Web News

Anya Das Reviews Developmental Activities; Stresses Local Employment Opportunities and Smart Classrooms
Nuapada, October 15: Nuapada District Collector Anya Das on Thursday visited Khariar Block to review various developmental activities, assess the status of education and healthcare services, and discuss key issues affecting rural communities. During the visit, she interacted with elected representatives, members of women’s Self-Help Groups (SHGs) and officials from various departments, emphasising coordinated efforts to address migrant labour problems and improve essential public services. Addressing the issue of migration, the Collector stressed the need for sustainable solutions to reduce the distress migration of workers from the district. She highlighted the importance of creating livelihood opportunities in rural areas so that eligible workers could earn a living in their home districts by accessing the benefits of various government schemes. She urged departmental officials and Panchayat representatives to work together to ensure effective implementation of welfare programmes and generate sustainable employment opportunities at the grassroots level. During the visit, the Collector inspected the Panchayat market and garden at Khudpej to take stock of the existing facilities and developmental activities. Subsequently, she held discussions with Panchayat representatives, Master Book Keepers (MBKs) and members of women’s Self-Help Groups at the conference hall of the Bhojpur Gram Panchayat office. The discussions focused on addressing migrant labour-related concerns, strengthening rural livelihoods and ensuring that eligible beneficiaries received the benefits of government schemes. The Collector called for better coordination among local representatives and concerned departments to tackle migration-related challenges and promote economic opportunities within rural communities. As part of her review of healthcare facilities, Anya Das visited the Khariar Sub-Divisional Hospital and assessed the healthcare services available there. She emphasised the importance of improving the quality of medical services and ensuring better healthcare facilities for the general public. Education was another key focus of the visit. The Collector inspected Kendriya Vidyalaya, Khariar, where she reviewed the use of smart boards and modern teaching methods in classroom instruction. Stressing the importance of technology-enabled learning, she advised the concerned officials to strengthen smart classroom facilities in government schools and focus on improving the overall quality of education. She also visited Odisha Adarsha Vidyalaya at Badi to review the educational facilities and related arrangements. The visit was aimed at reviewing development initiatives and strengthening the delivery of essential services, with particular emphasis on reducing distress migration, expanding rural livelihood opportunities, improving healthcare and promoting technology-based education. Khariar Block Chairperson Pushpanjali Nanda, local Sarpanch Kulamani Naik, an Assistant Engineer, the Child Development Project Officer and other departmental officials were present during the visit.
Nuapada (ନୂଆପଡ଼ା) • Reports: Malaya Meher & Bhajan Lal Jagat

ସାମନ୍ତିଆପଲ୍ଲୀ କଲେଜ ନିର୍ବାଚନରେ ରୋଚକ ଲଢ଼େଇ। ୩ଟି ଆସନ ଏଭିବିପି ଦଖଲ କଲା, ସହସମ୍ପାଦକ ପଦ ଜିତିଲା ବିସିଜେଡି।
-ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀ ଭରତପତି ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଏଭିବିପି ଓ ବିସିଜେଡି ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ଦେଖାଦେଇଛି। ଚାରିଟି ପଦବୀ ପାଇଁ ହୋଇଥିବା ନିର୍ବାଚନରେ ଏଭିବିପି ତିନୋଟି ଆସନ ହାତେଇଥିବା ବେଳେ ବିସିଜେଡି ଗୋଟିଏ ଆସନରେ ବିଜୟୀ ହୋଇଛି। ସଭାପତି ପଦରେ ଏଭିବିପି ପ୍ରାର୍ଥୀ ଶଙ୍କର ପ୍ରଧାନ ୧୯୯ ଭୋଟ ପାଇ ବିସିଜେଡି ପ୍ରାର୍ଥୀ ଶବର ଲିମାଙ୍କୁ ୧୦ ଭୋଟରେ ପରାସ୍ତ କରିଛନ୍ତି। ଶବର ଲିମା ୧୮୯ ଭୋଟ ପାଇଥିଲେ। ଉପସଭାପତି ପଦରେ ଈସ୍ପିତା ମିଶ୍ର ୨୦୪ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିସିଜେଡି ପ୍ରାର୍ଥୀ ରେଶମା ପ୍ରଧାନ ୧୮୧ ଭୋଟ ପାଇଥିଲେ। କ୍ରୀଡ଼ା ସମ୍ପାଦକ ପଦରେ ଜଗଦୀଶ ନାୟକ ୧୯୭ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିସିଜେଡି ପ୍ରାର୍ଥୀ ନିତ୍ୟାନନ୍ଦ ଭୂୟାଁ ୧୮୭ ଭୋଟ ପାଇଥିଲେ। ତେବେ ସହସମ୍ପାଦକ ପଦରେ ନିର୍ବାଚନ ଅଧିକ ରୋଚକ ହୋଇଥିଲା। ବିସିଜେଡି ପ୍ରାର୍ଥୀ ସୁରଜ ରାଉଳ ୧୯୫ ଭୋଟ ପାଇଥିବା ବେଳେ ଏଭିବିପି ପ୍ରାର୍ଥୀ ଶମ୍ଭୁ ପ୍ରଧାନ ୧୯୧ ଭୋଟ ପାଇଥିଲେ। ଫଳରେ ମାତ୍ର ୪ ଖଣ୍ଡ ଭୋଟରେ ସୁରଜ ବିଜୟୀ ହୋଇଥିଲେ। ଚାରିଟି ପଦବୀ ପାଇଁ ଆଠଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଏହି ଫଳାଫଳରେ ଏଭିବିପି ଅଧିକ ଆସନ ହାସଲ କରିଥିବା ବେଳେ ବିସିଜେଡି ମଧ୍ୟ ଗୋଟିଏ ପଦବୀରେ ବିଜୟ ଲାଭ କରିଛି। ଆସନ୍ତାକାଲି କଲେଜ ପରିସରରେ ନିର୍ବାଚିତ ପ୍ରତିନିଧିମାନଙ୍କର ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡ଼ିଛି। ଅନ୍ୟ ପକ୍ଷରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଭରତପତି ମହାବିଦ୍ୟାଳୟ ପରିସରରେ ଜରଡା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସକାଳ ସମୟ ଠାରୁ ଉତେଜନା ଦେଖାଯାଇଥିଲା। ଫଳାଫଳ ଘୋଷଣା ସମୟରେ ମହାବିଦ୍ୟାଳୟ ଗେଟ ସାମ୍ନାରେ ସାମାନ୍ୟ ପାଟିତୁଣ୍ଡ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ବୟସ କମ୍ ଥିବା ଗଙ୍ଗା ଯମୁନା ଦୁଇ ପ୍ରାର୍ଥୀ ଙ୍କ ନାକଚ ହୋଇଥିବା ବେଳେ ଡ୍ରାମା ଟିକ୍ ସମ୍ପାଦକ , ଦିବାଧ୍ୟାୟୀ ଛାତ୍ର ସଂସଦ ସଂପାଦକ ପଦବୀ ପ୍ରାର୍ଥୀ ଙ୍କ ଫଳାଫଳ ଘୋଷଣା ନ କରିବାକୁ ହାଇକୋର୍ଟ ଚିଠି କରିଥିବା ଜଣାପଡ଼ିଛି।
Ganjam (ଗଞ୍ଜାମ) • ରିପୋର୍ଟ ଦୀପକ କୁମାର ଚୌଧୁରୀ

ନୂଆପଡା ମହାବିଦ୍ୟାଳୟ ରେ ବିଜୁ ଛାତ୍ର ଜନତା ର ବାଜିମାତ -ଓମ ପ୍ରସାଦ ପାଢ଼ୀ ସଭାପତି, ବର୍ଷା ପ୍ରଧାନ ସାଧାରଣ ସମ୍ପାଦକ
ଚିକିଟି, ୧୫/୧୦: ନୂଆପଡା ଶ୍ରୀବାଲାଜୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ରେ ବିଜୁ ଛାତ୍ର ଜନତା ଦଳ ବାଜିମାତ କରିଛି l ଛାତ୍ର ସଂସଦ ସଭାପତି ଭାବେ ଓମ ପ୍ରସାଦ ପାଢ଼ୀ ବିଜୟୀ ହୋଇଛନ୍ତି l ସେହିପରି ଲତା ପ୍ରଧାନ ଉପ ସଭାପତି,ବର୍ଷା ପ୍ରଧାନ ସାଧାରଣ ସମ୍ପାଦକ, ସୂର୍ଯ୍ୟ ସେଠି ଛାତ୍ର ସଂସଦ ସହ ସମ୍ପାଦକ,ଏସ. ତରୁଣ ଆଚାରୀ କ୍ରୀଡା ସମ୍ପାଦକ, ରୁପାଲୀ ନାୟକ କ୍ରୀଡା ସହ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି l ନାମାଙ୍କନ ଦାଖଲ ବେଳେ ନାଟ୍ୟ ସଂସଦ ସମ୍ପାଦକ ଭାବେ ପ୍ରୀତି ପ୍ରଧାନ ନାଟ୍ୟ ସଂସଦ ସହ ସମ୍ପାଦକ ଭାବେ ଇପ୍ସିତା ସାହୁ, ଡି ଏସ ଏ ସମ୍ପାଦକ ବି. ସ୍ୱାଧୀନି , ଡି ଏସ ଏ ସହ ସମ୍ପାଦକ ବି. ଲଷ୍ମୀ ବାରିକି ଅପ୍ରତିଦ୍ବନ୍ଦି ରହି ନିର୍ବାଚିତ ହୋଇଥିଲେ l
Ganjam (ଗଞ୍ଜାମ) • ରିପୋର୍ଟ ଦୀପକ କୁମାର ଚୌଧୁରୀ

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସାଜିଲେ ଅଭିନେତା: ଦିଲ୍ଲୀ ଲବ-କୁଶ ରାମଲୀଳାରେ ‘ନିଷାଦ ରାଜ’ ଭୂମିକାରେ ଦେଖିବାକୁ ମିଳିଲା ଦମଦାର ଅଭିନୟ
ନୂଆଦିଲ୍ଲୀ: ରାଜନେତାରୁ ଅଭିନେତା ସାଜିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଦିଲ୍ଲୀର ପ୍ରସିଦ୍ଧ ‘ଲବ-କୁଶ ରାମଲୀଳା କମିଟି’ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ନାଟକରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଶ୍ରୀ ଓରାମ ଏହି ପୌରାଣିକ ନାଟକରେ ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ‘ନିଷାଦ ରାଜ’ ଭୂମିକାରେ ଅଭିନୟ କରିଥିବା ଜଣାପଡ଼ିଛି। ପାରମ୍ପରିକ ପୋଷାକ ଏବଂ ଆଭୂଷଣରେ ସଜ୍ଜିତ ହୋଇ କେନ୍ଦ୍ରମନ୍ତ୍ରୀ ଯେତେବେଳେ ମଞ୍ଚକୁ ଓହ୍ଲାଇଥିଲେ, ସେତେବେଳେ ସେଠାରେ ଉପସ୍ଥିତ ଥିବା ଦର୍ଶକମାନେ ତାଙ୍କୁ ଦେଖି ବେଶ୍ ଉତ୍ସାହିତ ହୋଇପଡ଼ିଥିଲେ। ତାଙ୍କର ସଂଳାପ କହିବା ଶୈଳୀ ଏବଂ ଜୀବନ୍ତ ଅଭିନୟ ଦର୍ଶକଙ୍କ ମନ ମୋହି ନେଇଥିଲା। ଜଣେ ବରିଷ୍ଠ ରାଜନେତା ହୋଇ ମଧ୍ୟ କଳା ଓ ସଂସ୍କୃତି ପ୍ରତି ତାଙ୍କର ଥିବା ଏହି ଆଗ୍ରହ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ ଯେ, ଦିଲ୍ଲୀର ଏହି ଲବ-କୁଶ ରାମଲୀଳା ବେଶ୍ ଜନପ୍ରିୟ ଏବଂ ଏଥିରେ ପ୍ରତିବର୍ଷ ଅନେକ ଜଣାଶୁଣା ବ୍ୟକ୍ତିତ୍ୱ ଓ କଳାକାରମାନେ ଅଂଶଗ୍ରହଣ କରିଥାନ୍ତି। ଚଳିତ ବର୍ଷ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଏହି ନିଆରା ରୂପ ରାମଲୀଳାର ମୁଖ୍ୟ ଆକର୍ଷଣ ସାଜିଥିଲା। ତାଙ୍କର ଏହି କଳାକାର ଅବତାର ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଭାଇରାଲ ହେବାରେ ଲାଗିଛି ଏବଂ ସବୁ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ଯାଜପୁରରେ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜା ପାଇଁ ପ୍ରସ୍ତୁତି ବୈଠକ ଶାନ୍ତିଶୃଙ୍ଖଳା ଓ ଭାଇଚାରାର ସହ ପୂଜା ପାଳନ ଉପରେ ଗୁରୁତ୍ୱ
ଯାଜପୁର, ୧୫/୧୦/୨୦୨୬ ଯାଜପୁର ଜିଲ୍ଲାର ପ୍ରସିଦ୍ଧ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜାକୁ ଶାନ୍ତିଶୃଙ୍ଖଳା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାଳନ କରିବା ପାଇଁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ନଭେମ୍ବର ୭ ଓ ୮ ତାରିଖରେ ପୂଜା ଆରମ୍ଭ ହେବାକୁ ଥିବାବେଳେ ୧୬ ଓ ୧୭ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଟ୍ରାଫିକ୍ ନିୟନ୍ତ୍ରଣ, ପୋଲିସ ମୁତୟନ, ଅଗ୍ନିନିରାପତ୍ତା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ପରିମଳ ଓ ବିଦ୍ୟୁତ୍ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି। ପୂଜା ଓ ଭସାଣି ଉତ୍ସବକୁ ସୁରୁଖୁରୁରେ ସମ୍ପନ୍ନ କରିବା ସହ ଶାନ୍ତି, ସଦ୍ଭାବନା ଓ ଭାଇଚାରାର ବାର୍ତ୍ତା ପ୍ରସାର ପାଇଁ ଜିଲ୍ଲାପାଳ ସମସ୍ତ ପୂଜା କମିଟି ଓ ସମ୍ପୃକ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପୁଷ୍ପଲତା ବାରିକ, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ପୌରପାଳିକାର ଅଧିକାରୀ, ବିଭିନ୍ନ ପୂଜା କମିଟି ଓ ଶାନ୍ତି କମିଟିର କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ।
Jajpur (ଯାଜପୁର) • ପ୍ରଦୀପ କୁମାର ପୃଷ୍ଟି,

ସରସ୍ୱତୀ ଉଚ୍ଚ ବିଦ୍ୟାଳୟରେ ସୁରଭି
କେନ୍ଦ୍ରାପଡ଼ା,୧୫ା୧୦:କେନ୍ଦ୍ରାପଡା ବ୍ଲକ ଓସ୍ତପୁର ଗ୍ରାମପଞ୍ଚାୟତ ସ୍ଥିତ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋସôବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଏହି ମହୋସôବରେ କ୍ଲଷ୍ଟର ସ୍ତରରୁ ୧୧ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ପୂର୍ବାହ୍ନ ୧୦ଟାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ନାୟକ ପ୍ରଦୀପ ପ୍ରଜ୍ଜଳନ କରି ସଭାକାର୍ଯ୍ୟ ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ରଞ୍ଜନ କୁମାର ରାଉତରାୟ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଶି୍ମରଞ୍ଜନ ଚୈଧୁରୀ, ରଜତ୍ କୁମାର ବାରିକ, ଶିକ୍ଷାବିତ୍ ଡ.ଉପେନ୍ଦ୍ର ପ୍ରଧାନ, ସି.ଆର.ସି.ସି ରଶ୍ମିରଞ୍ଜନ ପ୍ରଧାନ, ସରପଞ୍ଚ ପ୍ରସନ୍ନ ରାଉତ, ଅବସରପ୍ରାପ୍ତ ଶିକ୍ଷକ ଦେବେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ମଞ୍ଚାସୀନ ଅତିଥି ମାନଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ଦେଖାଇଥିଲେ । ଏହି ଅବସରରେ ନୃତ୍ୟ, ସଂଗୀତ, ନାଟକ, ପରିବେଷଣ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରଷ୍କାର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରଞ୍ଜନ କୁମାର ରାଉତ, ସାମ୍ବାଦିକ ଜଗଦୀଶ ପତି, ବିଦ୍ୟାଧର ଜେନା, ରମାମଣି ଲେଙ୍କା, ବବୁଲୁ ପତି, ନିର୍ମଳ ଭୋଳ ୱାର୍ଡ ସଭ୍ୟ ମକର ନାୟକ, ନିହାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଏସ.ଏମ.ସି ସଦସ୍ୟ, ମୋ ସ୍କୁଲର ସଦସ୍ୟ ଗ୍ରାମବାସୀ, ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ଜେନା, ମହେଶ୍ୱର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ - ଦିଲୀପ ପରିଡା

ସ୍ବର୍ଗତ ସାହିତ୍ୟିକ ରଘୁବର ଧଳଙ୍କ ମରଶରୀରରେ ଇସ୍ପାତ୍ ସାହିତ୍ୟ ସଂସଦ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ
ରାଉରକେଲା: ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦର ପ୍ରାକ୍ତନ କାର୍ଯ୍ୟକାରୀ ସଭାପତି, ସାଧାରଣ ସମ୍ପାଦକ, ସଭାପତି ତଥା ପ୍ରତିଷ୍ଠାତା ସଦସ୍ୟ କବି ରଘୁବର ଧଳଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇଛି। ସ୍ବର୍ଗତ ଧଳଙ୍କ ମର ଶରୀର ଇସ୍ପାତ୍ ସାହିତ୍ୟ ସଂସଦ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସଂସଦର ବହୁ କର୍ମକର୍ତ୍ତା, ସାହିତ୍ୟିକ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସାହିତ୍ୟ ସଂସଦର ସଭାପତି ନୃସିଂହ ଚରଣ ବିଶ୍ଵାଳ , ସାଧାରଣ ସମ୍ପାଦକ ମନୋଜ କୁମାର ନନ୍ଦ, ଉପଦେଷ୍ଟା ତ୍ରିଲୋଚନ ମଥାନ, ବ୍ରଜେନ୍ଦ୍ର ଦାସ, ହର ମୋହନ ମିଶ୍ର,ସ୍ତବକ ମୁଖ୍ୟ ସମ୍ପାଦକ ତଥା ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି, ଗୀତିକବି ସମାଜ ସଭାପତି ତାରିଣୀ ଚରଣ ସାହୁ, ଗୋପବନ୍ଧୁ ପାଠାଗାର କୋଷାଧ୍ୟକ୍ଷ ଲକ୍ଷ୍ମଣ ନାଥ ଦାସ, ବାସନ୍ତୀ ପାଠାଗାର ର ସାଧାରଣ ସମ୍ପାଦକ ବିକ୍ରମ ଆଚାର୍ଯ୍ଯ, ବିଷ୍ଣୁପ୍ରିୟା ମହାପାତ୍ର,ମଞ୍ଜୁଳା କୁମାରୀ ରଥ, ସୁସ୍ମିତା ମହାପାତ୍ର,କୁଞ୍ଜ ବିହାରୀ ରାଉତ, ଉପେନ୍ଦ୍ର ବସ୍ତିଆ, ଗୌତମ ଦାସ,ଗଙ୍ଗାଧର ପୁହାଣ, ଖଗେନ୍ଦ୍ର ବେହେରା,ଦିବାକର ଦାସ, ପ୍ରକାଶ ଚନ୍ଦ୍ର ସେଠୀ, କିଶୋରୀ ମୋହନ କର ପ୍ରମୁଖ ବହୁ ସାହିତ୍ୟିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ହେଲେ ବୈଶାଖୀ ବିଶ୍ୱାଳ
ଖୋର୍ଦ୍ଧା: ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ସମର୍ଥିତ ପ୍ରାର୍ଥୀ ବୈଶାଖୀ ବିଶ୍ୱାଳ ବିଜୟୀ ହୋଇଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ୧୪୮ ଖଣ୍ଡ ଭୋଟରେ ପରାସ୍ତ କରି ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।ବୈଶାଖୀଙ୍କ ଏହି ବିଜୟ ପରେ ତାଙ୍କ ସମର୍ଥକ ଓ ବିସିଜେଡି ଶିବିରରେ ଉତ୍ସାହ ପ୍ରକାଶ ପାଇଛି। ଛାତ୍ରଛାତ୍ରୀଙ୍କ ସମର୍ଥନ ଓ ଭୋଟରଙ୍କ ରାୟ ତାଙ୍କୁ ଏହି ସଫଳତା ଦେଇଛି।ବୈଶାଖୀ ବିଶ୍ୱାଳଙ୍କ ବିଜୟକୁ ନେଇ ପରମାନନ୍ଦ ମହାବିଦ୍ୟାଳୟରେ ଛାତ୍ର ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଆଦିବାସୀ ଅଞ୍ଚଳର ମୌଳିକ ସମସ୍ୟା ସମାଧାନ ଦାବିରେ ବିକ୍ଷୋଭ
ଖୋର୍ଦ୍ଧା: ଆଦିବାସୀ ଉପାନ୍ତ ଅଞ୍ଚଳରେ ଦୀର୍ଘଦିନ ଧରି ରହିଥିବା ବିଭିନ୍ନ ମୌଳିକ ସମସ୍ୟାର ତୁରନ୍ତ ସମାଧାନ ଦାବିରେ ଅଲ୍ ଇଣ୍ଡିଆ କ୍ଷେତ ମଜଦୁର କିଷାନ ସଭା ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଆଦିବାସୀ ଅଞ୍ଚଳର ମୌଳିକ ସମସ୍ୟାଗୁଡ଼ିକର ସମାଧାନ ସହ ଆବଶ୍ୟକ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏନେଇ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି।ଆଦିବାସୀ ଅଞ୍ଚଳର ଲୋକଙ୍କ ସମସ୍ୟାର ସମାଧାନ ଏବଂ ସେମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇଦେବା ଦିଗରେ ସରକାର ଓ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି। ତେବେ ଏହି ଦାବିପତ୍ର ଉପରେ ସରକାର କେବେ ପଦକ୍ଷେପ ନେବେ ଏବଂ ଆଦିବାସୀ ଅଞ୍ଚଳର ମୌଳିକ ସମସ୍ୟା କେବେ ସମାଧାନ ହେବ, ତାହାକୁ ନେଇ ଏବେ ଅପେକ୍ଷା ରହିଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଟାଙ୍ଗୀ ଦୁର୍ଗାଚରଣ ଚିଲିକା ମହାବିଦ୍ୟାଳୟରେ ନିର୍ବାଚନରେ ବିଜେଡି ସମର୍ଥିତ ଛାତ୍ର ସଂଗଠନ BCJ D ବାଜିମାତ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀସ୍ଥିତ ଦୁର୍ଗାଚରଣ ଚିଲିକା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ବିଜେଡି ସମର୍ଥିତ ଛାତ୍ର ସଂଗଠନ BCJD ବାଜିମାତ କରିଛି। ନିର୍ବାଚନରେ ବିଭିନ୍ନ ପଦବୀରେ ସଂଗଠନର ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି।ସଭାପତି ପଦରେ ଆୟୁଷ୍ମାନ ପ୍ରଧାନ ବିଜୟୀ ହୋଇଥିବା ବେଳେ ଉପସଭାପତି ପଦରେ ଲକ୍ଷ୍ମୀପ୍ରିୟା ବେହେରା ଏବଂ ସାଧାରଣ ସମ୍ପାଦକ ପଦରେ ଆମେଲୀ ନାୟକ ନିର୍ବାଚିତ ହୋଇଛନ୍ତି।ଏହି ବିଜୟ ପରେ ଛାତ୍ର ସଂଗଠନର ନେତା ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ବିଜୟର ଶ୍ରେୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ଛାତ୍ରନେତା। ଏହି ଫଳାଫଳ ମହାବିଦ୍ୟାଳୟରେ BCJDର ସାଂଗଠନିକ ସ୍ଥିତିକୁ ଆହୁରି ମଜବୁତ କରିବ ବୋଲି ସମର୍ଥକମାନେ ଆଶା ପ୍ରକାଶ କରିଛନ୍ତି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ହେଲେ ବୈଶାଖୀ ବିଶ୍ୱାଳ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ସମର୍ଥିତ ପ୍ରାର୍ଥୀ ବୈଶାଖୀ ବିଶ୍ୱାଳ ବିଜୟୀ ହୋଇଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ୧୪୮ ଖଣ୍ଡ ଭୋଟ୍ରେ ପରାସ୍ତ କରି ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ବୈଶାଖୀଙ୍କ ବିଜୟ ପରେ ତାଙ୍କ ସମର୍ଥକ ଓ ବିଜୁ ଛାତ୍ର ଜନତା ଦଳର କର୍ମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଏହି ବିଜୟକୁ ନେଇ ସମର୍ଥକମାନେ ଖୁସିବ୍ୟକ୍ତ କରିଛନ୍ତି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ବୁକ୍ ସର୍କୁଲାର ନମ୍ବର ୪୭ ଉପରେ କର୍ମଶାଳା ଆୟୋଜିତ
କେନ୍ଦୁଝର, ଅକ୍ଟୋବର ୧୫: ନିର୍ବାଚିତ ପ୍ରତିନିଧି ଏବଂ ସରକାରୀ କର୍ମଚାରୀଙ୍କ ମଧ୍ୟରେ ପାରସ୍ପରିକ ଆଲୋଚନା ଓ ସମ୍ପର୍କକୁ ନିୟନ୍ତ୍ରଣ କରୁଥିବା ମାର୍ଗଦର୍ଶିକା ସମ୍ପର୍କରେ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ଅବଗତ କରାଇବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶା ସରକାରଙ୍କ ବୁକ୍ ସର୍କୁଲାର ନମ୍ବର ୪୭ ଉପରେ ଏକ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଂଶଗ୍ରହଣ କରିଥିବା ଅଧିକାରୀମାନଙ୍କୁ ସମ୍ବୋଧିତ କରି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମନ୍ଦରଧର ମହାଲିକ ନିର୍ବାଚିତ ପ୍ରତିନିଧି ଏବଂ ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ପ୍ରଭାବଶାଳୀ ସମନ୍ୱୟ ରକ୍ଷା କରିବା ପାଇଁ ବୁକ୍ ସର୍କୁଲାର ନମ୍ବର ୪୭ର ପ୍ରାବଧାନଗୁଡ଼ିକୁ ପାଳନ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱ ଦେଇ କହିଥିଲେ ଯେ ସମସ୍ତ ସରକାରୀ ଅଧିକାରୀ ସାଂସଦ ଏବଂ ବିଧାୟକମାନଙ୍କ ସହ ଆଲୋଚନା କରିବା ସମୟରେ ସୌଜନ୍ୟତା ଏବଂ ବୃତ୍ତିଗତ ଦକ୍ଷତା ବଜାୟ ରଖିବା ସହ ସେମାନଙ୍କ ପତ୍ରାଚାର ଏବଂ ଅନୁରୋଧର ସମୟାନୁବର୍ତ୍ତୀ ସମାଧାନ ନିଶ୍ଚିତ କରିବା ଆବଶ୍ୟକ। ଏହି କର୍ମଶାଳାରେ ସର୍କୁଲାରର ପ୍ରମୁଖ ପ୍ରାବଧାନଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା, ଯେଉଁଥିରେ ପତ୍ରାଚାରଗୁଡ଼ିକର ତୁରନ୍ତ ପ୍ରାପ୍ତି ସ୍ୱୀକାର ଏବଂ ସାଧାରଣତଃ ୧୫ ଦିନ ମଧ୍ୟରେ ଏହାର ସମାଧାନ, ପତ୍ରାଚାରର ଅନୁଧ୍ୟାନ ପାଇଁ ପୃଥକ ପଞ୍ଜିକା (ରେଜିଷ୍ଟର) ରକ୍ଷଣାବେକ୍ଷଣ, ଅନୁମତିଯୋଗ୍ୟ ସୂଚନା ପ୍ରଦାନ ଏବଂ ବିକାଶମୂଳକ କାର୍ଯ୍ୟ, ସହାୟତା କାର୍ଯ୍ୟ ଏବଂ ଜନସାଧାରଣଙ୍କ ଅଭିଯୋଗ ସମ୍ପର୍କିତ ପରାମର୍ଶଗୁଡ଼ିକ ଉପରେ ଉପଯୁକ୍ତ ବିଚାର କରିବା ଅନ୍ତର୍ଭୁକ୍ତ ଥିଲା। ଏହାସହ ଅଂଶଗ୍ରହଣକାରୀମାନଙ୍କୁ ଗୋପନୀୟତା ରକ୍ଷା କରିବା, ନିର୍ଦ୍ଧାରିତ ନିୟମାବଳୀ ଅନୁସରଣ କରିବା ଏବଂ ପ୍ରତ୍ୟେକ ସ୍ତରରେ ଜବାବଦେହିତା ନିଶ୍ଚିତ କରିବାର ଗୁରୁତ୍ୱ ବିଷୟରେ ସଚେତନ କରାଯାଇଥିଲା। ଏହି ଅଧିବେଶନରେ ଏହା ଉପରେ ଗୁରୁତ୍ୱ ଦିଆଯାଇଥିଲା ଯେ, ସ୍ୱଚ୍ଛ, ଦାୟିତ୍ୱବାନ ଏବଂ ଜନ-କୈନ୍ଦ୍ରିକ ଶାସନ ପାଇଁ ଏହି ସର୍କୁଲାରର ଅନୁପାଳନ ଅତ୍ୟନ୍ତ ଜରୁରୀ। ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ୱାରା ଉତ୍ଥାପିତ ବିଷୟଗୁଡ଼ିକର ସମାଧାନରେ ଯେପରି ଅନାବଶ୍ୟକ ବିଳମ୍ବ ନହୁଏ, ସେଥିପାଇଁ ବିଚାରାଧୀନ ଥିବା ପତ୍ରାଚାରଗୁଡ଼ିକର ବ୍ୟବସ୍ଥିତ ଅନୁଧ୍ୟାନ ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏହି କର୍ମଶାଳାରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ମାଝୀ, ଡେପୁଟି କଲେକ୍ଟର ରଜତ ପାଢ଼ୀ ଏବଂ ଆସିଷ୍ଟାଣ୍ଟ କଲେକ୍ଟର ସରୋଜ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କେନ୍ଦୁଝର ଜିଲ୍ଲାର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବୁକ୍ ସର୍କୁଲାର ନମ୍ବର ୪୭ର ପ୍ରାବଧାନଗୁଡ଼ିକର ସଚେତନତା ବୃଦ୍ଧି ଏବଂ ସମାନ କାର୍ଯ୍ୟାନ୍ୱୟନ ନିଶ୍ଚିତ କରିବା, ଯାହାଦ୍ୱାରା ଉତ୍ତମ ପ୍ରଶାସନିକ ସମନ୍ୱୟ ଏବଂ ଦକ୍ଷ ଜନସେବା ପ୍ରଦାନକୁ ପ୍ରୋତ୍ସାହନ ମିଳିପାରିବ।
Kendujhar (କେନ୍ଦୁଝର) • କେନ୍ଦୁଝର ରୁ ନିରଞ୍ଜନ ପାଣିଙ୍କ ରିପୋର୍ଟ
