--:--:--
-- ---
Srishti News

Web News

ଆସିକା ଚିନି କଳ କୁ ପରିଦର୍ଶନ କଲେ ଗଞ୍ଜାମ ଜିଲ୍ଲାପାଳ
Jun 27, 2026•78 views

ଆସିକା ଚିନି କଳ କୁ ପରିଦର୍ଶନ କଲେ ଗଞ୍ଜାମ ଜିଲ୍ଲାପାଳ

ଆଜି ଗଞ୍ଜାମ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଆସିକା ଚିନି କାରଖାନା ପରିଦର୍ଶନ କରି କାରଖାନାର ବିଭିନ୍ନ ବିଭାଗର କାର୍ଯ୍ୟ ଓ ଅଗ୍ରଗତିର ସମୀକ୍ଷା କରିଥିଲେ। ଏହି ଅବସରରେ କାରଖାନାର ଉପଯୁକ୍ତ ରକ୍ଷଣାବେକ୍ଷଣ, ଚିନି ଉତ୍ପାଦନରେ ଗୁଣାତ୍ମକ ବୃଦ୍ଧି ଏବଂ କାର୍ଯ୍ୟଦକ୍ଷତାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

Ganjam (ଗଞ୍ଜାମ) • ରିପୋର୍ଟ: ବିଜୟ ନନ୍ଦ ତ୍ରିପାଠୀ, ଭଞ୍ଜନଗର

କଳାହାଣ୍ଡି : ଇନ୍ଦ୍ରାବତୀ  ଜଳସେଚନ ପ୍ରକଳ୍ପ ଏଠି ସମ୍ପୂର୍ଣ୍ଣ ବିଫଳ
Jun 27, 2026•175 views

କଳାହାଣ୍ଡି : ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଏଠି ସମ୍ପୂର୍ଣ୍ଣ ବିଫଳ

ଜୁନାଗଡ଼ : ଭଇରୀଗୁଡା,ଜୁନାଗଡ, କୁରୁଗୁଡା, ମରାଯୋର୍ ଚାଷୀ ମାନେ ଗତ ୨୦୧୪-୧୫ ମସିହା ଠାରୁ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ର ଡାହାଣ କେନାଲ ଠାରୁ ଜଳସେଚନ ରୁ ବଞ୍ଚିତ କରାଯାଇ ଅଛି। ଏଠି ସମ୍ପୂର୍ଣ୍ଣ ଭାବରେ ଜଳସେଚନ୍ ଫେଳ ମାରିଛି । ବିଭାଗୀୟ ଅଧିକାରୀ ଙ୍କୁ ପଚାରିଲେ କେନାଲ ମରାମତି ହେବ ବୋଲି ଉତ୍ତର ଆସୁଛି ।କେବଳ ଏହି ଅଞ୍ଚଳ କୃଷି ଉପରେ ନିର୍ଭର କରନ୍ତି। ଚାଷ କାମ ନ କରି ପାରିବାରୁ ଚାଷୀଙ୍କ ସ୍ଥିତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଛନ୍ତି। ଚାଷୀ ମହଲରେ ଅସନ୍ତୋଷ ର ବାତାବରଣ ସୃଷ୍ଟି ହୋଇଛି। ବର୍ତ୍ତମାନ ନିଅଣ୍ଟିଆ ବର୍ଷାକୁ କେନାଲ ମରାମତି ଅପେକ୍ଷାରେ ଥିବା ଚାଷୀ କରିବ କଣ ? ପ୍ରଶାସନ ଶୀଘ୍ର ମରାମତି ତଥା ଜଳସେଚନ କୁ ପ୍ରାଧାନ୍ୟ ଦେଲେ ଚାଷୀ ମାନେ ଉପକୃତ ହେବେ ବୋଲି ଆଶା ରଖିଛନ୍ତି ।

Kalahandi (କଳାହାଣ୍ଡି) • ରିପୋର୍ଟ - ଦେବରାଜ ବାଣୁଆ,ଜୁନାଗଡ

ବ୍ୟାସନଗର ଇଣ୍ଡୋର ଷ୍ଟାଡିୟମ କୋଚଙ୍କୁ ଆକ୍ରମଣ
Jun 27, 2026•87 views

ବ୍ୟାସନଗର ଇଣ୍ଡୋର ଷ୍ଟାଡିୟମ କୋଚଙ୍କୁ ଆକ୍ରମଣ

ଯାଜପୁର: ବ୍ୟାସନଗର ରାଜୀବ ଗାନ୍ଧୀ ଷ୍ଟାଡିୟମ ନିକଟସ୍ଥ ଇଣ୍ଡୋର ଷ୍ଟାଡିୟମ ରେ weight lifting କୋଚ ଭାବେ କାର୍ଯ୍ୟ କରୁଥିବା ବିରଜା ମହାପାତ୍ର ଙ୍କୁ କିଛି ଅସାମାଜିକ ବ୍ୟକ୍ତି ଓ ଛାତ୍ର ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ l ପ୍ରକାଶ ଥାଉକି ବିଗତ ଦିନ ମାନଙ୍କ ରେ ବିରଜା ମହାପାତ୍ରଙ୍କ ସହ କେତେ ଗୁଡିଏ ଝାମେଲା ସୃଷ୍ଟି ହୋଇଥିବାର ଦୃଷ୍ଟାନ୍ତ ରହିଛି l ଗତକାଲି ସକାଳ ୯ ଘଟିକା ସମୟରେ ଜୋର ଜବରଦସ୍ତ ସିକୁରିଟି ଗାର୍ଡ ର ବାରଣ ସତ୍ୱେ ଷ୍ଟାଡିଉମ ଭିତର କୁ କିଛି ଅଣଛାତ୍ର ଧସେଇ ପଶିଥିଲେ, ଯାହା ଆଇନତ ଦୋଷବାହ l କୋଚ ମହାପାତ୍ର ବିରୋଧ କରିଥିଲେ ଯାହା ତାଙ୍କୁ ତାଙ୍କୁ ମହାଙ୍ଗା ପଡିଲାl ଆକ୍ରମଣ ରେ ଶିକାର ହୋଇ କୋଚ ମାଡାମ ଯାଜପୁର ରୋଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି l ଏଭଳି ପରିସ୍ଥିତି ସୃଷ୍ଟି ହେଲେ ଆଗାମୀ ଦିନରେ କେହି କାହାକୁ ମାନିବେ ନାହିଁ l ଏହାର ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛିl

Jajpur (ଯାଜପୁର) • ରିପୋର୍ଟ: ପ୍ରଦୀପ କୁମାର ପୃଷ୍ଟି, ଯାଜପୁର ରୋଡ଼

​ଲୋକସେବା ଭବନରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିତରଣ: ଖୁବଶୀଘ୍ର ଆସିବ ନୂଆ ଚଳଚ୍ଚିତ୍ର ନୀତି
Jun 27, 2026•49 views

​ଲୋକସେବା ଭବନରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିତରଣ: ଖୁବଶୀଘ୍ର ଆସିବ ନୂଆ ଚଳଚ୍ଚିତ୍ର ନୀତି

ଭୁବନେଶ୍ୱର: ଲୋକସେବା ଭବନ କନଭେନସନ୍ ସେଣ୍ଟରଠାରେ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ। ଏହି ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ଓଡ଼ିଆ ସିନେ ଜଗତର କୃତି ପ୍ରତିଭାମାନଙ୍କୁ ସମ୍ମାନିତ କରିଛନ୍ତି। ଓଡ଼ିଆ ସିନେମାର ସର୍ବୋଚ୍ଚ 'ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ' (ଜୀବନବ୍ୟାପୀ ସାଧନା)ରେ ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ (୨୦୨୩) ଏବଂ ବିଶିଷ୍ଟ ଅଭିନେତ୍ରୀ ନମ୍ରତା ଦାସ (୨୦Label)ଙ୍କୁ ସମ୍ମାନିତ କରାଯାଇଛି। ଏହାସହ ମୋଟ ୬୨ଟି ବିଭାଗରେ କଳାକାର ଓ ଟେକନିସିଆନମାନଙ୍କୁ ପୁରସ୍କୃତ କରାଯାଇଛି। ​ଦୁଇଟି ବଡ଼ ଘୋଷଣା କରାଯାଇ ଥିବାର ଜଣାଯାଏ ସେଥି ମଧ୍ୟରୁ ସିନେମାର ପୁନରୁଦ୍ଧାର ଏବଂ କଳାକାରଙ୍କ ସୁରକ୍ଷା ପାଇଁ ଖୁବ୍‌ଶୀଘ୍ର ଏକ ଯୁଗାନ୍ତକାରୀ ‘ଚଳଚ୍ଚିତ୍ର ନୀତି’ ପ୍ରଣୟନ ହେବ। ଯୁବପ୍ରତିଭାମାନଙ୍କୁ ରାଜ୍ୟରେ ହିଁ ଆନ୍ତର୍ଜାତୀୟ ସ୍ତରର ରୋଜଗାର ଓ ପ୍ରଶିକ୍ଷଣ ଦେବା ପାଇଁ କଳିଙ୍ଗ ଷ୍ଟୁଡ଼ିଓକୁ ଦେଶର ଏକ ପ୍ରମୁଖ ଡିଜିଟାଲ୍ ଏବଂ ପୋଷ୍ଟ-ପ୍ରଡକ୍ସନ ହବ୍‌ରେ ପରିଣତ କରାଯାଉଛି। ​ଓଡ଼ିଆ ସିନେମାର ଏହି ନୂତନ ସୂର୍ଯ୍ୟୋଦୟ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ 'ଟିମ୍ ଓଡ଼ିଶା' ହୋଇ ମାଟିର ମୌଳିକ କାହାଣୀ ଓ ସଂସ୍କୃତିକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି।

Bhubaneswar (ଭୁବନେଶ୍ୱର) • ରିପୋର୍ଟ: ​କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି

ମା ତାରା ଦେବୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା
Jun 27, 2026•97 views

ମା ତାରା ଦେବୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ଖୋର୍ଦ୍ଧା-ଚାନ୍ଦପୁର ରାଧାମୋହନ ପୁର ସାହି ସ୍ଥିତ ଶ୍ରୀ ଶ୍ରୀ ହିତେଶ୍ୱର ମହାଦେବଙ୍କ ଲିଙ୍ଗ ଏବଂ ମନ୍ଦିର ପ୍ରତିଷ୍ଠା ଓ ମା ତାରା ଦେବୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ଯଂଜ୍ଞ ଉତ୍ସବ ଆସନ୍ତା ୬ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳ ବାସୀ ପୂର୍ଣ୍ଣ ସହଯୋଗ କରିବା ପାଇଁ ଶ୍ରୀ ଶ୍ରୀ ତାରାଦେବୀ ମନ୍ଦିର ସେବା ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି। ଏହି କାର୍ଯ୍ୟକ୍ରମ କୁ ନେଇ ଗତକାଲି ମନ୍ଦିର ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ସଡ଼କ ଦୃଘଟଣା ଜଣେ ମୃତ ଜଣେ ଗୁରୁତ୍ୱର
Jun 27, 2026•207 views

ସଡ଼କ ଦୃଘଟଣା ଜଣେ ମୃତ ଜଣେ ଗୁରୁତ୍ୱର

ରାଜକନିକା: ଆଜି ମଧ୍ୟାନ ସମୟରେ ଜୟନଗର ରାସ୍ତାର ଶିଶୁଆ ଠାରେ ଏକ ମର୍ମାନ୍ତୁତ ସଡ଼କ ଦୃଘଟଣା ଘଟିଯାଇଛି ରାଜକନିକା ଥାନା ଅଧୀନ ଗଂଜା ଗାଁ ର ତ୍ରିଲୋଚନ ସାହୁଙ୍କ ପୁଅ ତପନସାହୁ ଓ ତେନ୍ତୁଲିକୋଇଲି ଗାଁ ଶ୍ରୀନିବାସ ସେଠୀଙ୍କ ପୁଅ ସୌଭାଗ୍ୟ ସେଠୀ ଦୁଇ ଜଣ ଯୁବକ ଏକ ସ୍କୁଟି ନେଇ ଭୋଜି ଖାଇବାକୁ ଯାଉଥିବା ବେଳେ ଭାରଶ୍ୟାମ ହରାଇ ଏକ ଗଛରେ ପିଟିହୋଇ ଯିବାରୁ ଘଟଣା ସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ଆଉଜଣେ ଗୁରୁତ୍ୱର ହୋଇ ପଡ଼ିଥିଲେ ସ୍ଥାନୀୟ ଲୋକେ ଓ ରାଜକନିକା ଅଗ୍ନିଶମ ବିଭାଗ ଦ୍ୱାରା ପ୍ରଥମେ ରାଜକନିକା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁଆଣିଥିଲେ ଚିକିତ୍ସିତ ହେଉଥିବା ବେଳେ ଡାକ୍ତର ସୌଭାଗ୍ୟକୁ ମୃତ ଘୋଷଣା କରିଥିବା ବେଳେ ତପନ ଗୁରୁତ୍ୱର ଥିବାରୁ ତାଙ୍କୁ କେନ୍ଦ୍ରାପଡ଼ା ମେଡିକାଲକୁ ରେଫର କରିଛନ୍ତି ତେବେଖବର ପାଇ ଆଳି ବିଜେପି ନେତା କୃଷ୍ଣଚନ୍ଦ୍ର ପଣ୍ଡା ରାଜକନିକା ମେଡିକାଲରେ ପହଂଚି ଆସୁ ଆରୋଗ୍ୟ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତ l

Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ: ଦିଲ୍ଲୀପ ପରିଡା, ଜୟନଗର, ରାଜକନିକା

ଛେଣ୍ଡିପଦାର କଂଗ୍ରେସ ନେତ୍ରୀ ଇଂ. ସସ୍ମିତା ବେହେରାଙ୍କୁ ଜନ୍ମଦିନରେ ଶୁଭେଚ୍ଛାର ସୁଅ
Jun 27, 2026•122 views

ଛେଣ୍ଡିପଦାର କଂଗ୍ରେସ ନେତ୍ରୀ ଇଂ. ସସ୍ମିତା ବେହେରାଙ୍କୁ ଜନ୍ମଦିନରେ ଶୁଭେଚ୍ଛାର ସୁଅ

ଅନୁଗୋଳ: ଛେଣ୍ଡିପଦା ନିର୍ବାଚନମଣ୍ଡଳୀରେ କଂଗ୍ରେସ ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ ଓ ସଂଗଠିତ କରିବା ସହ ଜନସାଧାରଣଙ୍କ ସୁଖ-ଦୁଃଖରେ ସଦା ସହଯୋଗୀ ଭାବେ ପରିଚିତ କଂଗ୍ରେସ ନେତ୍ରୀ ଇଂ. ସସ୍ମିତା ବେହେରାଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଛି। ସମର୍ଥକମାନଙ୍କ କହିବା ଅନୁଯାୟୀ, ଇଂ. ସସ୍ମିତା ବେହେରା କେବଳ ଜଣେ ରାଜନୈତିକ ନେତ୍ରୀ ନୁହେଁ, ବରଂ ଅଞ୍ଚଳବାସୀଙ୍କ ସୁଖ-ଦୁଃଖର ସାଥୀ ଓ ଜନସେବା ପ୍ରତି ସମର୍ପିତ ଜଣେ ସଂଗ୍ରାମୀ ବ୍ୟକ୍ତିତ୍ୱ। ଛେଣ୍ଡିପଦାର ବିକାଶ, ଜନସାଧାରଣଙ୍କ ହକ୍‌ ଓ ଅଧିକାର ପାଇଁ ସେ ନିରନ୍ତର ସ୍ୱର ଉଠାଇ ଆସୁଛନ୍ତି। ସରଳ ବ୍ୟକ୍ତିତ୍ୱ, ବିନମ୍ର ବ୍ୟବହାର ଓ ଅହଂକାରଶୂନ୍ୟ ନେତୃତ୍ୱ ପାଇଁ ସେ ସମସ୍ତଙ୍କ ପ୍ରିୟ ବୋଲି ସମର୍ଥକମାନେ ମତ ପ୍ରକାଶ କରିଛନ୍ତି। ଜନ୍ମଦିନ ଅବସରରେ ତାଙ୍କର ସୁସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ଆଗାମୀ ଦିନରେ ଅଧିକ ଜନସେବା କରିବାର ଶକ୍ତି କାମନା କରାଯାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କ ୧୧୦ତମ ଜୟନ୍ତୀ ପାଳିତ
Jun 27, 2026•87 views

ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କ ୧୧୦ତମ ଜୟନ୍ତୀ ପାଳିତ

ଅନୁଗୋଳ: ତାଳଚେରର ବିଶିଷ୍ଟ ସାମ୍ବାଦିକ ଓ କାର୍ଟୁନିଷ୍ଟ, ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କ ୧୧୦ତମ ଜନ୍ମ ଜୟନ୍ତୀ ତାଳଚେରର ବଜାର ଛକ, ପ୍ରେସ କ୍ଲବ ଓ ରାମଚନ୍ଦ୍ର ବଜାରସ୍ଥିତ ପବ୍ଲିକ୍ ସର୍ଭିସ୍ ୟୁନିଟ୍‌ରେ ଶ୍ରଦ୍ଧାର ସହ ପାଳିତ ହୋଇଛି। ବଜାର ଛକରେ ଆୟୋଜିତ କାର୍ଯ୍ୟକ୍ରମରେ ତାଳଚେର ପୌରପାଳ ପବିତ୍ର ଭୂତିଆ ଓ ଅନୁଗୋଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ସାମ୍ବାଦିକତା ଓ ସମାଜ ପ୍ରତି ଅବଦାନକୁ ସ୍ମରଣ କରିଥିଲେ। ହାଟତୋଟାସ୍ଥିତ ପ୍ରେସ କ୍ଲବରେ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜୟନ୍ତୀ ସଭାରେ ସାମ୍ବାଦିକ, ସମାଜସେବୀ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ସ୍ୱର୍ଗତ ଦିବାକର ମିଶ୍ରଙ୍କ କର୍ମମୟ ଜୀବନ, ସାମ୍ବାଦିକତା ଏବଂ ସାମାଜିକ ଅବଦାନ ଉପରେ ସ୍ମୃତିଚାରଣ କରିଥିଲେ। ଶେଷରେ ସମସ୍ତେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ରାଜ୍ୟ ସ୍ତରୀୟ ୧୫ତମ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ରାଇଫଲ କ୍ଲବର ସଫଳତା : ୧୦ଟିବ ପଦକ ହାସଲ
Jun 27, 2026•111 views

ରାଜ୍ୟ ସ୍ତରୀୟ ୧୫ତମ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ରାଇଫଲ କ୍ଲବର ସଫଳତା : ୧୦ଟିବ ପଦକ ହାସଲ

ଅନୁଗୋଳ: ତାଳଚେର ରାଜ୍ୟ ସ୍ତରୀୟ ୧୫ତମ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ରାଇଫଲ କ୍ଲବର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ତାଳଚେର ସହ ଅନୁଗୋଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। କ୍ଲବର ପ୍ରତିଯୋଗୀମାନେ ମୋଟ ୧୦ଟି ପଦକ ଜିତି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। କ୍ଲବର କୋଷାଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ସାହୁ .22 ପିସ୍ତଲ ସିନିୟର ଭେଟେରାନ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ, କ୍ଲବର ସମ୍ପାଦକ ସରତ ଦେବ .22 ପିସ୍ତଲ ମାଷ୍ଟର ବିଭାଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ମନୋରଞ୍ଜନ ଦାସ .22 ପିପ୍ ସାଇଟ୍ ରାଇଫଲ ବିଭାଗରେ ରୌପ୍ୟ ପଦକ ଜିତିଥିବା ବେଳେ, ୟୁଥ୍ ବିଭାଗରେ ସୋମନାଥ ବାରିକ .177 ପିପ୍ ସାଇଟ୍ ରାଇଫଲରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସାଇନା ସାହୁ ଓ ଆର୍ୟମାନ ସିଂଘାନିଆ .22 ପିପ୍ ସାଇଟ୍ ରାଇଫଲ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ରୀତିକା ରାଜ, ଆୟୁଷ୍ମାନ ଦାସ ଓ ଅମୃତ ଆନନ୍ଦ ରୌପ୍ୟ ପଦକ ହାସଲ କରିଛନ୍ତି। ଏହାଛଡ଼ା ଶୁଭମ ମହାପାତ୍ର କାଂସ୍ୟ ପଦକ ଅର୍ଜନ କରିଛନ୍ତି। ତାଳଚେର ରାଇଫଲ କ୍ଲବର ଏହି ସଫଳତା ପାଇଁ କ୍ରୀଡ଼ାପ୍ରେମୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ବିଜେତା ପ୍ରତିଯୋଗୀମାନଙ୍କୁ ବିଭିନ୍ନ ମହଳରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ସଚେତନତା ପାଇଁ ସାଉଥ୍ ବଲଣ୍ଡାରେ ସଚେତନତା କାର୍ଯ୍ୟକ୍ରମ
Jun 27, 2026•81 views

ସଚେତନତା ପାଇଁ ସାଉଥ୍ ବଲଣ୍ଡାରେ ସଚେତନତା କାର୍ଯ୍ୟକ୍ରମ

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ଠାରେ ଜଗନ୍ନାଥ କ୍ଷେତ୍ର ପକ୍ଷରୁ ସ୍ୱଚ୍ଛତା ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। "ସୁସ୍ଥ ଜୀବନ ପାଇଁ ସ୍ୱଚ୍ଛତା ଅତ୍ୟନ୍ତ ଆବଶ୍ୟକ" ବାର୍ତ୍ତାକୁ ନେଇ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କୁ ସ୍ୱଚ୍ଛ ପରିବେଶର ଗୁରୁତ୍ୱ ଓ ରୋଗ ନିରାକରଣ ସମ୍ପର୍କରେ ସଚେତନ କରାଯାଇଥିଲା। ଏହି ଅବସରରେ କଳାକାର ବୃନ୍ଦ ନାଟକ ମାଧ୍ୟମରେ ସ୍ୱଚ୍ଛତା ବଜାୟ ରଖିବାର ଉପାୟ, ବ୍ୟକ୍ତିଗତ ପରିଚ୍ଛନ୍ନତା, ପରିବେଶ ସଫା ରଖିବାର ଆବଶ୍ୟକତା ଏବଂ ଏହା ଦ୍ୱାରା ବିଭିନ୍ନ ସଂକ୍ରାମକ ରୋଗରୁ କିପରି ରକ୍ଷା ମିଳିପାରିବ ସେ ବିଷୟକୁ ଜୀବନ୍ତ ଅଭିନୟ ମାଧ୍ୟମରେ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମକୁ ଦେଖି ଉପସ୍ଥିତ ଲୋକମାନେ ସ୍ୱଚ୍ଛତା ପ୍ରତି ସଚେତନ ହେବା ସହ ନିଜ ଆଖପାଖ ପରିବେଶକୁ ପରିଷ୍କାର ରଖିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ।

Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ଘର ଭିତରୁ ବାହାରିଲା ନାଗ
Jun 27, 2026•102 views

ଘର ଭିତରୁ ବାହାରିଲା ନାଗ

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୁମଝରିଆ ଟେର୍ଲିବାହାଲ୍ ଗ୍ରାମରେ ଜଣଙ୍କ ଘର ଭିତରୁ ଏକ ନାଗ ସାପ କୁ ରାଉରକେଲା ରେସ୍କ୍ୟୁ ଟିମ୍ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଉକ୍ତ ଗ୍ରାମର ଗୁରୁବାର ରାତି ପ୍ରାୟ ୧୦ ଟା ସମୟରେ ସ୍ୱର୍ଗୀୟ ଜିତେନ୍ଦ୍ର ପଣ୍ଡାଙ୍କ ଘର ଭିତରେ ଏକ ନାଗ ସାପ ଥିବା ପରିବାର ବର୍ଗ ଦେଖି ଭୟଭୀତ ହୋଇ ରାଉରକେଲା ରେସ୍କ୍ୟୁ ଟିମ୍ କୁ ଯୋଗାଯୋଗ କରିଥିଲେ। ରାଉରକେଲା ରେସ୍କ୍ୟୁ ଟିମ୍ ର ସମୀର ପଟ୍ଟନାୟକ ଆସି ଉକ୍ତ ନାଗ ସାପକୁ ଉଦ୍ଧାର କରିବା ସହ କୁଆଁରମୁଣ୍ଡା ଜଙ୍ଗଲରେ ଚାଡ଼ି ଦେଇଥିବା ଜଣାପଡ଼ିଛି। ସାପଟି ପାଞ୍ଚ ଫୁଟ୍ ଲମ୍ବର ଥିଲା ବୋଲି ପରିବାର ବର୍ଗ ପକ୍ଷରୁ ସୂଚନା ମିଳିଛି।

Sundargarh (ସୁନ୍ଦରଗଡ଼) • ରିପୋର୍ଟ: ଗଣପତି ଦାସ, କୁଆଁରମୁଣ୍ଡା

ବିଶିଷ୍ଟ ଧର୍ମ ପରାୟଣ ବିଦ୍ୟାଧର ସାହୁ ଏକାଦଶ ଅବସରରେ ଧ୍ରୁବ ଅନ୍ନପୂର୍ଣ୍ଣା ସେବା ଓ କଳା ପରିଷଦ ଦୂlରl ସ୍ମୁତି ସଭା ଓ ଭଜନ ସମାରୋହ
Jun 27, 2026•70 views

ବିଶିଷ୍ଟ ଧର୍ମ ପରାୟଣ ବିଦ୍ୟାଧର ସାହୁ ଏକାଦଶ ଅବସରରେ ଧ୍ରୁବ ଅନ୍ନପୂର୍ଣ୍ଣା ସେବା ଓ କଳା ପରିଷଦ ଦୂlରl ସ୍ମୁତି ସଭା ଓ ଭଜନ ସମାରୋହ

କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଓଉପଦା ଗ୍ରାମର ର ବିଶିଷ୍ଟ ଧର୍ମ ପରାୟଣ ମିଷ୍ଟ ଭାଷୀ ମେଲପି, ବରିଷ୍ଟ ନାଗରିକ ବିଦ୍ୟାଧର ସାହୁ ଙ୍କ ଏକାଦଶ ଅବସରରେ ଧ୍ରୁବ ଅନ୍ନପୂର୍ଣ୍ଣା ସେବା ଓ କଳା ପରିଷଦ ର ସଭାପତି ସମାଜ ସେବୀ ନଳିନୀ କାନ୍ତ ସ୍ୱାଇଁ ଙ୍କ ସଭପତିତୁ ରେ ଅନିରୁଦ୍ଧ ନିବାସ ରେ ସ୍ମୁତି ସଭା ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଅନୁଷ୍ଟାନ ର ବିଶିଷ୍ଟ କଳାକାର ଭୋଳାନାଥ ଅକ୍ଷୟ ମଲ୍ଲିକ ଅଲେଖ ଜେନା, ସୁମନ ସେନାପତି,ବିଶ୍ବମ୍ବର କର ଅନୁରାଧା ପତି ସଂଯୁକ୍ତା ନାୟକ ଅଞ୍ଚଳ କୁ ଆଧ୍ୟାତ୍ମିକ ମୟ କରିଥିଲେ ସ୍ମୁତି ସଭା ରେ ଓଉପଦା ପଞ୍ଚାୟତ ର ପ୍ରାକ୍ତନ ସରପଞ୍ଚ ସୁବାସ ଖଟୁଆ, ଯୁବ ନେତା ତ୍ରିଲୋଚନ ସ୍ବାଇଁ, ଶରତ ସାହୁ ବିଜୟ ସାହୁ ଯୁବ ନେତା ବୁଢ଼ା ଭାଇ ବିକ୍ରମ ସାହୁ, ସମାଜ ସେବୀ ପ୍ରଦିପ ରାଉତ, ଅର୍ଜ୍ଜୁନ ସାହୁ କାର୍ତ୍ତିକ ସାହୁ ଭାରତ ସାହୁ ସ୍ମୁତି ଚାରଣ କରିଥିଲେ କାର୍ଯ୍ୟକ୍ରମ କୁ ପୂତ୍ର ଅନୁରୋଧ ସାହୁ ଇନ୍ଦୁମତି ସାହୁ ଅରୁପାନନ୍ଦ ସାହୁ ଅମ୍ବିକା ସାହୁ ଅନିତା ସାହୁ ବେଣୁଧର ସାହୁ ବିବେକ ସୁତାର ରବୀନ୍ଦ୍ର ସାହୁ ପରିଚାଳନା କରିଥିଲା ବେଳେ ସଂଯୁକ୍ତା ସାହୁ ମଞ୍ଜୁଲତା ସାହୁ ଶାନ୍ତିଲତା ସାହୁ ତିଳୋତ୍ତମା ସାହୁ ପରିଚାଳନା ରେ ସହଯୋଗ କରିଥିଲେ

Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ: କୈଳାସ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇର