ବନ୍ୟଜନ୍ତୁ ସୁରକ୍ଷା ଓ HEC ସଚେତନତା ନେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣା
Sundargarh (ସୁନ୍ଦରଗଡ଼)ବଣେଇ ରୁ ସୌମ୍ୟ ବ୍ରତ ଦଳବେହେରା ଙ୍କ ରିପୋର୍ଟSeptember 29, 202615 views

ବଣାଇଗଡ଼, ସୁନ୍ଦରଗଡ଼: ବନ୍ୟଜନ୍ତୁ ସୁରକ୍ଷା ଓ ମଣିଷ-ହାତୀ ସଂଘର୍ଷ (HEC) ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ଓ ସଂରକ୍ଷଣ ମନୋଭାବ ବୃଦ୍ଧି କରିବା ଲକ୍ଷ୍ୟରେ ବଣାଇଗଡ଼ ବନଖଣ୍ଡ ପକ୍ଷରୁ ବିଭାଗୀୟସ୍ତରୀୟ Wildlife Quiz ଆୟୋଜିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ବଣାଇଗଡ଼ ବନଖଣ୍ଡର DFO ଛାତ୍ରଛାତ୍ରୀଙ୍କୁ ବନ୍ୟଜନ୍ତୁ ସୁରକ୍ଷା, ଜୈବ ବିବିଧତା ଓ ମଣିଷ-ହାତୀ ସଂଘର୍ଷ (HEC)ର ପ୍ରତିରୋଧ ସମ୍ପର୍କରେ ପ୍ରେରଣାଦାୟକ ବାର୍ତ୍ତା ଦେଇଥିଲେ। ଭବିଷ୍ୟତରେ ଛାତ୍ରଛାତ୍ରୀମାନେ ବନ୍ୟଜନ୍ତୁ ସୁରକ୍ଷାର ‘Future Guardians of Wildlife’ ଭାବେ ଦାୟିତ୍ୱ ନେବାକୁ ସେ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ ACF ଓ Range Officer (RO) ମଧ୍ୟ ଉପସ୍ଥିତ ରହି ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଥିବା ଛାତ୍ରଛାତ୍ରୀଙ୍କ ସହ ଏକ ଆଲୋଚନାତ୍ମକ ଓ ଇଣ୍ଟରାକ୍ଟିଭ୍ ସେସନ୍ କରିଥିଲେ। ବନ୍ୟଜନ୍ତୁଙ୍କ ଗୁରୁତ୍ୱ, ବନ ସୁରକ୍ଷା, ପରିବେଶ ସନ୍ତୁଳନ ଏବଂ HEC ସମୟରେ ସୁରକ୍ଷିତ ଆଚରଣ ନେଇ ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରାଯାଇଥିଲା।
ଏହି ବିଭାଗୀୟସ୍ତରୀୟ ୱାଇଲ୍ଡଲାଇଫ୍ କୁଇଜ୍ ଛାତ୍ରଛାତ୍ରୀଙ୍କ ଜ୍ଞାନ ବୃଦ୍ଧି ସହିତ ବନ୍ୟଜନ୍ତୁ ଓ ପରିବେଶ ସୁରକ୍ଷା ପ୍ରତି ଯୁବପିଢ଼ିଙ୍କ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିଛି।
