--:--:--
-- ---
Srishti News

ଘର ଭିତରୁ ବାହାରିଲା ନାଗ

Sundargarh (ସୁନ୍ଦରଗଡ଼)ରିପୋର୍ଟ: ଗଣପତି ଦାସ, କୁଆଁରମୁଣ୍ଡାJune 27, 202693 views
ଘର ଭିତରୁ ବାହାରିଲା ନାଗ
ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୁମଝରିଆ ଟେର୍ଲିବାହାଲ୍ ଗ୍ରାମରେ ଜଣଙ୍କ ଘର ଭିତରୁ ଏକ ନାଗ ସାପ କୁ ରାଉରକେଲା ରେସ୍କ୍ୟୁ ଟିମ୍ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଉକ୍ତ ଗ୍ରାମର ଗୁରୁବାର ରାତି ପ୍ରାୟ ୧୦ ଟା ସମୟରେ ସ୍ୱର୍ଗୀୟ ଜିତେନ୍ଦ୍ର ପଣ୍ଡାଙ୍କ ଘର ଭିତରେ ଏକ ନାଗ ସାପ ଥିବା ପରିବାର ବର୍ଗ ଦେଖି ଭୟଭୀତ ହୋଇ ରାଉରକେଲା ରେସ୍କ୍ୟୁ ଟିମ୍ କୁ ଯୋଗାଯୋଗ କରିଥିଲେ। ରାଉରକେଲା ରେସ୍କ୍ୟୁ ଟିମ୍ ର ସମୀର ପଟ୍ଟନାୟକ ଆସି ଉକ୍ତ ନାଗ ସାପକୁ ଉଦ୍ଧାର କରିବା ସହ କୁଆଁରମୁଣ୍ଡା ଜଙ୍ଗଲରେ ଚାଡ଼ି ଦେଇଥିବା ଜଣାପଡ଼ିଛି। ସାପଟି ପାଞ୍ଚ ଫୁଟ୍ ଲମ୍ବର ଥିଲା ବୋଲି ପରିବାର ବର୍ଗ ପକ୍ଷରୁ ସୂଚନା ମିଳିଛି।