୨୬ ,ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ନୂଆ ଧାନ ଅମଳକୁ କେନ୍ଦ୍ର କରି ପାଳିତ ହେଉଥିବା ଏହି ପର୍ବ ଚାଷୀ, ମାଟି ଓ ଲୋକସଂସ୍କୃତି ସହ ଗଭୀର ଭାବେ ଜଡ଼ିତ। ନୂଆଖାଇ ଅବସରରେ ଘରେ ଘରେ ପାରମ୍ପରିକ ରୀତିନୀତି ପାଳନ ସହ ନବାନ୍ନ ପ୍ରସ୍ତୁତି ଓ ଦେବଦେବୀଙ୍କ ନିକଟରେ ଅର୍ପଣ କରାଯାଉଛି।
ପର୍ବ ପାଇଁ ଲୋକମାନେ ନିଜ ଘରଦ୍ୱାର ସଫାସୁତରା କରିବା ସହ ନୂଆ ପୋଷାକ ପିନ୍ଧି ପରିବାର ସହ ଏକାଠି ହେଉଛନ୍ତି। ଘରେ ଘରେ ପିଠାପଣା ଓ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ହେଉଥିବାରୁ ପରିବେଶରେ ପର୍ବର ମହକ ଅନୁଭୂତ ହେଉଛି।
ନୂଆଖାଇର ଏକ ପ୍ରମୁଖ ପରମ୍ପରା ହେଉଛି ବଡ଼ମାନଙ୍କୁ ଜୁହାର କରି ଆଶୀର୍ବାଦ ନେବା। ପରିବାର ଓ ସମ୍ପର୍କୀୟମାନେ ପରସ୍ପରଙ୍କ ଘରକୁ ଯାଇ ନୂଆଖାଇ ଜୁହାର ଜଣାଉଛନ୍ତି। ଏହାଦ୍ୱାରା ପରିବାରିକ ସମ୍ପର୍କ ଓ ସାମାଜିକ ଭାଇଚାରା ଆହୁରି ମଜବୁତ ହେଉଛି।
ନୂଆଖାଇ କେବଳ ନୂଆ ଅନ୍ନ ଖାଇବାର ପର୍ବ ନୁହେଁ; ଏହା ଚାଷୀଙ୍କ ପରିଶ୍ରମ ଓ ମାଟି ପ୍ରତି କୃତଜ୍ଞତା ପ୍ରକାଶର ଏକ ପାରମ୍ପରିକ ଅବସର। ଚାଷୀଙ୍କ ଶ୍ରମରେ ଉତ୍ପାଦିତ ନୂଆ ଧାନକୁ ପ୍ରଥମେ ଦେବଦେବୀଙ୍କୁ ଅର୍ପଣ କରିବା ପରେ ପରିବାରବର୍ଗ ଗ୍ରହଣ କରିଥାନ୍ତି।
ଏହି ଅବସରରେ ବିଭିନ୍ନ ଅଞ୍ଚଳରେ ନୂଆଖାଇ ଭେଟଘାଟ, ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ଓ ଗୀତର ଆୟୋଜନ ହେଉଛି। ପ୍ରବାସରେ ରହୁଥିବା ଲୋକମାନେ ମଧ୍ୟ ନିଜ ମାଟି, ଭାଷା ଓ ପରମ୍ପରାକୁ ମନେ ପକାଇ ନୂଆଖାଇ ପାଳନ କରୁଛନ୍ତି।
ନୂଆଖାଇ ମାଧ୍ୟମରେ ନୂଆ ପିଢ଼ି ନିଜର ମାଟି, କୃଷି ଓ ସଂସ୍କୃତି ସହ ଯୋଡ଼ି ହେବାର ସୁଯୋଗ ପାଉଛି।କୋମନାବ୍ଲକ ଅନ୍ତର୍ଗତ ଡୁମେରବାହାଲ ଗ୍ରାମର ଜଗତ ପରିବାର ନିଆରା ଢ଼ଙ୍ଗରେ ନୂଆଖାଇ କୁ ପାଳିତ କରିଛନ୍ତି ଭାଇଚାରା, ସମ୍ପର୍କ ଓ ସାମାଜିକ ଏକତାର ବାର୍ତ୍ତା ଦେଇ।ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ ବୋଲି ଜଗତ ପରିବାରବର୍ଗର ବୈଜେଷ୍ଟ ହଳଧର ଜଗତ, କେଶବ ଜଗତ, ହେମସାଗର ଜଗତ,ଭୋସାଗର ଜଗତ, ଧବଲେ ଜଗତ, ପିତାସ୍ୱର ଜଗତ, ଲିଙ୍ଗରାଜ ଜଗତ,ଏମାନେ ଅଞ୍ଚଳବାସୀଙ୍କ କାମନା କରିଛନ୍ତି।
