--:--:--
-- ---
Srishti News

Web News

୧୪ତମ ଟିହିଲି ଉତ୍ସବ ପୂର୍ବରୁ ମହିଳା ଓ ଯୁବକଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା
Oct 12, 2026•43 views

୧୪ତମ ଟିହିଲି ଉତ୍ସବ ପୂର୍ବରୁ ମହିଳା ଓ ଯୁବକଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ପଞ୍ଚାୟତର ଫଟାମୁଣ୍ଡା ଗାଁରେ ଆମ୍ବେଦକର ଯୁବକ ସଂଘ ପକ୍ଷରୁ ୧୪ତମ ଟିହିଲି ଉତ୍ସବ-୨୦୨୬ ଉପଲକ୍ଷେ ମହିଳା ଓ ଯୁବକମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଦୀର୍ଘ ୧୩ ବର୍ଷ ଧରି ଗାଁରେ ଟିହିଲି ଉତ୍ସବ ପାଳିତ ହୋଇଆସୁଥିବା ବେଳେ ପ୍ରତିବର୍ଷ ଉତ୍ସବ ପୂର୍ବରୁ ଏଭଳି ପ୍ରତିଯୋଗିତା ଆୟୋଜନ କରାଯାଉଛି। ଚଳିତ ବର୍ଷ ମହିଳାମାନଙ୍କୁ ନେଇ ମଣ୍ଡା ପିଠା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଫଟାମୁଣ୍ଡା ଗାଁର ଜୟ ମା’ ଲକ୍ଷ୍ମୀ, ମା’ ଗଣାଘାଟେନ, ମା’ ଝାସୀରାଣୀ, ମାତା ସାବିତ୍ରୀବାଇ ଫୁଲେ, ମା’ ସମଲେଶ୍ୱରୀ, ଶ୍ରୀଜଗନ୍ନାଥ, ତାରାତାରିଣୀ ଓ ବଜରଙ୍ଗବଳି ନାମରେ ଥିବା ୮ଟି ସ୍ୱୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ। ନୃତ୍ୟଗୁରୁ ଅଞ୍ଜଳି ପରିଡ଼ା ମଣ୍ଡା ପିଠା ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ। ପ୍ରତିଯୋଗିତାରେ ଭିତ୍ତିଭୂମି ସେବା ସଂଗଠନ ପକ୍ଷରୁ ସୁଦେଷ୍ନା ସ୍ୱାଇଁ ସାହୁ, ଶୁକଦେବ ସ୍ୱାଇଁ ଓ ଦାଶରଥୀ ବିଚାରକ ଭାବେ ଯୋଗଦେଇଥିଲେ। ଏହାପରେ ମହିଳା ଓ ଗାଁର ଯୁବକମାନଙ୍କୁ ନେଇ ସୁଜି ସୁତା ରେସ, ଚାମଚ ବାଟି ରେସ, ମାଟିଆ ଫଟା, ମ୍ୟୁଜିକ୍ ଚେୟାର, ଗୀତ, ହୁଳହୁଳି, ରଙ୍ଗୋଲି ଓ ଝୋଟି ଭଳି ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ଏଥିସହ ଯୁବକମାନଙ୍କୁ ନେଇ ଜୁନିଅର ଓ ସିନିୟର ବିଭାଗରେ ମାରାଥନ ଦୌଡ଼ ମଧ୍ୟ ଆୟୋଜିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ରମେଶ ଗୁର୍ଲା, ଆଶିଷ ବୈକାର, ସୋନାଲିକା ଶବର, ମିନାକ୍ଷୀ ଭୋଇ ଓ ବିକ୍ରମ ପ୍ରଧାନ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ। ପ୍ରତିଯୋଗିତାରେ ବିଜେତାମାନଙ୍କୁ ଆସନ୍ତା ୨୫ ଅକ୍ଟୋବର ୨୦୨୬ ରେ ଅନୁଷ୍ଠିତ ହେବାକୁ ଥିବା ଟିହିଲି ଉତ୍ସବ ଅବସରରେ ପୁରସ୍କୃତ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି। କ୍ଳବ ସଭାପତି ଗୋପବନ୍ଧୁ ଶିକାଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ସଂପାଦକ ରାଜିନୀକାନ୍ତ ସୁନା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରଙ୍ଗାଧର ସୁନା, ରାଜେଶ ମହାନନ୍ଦ, ତ୍ରିଲୋଚନ ସୁନା, ଶଶୀ, ରଂଜନ, ଦୁଃଶାସନ, ରାଜୁ, ରମେଶ, ସନ୍ତୋଷ, ବେଣୁ, ଭକ୍ତ, ହିମାଞ୍ଚଳଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।

Bargarh (ବରଗଡ଼) • ରିପୋର୍ଟ: ସତ୍ୟ ସୁରୁଜଳ

ଜିଲ୍ଲାପାଳ ,ଏସ ପି ଙ୍କ ଜନ ଶୁଣାଣି :  ୧୦୦ ଟି ଅଭିଯୋଗରୁ ୬ ଟି ସମାଧାନ
Oct 12, 2026•34 views

ଜିଲ୍ଲାପାଳ ,ଏସ ପି ଙ୍କ ଜନ ଶୁଣାଣି : ୧୦୦ ଟି ଅଭିଯୋଗରୁ ୬ ଟି ସମାଧାନ

ଢେ଼ଙ୍କାନାଳ ୧୨.୧୦ - ଭୁବନ ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଏବଂ ଏସ ପି ଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୧୦୦ ଟି ଅଭିଯୋଗ ଦାଖଲ ହୋଇଥିଲା । ଘଟଣା ସ୍ଥଳରେ ୬ ଟି ଅଭିଯୋଗର ସମାଧାନ ହୋଇଥିଲା । ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଜଣ ଓ ରେଡକ୍ରସ ପାଣ୍ଠିରୁ ୨ ଜଣଙ୍କୁ ସମୁଦାୟ ୫୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଆଜିଙ୍କ୍ୟ ବାବୁରାଓ ମାନେ , ଆଡିସିନାଲ ପି ଡି ସୌଦାମିନୀ ଦାସ,କାମାକ୍ଷା ନଗର ଉପ ଜିଲ୍ଲାପାଳ ବିକାଶ ଚନ୍ଦ୍ର ମହାନ୍ତି ,ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ସପନ କୁମାର ମହାନ୍ତି, ଉପକଣ୍ଠ ଆରକ୍ଷୀ ଅଧିକ୍ଷକ ରଜନୀ କାନ୍ତ ସାମଲ,ଭୁବନ ବିଡ଼ିଓ ଆୟୁସି ମହାପାତ୍ର , ତହସିଲଦାର ଜ୍ୟୋତିରୂପା ଶତପଥୀ,ମେଡିକାଲ ଇନଚାର୍ଜ ଡ଼ା .ରମେଶ କୁମାର ସାହୁ,ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁ ଙ୍କ ସମେତ ଅନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ନୀତି ଆୟୋଗ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ସୁଶ୍ରୀ ଶାଳିନୀ ପଣ୍ଡିତ
Oct 12, 2026•32 views

ନୀତି ଆୟୋଗ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ସୁଶ୍ରୀ ଶାଳିନୀ ପଣ୍ଡିତ

ଢେଙ୍କାନାଳ, ୧୨.୧୦.୨୦୨୬: ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ତଥା ଢେଙ୍କାନାଳ ଜିଲ୍ଲାର କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ସୁଶ୍ରୀ ଶାଳିନୀ ପଣ୍ଡିତ, ଆଇଏଏସ୍, ଆଜି ଢେଙ୍କାନାଳ ଜିଲ୍ଲା ଗସ୍ତ କରି ନୀତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ଓ ଏହାର କ୍ଷେତ୍ରସ୍ତରୀୟ ପ୍ରଭାବ ସମୀକ୍ଷା କରିଥିଲେ। ଏହି ଗସ୍ତ ଅବସରରେ ସେ ଗୋବିନ୍ଦପୁରସ୍ଥିତ ମ୍ୟାଙ୍ଗୋ ହବ୍ କେନ୍ଦ୍ର, ମହର୍ଷି ଦୟାନନ୍ଦ ସେବା ମିଶନ, ଶକ୍ତି ସଦନ, ଜୀବନଜ୍ୟୋତି ବୌଦ୍ଧିକ ଭିନ୍ନକ୍ଷମ ବିଦ୍ୟାଳୟ, ବୋରାପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଶ୍ୟାମାଚରଣପୁରସ୍ଥିତ ହାତୀ ଆଗମନ ପୂର୍ବ ସୂଚନା ବ୍ୟବସ୍ଥା ପରିଦର୍ଶନ କରିଥିଲେ। ସେହିପରି ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ସ୍ମାର୍ଟ କ୍ଲାସରୁମ୍ ଓ ଡିଜିଟାଲ୍ ରିଡିଂ ରୁମ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ଥାୟୀ ଦକ୍ଷତା ପ୍ରଶିକ୍ଷଣ ପ୍ରୟୋଗଶାଳା, ୱାନ୍ ଷ୍ଟପ୍ ସେଣ୍ଟର ଏବଂ ମହିସାପାଟସ୍ଥିତ ହସ୍ତଶିଳ୍ପ ମାର୍ଟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ, ଅଗ୍ରଗତି ଏବଂ ଏହାର ସୁଫଳ ଲୋକଙ୍କ ନିକଟରେ କିପରି ପହଞ୍ଚୁଛି, ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପରେ ଜିଲ୍ଲା କାର୍ଯ୍ୟାଳୟରେ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଯୋଜନାର ଅଗ୍ରଗତି ନେଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ବିକାଶ ସହଯୋଗୀ ସଂସ୍ଥା ଓ ଅନ୍ୟ ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ନୀତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ପ୍ରମୁଖ ସୂଚକାଙ୍କ ଆଧାରରେ ଢେଙ୍କାନାଳ ଜିଲ୍ଲାର ପ୍ରଦର୍ଶନ ଓ ବିଭିନ୍ନ କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ନେଇ ସୁଶ୍ରୀ ପଣ୍ଡିତ ସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ବିଭିନ୍ନ ବିଭାଗର ଅଧିକାରୀମାନେ ଏହିଭଳି ନିଷ୍ଠା ଓ ସମନ୍ୱୟର ସହ କାର୍ଯ୍ୟ ଜାରି ରଖିବା ସହ ଜନସାଧାରଣଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାକୁ ସେ ନିର୍ଦ୍ଧେଶ ଦେଇଥିଲେ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ
Oct 12, 2026•33 views

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ

ଢେ଼ଙ୍କାନାଳ ୧୨.୧୦- ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍,ବଳରାମପ୍ରସାଦ ପଂଚାୟତ ଅନ୍ତର୍ଗତ ଆର୍ତ୍ତସନ୍ତରାକାଟେଣୀ ଠାରେ ବିଶ୍ୱ ଯୁବ କେନ୍ଦ୍ର, ଜଷ୍ଟ ରାଇଟ ଫର୍ ଚିଲ୍ଡରେନ୍ ପ୍ରକଳ୍ପ ତରଫରୁ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅଙ୍ଗୱାର୍ଡ କର୍ମୀ ଗୀତାଞ୍ଜଳି ନାଏକ,ମମତା ପୃଷ୍ଟି, ଆଶା ସୁଷମା ସାହୁ ବିଦ୍ୟାଳୟର ଶିକ୍ଷୟତ୍ରୀ ଫୁଲନ ମିଶ୍ର,ସ୍ୱୟଂ ସହାୟକ ଗୋଷ୍ଠୀ ସୀମା ନାଏକ,ଏବଂ କମିଟି ର ସଦସ୍ୟ,ସଦସ୍ୟା ଉପସ୍ଥିତ ଥିଲେ। କର୍ଯ୍ୟକ୍ରମ ରେ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ ବିଶ୍ୱ ଯୁବ କେନ୍ଦ୍ରର ମନସ୍ମିତା ନାୟକ ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬ ବିଷୟରେ ସଚେତନତା ବାଲ୍ୟ ବିବାହ ପାଇଁ ଝିଅ ଉପରେ ପଡୁଥିବା ଶାରୀରିକ, ମାନସିକ, ତଥା ଆର୍ଥିକ ଚାପ ଶିକ୍ଷା ତଥା ଆତ୍ମ ନିର୍ଭରଶୀଳତା ଅଭାବ ସାମାଜିକ କୁପରିଣାମ ବାଲ୍ୟ ବିବାହ କ୍ଷେତ୍ରରେ ଆୟୋଜିନକ।ରି, ଯୋଗ ଦେଇଥିବା ଅତିଥି, ବିଭିନ୍ନ ସହଯୋଗୀ ଙ୍କୁ ଦଣ୍ଡ ବିଧାନ ନିରାକରଣ ଉପରେ ଆଲୋଚନା କରିଥିଲେ। ଏହା ବ୍ୟତୀତ ବାଲ୍ୟ ବିବାହ ରୋକିବା ସହ ଶିଶୁ ମାନଙ୍କୁ ଶିକ୍ଷା ର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ନାମ ଲେଖାଇବା ଓ ସଚେତନତା ଅଭିଯାନ ରେ ଆୟୋଜନ କରାଯାଇଛି। ବିଦ୍ୟାଳୟରୁ ବାହାରେ ଥିବା ଶିଶୁ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ନାମଲେଖା ଓ ନିୟମିତ ଉପସ୍ଥାନ ନିଶ୍ଚିନ୍ତ କରିବା ପାଇଁ ବିଶ୍ବ ଯୁବ କେନ୍ଦ୍ର, ଶିକ୍ଷକ ଓ ଅଭିଭାବକଙ୍କ ସହିଯୋଗ ନିଆଯାଉଛ।ଶିଶୁ ଶ୍ରମିକ, ଶିଶୁ ଚାଲାଣ ଓ ଶିଶୁ ମାନଙ୍କ ଉପରେ ହେଉଥିବା ଯୌନ ନର୍ଯାତନା ଉପରେ ଆଲୋଚନା କରାଯାଇଥିଲା। ସର୍ବ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରଗଲା।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଶିଶୁ ମହୋତ୍ସବ ଉତ୍ସାହ ଓ ମହକ ପାଳିତ
Oct 12, 2026•35 views

ଶିଶୁ ମହୋତ୍ସବ ଉତ୍ସାହ ଓ ମହକ ପାଳିତ

ଢେଙ୍କାନାଳ ତା ୧୧/୧୦- ଜିଲ୍ଲା ଶିଶୁ ସୁରକ୍ଷା ଶାଖା ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଗତ ୧୦ ଓ ୧୧ ତାରିଖ ୨ ଦିନ ଢେଙ୍କାନାଳ ଜିଲ୍ଲାର ତିନୋଟି ଶିଶୁ ଯତ୍ନ ଅନୁଷ୍ଠାନ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ, ଆଦୃତା ଶିଶୁ ସଦନ ଓ ବିଶ୍ୱକୁନ୍ତଳା ଶିଶୁ ଗୃହର ଅନ୍ତେବାସୀ ମାନଙ୍କ ମଧ୍ୟରେ "ଉତ୍ସାହ " ଉତ୍ସବରେ ବିଭିନ୍ନ ପ୍ରକାର କ୍ରୀଡା ଯଥା ଫୁଟବଲ, କ୍ୟାରମ, ଦୌଡ଼ ଓ ଡିଆଁ ଓ ଚେସ ଇତ୍ୟାଦି ପ୍ରତିଯୋଗିତା ଷ୍ଟାଡିଅମଠାରେ ହୋଇଯାଇଛି। ତତ୍ ପରେ ଜିଲ୍ଲା ବିଜ୍ଞାନ କେନ୍ଦ୍ରଠାରେ ଚିତ୍ରାଙ୍କନ, ଜଣା ଅଜଣା, ତର୍କ, ସଙ୍ଗୀତ ଓ ନୃତ୍ୟ ଇତ୍ୟାଦି ପ୍ରତିଯୋଗିତା ହୋଇଥିଲା। ଏହି ସମସ୍ତ ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ଅନ୍ତେବାସୀମାନଙ୍କୁ ମାନପତ୍ର ଓ ପୁରସ୍କାର ବଣ୍ଟନ କରାଯାଇଥିଲା। ବିଜେତା ପ୍ରାର୍ଥୀମାନେ ରାଜ୍ୟସ୍ତରୀୟ ମହକ ଓ ଉତ୍ସାହ ମହୋତ୍ସବରେ ଭାଗ ନେବା ପାଇଁ ଚୟନ କରାଯାଇଥିଲା। କ୍ରୀଡା ଓ ଆଭ୍ୟନ୍ତରୀଣ ପ୍ରତିଭା ପ୍ରଦର୍ଶନ ମାଧ୍ୟ୍ୟମରେ ଶିଶୁମାନେ ଆଗକୁ ଯାଇ ନିଜ ଭବିଷ୍ୟତ ଗଢ଼ିତୋଳିବେ ବୋଲି ଉପସ୍ଥିତ ମୁଖ୍ୟ ଅତିଥି ଶ୍ରୀ ପରେଶ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ ଓ ଅନ୍ୟତମ ଅତିଥି ଶ୍ରୀ ଗୋଲଖ ବିହାରୀ ପାଣିଗ୍ରାହୀ, ଅଧ୍ୟକ୍ଷ, ଶିଶୁ ମଙ୍ଗଳ କମିଟି, ସଭ୍ୟ, ଶ୍ରୀ ଜିତେନ୍ଦ୍ର ପାଣି ଓ ସଭ୍ୟା ଶ୍ରୀମତୀ ଭାନୁମତି ପାଣି, ବରିଷ୍ଠ ସମାଜ ସେବି ଶ୍ରୀ ଅମୀୟ ଚାନ୍ଦ ମାର୍ଗ ଦର୍ଶନ କରାଇଥିଲେ। ଉକ୍ତ ସମସ୍ତ କାର୍ଯ୍ୟକ୍ରମ ଗୁଡିକରେ ବିଚାରପତି ଭାବେ ଶ୍ରୀ ପରେଶ ପଟ୍ଟନାୟକ, ଶ୍ରୀମତୀ ପୁଷ୍ପଲତା ରଥ, ଶ୍ରୀ ନରେଶ ମହାରଣା, ଶ୍ରୀମତୀ ବିନ୍ଦୁର ରାଉଳ, ଶ୍ରୀ ସୁଶାନ୍ତ ଦାସ, ଶ୍ରୀମତୀ ସବିତା ଧୀର ଓ ଶ୍ରୀମତୀ ମଧୁସ୍ମିତା ସାହୁ ପ୍ରମୁଖ ପ୍ରତିଯୋଗିତା ଗୁଡିକ କରାଇଥିଲେ। ଏହି ଦୁଇଦିନ ଧରି ସମସ୍ତ କାର୍ଯ୍ୟକ୍ରମ ଗୁଡିକର ପରିଚାଳନାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ଅନୁରାଧା ଗୋସ୍ୱାମୀ ଓ ସମସ୍ତ କର୍ମଚାରି, ଶିଶୁ ସହାୟତା ହେଲ୍ପଲାଇନ୍ ର ସମସ୍ତ କର୍ମଚାରି ଓ ଶିଶୁ ଯତ୍ନ ଅନୁଷ୍ଠାନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

Regional Domb Development Council, Depur, Organises Nuakhai Bhetghat-2026
Oct 12, 2026•35 views

Regional Domb Development Council, Depur, Organises Nuakhai Bhetghat-2026

Bhawanipatna, Kalahandi, October 12: The Regional Domb Development Council, Depur, organised Nuakhai Bhetghat-2026 on Sunday at Ichhapur Mango Orchard under Bhawanipatna block in Kalahandi district, celebrating the rich cultural heritage, traditions and spirit of social brotherhood of the Domb community. The event witnessed the participation of a large number of women, men, youths and children from different areas. The gathering aimed to preserve and promote the community’s art, culture and traditions while strengthening social unity, mutual cooperation and the importance of education. The programme was attended by Dhiman Sarat Naik as the chief guest. Among those present on the dais were Domb Development Council president Dhiman Bijay Deep, Dhiman Sunita Mahananda, Scheduled Caste Federation president Digambar Luha, general secretary Dhiman Jatindra Kar, advocate Dhiman Chhabilal Nial, Dhiman Yudhisthir Bhagat, Dhiman Jayaprakash Jala, Dhiman Andriya Deep, Dhiman Tejraj Behera, Girija Behera and Laxmidhar Tandi, along with several intellectuals and community leaders. During the gathering, speakers discussed the role of social organisations in community development, the importance of unity and the future of the younger generation. They emphasised the need for collective efforts to achieve educational, social and economic progress within the Domb community. A key highlight of the programme was a discussion on the ideals and contributions of Dr. Bhimrao Ramji Ambedkar, the principal architect of the Indian Constitution. Speakers recalled Babasaheb Ambedkar’s life, struggles and contribution to society, stressing the importance of carrying his thoughts and principles forward to future generations. The speakers highlighted the importance of education, organisation and collective action in bringing about social change. Special emphasis was laid on encouraging children and young people to pursue higher education, promoting awareness about rights and responsibilities, and strengthening community organisations. Referring to Babasaheb Ambedkar’s famous message, “Educate, Organise and Agitate,” the speakers urged every family to give priority to education. They called for greater social awareness through education, collective efforts to address common problems and the pursuit of legitimate rights through democratic means. The event also featured cultural performances by children from different areas, who presented dances to songs dedicated to Dr. B.R. Ambedkar. Their performances added a cultural dimension to the gathering and attracted the attention of the audience. According to the organisers, thousands of men and women participated in the programme, making it a significant social gathering of the Domb community. The event provided an opportunity for people from different areas to exchange views, strengthen social relationships and work towards the community’s collective development. The programme was conducted by Dhiman Shunya Mangaraj. The organisers expressed hope that such gatherings would inspire the younger generation to embrace education, social awareness and collective action while preserving the community’s cultural traditions and strengthening the spirit of brotherhood. Alternative Headline: Nuakhai Bhetghat-2026 in Kalahandi Highlights Ambedkar’s Ideals, Education and Social Unity

Kalahandi (କଳାହାଣ୍ଡି) • Report : Rupendra Sunani

ଆଞ୍ଚଳିକ ଡମ୍ବ ବିକାଶ ପରିଷଦ ଦେପୁର ପକ୍ଷରୁ  ନୂଆଁଖାଇ ଭେଟଘାଟ-୨୦୨୬ ଅନୁଷ୍ଠିତ
Oct 12, 2026•28 views

ଆଞ୍ଚଳିକ ଡମ୍ବ ବିକାଶ ପରିଷଦ ଦେପୁର ପକ୍ଷରୁ ନୂଆଁଖାଇ ଭେଟଘାଟ-୨୦୨୬ ଅନୁଷ୍ଠିତ

କଳାହାଣ୍ଡି,ଭବାନିପାଟଣା ୧୨/୧୦: ରୁପେନ୍ଦ୍ର ସୁନାନୀ: କଳାହାଣ୍ଡି ଜିଲ୍ଲାରେ କଳା, ସଂସ୍କୃତି, ପରମ୍ପରା ଓ ସାମାଜିକ ଭାଇଚାରାକୁ ଆଧାର କରି ଆଞ୍ଚଳିକ ଡମ୍ବ ବିକାଶ ପରିଷଦ, ଦେପୁର ପକ୍ଷରୁ ନୂଆଁଖାଇ ଭେଟଘାଟ-୨୦୨୬ କାର୍ଯ୍ୟକ୍ରମ ରବିବାର ଦିନ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଆମ୍ବତୋଟାଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଡମ୍ବ ସମାଜର ବହୁ ସଂଖ୍ୟକ ମହିଳା, ପୁରୁଷ, ଯୁବକଯୁବତୀ ଓ ଶିଶୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ସମାଜର କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ସାମାଜିକ ଏକତା, ଭାଇଚାରା ଓ ଶିକ୍ଷାର ପ୍ରସାର ଉପରେ ଏହି ଭେଟଘାଟରେ ଗୁରୁତ୍ୱ ଦିଆଯାଇଥିଲା।ଏହି ପରମ୍ପରାକୁ ଆଗକୁ ବଢ଼ାଇବା ସହ ପରସ୍ପର ମଧ୍ୟରେ ସ୍ନେହ, ସମ୍ପର୍କ ଓ ସହଯୋଗର ଭାବନାକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ନୂଆଁଖାଇ ଭେଟଘାଟର ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମରେ ଧୀମାନ ଶରତ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଡମ୍ବ ବିକାଶ ପରିଷଦର ସଭାପତି ଧୀମାନ ବିଜୟ ଦୀପ, ଧୀମାନ ସୁନୀତା ମହାନନ୍ଦ, ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଦିଗାମ୍ବର ଲୁହା, ମହାସଚିବ ଧୀମାନ ଯତୀନ୍ଦ୍ର କର, ଆଇନଜୀବୀ ଧୀମାନ ଛବିଲାଲ ନିଆଲ, ଧୀମାନ ଯୁଧିଷ୍ଠିର ଭଗତ, ଧୀମାନ ଜୟପ୍ରକାଶ ଜାଲ, ଧୀମାନ ଆନ୍ଦ୍ରୀୟ ଦୀପ, ଧୀମାନ ତେଜରାଜ ବେହେରା, ଗିରିଜା ବେହେରା ଓ ଲକ୍ଷ୍ମୀଧର ତାଣ୍ଡିଙ୍କ ସମେତ ବହୁ ବୁଦ୍ଧିଜୀବୀ ମଞ୍ଚାସୀନ ହୋଇଥିଲେ। ସେମାନଙ୍କ ଉପସ୍ଥିତିରେ ସାମାଜିକ ସଂଗଠନର ଭୂମିକା, ସମାଜର ଉନ୍ନତି ଓ ଆଗାମୀ ପିଢ଼ିର ଭବିଷ୍ୟତକୁ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା।କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ଭାରତର ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ବିଚାରଧାରା ଓ ତାଙ୍କ ଆଦର୍ଶ ଉପରେ ଆଲୋଚନା ହେବା ସହ ସମାଜର ଉନ୍ନତି ପାଇଁ ଶିକ୍ଷା, ସଂଗଠନ ଓ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ବାବାସାହେବ ଆମ୍ବେଦକରଙ୍କ ଜୀବନ, ସଂଘର୍ଷ ଓ ସମାଜ ପ୍ରତି ତାଙ୍କ ଅବଦାନକୁ ସ୍ମରଣ କରି ତାଙ୍କ ବିଚାରଧାରାକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବାର ଆବଶ୍ୟକତା ଉପରେ ମତ ପ୍ରକାଶ ପାଇଥିଲା।ଡମ୍ବ ସମାଜର ଶିକ୍ଷାଗତ, ସାମାଜିକ ଓ ଆର୍ଥିକ ବିକାଶ ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ଆହ୍ୱାନ ଦିଆଯାଇଥିଲା। ବିଶେଷକରି ଶିଶୁ ଓ ଯୁବପିଢ଼ିଙ୍କୁ ଉଚ୍ଚଶିକ୍ଷା ପ୍ରତି ଆକୃଷ୍ଟ କରିବା, ଶିକ୍ଷାର ମହତ୍ତ୍ୱ ବୁଝାଇବା, ସାମାଜିକ ସଂଗଠନକୁ ମଜବୁତ କରିବା ଏବଂ ନିଜ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ବଢ଼ାଇବା ଉପରେ ଆଲୋଚନା ହୋଇଥିଲା।ବାବାସାହେବଙ୍କ ପ୍ରସିଦ୍ଧ ଆହ୍ୱାନ ‘ଶିକ୍ଷିତ ହୁଅ, ସଂଗଠିତ ହୁଅ, ସଂଘର୍ଷ କର’କୁ ଆଧାର କରି ସମାଜର ପ୍ରତ୍ୟେକ ପରିବାର ଶିକ୍ଷାକୁ ପ୍ରାଥମିକତା ଦେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ଶିକ୍ଷା ମାଧ୍ୟମରେ ସାମାଜିକ ସଚେତନତା ବୃଦ୍ଧି, ସଂଗଠିତ ଉଦ୍ୟମ ମାଧ୍ୟମରେ ସାମୂହିକ ସମସ୍ୟାର ସମାଧାନ ଏବଂ ଗଣତାନ୍ତ୍ରିକ ଉପାୟରେ ନ୍ୟାୟସଙ୍ଗତ ଅଧିକାର ହାସଲ କରିବା ଦିଗରେ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଥିଲା।ଏହି ଭେଟଘାଟ କେବଳ ସଭା ଓ ଆଲୋଚନାରେ ସୀମିତ ରହିନଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କୁନି କୁନି ପିଲାମାନେ ବାବାସାହେବ ଡକ୍ଟର ଆମ୍ବେଦକରଙ୍କ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ହଜାର ହଜାର ମହିଳା ଓ ପୁରୁଷ ଯୋଗଦେଇଥିବା ଆୟୋଜକଙ୍କ ପକ୍ଷରୁ ଜଣାଯାଇଛି। ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ସମାଗମ ଏହି ଭେଟଘାଟକୁ ଏକ ବ୍ୟାପକ ସାମାଜିକ ମିଳନର ରୂପ ଦେଇଥିଲା। ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ, ସାମାଜିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ସମାଜର ସାମୂହିକ ବିକାଶ ପାଇଁ ଏକତ୍ରିତ ହେବାର ସୁଯୋଗ ଏହି କାର୍ଯ୍ୟକ୍ରମ ଯୋଗାଇ ଦେଇଥିଲା। କାର୍ଯ୍ୟକ୍ରମକୁ ଧୀମାନ ଶୂନ୍ୟ ମଙ୍ଗରାଜ ମଞ୍ଚ ପରିଚାଳନା କରିଥିଲେ।ଏପରି ଏକ ସାମାଜିକ ମିଳନ ଆଗାମୀ ଦିନରେ ସମାଜର ନୂତନ ପିଢ଼ିଙ୍କୁ ଶିକ୍ଷା, ସଚେତନତା ଓ ସଂଗଠିତ ପ୍ରୟାସ ପ୍ରତି ଉତ୍ସାହିତ କରିବା ସହ ପରମ୍ପରା ଓ ଭାଇଚାରାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।

Kalahandi (କଳାହାଣ୍ଡି) • ରୁପେନ୍ଦ୍ର କୁମାର ସୁନାନୀ

ବଅଁରପାଳରେ ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା, ବିଜେତାଙ୍କୁ ପୁରସ୍କାର ବିତରଣ
Oct 12, 2026•71 views

ବଅଁରପାଳରେ ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା, ବିଜେତାଙ୍କୁ ପୁରସ୍କାର ବିତରଣ

ବଅଁରପାଳ: ଅନୁଗୋଳ ଜିଲ୍ଲା ବଅଁରପାଳସ୍ଥିତ ପାଞ୍ଚଗଡ଼ ବିଜୟ କୁମାର (PBK) ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇଥିବା ଅତିଥି କ୍ରୀଡ଼ାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିଲେ। କାର୍ଯ୍ୟକ୍ରମରେ ୨୮ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ମୀରା ଗଡ଼ନାୟକ, ବଅଁରପାଳ ବ୍ଲକ୍‌ର ବିଡିଓ ଶ୍ରୀ ଲୋଚନ ଦାସ ଏବଂ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ମାନସ ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା ଓ ପ୍ରତିଯୋଗିତାମୂଳକ ଉତ୍ସାହ ବୃଦ୍ଧି କରିବା ସହ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଉତ୍ତମ ମଞ୍ଚ ପ୍ରଦାନ କରିଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳ

ବଅଁରପାଳ ବ୍ଲକ କଂଗ୍ରେସ ପକ୍ଷରୁ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
Oct 12, 2026•50 views

ବଅଁରପାଳ ବ୍ଲକ କଂଗ୍ରେସ ପକ୍ଷରୁ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଅଁରପାଳ: ବଅଁରପାଳ ବ୍ଲକ କଂଗ୍ରେସ ପକ୍ଷରୁ ସ୍ଥାନୀୟ ନାଲକୋନଗର ନେସ୍ କିର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସଭା ବ୍ଲକ ସଭାପତି ବିନୋଦ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟ ଆଇଏନଟିୟୁସି ସଭାପତି ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନ ରାଜନୈତିକ ପରିସ୍ଥିତି ଉଦବେଗଜନକ। ଭୋଟ ଚୋରୀ ନେଇ ଦେଶରେ ଏକ ଅବିଶ୍ବାସନୀୟ ଆନ୍ଦୋଳନ ଆରମ୍ଭ ହୋଇଯାଇଛି, ଯାହାକି ଦେଶର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବହିଷ୍କାର ସହ ଗିରଫ ପାଇଁ କକ୍ରୋଜ ଜନତା ପାର୍ଟି ଦିଲ୍ଲୀରେ ଓ ରାହୁଳ ଗାନ୍ଧୀଙ୍କ ନେତୃତ୍ଵରେ ସମଗ୍ର ଭାରତବର୍ଷରେ ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି। ଦେଶବାସୀଙ୍କ ବିଶ୍ବାସ ପ୍ରତି କେନ୍ଦ୍ର ସରକାର କୁଠାରାଘାତ କରିଛି, ଫଳରେ ସେମାନଙ୍କ ପତନର ବାଟ ଖୋଲିଯାଇଛି। ଏଣୁ ସମସ୍ତ କଂଗ୍ରେସ କର୍ମୀ ତୃଣମୂଳ ସ୍ତରରୁ ଏକାଠି ବସି ଦଳକୁ ଆଗକୁ ବଢ଼ିବାରେ ସହଯୋଗ କରି ରାହୁଳ ଗାନ୍ଧୀଙ୍କ ସ୍ବରକୁ ଦ୍ଵିଗୁଣିତ କରିବା ପାଇଁ କାର୍ଯ୍ୟ କରିବାକୁ ଉପସ୍ଥିତ କଂଗ୍ରେସ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ଉକ୍ତ ବୈଠକରେ ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ କୁମାର ପ୍ରଧାନ ଯୋଗଦେଇ କଂଗ୍ରେସ ଦଳକୁ ସୁସଂଗଠିତ କରିବା ପାଇଁ ବୁଥ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦଳର ନୀତି ଓ ଆଦର୍ଶବୋଧକୁ ଜନମାନସରେ ପହଞ୍ଚାଇବାକୁ ଆହ୍ବାନ ଦେଇଥିଲେ ଓ ତାଙ୍କ ଉପସ୍ଥିତି ନେଇ ଯେତେବେଳେ ଯେଉଁଠି ଆବଶ୍ୟକ ରହିବ ସେ ଆଗରେ ଠିଆହୋଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ। ପ୍ରଦେଶ କଂଗ୍ରେସ କମିଟିର ଉପସଭାନେତ୍ରୀ ସସ୍ମିତା ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କଂଗ୍ରେସ ଦଳକୁ ଆଗକୁ ବଢ଼ାଇବା ପାଇଁ ପ୍ରତ୍ୟେକ କର୍ମୀ ଜଣେ ଜଣେ ନିଃସ୍ଵାର୍ଥପର ସୈନିକ ହୋଇ କାର୍ଯ୍ୟ କଲେ ନିଶ୍ଚିତ ସୁଫଳ ମିଳିବ, ଏଥିରେ ସନ୍ଦେହ ନାହିଁ। ଏଣୁ ଆମେ ଗୋଟିଏ ପରିବାରର ସଦସ୍ୟ ହୋଇ ପରିବାରର ଉନ୍ନତିର ଲକ୍ଷ, ଆମ ସମସ୍ତଙ୍କର ବୋଲି ହୃଦୟଙ୍ଗମ କଲେ ଦଳର ମଙ୍ଗଳ ହେବ ବୋଲି ପ୍ରକାଶ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଲା ସହ ପ୍ରଭାରୀ ଆଦିତ୍ୟ ଅନୁଭବ ସିଂହ, ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଜଗଦାନନ୍ଦ ପ୍ରଧାନ, ସମ୍ପାଦକ ସୁଦୀପ ମିଶ୍ର, ରାଜ୍ୟ କୃଷକ କଂଗ୍ରେସର ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ସାହୁ, ରାଜ୍ୟ ଆଦିବାସୀ କଂଗ୍ରେସର ସାଧାରଣ ସମ୍ପାଦକ ତପନ ପ୍ରଧାନ, ରାଜ୍ୟ ଏସସି ସେଲର ସାଧାରଣ ସମ୍ପାଦକ ନୀଳକଣ୍ଠ ନାଏକ, ଜିଲ୍ଲା କଂଗ୍ରେସ ମିଡ଼ିଆ ସେଲ୍ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ନାଥ, ଜିଲ୍ଲା କଂଗ୍ରେସ ଉପସଭାପତି ଚିତ୍ତରଞ୍ଜନ ନାଏକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଧିର, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ, ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଆଜିର ଏହି ସମ୍ବର୍ଦ୍ଧନା ସଭାରେ ପ୍ରଥମେ ବଅଁରପାଳ ବ୍ଲକ କଂଗ୍ରେସର ବରିଷ୍ଠ ସଦସ୍ୟ ତଥା ଜରଡା ପଞ୍ଚାୟତର ପାରିପରା ନିବାସୀ ସ୍ଵର୍ଗତ ମଧୁସୂଦନ ବେହେରାଙ୍କ ବିୟୋଗରେ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସମସ୍ତ ନବଗଠିତ ବ୍ଲକ କଂଗ୍ରେସ କର୍ମକର୍ତ୍ତାମାନଙ୍କୁ ମୁଖ୍ୟ ଅତିଥିଙ୍କ ଜରିଆରେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦ୍ଦେଶାନୁସାରେ ଆସନ୍ତା ଦୁଇ ମାସ ସମସ୍ତ ପ୍ରକାର କାର୍ଯ୍ୟକୁ ସୂଚାରୁରୂପେ ପାଳନ କରିବାକୁ ଉକ୍ତ ବୈଠକରେ ସ୍ଥିର କରାଗଲା। ବୁଥ ସ୍ତରୀୟ କମିଟି ଗଠନ କରିବାକୁ ପଞ୍ଚାୟତ ସଭାପତି ମାନଙ୍କୁ କୁହାଯାଇଛି। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୃଷକ କଂଗ୍ରେସର ଅଧ୍ୟକ୍ଷ ସୌମେନ୍ଦ୍ର ଦେହୁରୀ, ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂପାଦକ ସୁବାସ ସାହୁ, ଅଳକା ରାଣୀ ମହାପାତ୍ର, ଅନୁଗୋଳ ବ୍ଲକ ସଭାପତି ରାକେଶ ମିଶ୍ର, ଅନୁଗୋଳ ନଗର ସଭାପତି ରଶ୍ମିରଞ୍ଜନ ସାହୁ, ଜିଲ୍ଲା କଂଗ୍ରେସ ସମ୍ପାଦକ ଅରୁଣ ଦାସ, ସଂଗ୍ରାମ ବେହେରା, ଲିଲି ବେହେରା, ମାନିନୀ ପ୍ରଧାନ, ପଦ୍ମିନୀ ଗଡ଼ନାୟକ, ସଞ୍ଜୟ ସାହୁ, ମନୋଜ ସାହୁ, ଭରତ ଚନ୍ଦ୍ର ବେହେରା, କୁମୁଦ ବନ୍ଧୁ ଧର, ବସନ୍ତ ବେଉରା, ଅଭୟ ବେହେରା, ଦୁଷ୍ମନ୍ତ ପ୍ରଧାନ, ରଣଜିତ ବେହେରା, ଜଗନ୍ନାଥ ବେହେରା, ନନ୍ଦକିଶୋର ପ୍ରଧାନ, ଗୋପିନାଥ ସାହୁ, ମାନସୀ ନାଥ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳ

ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି, ୩୩ଟି ଅଭିଯୋଗ ଗ୍ରହଣ
Oct 12, 2026•51 views

ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି, ୩୩ଟି ଅଭିଯୋଗ ଗ୍ରହଣ

ଅନୁଗୋଳ: ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ମାୟାଧର ବେହେରାଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୩୩ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ୨୭ଟି ବ୍ୟକ୍ତିଗତ ଓ ୬ଟି ଗ୍ରାମ୍ୟଭିତ୍ତିକ ଅଭିଯୋଗର ଶୁଣାଣି କରାଯାଇଥିଲା। ଏହି ଶୁଣାଣି ଶିବିରରେ ଗ୍ରାମ୍ୟ ସମସ୍ୟା, ସ୍ୱାସ୍ଥ୍ୟସେବା, ଗ୍ରାମୀଣ ଆବାସ, ଜମିଜମା ବିବାଦ ସମେତ ବିଭିନ୍ନ ବ୍ୟକ୍ତିଗତ ସମସ୍ୟା ନେଇ ଲୋକମାନେ ନିଜ ନିଜର ଅଭିଯୋଗ ଉପସ୍ଥାପନ କରିଥିଲେ। ଏଥିସହ ରେଡକ୍ରସ ପାଣ୍ଠିରୁ ୩ ଜଣ ଆବେଦନକାରୀଙ୍କୁ ମୋଟ ୧୫ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ। ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ତାଳଚେରରେ ମେଗା ରକ୍ତଦାନ ଶିବିର, ରକ୍ତଦାତାଙ୍କୁ ଉତ୍ସାହିତ କଲେ ବିଜେପି ନେତା ବିଭୂତି ସାହୁ
Oct 12, 2026•45 views

ତାଳଚେରରେ ମେଗା ରକ୍ତଦାନ ଶିବିର, ରକ୍ତଦାତାଙ୍କୁ ଉତ୍ସାହିତ କଲେ ବିଜେପି ନେତା ବିଭୂତି ସାହୁ

ତାଳଚେର: ରକ୍ତଦାନ ମହତ୍ ଦାନ, ରକ୍ତଦାନ କରି ବଞ୍ଚାନ୍ତୁ ଅମୂଲ୍ୟ ଜୀବନ” ଏହି ମହତ୍ ଉଦ୍ଦେଶ୍ୟ ନେଇ ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ଗୋପବନ୍ଧୁ କଲ୍ୟାଣ ସମିତି ପକ୍ଷରୁ ତାଳଚେରସ୍ଥିତ ଜଗନ୍ନାଥ କଳା କେନ୍ଦ୍ରଠାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ବିଜେପି ନେତା ତଥା ସମାଜସେବୀ ବିଭୂତି ସାହୁ, ବରିଷ୍ଠ ବିଜେପି ନେତା ବିଜୟ ମାଝୀ, ଯୁବ ସମାଜସେବୀ ଜଗନ୍ନାଥ ପ୍ରଧାନ, ସମିତିର ସଭାପତି ଗୌର ସାର୍, ସମ୍ପାଦକ ଭଜମନ ବେହେରାଙ୍କ ସମେତ ଅନୁଷ୍ଠାନର ସଦସ୍ୟ ଓ ବହୁ ଯୁବକ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ରକ୍ତଦାନ ଭଳି ମହତ୍ କାର୍ଯ୍ୟର ଆୟୋଜନ କରିଥିବା ଗୋପବନ୍ଧୁ କଲ୍ୟାଣ ସମିତିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ।ରକ୍ତଦାନ ହେଉଛି ଏକ ମହାନ ମାନବୀୟ ସେବା। ଜଣେ ବ୍ୟକ୍ତିଙ୍କ ରକ୍ତଦାନ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରେ। ତେଣୁ ସମାଜର ପ୍ରତ୍ୟେକ ସୁସ୍ଥ ନାଗରିକ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳ

କେନ୍ଦ୍ରାପଡ଼ା ଜିଲା କଂଗ୍ରେସ କାର୍ଯ୍ୟାଳୟ ଘେରିଲା ବିଜେପି ମହିଳା ମୋର୍ଚ୍ଚା
Oct 12, 2026•20 views

କେନ୍ଦ୍ରାପଡ଼ା ଜିଲା କଂଗ୍ରେସ କାର୍ଯ୍ୟାଳୟ ଘେରିଲା ବିଜେପି ମହିଳା ମୋର୍ଚ୍ଚା

କେନ୍ଦ୍ରାପଡ଼ା,୧୨ା୧୦:ମଣିପୁର ଇନ୍ନର ସାଂସଦ ଅଙ୍ଗୋମଚାବିମଲ ଅକୋଇଜାମ ୧୧ ଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ବେଳେ ତାଙ୍କ ବିରୋଧରେ ଯିବାକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନିରବତାକୁ ନେଇ କେନ୍ଦ୍ରାପଡ଼ା ଜିଲା ବିଜେପି ମହିଳା ମୋର୍ଚ୍ଚା ପ୍ରଶ୍ନ ଉଠଟାଇଛି । ଏହା ସହ ଜିଲା କଂଗ୍ରେସ ଭବନକୁ କେନ୍ଦ୍ରାପଡ଼ା ଜିଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ. ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ନେତୃତ୍ୱରେ ଘେରାଉ କରାଯାଇଛି । ଏହାସହ ତିନିମୁହାଣୀ ଠାରେ ସାଂସଦ ଅଙ୍ଗୋମଚାବିମଲ ଅକୋଇଜାମଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହି ଅବସରରେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ. ଜେନା କହିଥିଲେ ଯେ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ସବୁବେଳେ ସମାଲୋଚନା କରୁଛନ୍ତି । ହେଲେ ନିଜ ଦଳରେ ଯେଉଁମାନେ ଭୁଲ କାମ କରୁଛନ୍ତି ତାଙ୍କୁ ସୁରକ୍ଷା ଦେଉଛନ୍ତି । ଜଣେ ସାଂସଦ ୧୧ ଜଣ ଛାତ୍ରୀଙ୍କୁ ଅସଦାଚରଣ କଲେ । ହେଲେ ତାଙ୍କ ବିରୋଧରେ ରାହୁଲ ଗାନ୍ଧୀ ମୁହଁ ଖୋଲୁ ନାହାଁନ୍ତି । ତାଙ୍କୁ ଓଲଟା ସୁରକ୍ଷା ଦେଉଛନ୍ତି । ଯାହା ସମ୍ମିଧାନ ବିରୋଧୀ କାର୍ଯ୍ୟ ବୋଲି ସେ କହିଛନ୍ତି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ନାରୀ ନେତ୍ରୀ ଗୀତାଞ୍ଜଳୀ ସେଠୀ, ଜିଲା ଉପ ସଭାନେତ୍ରୀ ମନିଷା ପଣ୍ଡା, ରାଜ୍ୟ ମହିଳା ମୋର୍ଚ୍ଚା ସଂପାଦିକା ରାଜଲକ୍ଷ୍ମୀ ଦାସ, ଜିଲା କୃଷକ ମୋର୍ଚ୍ଚା ଉପ ସଭାନେତ୍ରୀ ବିଷ୍ଣୁପ୍ରିୟା ମହାପାତ୍ର, ଜିଲା ସଂପାଦିକା ନମିତା ବଳ, ଝିଲି ଦାସ, ପୂର୍ବତନ ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ପ୍ରିୟଦର୍ଶିନୀ ନନ୍ଦ, ବନ୍ଦନା ରାଉତରାୟ, ପ୍ରିୟଙ୍କା ଶତପଥୀ, ରଶ୍ମିତା ସାହୁ, ରିନାରାଣୀ ଦାସ, ପ୍ରମିଳା ମିଶ୍ର, ପଙ୍କଜିନୀ ସାମଲ, ଚିନ୍ମୟୀ ପାତ୍ର, ମଧୁସ୍ମିତା ମଲ୍ଲ, ନିର୍ମଳା ମଲ୍ଲ, ରଶ୍ମିତା ନାୟକ, ଜୟନ୍ତୀ ଜେନା, ନିହାରିକା ନାୟକ, ମାନସୀ ସାହୁଙ୍କ ସମେତ ୩୦୦ରୁ ଊଦ୍ଧ୍ୱର୍ ମହିଳା ମୋର୍ଚ୍ଚାର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ କୁଶପୁତ୍ତଳିକା ଦାହ କରିଥିଲେ ।

Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ - ଦିଲୀପ ପରିଡା