--:--:--
-- ---
Srishti News

Web News

ଅନୁଗୋଳରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ, ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ସାଂସଦଙ୍କ କୁଶପୁତ୍ତଳିକା ଦାହ
Oct 13, 2026•58 views

ଅନୁଗୋଳରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ, ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ସାଂସଦଙ୍କ କୁଶପୁତ୍ତଳିକା ଦାହ

ଅନୁଗୋଳ: ଜେଏନୟୁର ୧୧ ଜଣ ଛାତ୍ରୀଙ୍କ ସହ ଯୌନ ନିର୍ଯାତନା ଅଭିଯୋଗ ପ୍ରସଙ୍ଗରେ କଂଗ୍ରେସର ନୀରବତାକୁ ବିରୋଧ କରି ଅନୁଗୋଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ସଭାନେତ୍ରୀ ପ୍ରତିମା ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଏହି ପ୍ରତିବାଦ କରାଯିବା ସହ ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଂସଦ ଅଙ୍ଗୋମଚା ବିମଲ ଅକୋଇଜାମଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଅଭିଯୋଗର ନିରପେକ୍ଷ ତଦନ୍ତ ଓ ପୀଡ଼ିତା ଛାତ୍ରୀମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଶତାଧିକ ମହିଳା କର୍ମକର୍ତ୍ତା ସାମିଲ ହୋଇଥିଲେ। ଏହି ଅବସରରେ “ନାରୀଶକ୍ତିର ଅପମାନ, ସହିବନି ହିନ୍ଦୁସ୍ତାନ” ସ୍ଲୋଗାନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଶୁଚିସ୍ମିତା ତ୍ରିପାଠୀଙ୍କ ସମେତ ଦଳର ବହୁ ନେତ୍ରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ତଳଗଡ଼ର ଅସହାୟ ପରିବାର ପାଖରେ ଠିଆ ହେଲା ଲୁଲୁ ସେନା, ଦେଲା ସାନ୍ତ୍ୱନା ଓ ସହଯୋଗ
Oct 13, 2026•62 views

ତଳଗଡ଼ର ଅସହାୟ ପରିବାର ପାଖରେ ଠିଆ ହେଲା ଲୁଲୁ ସେନା, ଦେଲା ସାନ୍ତ୍ୱନା ଓ ସହଯୋଗ

ଅନୁଗୋଳ: ଅସହାୟ ପରିବାରର ଦୁଃଖରେ ସାମିଲ ହୋଇ ମାନବିକତାର ପରିଚୟ ଦେଇଛି ଲୁଲୁ ସେନା ପରିବାର। ଅନୁଗୋଳ ଜିଲ୍ଲା ତଳଗଡ଼ ଗ୍ରାମର ଜଣେ ମହିଳାଙ୍କ ଅକାଳ ବିୟୋଗ ଖବର ପାଇ ଲୁଲୁ ସେନାର ସଦସ୍ୟମାନେ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସାନ୍ତ୍ୱନା ଦେଇଥିଲେ। ଏଥିସହ ପରିବାରର ଦୁଃଖଦ ସମୟରେ ସାମର୍ଥ୍ୟ ଅନୁଯାୟୀ ସହଯୋଗର ହାତ ବଢ଼ାଇଥିଲେ। ଏହି ମହତ୍ କାର୍ଯ୍ୟ ମାଧ୍ୟମରେ ଲୁଲୁ ସେନା ପୁଣିଥରେ ସେବା, ସହଯୋଗ ଓ ମାନବିକତାର ବାର୍ତ୍ତା ଦେଇଛି। ଅସହାୟଙ୍କ ଦୁଃଖ ସମୟରେ ସେମାନଙ୍କ ପାଖରେ ଠିଆ ହେବା ହିଁ ପ୍ରକୃତ ମାନବ ସେବା ବୋଲି ଏହି ପଦକ୍ଷେପ ପ୍ରମାଣିତ କରିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ପବ୍ଲିକ ସର୍ଭିସ୍ ୟୁନିଟ୍‌ର ସାଧାରଣ ବୈଠକ, ନୂତନ ଦୁଇମହଲା କୋଠା ନିର୍ମାଣ ଉପରେ ଗୁରୁତ୍ୱ
Oct 13, 2026•49 views

ପବ୍ଲିକ ସର୍ଭିସ୍ ୟୁନିଟ୍‌ର ସାଧାରଣ ବୈଠକ, ନୂତନ ଦୁଇମହଲା କୋଠା ନିର୍ମାଣ ଉପରେ ଗୁରୁତ୍ୱ

ତାଳଚେର: ତାଳଚେରର ପୁରାତନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପବ୍ଲିକ ସର୍ଭିସ୍ ୟୁନିଟ୍ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପୂର୍ବତନ ସାଂସଦ ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଭବିଷ୍ୟତ ଉନ୍ନତି ନେଇ ଆଲୋଚନା କରିଥିଲେ। ଅନୁଷ୍ଠାନର ଜରାଜୀର୍ଣ୍ଣ କାର୍ଯ୍ୟାଳୟ ସ୍ଥାନରେ ନୂତନ ଦୁଇମହଲା କୋଠା ନିର୍ମାଣ ଏବଂ ନିକଟସ୍ଥ ଯାତ୍ରୀ ବିଶ୍ରାମଗାରକୁ ପାଠାଗାରରେ ପରିଣତ କରିବା ପ୍ରସ୍ତାବ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାଦ୍ୱାରା ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ପଢ଼ିବାର ସୁଯୋଗ ପାଇପାରିବେ। ବୈଠକରେ ଉପଦେଷ୍ଟା ତଥା ନଗରପାଳ ପବିତ୍ର ଭୂତିଆ, ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ସମେତ ଅନୁଷ୍ଠାନର ବହୁ ସଦସ୍ୟ ଉପସ୍ଥିତ ରହି ଏହାର ଉନ୍ନତି ନେଇ ମତାମତ ଦେଇଥିଲେ। ସାଧାରଣ ସମ୍ପାଦକ ଜିତେନ୍ଦ୍ର ଦାସ ବୈଠକର ବିବରଣୀ ସହ ଆୟବ୍ୟୟର ହିସାବ ଉପସ୍ଥାପନ କରିଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳ

ଅନୁଗୋଳରେ ଦୁର୍ଗା ଓ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ
Oct 13, 2026•50 views

ଅନୁଗୋଳରେ ଦୁର୍ଗା ଓ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଅନୁଗୋଳ: ଅନୁଗୋଳ ସହରରେ ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜାକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ପାଳନ କରିବା ନିମନ୍ତେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଉପଜିଲ୍ଲାପାଳ ଲଳିତ ମୋହନ ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ୧୦ଟି ଓ ଲକ୍ଷ୍ମୀପୂଜା ପାଇଁ ୨୮ଟି ମଣ୍ଡପରେ ପୂଜା ଆୟୋଜନ ନେଇ ଆଲୋଚନା ହୋଇଥିଲା। ବୈଠକରେ ପୂଜା ସମୟରେ ଡିଜେ ବାଜିବା ଉପରେ ସମ୍ପୂର୍ଣ୍ଣ କଟକଣା, ତୋରଣ ନିର୍ମାଣରେ ସୁରକ୍ଷା ନିୟମ ପାଳନ, ଭିଡ଼ ନିୟନ୍ତ୍ରଣ, ଅଗ୍ନି ନିରାପତ୍ତା ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ନିୟମ ଉଲ୍ଲଂଘନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି। ବୈଠକରେ ପୌରପାଳିକା ଅଧିକାରୀ, ପୋଲିସ ଅଧିକାରୀ, ବିଭିନ୍ନ ବିଭାଗର କର୍ମଚାରୀ, ପୂଜା କମିଟିର କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ଓଡ଼ିଶାର ନୂତନ ରାଜ୍ୟପାଳ ଡ. ବ୍ରଜ ମୋହନ ରାମଙ୍କୁ ନିଯୁକ୍ତି
Oct 13, 2026•50 views

ଓଡ଼ିଶାର ନୂତନ ରାଜ୍ୟପାଳ ଡ. ବ୍ରଜ ମୋହନ ରାମଙ୍କୁ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଡ. ବ୍ରଜ ମୋହନ ରାମଙ୍କୁ ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି। ତାଙ୍କ ନିଯୁକ୍ତିକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଆଶା ପ୍ରକାଶ ପାଇଛି। ତାଙ୍କ ମାର୍ଗଦର୍ଶନରେ ଓଡ଼ିଶାର ପ୍ରଗତି, ସମୃଦ୍ଧି ଓ ସାମଗ୍ରିକ ବିକାଶ ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି। ଏଥିସହ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ସଫଳ କାର୍ଯ୍ୟକାଳ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରାଯାଇଛି। ଖୁବ୍‌ଶୀଘ୍ର ରାଜଭବନରେ ଶପଥ ଗ୍ରହଣ ଉତ୍ସବ ମାଧ୍ୟମରେ ସେ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

Angul (ଅନୁଗୋଳ) • ରିପୋର୍ଟ: ଭୁବନେଶ୍ୱର ବ୍ୟୁରୋ

ଅର୍ଥ ବୃତ୍ତିଜୀବୀଙ୍କ ପାଇଁ AI ଉପରେ ICMAI ଅନୁଗୁଳ ଶାଖାର ସେମିନାର
Oct 13, 2026•168 views

ଅର୍ଥ ବୃତ୍ତିଜୀବୀଙ୍କ ପାଇଁ AI ଉପରେ ICMAI ଅନୁଗୁଳ ଶାଖାର ସେମିନାର

ଅନୁଗୋଳ: ଆର୍ଥିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (AI)ର ବ୍ୟବହାର ଓ ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ICMAI ଅନୁଗୁଳ ଶାଖା ପକ୍ଷରୁ “Skill It & Kill It – AI for Finance Professionals” ଶୀର୍ଷକରେ ଏକ ସେମିନାର ନାଲକୋ ନଗରସ୍ଥିତ ଏସ୍ ଆଣ୍ଡ୍ ପି କମ୍ପ୍ଲେକ୍ସରେ ଅକ୍ଟୋବର ୧୦ ତାରିଖରେ ଆୟୋଜିତ ହୋଇଥିଲା। ଏଥିରେ ନାଲକୋର ଡିଜିଏମ୍ (ଫାଇନାନ୍ସ) ତଥା ICMAI ଭୁବନେଶ୍ୱର ଶାଖାର ଉପାଧ୍ୟକ୍ଷ CMA ସତ୍ୟ ସୁନ୍ଦର ମହାସୁଆର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ChatGPT, Claude ଓ Perplexity ଭଳି AI ଉପକରଣର ବ୍ୟବହାର ଏବଂ ଆର୍ଥିକ ବିଶ୍ଳେଷଣ, ଗବେଷଣା ଓ ରିପୋର୍ଟ ପ୍ରସ୍ତୁତିରେ ଏହାର ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ICMAIର ପୂର୍ବତନ କେନ୍ଦ୍ରୀୟ ପରିଷଦ ସଦସ୍ୟ CMA ନିରଞ୍ଜନ ମିଶ୍ର, ନାଲକୋର CGM (ଫାଇନାନ୍ସ) CA ହିମାଂଶୁ ଶେଖର ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ବୃତ୍ତିଜୀବୀ ଉପସ୍ଥିତ ଥିଲେ। ଏହି ସେମିନାରରେ ୮୦ରୁ ଅଧିକ ସଦସ୍ୟ ଓ ଛାତ୍ରଛାତ୍ରୀ ପ୍ରତ୍ୟକ୍ଷ ଭାବେ ଏବଂ ୪୦ରୁ ଅଧିକ ଅନଲାଇନ୍ ମାଧ୍ୟମରେ ଯୋଗଦେଇଥିଲେ। ପରିବର୍ତ୍ତିତ ବୈଷୟିକ ଯୁଗରେ ଅର୍ଥ ବୃତ୍ତିଜୀବୀଙ୍କ ଦକ୍ଷତା ବୃଦ୍ଧି ଓ ନୂତନ ପ୍ରଯୁକ୍ତିର ଉପଯୋଗ ଉପରେ ଗୁରୁତ୍ୱ ଦେଇ ଏହି ସେମିନାର ସଫଳତାର ସହ ସମ୍ପନ୍ନ ହୋଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ ସହିତ ଦାବୀପତ୍ର ପ୍ରଦାନ
Oct 13, 2026•82 views

ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ ସହିତ ଦାବୀପତ୍ର ପ୍ରଦାନ

ବଲାଙ୍ଗୀର :-୧୩/୧୦/୨୬ ଅଲ ଓଡିଶା ଲେଡିସ ୱାର୍କର ସଙ୍ଘର ଆହ୍ୱାନ କ୍ରମେ ଗତକାଲି ୧୨ତାରିଖ ବଲାଙ୍ଗୀର ଜିଲ୍ଲା ଅଙ୍ଗନୱାଡିକର୍ମୀ ସଙ୍ଘ ପକ୍ଷରୁ ଏକ ବିଶାଳ ରେଲିକରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ବିଭିନ୍ନ ଦାବୀନେଇ ଏକ ଦଶ ଦଫା ଦାବିପତ୍ର ପ୍ରଦାନ କରିଥିଲେ l ତାଙ୍କର ପ୍ରମୁଖ ଦାବିଥିଲା ୫୫ବର୍ଷରେ ଅଙ୍ଗନୱାଡି କର୍ମୀଙ୍କ ସେବାସମୀକ୍ଷା ଚିଠିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ l ପ୍ରଚଳିତ ନିୟମ ଅନୁଯାୟୀ ୬୨ବର୍ଷ ପର୍ଯ୍ୟନ୍ତ ନିରବଛିନ୍ନ ସେବା ସୁନିଶ୍ଚିତ କରିବା ସହ ବାଧ୍ୟତାମୂଳକ ସେବା ବିରତି ବ୍ୟବସ୍ଥା ଉଛେଦ କରାଯାଉ l ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ମାନଦେୟ ବୃଦ୍ଧି କରାଯାଉ ଏବଂ ଅବସର ପରେ ପେନସନ, ଗ୍ରାଚ୍ୟୁଟି ଓ ଉପଯୁକ୍ତ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଉ l ଅନାବଶ୍ୟକ କାର୍ଯ୍ୟଭାର ହ୍ରାସ କରିବା ସହିତ ଦୀର୍ଘବର୍ଷର ଅଭିଜ୍ଞତା ଓ ସେବାକୁ ସମ୍ମାନଦେଇ କର୍ମୀଙ୍କୁ ସେବା ସୁରକ୍ଷା ନିଶ୍ଚିତ କରାଯାଉ l ଦାବୀ ଗୁଡିକ ପୂରଣ ନହେଲେ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ କରାଯିବ ବୋଲି ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ଚେତାବନୀ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାର ସମସ୍ତ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ଉପସ୍ଥିତ ଥିଲେ l

Balangir (ବଲାଙ୍ଗୀର) • ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ବଲାଙ୍ଗୀର

ଟିଟିଲାଗଡ଼ କଣ୍ଟେଣ୍ଟ କ୍ରିଏଟର ମିଟଅପ କାର୍ଯ୍ୟକ୍ରମରେ ପୁରସ୍କୃତ ହେଲେ ନୀତେଶ ବିଶି
Oct 13, 2026•106 views

ଟିଟିଲାଗଡ଼ କଣ୍ଟେଣ୍ଟ କ୍ରିଏଟର ମିଟଅପ କାର୍ଯ୍ୟକ୍ରମରେ ପୁରସ୍କୃତ ହେଲେ ନୀତେଶ ବିଶି

ଟିଟିଲାଗଡ଼ :-୧୩/୧୦/୨୬ ଟିଟିଲାଗଡ଼ କଣ୍ଟେଣ୍ଟ କ୍ରିଏଟର ମିଟଅପ ୨୦୨୬କାର୍ଯ୍ୟକ୍ରମ ମହାବୀର ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥିରୂପେ ଟିଟିଲାଗଡ଼ ବିକାଶ ସେନାର ମୁଖ୍ୟ ଅମ୍ଲାନ ଷଡ଼ଙ୍ଗୀ ଏବଂ ସମ୍ମାନିତ ଅତିଥିରୂପେ ବିଶିଷ୍ଟ କଳାକାର ପ୍ରେମ ସିହ୍ନା ଯୋଗଦାନଦେଇ କ୍ରିଏଟର ମାନଙ୍କୁ ଉତ୍ସାହିତ କରିଥିଲେ l ଏଥିରେ ଟିଟିଲାଗଡ଼ବ୍ଲକ ଖୋଲାଣ ଗ୍ରାମପଞ୍ଚାୟତ ଅଧିନସ୍ତ ଜାମପଡା ଗ୍ରାମର ନୀତେଶ ବିଶି ଭଲ କଣ୍ଟେଣ୍ଟ କ୍ରିଏଟର ଭାବେ ସମ୍ମାନିତ ହୋଇଥିଲେ l ନୀତେଶ ବିଶିଙ୍କୁ ପ୍ରମାଣ ପତ୍ର ସହିତ ଟ୍ରଫି ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ଆଗକୁ ଆହୁରି ଭଲ କଣ୍ଟେଣ୍ଟ ଗୁଡିକ ତିଆରି କରି ଭଲ ପ୍ରଦର୍ଶନ କରିବା ପାଇଁ ଅତିଥିମାନେ ପ୍ରେରଣା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଆଉ ଅନେକ ଗୁଡିଏ କ୍ରିଏଟରମାନେ ମଧ୍ୟ ପୁରସ୍କୃତ ହୋଇଥିଲେ l

Balangir (ବଲାଙ୍ଗୀର) • ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ବଲାଙ୍ଗୀର

​ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ: ୧୦୦୦ ଟଙ୍କା ଟପିଲା ଏଲପିଜି ଗ୍ୟାଷ ଦର, ଭତ୍ତା ପାଉଥିବା ଲୋକେ କିଣିବେ କେମିତି?
Oct 13, 2026•60 views

​ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ: ୧୦୦୦ ଟଙ୍କା ଟପିଲା ଏଲପିଜି ଗ୍ୟାଷ ଦର, ଭତ୍ତା ପାଉଥିବା ଲୋକେ କିଣିବେ କେମିତି?

​ ​ ଦିନକୁ ଦିନ ବଢ଼ିବାରେ ଲାଗିଥିବା ଅସହ୍ୟ ମହଙ୍ଗା ମାଡ଼ ଏବେ ଗାଁ ଗହଳିର ସାଧାରଣ ଓ ଗରୀବ ଲୋକଙ୍କ ଜୀବନଯାତ୍ରାକୁ ଅତିଷ୍ଠ କରିପକାଇଛି। ଗ୍ରାମାଞ୍ଚଳରେ ରୋଷେଇ ଗ୍ୟାଷ ସିଲିଣ୍ଡର ଦର ଏବେ ୧୦୦୦ ଟଙ୍କା ଅତିକ୍ରମ କରିଥିବାରୁ ସାଧାରଣ ପରିବାର ପାଇଁ ଏହାକୁ କିଣିବା ଅସମ୍ଭବ ହୋଇପଡ଼ିଛି। ​ଫଳରେ ପୁଣିଥରେ ଚୁଲି ଜାଳିବା ପାଇଁ ଲୋକଙ୍କୁ ଜଙ୍ଗଲ କିମ୍ବା ଗାଁ ଆଖପାଖରୁ କାଠ ସଂଗ୍ରହ କରିବାକୁ ପଡ଼ୁଛି। ବାଧ୍ୟ ହୋଇ ଲୋକେ କାଠକୁ ଏକତ୍ର କରି ରୋଷେଇ କାମ ଚଲାଉଛନ୍ତି। ବିଶେଷ କରି ବାର୍ଦ୍ଧକ୍ୟ, ବିଧବା କିମ୍ବା ଭିନ୍ନକ୍ଷମ ଭତ୍ତା ପାଉଥିବା ଅସହାୟ ବ୍ୟକ୍ତି ଓ ନିଷ୍କାମ ଶ୍ରମଜୀବୀମାନେ ଏଭଳି ସ୍ଥିତିରେ କିଭଳି ଏତେ ଦରଦାମ ଦେଇ ଗ୍ୟାଷ କିଣିବେ ଏବଂ ନିଜ ପରିବାର ପ୍ରତିପୋଷଣ କରିବେ, ସେ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ​ଗ୍ୟାଷ ଦରର ଏପରି ଅନ୍ତର୍ଧ୍ୱନୀ ବୃଦ୍ଧି ଯୋଗୁଁ ସରକାରୀ ସହାୟତା ଉପରେ ନିର୍ଭର କରୁଥିବା ଗରୀବ ଶ୍ରେଣୀର ଲୋକେ ଦୁର୍ଦ୍ଦିନର ସମ୍ମୁଖୀନ ହେଉଛନ୍ତି। ଏହି ଜ୍ୱଳନ୍ତ ସମସ୍ୟା ପ୍ରତି ସରକାର ଓ ପ୍ରଶାସନ ଦୃଷ୍ଟି ଦେଇ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ଜୀବନର ସତ୍ୟ : ମିଛ କହୁଥିବା ଲୋକ ପାଖରେ ସମ୍ପର୍କରେ ମୂଲ୍ୟ କିଛି ନ ଥାଏ
Oct 13, 2026•44 views

ଜୀବନର ସତ୍ୟ : ମିଛ କହୁଥିବା ଲୋକ ପାଖରେ ସମ୍ପର୍କରେ ମୂଲ୍ୟ କିଛି ନ ଥାଏ

​"ଜୀବନରେ ସବୁଠାରୁ ବଡ଼ ବେଇମାନି ହେଉଛି 'ମିଛ'। ଯେଉଁମାନେ ଆପଣଙ୍କୁ ପ୍ରତ୍ୟେକ କଥାରେ ମିଛ କହୁଛନ୍ତି, ସେମାନଙ୍କଠାରୁ ଯଥେଷ୍ଟ ଦୂରତା ବଜାୟ ରଖିବା ଉଚିତ୍। କାରଣ ମିଛ କହୁଥିବା ବ୍ୟକ୍ତି କୌଣସି ବି ମୁହୂର୍ତ୍ତରେ ଆପଣଙ୍କୁ ଧୋକା ଦେଇପାରନ୍ତି। ​ମିଥ୍ୟାବାଦୀ ଲୋକଙ୍କ ପାଖରେ ସମ୍ପର୍କ ଓ ବିଶ୍ୱାସର କୌଣସି ମୂଲ୍ୟ ନଥାଏ। ତେଣୁ ନିଜର ଆତ୍ମସମ୍ମାନ ଓ ଶାନ୍ତି ପାଇଁ ଏଭଳି ଲୋକଙ୍କଠାରୁ ସଦାସର୍ବଦା ଦୂରେଇ ରୁହନ୍ତୁ।"

Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ଧାମନଗର ବ୍ଲକରେ ପ୍ରଥମ ଛତୁ ଫାର୍ମ ହାଉସ ଉଦଘାଟିତ
Oct 13, 2026•45 views

ଧାମନଗର ବ୍ଲକରେ ପ୍ରଥମ ଛତୁ ଫାର୍ମ ହାଉସ ଉଦଘାଟିତ

ଇଛଦା ଗ୍ରାମରେ ନୂଆ ଆଶାର କିରଣ, ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତର ଇଛଦା ଗ୍ରାମରେ ଏକ ଛତୁ ଫାର୍ମ ହାଉସ ଉଦଘାଟିତ ହୋଇଛି। ଧାମନଗର ବ୍ଲକର ପ୍ରଥମ ଛତୁ ଫାର୍ମ ହାଉସ ଭାବେ ଏହା ଅଞ୍ଚଳରେ ନୂଆ ଆଶା ସଞ୍ଚାର କରିଛି। ଏହି ଫାର୍ମ ହାଉସର ଶୁଭାରମ୍ଭକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ବର୍ତ୍ତମାନ ସମୟରେ ଛତୁ ଚାଷ ଏକ ଲାଭଜନକ କୃଷି ଉଦ୍ୟୋଗ ଭାବେ ପରିଚିତ ହେଉଥିବା ବେଳେ ଇଛଦା ଗ୍ରାମରେ ଏହି ଫାର୍ମ ହାଉସର ଶୁଭାରମ୍ଭ ଅଞ୍ଚଳର କୃଷି କ୍ଷେତ୍ରରେ ଏକ ନୂତନ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି। ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଛତୁ ଚାଷ ପ୍ରତି ଚାଷୀମାନଙ୍କ ଆଗ୍ରହ ବୃଦ୍ଧି ପାଇବା ସହ ଆଗାମୀ ଦିନରେ ଅଧିକ ଚାଷୀ ଏହି ଚାଷ ପ୍ରତି ଆକୃଷ୍ଟ ହେବାର ଆଶା ରହିଛି। ଉତ୍ତମ ମାନର ଛତୁ ଉତ୍ପାଦନ ଉପରେ ଗୁରୁତ୍ୱ ଫାର୍ମ ହାଉସରେ ଛତୁ ଚାଷ ଉତ୍ତମ ଭାବରେ ହୋଇପାରିବ ବୋଲି କୃଷି ବିଭାଗର ଅଧିକାରୀମାନେ ଆଶା ପ୍ରକାଶ କରିଛନ୍ତି। ଏଠାରେ ଉତ୍ପାଦିତ ଛତୁ ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ବୋଲି କୃଷି ଅଧିକାରୀମାନେ କହିଛନ୍ତି। ଫଳରେ ସାଧାରଣ ଲୋକେ ଉପଯୁକ୍ତ ମୂଲ୍ୟରେ ଛତୁ ପାଇବା ସହ ଚାଷୀମାନେ ମଧ୍ୟ ନିଜ ଉତ୍ପାଦିତ ଛତୁର ବଜାର ସୁବିଧା ପାଇପାରିବେ ବୋଲି ଆଶା କରାଯାଉଛି। ଚାଷୀଙ୍କ ଆର୍ଥିକ ବିକାଶରେ ସହାୟକ ହେବାର ଆଶା ଛତୁ ଚାଷ ମାଧ୍ୟମରେ ଚାଷୀମାନେ ନିଜର ଆୟ ବୃଦ୍ଧି କରିବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ। ଧାମନଗର ବ୍ଲକରେ ଏହି ପ୍ରଥମ ଛତୁ ଫାର୍ମ ହାଉସର ଶୁଭାରମ୍ଭ ଅନ୍ୟ ଚାଷୀମାନଙ୍କୁ ମଧ୍ୟ ନୂତନ କୃଷି ଉଦ୍ୟୋଗ ଆରମ୍ଭ କରିବାକୁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

Joint Grievance Redressal Camp Held in Khariar, 64 Complaints Registered
Oct 13, 2026•56 views

Joint Grievance Redressal Camp Held in Khariar, 64 Complaints Registered

Nuapada, October 12: A joint grievance redressal camp conducted by the District Collector and the Superintendent of Police was held at the Khariar Block Office premises in Nuapada district on Monday. A total of 64 complaints were registered during the camp, including 57 individual grievances and seven complaints submitted collectively by groups. The camp was attended by Superintendent of Police Amrit Pal Singh, Chief Development Officer-cum-Executive Officer of the Zilla Parishad Lambodar Dharua, Sub-Collector Surmi Soren, Chief District Medical Officer Dr Ishani Mitra, Divisional Forest Officer (Kendu Leaf) A. Madhabilata, and Khariar Panchayat Samiti Chairperson Pushpanjali Nanda, among other officials. Deputy Collector Sheikh Naseem and Khariar Tehsildar Narasingh Gadaba assisted in the smooth conduct of the programme. On the occasion, a health camp for senior citizens and an Ayushman Arogya Camp were also organised on the block office premises to facilitate access to healthcare services. The joint grievance redressal camp aimed to provide a platform for people to bring their problems and concerns directly to the district administration and police authorities.

Nuapada (ନୂଆପଡ଼ା) • Reports: Bhajan Lal Jagat