--:--:--
-- ---
Srishti News

ରାସ୍ତା ହେଲା, ହେଲେ ହୋଇନି ଡ୍ରେନେଜ୍ ବ୍ୟବସ୍ଥା; ବର୍ଷା ପାଣିରେ ଜଳମଗ୍ନ ସାଲିଆସାହି ୱାର୍ଡ-୨୧

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ସାଲିଆସାହି, ଭୁବନେଶ୍ୱରJune 21, 2026120 views
ରାସ୍ତା ହେଲା, ହେଲେ ହୋଇନି ଡ୍ରେନେଜ୍ ବ୍ୟବସ୍ଥା; ବର୍ଷା ପାଣିରେ ଜଳମଗ୍ନ ସାଲିଆସାହି ୱାର୍ଡ-୨୧
ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ସାଲିଆସାହି, ଭୁବନେଶ୍ୱର ଭୁବନେଶ୍ୱର, ସାଲିଆସାହି: ଭୁବନେଶ୍ୱର ସାଲିଆସାହି ଆଦିବାସୀ ଗାଁର ୱାର୍ଡ ନମ୍ବର-୨୧ ଦେଇ ନିର୍ମିତ ହୋଇଥିବା ୨୦୦ ଫୁଟିଆ ରାସ୍ତା ସ୍ଥାନୀୟ ଲୋକଙ୍କ ଯାତାୟାତ ସୁବିଧାକୁ ବଢ଼ାଇଥିଲେ ମଧ୍ୟ ବର୍ଷା ପାଣି ନିଷ୍କାସନ ପାଇଁ ଆବଶ୍ୟକ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଅଞ୍ଚଳବାସୀ ଏବେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ଷା ହେଲେ ରାସ୍ତା ଓ ଆଖପାଖ ଅଞ୍ଚଳରେ ପାଣି ଜମି ରହୁଥିବାରୁ ଚଳାଚଳରେ ବାଧା ସୃଷ୍ଟି ହେଉଛି। ବିଭିନ୍ନ ସ୍ଥାନରେ ଜଳାବଦ୍ଧତା ଦେଖାଯାଉଥିବା ବେଳେ ମଶା ବଂଶବୃଦ୍ଧି ଓ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ମଧ୍ୟ ବଢ଼ିଛି। ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି ଯେ, ରାସ୍ତା ନିର୍ମାଣ ସମୟରେ ବର୍ଷା ପାଣି ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯାଇନଥିଲା। ଫଳରେ ସାମାନ୍ୟ ବର୍ଷାରେ ମଧ୍ୟ ରାସ୍ତା ଉପରେ ପାଣି ଜମି ରହୁଛି। ଅଞ୍ଚଳବାସୀ ଶୀଘ୍ର ଡ୍ରେନେଜ୍ ବ୍ୟବସ୍ଥା ନିର୍ମାଣ କରି ଜଳାବଦ୍ଧତା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଓ ସମ୍ପୃକ୍ତ ବିଭାଗଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି।