ସଚେତନତା ପାଇଁ ସାଉଥ୍ ବଲଣ୍ଡାରେ ସଚେତନତା କାର୍ଯ୍ୟକ୍ରମ
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJune 27, 202674 views

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ଠାରେ ଜଗନ୍ନାଥ କ୍ଷେତ୍ର ପକ୍ଷରୁ ସ୍ୱଚ୍ଛତା ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। "ସୁସ୍ଥ ଜୀବନ ପାଇଁ ସ୍ୱଚ୍ଛତା ଅତ୍ୟନ୍ତ ଆବଶ୍ୟକ" ବାର୍ତ୍ତାକୁ ନେଇ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କୁ ସ୍ୱଚ୍ଛ ପରିବେଶର ଗୁରୁତ୍ୱ ଓ ରୋଗ ନିରାକରଣ ସମ୍ପର୍କରେ ସଚେତନ କରାଯାଇଥିଲା।
ଏହି ଅବସରରେ କଳାକାର ବୃନ୍ଦ ନାଟକ ମାଧ୍ୟମରେ ସ୍ୱଚ୍ଛତା ବଜାୟ ରଖିବାର ଉପାୟ, ବ୍ୟକ୍ତିଗତ ପରିଚ୍ଛନ୍ନତା, ପରିବେଶ ସଫା ରଖିବାର ଆବଶ୍ୟକତା ଏବଂ ଏହା ଦ୍ୱାରା ବିଭିନ୍ନ ସଂକ୍ରାମକ ରୋଗରୁ କିପରି ରକ୍ଷା ମିଳିପାରିବ ସେ ବିଷୟକୁ ଜୀବନ୍ତ ଅଭିନୟ ମାଧ୍ୟମରେ ଉପସ୍ଥାପନ କରିଥିଲେ।
କାର୍ଯ୍ୟକ୍ରମକୁ ଦେଖି ଉପସ୍ଥିତ ଲୋକମାନେ ସ୍ୱଚ୍ଛତା ପ୍ରତି ସଚେତନ ହେବା ସହ ନିଜ ଆଖପାଖ ପରିବେଶକୁ ପରିଷ୍କାର ରଖିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ।
