Web News

ଦୁର୍ଗା ଓ ଲକ୍ଷ୍ମୀ ପୂଜାକୁ ନେଇ ଅନୁଗୋଳ ପୋଲିସର ସମନ୍ୱୟ ବୈଠକ
ଅନୁଗୋଳ: ଆଗାମୀ ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଅନୁଗୋଳ ଡିପିଓ ସମ୍ମିଳନୀ କକ୍ଷରେ ଏସପିଙ୍କ ଅଧ୍ୟକ୍ଷତାରେ ପୂଜା କମିଟି ସଦସ୍ୟଙ୍କ ସହ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ଆଇନଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ୍ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା ଏବଂ ପୂଜା ପର୍ବର ସୁଗମ ପରିଚାଳନା ଉପରେ ଆଲୋଚନା କରାଯାଇଥିଲା। ଉତ୍ସବ ସମୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଯେକୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ପୂଜା କମିଟିର ସମସ୍ତ ସଦସ୍ୟଙ୍କୁ ପୋଲିସ ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବା ସହ ପୂଜାକୁ ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

କିଡନୀ ରୋଗରେ ପୀଡ଼ିତ ଧନେଶ୍ୱରଙ୍କୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କଲେ ସମାଜସେବୀ ଅଭିମନ୍ୟୁ ସାହୁ
ବଅଁରପାଳ: ମାନବ ସେବା ହିଁ ମାଧବ ସେବା। ଏହି ମହତ୍ ଉଦ୍ଦେଶ୍ୟକୁ ଆଧାର କରି ପୁଣି ଜଣେ ଅସହାୟ ବ୍ୟକ୍ତିଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି ସମାଜସେବୀ ଅଭିମନ୍ୟୁ ସାହୁ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଳରାମପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କଇଁଫୁଲିଆ ସାହିର ଧନେଶ୍ୱର ବିଶ୍ୱାଳ ଦୀର୍ଘଦିନ ଧରି କିଡନୀ ଜନିତ ରୋଗରେ ପୀଡ଼ିତ ଅଛନ୍ତି। ପରିବାରର ଆର୍ଥିକ ମେରୁଦଣ୍ଡ ଥିବା ଧନେଶ୍ୱର ରୋଗାକ୍ରାନ୍ତ ହେବା ପରଠାରୁ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଛି।ଧନେଶ୍ୱରଙ୍କ ଏହି ଦୁର୍ଦ୍ଦଶା ସମ୍ପର୍କରେ ଜାଣିବା ପରେ ଗ୍ରାମର କିଛି ଯୁବକ ସମାଜସେବୀ ଅଭିମନ୍ୟୁ ସାହୁଙ୍କ ସହ ଯୋଗାଯୋଗ କରି ସହାୟତା ପାଇଁ ଅନୁରୋଧ କରିଥିଲେ। ଖବର ପାଇ ଶ୍ରୀ ସାହୁ ଧନେଶ୍ୱରଙ୍କ ଘରେ ପହଞ୍ଚି ତାଙ୍କର ଭଲମନ୍ଦ ପଚାରି ବୁଝିବା ସହ ପରିବାରର ଦୟନୀୟ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଅଭିମନ୍ୟୁ ସାହୁଙ୍କ ଏହି ମାନବିକତାପୂର୍ଣ୍ଣ ପଦକ୍ଷେପକୁ ଗ୍ରାମବାସୀ ପ୍ରଶଂସା କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ମଧ୍ୟ ‘ମାନବ ସେବା ହିଁ ମାଧବ ସେବା’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ଦୁଃଖୀ, ଅସହାୟ ଓ ଗରିବ ଲୋକଙ୍କ ସେବା ଜାରି ରଖିବେ ବୋଲି ସମାଜସେବୀ ଅଭିମନ୍ୟୁ ସାହୁ ସୂଚନା ଦେଇଛନ୍ତି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳ

ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ମହିଳା ସାମ୍ବାଦିକମାନଙ୍କ ପ୍ରଥମ ରାଜ୍ୟସ୍ତରୀୟ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ
ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ (ODMM) ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯୋଡ଼ି ହୋଇଥିବା ମହିଳା ଡିଜିଟାଲ ମିଡିଆ ସାମ୍ବାଦିକମାନଙ୍କ ପ୍ରଥମ ବୈଠକ ଗୁଗୁଲ୍ ମିଟ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମହାସଂଘର ରାଜ୍ୟ ସଭାପତି ଶ୍ରୀ ମନୋଜ ଶତପଥୀ ଅଧ୍ୟକ୍ଷତା କରିଥିଲେ। ରାଜ୍ୟର ମହିଳା ସାମ୍ବାଦିକ ମାନଙ୍କୁ ଏକ ସୁଦୃଢ଼ ମଞ୍ଚରେ ଏକତ୍ରିତ କରିବା, ସେମାନଙ୍କ ଦକ୍ଷତାର ବିକାଶ, ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ ଏବଂ ସାମୂହିକ ସ୍ୱାର୍ଥର ସୁରକ୍ଷା ନେଇ ଆଲୋଚନା ହୋଇଥିଲା। ବୈଠକରେ ମହିଳା ସାମ୍ବାଦିକ ମାନଙ୍କୁ ନେଇ ଏକ ପୂର୍ଣ୍ଣାଙ୍ଗ ରାଜ୍ୟସ୍ତରୀୟ ମହିଳା କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କମିଟି ମହିଳା ସାମ୍ବାଦିକମାନଙ୍କ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ରାଜ୍ୟରେ ମହିଳା ଡିଜିଟାଲ ମିଡିଆ ସାମ୍ବାଦିକତାର ବିକାଶ ଦିଗରେ କାର୍ଯ୍ୟ କରିବ। ବୈଠକରେ ମହାସଂଘର ରାଜ୍ୟ ଉପସଭାପତି ଶ୍ରୀ ନିରଞ୍ଜନ ପାଣି, ସୁଶ୍ରୀ ଚନ୍ଦନା ଦାସ ଓ ସୃ ବିଜୟାନନ୍ଦ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ କବିରାଜ ପାତ୍ର, ରାଜ୍ୟ ମହିଳା ସାମୁଖ୍ୟ ସଂଯୋଜିକା ଶ୍ରୀମତୀ ପୁଷ୍ପଲତା ସାମଲ, ରାଜ୍ୟ ପରିଷଦ ସଦସ୍ୟା ଶ୍ରୀମତୀ ଜୟଶ୍ରୀ ପାତ୍ର, ସୁଶ୍ରୀ ପ୍ରିୟା ଦର୍ଶିନୀ ଦାସ, ଜିଲ୍ଲା ମହିଳା ସାମୁଖ୍ୟ ସଂଯୋଜିକା ସୁଶ୍ରୀ ପଦ୍ମିନୀ ଖରସେଲ ଓ ରୀନାରାଣୀ ରାଉତ, ବଲାଙ୍ଗୀର ଜିଲ୍ଲା ଆଇନ ପରାମର୍ଶଦାତା ସୁଶ୍ରୀ ଶୁଭଞ୍ଜଳୀ ଗୁପ୍ତା, ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ରୀ ସତ୍ୟଜିତ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ମହିଳା ସାମ୍ବାଦିକମାନଙ୍କ ଏକତା, ସଶକ୍ତୀକରଣ ଓ ସାମ୍ବାଦିକତାରେ ନୂତନ ସମ୍ଭାବନା ସୃଷ୍ଟି କରିବା ଦିଗରେ ODMMର ଏହି ପଦକ୍ଷେପ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ। ମହିଳା ସାମ୍ବାଦିକଙ୍କ ଏକତା ହିଁ ସଂଗଠନର ଶକ୍ତି
Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ଉଦୟପୁର ପଞ୍ଚାୟତରେ ଭତ୍ତା ବଣ୍ଟନ, ଉପକୃତ ହେଲେ ହିତାଧିକାରୀ
: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଉଦୟପୁର, ୧୫ ଅକ୍ଟୋବର: ଉଦୟପୁର ପଞ୍ଚାୟତରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବୟସ୍କ ବୃଦ୍ଧବୃଦ୍ଧା ଓ ଅନ୍ୟାନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ଭତ୍ତା ପାଇବା ପାଇଁ ପଞ୍ଚାୟତକୁ ଆସିଥିବା ହିତାଧିକାରୀମାନେ ଏହି ସୁବିଧା ପାଇ ଉପକୃତ ହୋଇଛନ୍ତି। ସରକାରଙ୍କ ଏହି ସାମାଜିକ ସୁରକ୍ଷା ଯୋଜନା ଅସହାୟ ଓ ବୟସ୍କ ଲୋକଙ୍କ ପାଇଁ ସହାୟକ ହେଉଛି। ଭତ୍ତା ବଣ୍ଟନ ସମୟରେ ହିତାଧିକାରୀଙ୍କ ସୁବିଧା ଓ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି।
Nayagarh (ନୟାଗଡ଼) • ସଞ୍ଜୟ କୁମାର କଅଁର,ନୂଆଗାଁ

ନଈତଇଲା ଆଦିବାସୀ ସାହିରେ ଜାତୀୟ ଯକ୍ଷ୍ମା ନିବାରଣ ସଚେତନତା କାର୍ଯ୍ୟକ୍ରମ
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ନଈତଇଲା ଆଦିବାସୀ ସାହିରେ ଜାତୀୟ ଯକ୍ଷ୍ମା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାହିବାସୀଙ୍କୁ ଯକ୍ଷ୍ମା ରୋଗର ଲକ୍ଷଣ, ପ୍ରତିରୋଧ ଓ ଚିକିତ୍ସା ସମ୍ପର୍କରେ ସଚେତନ କରାଯାଇଛି। ଯକ୍ଷ୍ମା ଏକ ଚିକିତ୍ସାଯୋଗ୍ୟ ରୋଗ। ଦୀର୍ଘଦିନ ଧରି କାଶ ହେବା, ଜ୍ୱର ଲାଗି ରହିବା ଓ ଓଜନ କମିବା ଭଳି ଲକ୍ଷଣ ଦେଖାଦେଲେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି। ଯକ୍ଷ୍ମା ରୋଗ ହେଲେ ନିୟମିତ ଔଷଧ ସେବନ ଓ ଡାକ୍ତରଙ୍କ ପରାମର୍ଶ ଅନୁସରଣ ଦ୍ୱାରା ରୋଗରୁ ମୁକ୍ତି ମିଳିପାରିବ। ଗ୍ରାମାଞ୍ଚଳରେ ଯକ୍ଷ୍ମା ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ସହ ରୋଗୀଙ୍କୁ ଚିହ୍ନଟ ଓ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ସଚେତନତାର ବାର୍ତ୍ତା: ଯକ୍ଷ୍ମାକୁ ଭୟ ନୁହେଁ, ଠିକ୍ ସମୟରେ ପରୀକ୍ଷା ଓ ଚିକିତ୍ସା ହିଁ ଏହାର ପ୍ରତିକାର।
Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ସଇଁତଲା ଆର ଆଇ
ସଇଁତଳା ୧୫/୧୦ /୨୬ ବଲାଙ୍ଗୀର ଜିଲ୍ଲା ସଇଁତଳାର ରାଜସ୍ୱ ନିରୀକ୍ଷକ ଅଲାନ ବେହେରା ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତି ତାଙ୍କ ଚାଷ ଜମିକୁ ବାସଗୃହ ଜମିରେ ପରିଣତ କରିବା ପାଇଁ ଗତ ୭ ସେପ୍ଟେମ୍ବର ୨୦୨୬ରେ ଅନଲାଇନରେ ଆବେଦନ କରିଥିଲେ। କିନ୍ତୁ RI ବେହେରା ବିନା କାରଣରେ ଫାଇଲ ଅଟକାଇ ରଖିଥିଲେ। ଫାଇଲ ପ୍ରକ୍ରିୟା କରିବା ପାଇଁ ପ୍ରଥମେ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ, ପରେ ୩ ହଜାର ଟଙ୍କାକୁ କମାଇ ଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ। ଭିଜିଲାନ୍ସ ଯୋଜନା କରି ଆଜି ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି। ତାଙ୍କ ନିକଟରୁ ୩ ହଜାର ଟଙ୍କା ଜବତ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠାବ ପାଇଁ ତାଙ୍କ ଦୁଇଟି ଠିକଣାରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏ ନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନଂ ୧୯/୨୦୨୬ ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି l
Balangir (ବଲାଙ୍ଗୀର) • Krushna Chandra Majhi

କଳିଙ୍ଗନଗରରେ ଶିଳ୍ପ ମହାସମାବେଶ ୩୯ ହଜାର କୋଟିରୁ ଅଧିକ ପୁଞ୍ଜିନିବେଶ, ୪୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ
ବ୍ୟାସନଗର / କଳିଙ୍ଗନଗର, ୧୪ ଅକ୍ଟୋବର ୨୦୨୬ ଓଡ଼ିଶାର ଶିଳ୍ପାୟନକୁ ନୂଆ ଗତି। ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ଆୟୋଜିତ ବିରାଟ ଶିଳ୍ପ ସମାରୋହରେ ଯୋଗଦେଇ ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ରାଜ୍ୟର ୧୪ଟି ଜିଲ୍ଲାରେ ୩୯ ହଜାର ୩୮୩ କୋଟି ଟଙ୍କାର ପୁଞ୍ଜିନିବେଶରେ ୪୬ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରାଯାଇଛି। ଏହାଦ୍ୱାରା ୪୨ ହଜାର ୫୧୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପୋଷଣ କରିଛନ୍ତି | ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ କେନ୍ଦ୍ରରେ ପରିଣତ କରିବା ସହ ଯୁବକଯୁବତୀଙ୍କୁ ରାଜ୍ୟରେ ରୋଜଗାର ଯୋଗାଇଦେବା ସରକାରଙ୍କ ପ୍ରାଥମିକତା। ଆଗାମୀ ୧୦ ବର୍ଷ ମଧ୍ୟରେ ଓଡ଼ିଶାର ଅର୍ଥନୀତିକୁ ୫୦୦ ବିଲିୟନ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ରହିଛି। ଏହି ସମାରୋହରେ ରାଜ୍ୟର ବହୁ ବରିଷ୍ଠ ମନ୍ତ୍ରୀ, ଜନପ୍ରତିନିଧି ଓ ଶିଳ୍ପପତି ଯୋଗଦେଇଥିଲେ।
Jajpur (ଯାଜପୁର) • ପ୍ରଦୀପ କୁମାର ପୃଷ୍ଟି, ବ୍ୟାସନଗର

Five Arrested in Nuapada as Jonk Police Seize Nearly 24 Kg of Ganja
23.996 kg of ganja seized near Gotma Airstrip Canal Road; one scooter and five mobile phones recovered Khariar Road/Nuapada, October 15: In a major crackdown on the alleged illegal transportation of narcotic substances, Jonk Police arrested five male persons and seized 23.996 kilograms of ganja near Gotma Airstrip Canal Road in Nuapada district on October 14. According to a press note issued by the police, the operation was conducted at around 11:00 AM after personnel on patrol received information regarding the transportation of ganja. Acting on the information, police promptly reached the spot and apprehended five persons who were allegedly carrying ganja in two carton boxes. The arrested persons have been identified as Rajik Khan alias Saijada Khan alias Sajjad Hussein (36), Shani Tandi (28), Narendra Jagat (25), Gopal Bagh (26) and Sonu alias Pankaj Sahu (24). During the operation, police recovered a total of 23 kilograms and 996 grams of ganja. One scooter and five mobile phones were also seized in connection with the case. As per the police statement, the seized ganja packets were properly sealed and all necessary legal formalities were completed in accordance with the prescribed procedure. In this connection, Jonk Police registered Case No. 382, dated October 14, 2026, under Section 111(4) of the Bharatiya Nyaya Sanhita (BNS), read with Section 20(b)(ii)(C) of the Narcotic Drugs and Psychotropic Substances (NDPS) Act, 1985. Sub-Inspector B.P. Pradhan of Jonk Police Station has been assigned as the investigating officer. Further investigation is underway to establish the circumstances surrounding the alleged transportation of the contraband and examine other relevant aspects of the case. The seizure marks another action by Jonk Police against the alleged illegal movement of narcotic substances in the district. Further details are expected to emerge as the investigation progresses. The allegations against the arrested persons remain subject to the outcome of the legal proceedings.
Nuapada (ନୂଆପଡ଼ା) • Reports: Malaya Meher & Bijay Bariha

Six Arrested in NDPS Case in Khariar Road; Ganja, Cough Syrup and Injections Seized
Police recover 1.231 kg of ganja, 25 bottles of cough syrup, 23 units of Pentazocine injections, four two-wheelers and five mobile phones Khariar Road/Nuapada, October 15: In a major action against the alleged transportation of narcotic and other controlled substances, Jonk Police arrested six male persons during an operation near Mongorapali Kalyan Mandap in Khariar Road area of Nuapada district on October 12. According to a press note issued by the police, the operation was conducted at around 11:00 AM following the receipt of reliable information during routine patrolling regarding the alleged transportation of contraband substances. The arrested persons have been identified as Sajid Khan (38), Sayyad Makky Ali (28), Mahammad Samir (24), Tanveer Ali (20), Mahammad Farid (22) and Sheik Wasim Ahammad (31). All six are residents of the Jonk Police Station area in Nuapada district. During the operation, police seized 1 kilogram and 231 grams of ganja, 25 bottles of Wincerex cough syrup weighing approximately 691 grams, and 23 units of Pentazocine Lactate Injection-IP weighing approximately 540 grams. In addition to the suspected contraband substances, police also seized two motorcycles, two scooters and five mobile phones in connection with the case. The seized vehicles and mobile phones are expected to form part of the investigation into the circumstances surrounding the alleged transportation of the substances. In this connection, Jonk Police registered Case No. 381, dated October 12, 2026, under Section 111(4) of the Bharatiya Nyaya Sanhita (BNS), read with Sections 20(b)(ii)(A) and 21(b) of the Narcotic Drugs and Psychotropic Substances (NDPS) Act, 1985. Police stated that all necessary legal formalities were followed during the operation and subsequent arrests. Further investigation is currently underway to establish the complete facts of the case and examine all relevant aspects. Sub-Inspector M. Badanayak of Jonk Police Station is the investigating officer in the case. The operation highlights the ongoing efforts of the district police to curb the alleged illegal transportation and distribution of narcotic substances and other potentially misused drugs. Further details are expected to emerge as the investigation progresses. The allegations against the arrested persons remain subject to the outcome of the legal proceedings.
Nuapada (ନୂଆପଡ଼ା) • Reports: Malaya Meher & Bijay Bariha

MP’s Representative Prem Agrawal Meets Newly Appointed Nuapada Collector Anya Das
Discussion Focuses on District Development, Future Plans and Public Welfare Nuapada: Prem Agrawal, representative of the Member of Parliament, paid a courtesy visit to Anya Das, IAS, the newly appointed Collector and District Magistrate of Nuapada district. During the meeting, they discussed the district’s overall development, future plans and issues concerning public welfare. The discussion highlighted the importance of prioritising developmental activities while keeping the needs, concerns and aspirations of the people at the centre of administrative planning. Emphasis was also laid on strengthening coordination between the district administration and public representatives to accelerate development initiatives and ensure that government programmes effectively benefit the people. Prem Agrawal stressed the need for coordinated efforts with the administration to transform Nuapada into a progressive and development-oriented district. He underscored the importance of giving priority to public interests and working collectively towards addressing local issues and promoting sustainable development. The meeting also reflected the significance of cooperation between administrative officials and public representatives in translating development plans into meaningful outcomes for the people. Effective coordination, timely implementation of welfare initiatives and a people-centric approach were highlighted as essential factors in achieving the district’s development goals. It is expected that constructive engagement between the administration and public representatives will play an important role in fulfilling the aspirations of the people and ensuring the overall progress of Nuapada district. The courtesy meeting reaffirmed the shared emphasis on development, public welfare and coordinated efforts to build a more progressive future for the district.
Nuapada (ନୂଆପଡ଼ା) • Reports: Malaya Meher & Bijay Bariha

Legal Awareness Camp Held at Dr. Katju High School in Bhela
Bhela: An awareness camp for student members of the Student Legal Literacy Club was organised at Dr. Katju High School in Bhela under the auspices of the District Legal Services Authority (DLSA). The programme aimed to familiarise students with their legal rights, the importance of legal awareness and the availability of free legal assistance for eligible beneficiaries. DLSA Secretary Navaneeta Dash attended the programme and explained the objectives and functioning of the Student Legal Literacy Club. She highlighted the club’s role in spreading legal awareness among students and helping them understand the importance of access to justice and free legal services. During her address, Dash elaborated on the activities of the District Legal Services Authority and various schemes introduced by the National Legal Services Authority (NALSA). She discussed free legal aid, victim compensation schemes and mediation services, emphasising their significance in ensuring that people can seek justice without unnecessary financial hardship. She also encouraged students to develop a clear understanding of legal rights and responsibilities and to act as messengers of legal awareness within their schools, families and communities. The session provided an opportunity for student club members to learn about the institutional mechanisms available to support people in need of legal assistance. The initiative underscored the importance of introducing legal education at the school level to promote awareness, social responsibility and equal access to justice. The programme was attended by DLSA Secretary Navaneeta Dash, school Headmaster Bijay Kumar Behera, teachers and Adhikar Mitras. The awareness camp reflected the commitment of the District Legal Services Authority to promoting legal literacy among young people and strengthening awareness of free legal services and access to justice at the grassroots level.
Nuapada (ନୂଆପଡ଼ା) • Reports: Malaya Meher, DC

Nuapada Collector Anya Das Reviews Development Projects During Marathon Visit to Komna
Focus on Education, Healthcare and Tourism Infrastructure; Directs Officials to Expedite Development Works Komna, October 14: Nuapada Collector and District Magistrate Anya Das undertook an extensive visit to Komna Block on Wednesday to review ongoing development projects and assess the quality of education, healthcare and other public services. During the visit, she interacted with officials, teachers, students, doctors and local residents to evaluate the implementation of various government initiatives. The Collector reviewed the progress of development schemes, including VB-G RAM-G, CMSA and BGBO, and stressed the need for effective implementation and timely completion of projects aimed at improving the living standards of people in the region. During her visit to the Tikhali Dam water sports site, Anya Das discussed proposals for developing a model tank and park to enhance tourism infrastructure and create better recreational facilities. She directed the Block Development Officer (BDO) to initiate the necessary work promptly. At Jitamitra High School, the Collector reviewed the educational environment and emphasised the importance of regular classes and quality education. She underscored the need to ensure that students receive proper academic support and opportunities for all-round development. She also inaugurated a selfie point at Komna market and visited a Durga Puja pandal, where she observed the festive arrangements. The Collector subsequently visited Kasturba Gandhi Primary School and its hostel. She interacted with girl students and the headmistress, reviewed the existing facilities and discussed the construction of additional classrooms and measures to improve the school campus. She stressed the importance of providing a safe, supportive and conducive learning environment for students. At Komna Community Health Centre, Anya Das interacted with doctors and patients and reviewed the functioning of outpatient department (OPD) services. She assessed the delivery of healthcare facilities and emphasised the importance of ensuring accessible and efficient medical services for the public. The Collector also visited Komna Panchayat Samiti +2 College, where she interacted with science students and lecturers and reviewed the institution's developmental requirements. The visit was attended by Komna Block Chairperson Anusaya Kumbhar, BDO Pabitra Kumar Samal, Tahsildar Sourav Kumar Bisi and other officials. The Collector's field visit focused on assessing ground-level implementation of development programmes and identifying areas requiring attention, with particular emphasis on education, healthcare, tourism and public infrastructure.
Nuapada (ନୂଆପଡ଼ା) • Reports: Malaya Meher & Girendra Jagat
