--:--:--
-- ---
Srishti News

ପି.ଏମ୍. କିଷାନ୍‌ର ୨୩ତମ କିସ୍ତି ବିତରଣ ସମାରୋହ ଅନୁଷ୍ଠିତ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 20, 202677 views
ପି.ଏମ୍. କିଷାନ୍‌ର ୨୩ତମ କିସ୍ତି ବିତରଣ ସମାରୋହ ଅନୁଷ୍ଠିତ
ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ : ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବ୍ଲାକ୍ ଡାଇମଣ୍ଡ ସମ୍ମିଳନୀ କକ୍ଷରେ ପି.ଏମ୍. କିଷାନ୍‌ର ୨୩ତମ କିସ୍ତି ବିତରଣ ସମାରୋହ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ହୁଗୁଳିରୁ କିସ୍ତି ବିତରଣ କାର୍ଯ୍ୟକ୍ରମର ସିଧାପ୍ରସାରଣ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷକ କଲ୍ୟାଣ ଯୋଜନା ପାଇଁ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଜିଲ୍ଲାର ୧ ଲକ୍ଷ ୨୫ ହଜାର ୩୫୬ ଜଣ ହିତାଧିକାରୀଙ୍କ ଖାତାକୁ ପ୍ରାୟ ୨୫ କୋଟି ୭ ଲକ୍ଷ ଟଙ୍କା ସିଧାସଳଖ ଜମା କରାଯାଇଥିବା ସୂଚନା ମିଳିଛି। କାର୍ଯ୍ୟକ୍ରମ ପୂର୍ବରୁ ଜୈବିକ କୃଷି ଓ କ୍ଷେତ ବଞ୍ଚାଅ ଅଭିଯାନ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ କୃଷି ବିଶେଷଜ୍ଞ ଓ ଅଧିକାରୀମାନେ ଜୈବିକ କୃଷି, ଜଳ ସଂରକ୍ଷଣ ଓ ମାଟିର ଉର୍ବରତା ରକ୍ଷା ସମ୍ପର୍କରେ କୃଷକମାନଙ୍କୁ ସଚେତନ କରାଯାଇଥିଲା ।