--:--:--
-- ---
Srishti News

Web News

ବିକାଶ ଧାରା... ଓଡ଼ିଶା ସାରା କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ସହାୟତା ଓ କାର୍ଯ୍ୟାଦେଶ ବଣ୍ଟନ
Jun 28, 2026•104 views

ବିକାଶ ଧାରା... ଓଡ଼ିଶା ସାରା କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ସହାୟତା ଓ କାର୍ଯ୍ୟାଦେଶ ବଣ୍ଟନ

ଅନୁଗୋଳ: ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ନୂଆମଉଜା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ 'ବିକାଶ ଧାରା... ଓଡ଼ିଶା ସାରା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ସେ କହିଥିଲେ ଯେ, ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଶେଷ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ପ୍ରତିବଦ୍ଧ। ଏହି ଅବସରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତ୍ୟୋଦୟ ଯୋଜନା ଅଧୀନରେ ବାସଗୃହ, ଭତ୍ତା ସମେତ ବିଭିନ୍ନ ସରକାରୀ ଯୋଜନାର ସହାୟତା ରାଶି ଏବଂ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ନୂଆମଉଜା ଗ୍ରାମ ପଞ୍ଚାୟତର ସରପଞ୍ଚ ବିକାଶ ପ୍ରଧାନ, ଅନୁଗୁଳ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଆଲୋକ ମିଶ୍ର, ବିଜେପି ପଞ୍ଚାୟତ ସଭାପତି ବାଦଲ ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ବିଜେପି ନେତ୍ରୀ ରୀନା ପ୍ରଧାନ, ଦଳର କର୍ମକର୍ତ୍ତା ଓ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ତାଳଚେରରେ ପୂର୍ବତନ ସରପଞ୍ଚଙ୍କ ଶଶୁରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିଧାୟକ ବ୍ରଜକିଶୋର ପ୍ରଧାନ
Jun 28, 2026•94 views

ତାଳଚେରରେ ପୂର୍ବତନ ସରପଞ୍ଚଙ୍କ ଶଶୁରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିଧାୟକ ବ୍ରଜକିଶୋର ପ୍ରଧାନ

ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ କର୍ଣ୍ଣପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀମତୀ ପ୍ରଭାତୀ ପ୍ରଧାନଙ୍କ ଶଶୁର ୰ ଗୁଲେଖ ପ୍ରଧାନଙ୍କ ଅକାଳ ବିୟୋଗ ଖବର ପାଇ ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ତାଙ୍କ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ। ଏହି ଅବସରରେ ସେ ସ୍ୱର୍ଗତ ଗୁଲେଖ ପ୍ରଧାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ଏହି ଅପୂରଣୀୟ କ୍ଷତି ସହିବା ପାଇଁ ପରିବାରକୁ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରିବାକୁ କାମନା କରିଥିଲେ। ଏହି ସମୟରେ ସ୍ଥାନୀୟ ଜନପ୍ରତିନିଧି, ଦଳୀୟ କର୍ମୀ ଏବଂ ବହୁ ଶୁଭେଚ୍ଛୁ ଉପସ୍ଥିତ ରହି ସ୍ୱର୍ଗତ ଗୁଲେଖ ପ୍ରଧାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବହେଳା ଅଭିଯୋଗ, ଆହତ ଯୁବକଙ୍କ ଚିକିତ୍ସାକୁ ନେଇ ପ୍ରଶ୍ନ
Jun 28, 2026•64 views

ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବହେଳା ଅଭିଯୋଗ, ଆହତ ଯୁବକଙ୍କ ଚିକିତ୍ସାକୁ ନେଇ ପ୍ରଶ୍ନ

ଯାଜପୁର: ଯାଜପୁର ରୋଡ଼ ନିକଟସ୍ଥ ଧବଳଗିରି ଅଞ୍ଚଳରେ ଗତକାଲି ରାତି ପ୍ରାୟ ୯:୩୦ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଆହତ ଜଣେ ଅଜଣା ଯୁବକଙ୍କୁ ପୋଲିସ ଉଦ୍ଧାର କରି ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦେବାଶିଷ ସାହୁଙ୍କ ସୂଚନା ଅନୁଯାୟୀ, ଆହତ ଯୁବକଙ୍କ ପରିଚୟ ମିଳିନଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ବଡ଼ ମେଡିକାଲକୁ ରେଫର କରାଯାଇଛି। ବର୍ତ୍ତମାନ ସେ ୨୪ ନମ୍ବର ବେଡରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ତେବେ ଆହତ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଚିକିତ୍ସାକର୍ମୀଙ୍କୁ ପଚାରିବାରୁ ସେମାନେ ଡାକ୍ତର ସେନାପତିଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ। ପରେ ଡାକ୍ତର ସେନାପତିଙ୍କୁ ପଚାରିବାରୁ ସନ୍ତୋଷଜନକ ଉତ୍ତର ମିଳିନଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ପ୍ରତି ବ୍ୟବହାର ଏବଂ ସ୍ୱାସ୍ଥ୍ୟସେବାର ମାନକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠିଛି। ଟିପ୍ପଣୀ: ଉପରୋକ୍ତ ଖବରଟି ଅଭିଯୋଗ ଆଧାରିତ। ସମ୍ପୃକ୍ତ ସ୍ୱାସ୍ଥ୍ୟ ବିଭାଗ କିମ୍ବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହା ଉପରେ କୌଣସି ଔପଚାରିକ ପ୍ରତିକ୍ରିୟା ମିଳିନାହିଁ।

Jajpur (ଯାଜପୁର) • ରିପୋର୍ଟ: ନିରୋଜ କୁମାର ସେଠୀ

ଅସହାୟା କଷଣି ରାଉତଙ୍କ ପାଇଁ ନୂତନ ସିଡ଼ିଘର ନିର୍ମାଣ; ପୁଅର ଶିକ୍ଷା ଖର୍ଚ୍ଚ ବହନ କରିବ ‘ବିପଦର ବନ୍ଧୁ ପରିବାର’ ଟ୍ରଷ୍ଟ
Jun 28, 2026•88 views

ଅସହାୟା କଷଣି ରାଉତଙ୍କ ପାଇଁ ନୂତନ ସିଡ଼ିଘର ନିର୍ମାଣ; ପୁଅର ଶିକ୍ଷା ଖର୍ଚ୍ଚ ବହନ କରିବ ‘ବିପଦର ବନ୍ଧୁ ପରିବାର’ ଟ୍ରଷ୍ଟ

ରାହାମ୍ବା: ସମାଜସେବାର ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ‘ବିପଦର ବନ୍ଧୁ ପରିବାର’ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାହାମ୍ବା ପଞ୍ଚାୟତ ଅନ୍ତର୍ଗତ ଡିହ କୁରାଂଶ ଗ୍ରାମର ଅସହାୟା କଷଣି ରାଉତଙ୍କ ପାଇଁ ଏକ ନୂତନ ସିଡ଼ିଘର ନିର୍ମାଣ କରାଯାଇଛି। ଏହା ସହିତ କଷଣିଙ୍କ ଏକମାତ୍ର ପୁଅର ପାଠପଢ଼ାର ସମସ୍ତ ଖର୍ଚ୍ଚ ଟ୍ରଷ୍ଟ ବହନ କରିବ ବୋଲି ନିଷ୍ପତ୍ତି ନିଆଯାଇଛି। କଷଣି ରାଉତ କିଛି ବର୍ଷ ପୂର୍ବରୁ ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କୁ ହରାଇବା ପରେ ଏକମାତ୍ର ପୁଅକୁ ନେଇ ସରକାରଙ୍କ ପ୍ରଦତ୍ତ ବିଜୁ ପକ୍କା ଘରରେ ବସବାସ କରୁଥିଲେ। ଘରରେ ସିଡ଼ିଘର ନଥିବାରୁ ବର୍ଷା ଦିନରେ ରୋଷେଇ କରିବାରେ ଅସୁବିଧା ହେଉଥିଲା। ଏପରିକି ମାଙ୍କଡ଼ ଓ ସାପ ଘର ଭିତରକୁ ପଶିଯାଉଥିବାରୁ ପରିବାର ସୁରକ୍ଷା ନେଇ ଚିନ୍ତାରେ ରହୁଥିଲେ। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ‘ବିପଦର ବନ୍ଧୁ ପରିବାର’ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସିଡ଼ିଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି। ଏହା ସହ କଷଣିଙ୍କ ପୁଅର ଶିକ୍ଷା ଖର୍ଚ୍ଚ ମଧ୍ୟ ଟ୍ରଷ୍ଟ ପକ୍ଷରୁ ବହନ କରାଯିବ ବୋଲି ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷା ମିନତୀ ସାହୁ, ଉପାଧ୍ୟକ୍ଷ ଜନ୍ମେଜୟ ସାହୁ, ସଭାପତି ନିମାଇଁ ପଣ୍ଡା, ସମ୍ପାଦକ ଗୋପାଳ ପାତ୍ର, କୋଷାଧ୍ୟକ୍ଷ ଭଗବାନ ଦାଶ, ପ୍ରତିଷ୍ଠାତା ନିହାର ରଞ୍ଜନ ଆଚାର୍ଯ୍ୟଙ୍କ ସମେତ ଟ୍ରଷ୍ଟର ବହୁ ସଦସ୍ୟ ଓ ସମାଜସେବୀ ଉପସ୍ଥିତ ରହି ନିର୍ମାଣ କାର୍ଯ୍ୟରେ ସହଯୋଗ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଟ୍ରଷ୍ଟର ଏହି ମାନବିକ ପଦକ୍ଷେପକୁ ସାଧାରଣ ଲୋକେ ପ୍ରଶଂସା କରିଛନ୍ତି।

Jajpur (ଯାଜପୁର) • ରିପୋର୍ଟ: ନିରୋଜ କୁମାର ସେଠୀ, ରାହାମ୍ବା

ଧାମରା ମସ୍ତ୍ୟ ପୋତାଶ୍ରୟ ମଧ୍ୟରେ ଜଳିଗଲା ମାଛଧରା ଟ୍ରଲର
Jun 28, 2026•57 views

ଧାମରା ମସ୍ତ୍ୟ ପୋତାଶ୍ରୟ ମଧ୍ୟରେ ଜଳିଗଲା ମାଛଧରା ଟ୍ରଲର

ଭଦ୍ରକ/:ଚାନ୍ଦବାଲି ନିକଟସ୍ଥ ଧାମରା ମସ୍ତ୍ୟ ପୋତାଶ୍ରୟ ମଧ୍ୟରେ ଏକ ମାଛଧରା ଟ୍ରଲର ଟି ନିଆଁ ଲାଗି ଜଳିଯାଇଛି। ଏହି ଟ୍ରଲର କୁ କ୍ରେଡେଲ କୁ ଉଠାଯାଇ କାଠ କାମ ହେଉଥିବା ବେଳେ କିପରି ଅସାବଧାନତା ରୁ ନିଆଁ ଲାଗି ଯାଇଥିଲା ଫଳରେ ଟ୍ରଲର ର କ୍ୟାବିନ ଏବଂ ଉପରଭାଗ ସମ୍ପୂର୍ଣ ଜଳି ନଷ୍ଟ ହୋଇଯାଇଥିଲା, ଧାମରା ଦମକଳ ବାହିନୀ ଏବଂ ଧାମରା ବନ୍ଦର ଦମକଳ ବାହିନୀ ଆସି ଘଟଣା ସ୍ଥଳ ରେ ପହଂଚି ଥିଲେ ମଧ୍ୟ ନିଆଁ କୁ ଆୟତ୍ତ କରିବା କଷ୍ଟ ହୋଇ ପଡିଥିଲା! ଫଳରେ ଟ୍ରଲର ର ଉପର ଭାଗ ସମ୍ପୂର୍ଣ ଜଳି ପୋଡି ଯାଇଛି। ଟ୍ରଲର ଟି ଧାମରା ଅଂଚଳର ସପନ ସିଟ ଙ୍କ ର ବୋଲି ଜଣା ଯାଇଥିବା ବେଳେ କିପରି ନିଆଁ ଲାଗିଲା ତାହା ଅସ୍ପଷ୍ଟ। ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ କରି ଥିବାର ସୂଚନା ମିଳିଛି।

Bhadrak (ଭଦ୍ରକ) • ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵର

୩୦ ବର୍ଷ ଅସ୍ଥାୟୀ ଚାକିରି ପରେ ବହିଷ୍କାର: ଦୁଇ କର୍ମଚାରୀଙ୍କୁ ୨୦ ଲକ୍ଷ ଲେଖାଏ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
Jun 28, 2026•105 views

୩୦ ବର୍ଷ ଅସ୍ଥାୟୀ ଚାକିରି ପରେ ବହିଷ୍କାର: ଦୁଇ କର୍ମଚାରୀଙ୍କୁ ୨୦ ଲକ୍ଷ ଲେଖାଏ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏକ ଜାତୀୟକରଣ ବ୍ୟାଙ୍କରେ ପ୍ରାୟ ତିନି ଦଶନ୍ଧି ଧରି ଅସ୍ଥାୟୀ କର୍ମଚାରୀ ଭାବେ କାମ କରିବା ପରେ ବହିଷ୍କୃତ ହୋଇଥିବା ଦୁଇଜଣ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଦୀକ୍ଷିତ କୃଷ୍ଣ ଶ୍ରୀପାଦ ଏବଂ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମୟାଧର ନାୟକ ଓ ଅନ୍ୟ ଜଣେ ଆବେଦନକାରୀଙ୍କ ମାମଲାର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି। ଆଦାଲତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଚାକିରି ନିୟମିତ କରିବା ପରିବର୍ତ୍ତେ ଦୁଇଜଣଙ୍କୁ ଏକକାଳୀନ ୨୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ୮ ସପ୍ତାହ ମଧ୍ୟରେ ପ୍ରଦାନ କରାଯିବ। ନିର୍ଦ୍ଧାରିତ ସମୟରେ ଅର୍ଥ ପ୍ରଦାନ ନ କଲେ ପ୍ରଥମ ମାସ ପାଇଁ ୧ ପ୍ରତିଶତ ଏବଂ ପରବର୍ତ୍ତୀ ସମୟ ପାଇଁ ୨ ପ୍ରତିଶତ ସୁଧ ଦେବାକୁ ପଡ଼ିବ। ଏହି ସୁଧ ବାବଦ ଅର୍ଥ ସମ୍ପୃକ୍ତ ତ୍ରୁଟିକାରୀ ବ୍ୟାଙ୍କ ଅଧିକାରୀଙ୍କ ଦରମାରୁ ଆଦାୟ କରାଯିବ ବୋଲି ମଧ୍ୟ ଆଦାଲତ ସ୍ପଷ୍ଟ କରିଛନ୍ତି। ମାମଲାରୁ ପ୍ରକାଶ ଯେ, ଆବେଦନକାରୀ ମାନେ ଦୈନିକ ମଜୁରି ଭିତ୍ତିରେ ପ୍ରାୟ ୩୦ ବର୍ଷ ଧରି ବ୍ୟାଙ୍କରେ କାର୍ଯ୍ୟ କରିଥିଲେ। ସେମାନଙ୍କ ଚାକିରି କେବେ ନିୟମିତ କରାଯାଇନଥିଲା। ଅବସର ଗ୍ରହଣର ପ୍ରାୟ ୧୦ ବର୍ଷ ବାକି ଥିବାବେଳେ ୧୯ ଜୁଲାଇ ୨୦୨୫ରେ ବ୍ୟାଙ୍କ ସେମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିଲା। ସେତେବେଳେ ବ୍ୟାଙ୍କ ପକ୍ଷରୁ ୩ ଲକ୍ଷ ୩୦ ହଜାର ୯୩୪ ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଜୀବନର ଅଧିକାଂଶ ସମୟ ବ୍ୟାଙ୍କରେ କାର୍ଯ୍ୟ କରିଥିବାରୁ ପରିଣତ ବୟସରେ ନୂତନ ନିଯୁକ୍ତି ପାଇବାର ସମ୍ଭାବନା ଅତ୍ୟନ୍ତ କମ୍। ତେଣୁ ବହିଷ୍କାର ଆଦେଶ ବାତିଲ କରାଯାଉ କିମ୍ବା ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ବୋଲି ସେମାନେ ଆଦାଲତଙ୍କୁ ଅନୁରୋଧ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରାଜୀବ ରଥ ଓ ସୋମଶେଖର ରଥ ମାମଲା ପରିଚାଳନା କରିଥିଲେ।

Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର, ସ୍ୱତନ୍ତ୍ର ପ୍ରତିନିଧି

ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ୧୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ମୁତୟନ ହେବେ ୭୨ ପ୍ଲାଟୁନ ପୋଲିସ
Jun 28, 2026•52 views

ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ୧୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ମୁତୟନ ହେବେ ୭୨ ପ୍ଲାଟୁନ ପୋଲିସ

ପୁରୀ, : ଦିନକ ପରେ ପବିତ୍ର ସ୍ନାନ ପୂର୍ଣ୍ଣିମା। ପୁରୀକୁ ଭକ୍ତମାନଙ୍କର ସୁଅ ଛୁଟୁଛି। ପୁରୀ ଧାମରେ ଜନଗହଳି ବଢ଼ିବାରେ ଲାଗିଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଶ୍ରୀମନ୍ଦିରରେ ପ୍ରାୟ ୧୪ ଘଣ୍ଟା ଧରି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଆଜି ରାତି ସାଢ଼େ ୧୦ଟାରୁ ଆସନ୍ତାକାଲି ଅପରାହ୍ନ ୧ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ସୋମବାର ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ପୂର୍ବ ପ୍ରସ୍ତୁତି ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ସ୍ନାନଯାତ୍ରା ପାଇଁ ପୁରୀରେ ଟ୍ରାଫିକ କଟକଣା ଜାରି ହୋଇଛି। ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣକୁ ସୁନିଶ୍ଚିତ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରାଯାଇଛି।

Puri (ପୁରୀ) • ରିପୋର୍ଟ: ପ୍ରଭାତ କୁମାର ବାରିକ

ରାଜ୍ୟ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ କାଯ୍ୟକାରିଣୀ ରେ ସ୍ଥାନ ପାଇଲେ ୧୪ ଜଣ, ନାରାୟଣ ମଲ୍ଲିକ (ନାରଦ) ହେଲେ ସମ୍ପାଦକ
Jun 28, 2026•122 views

ରାଜ୍ୟ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ କାଯ୍ୟକାରିଣୀ ରେ ସ୍ଥାନ ପାଇଲେ ୧୪ ଜଣ, ନାରାୟଣ ମଲ୍ଲିକ (ନାରଦ) ହେଲେ ସମ୍ପାଦକ

ବିଂଝାରପୁର: ତା 26/6/2026 ରିଖ ଜାତୀୟ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ ରାଜ୍ୟ କାର୍ଯକାରିଣୀ ରେ ନୂତନ ସଦସ୍ୟ ଭାବରେ ଓଡିଶା ରାଜ୍ୟରେ 14 ଜଣ ସଦସ୍ୟକୁ କେନ୍ଦ୍ରୀୟ କଂଗ୍ରେସ କମିଟି ର ଚେୟାରମ୍ୟାନ ଶ୍ରୀଯୁକ୍ତ ରାଜେନ୍ଦ୍ର ପାଲ ଗୌତମ ଙ୍କ ଅନୁମୋଦନ କ୍ରମେ ନିଯୁକ୍ତି ଦିଆଯାଇଛି| ଏହି ନିଯୁକ୍ତି କୁ ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ କୁ କାଯ୍ୟକାରୀ କରିବାକୁ କୁହାଯାଇଛି. ଅନ୍ୟପକ୍ଷେ ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିତନା ନିବାସୀ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ନାରାୟଣ ମଲିକ ( ନାରଦ ) ଙ୍କୁ ରାଜ୍ୟ ଅନୁସୂଚିତ ଜାତି ବିଭାଗ ର ସମ୍ପାଦକ ଭାବେ ନିଯୁକ୍ତି ଦିଆ ଯାଇଥିବାରୁ ବିଂଝାରପୁର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି. ଏଥିସହିତ ଶ୍ରୀଯୁକ୍ତ ମଲିକ ରାଷ୍ଟ୍ରୀୟ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ, ଭାରତୀୟ ଜାତୀୟ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମାଲିକାର୍ଜୁନ ଖର୍ରେଗେ, ରାଷ୍ଟ୍ରୖୟ ଅନୁସୂଚିତ ବିଭାଗ ଚେୟାରମ୍ୟାନ ଶ୍ରୀଯୁକ୍ତ ରାଜେନ୍ଦ୍ର ପାଲ ଗୌତମ, ରାଜ୍ୟ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ, ରାଜ୍ୟ ଅନୁସୂଚିତ ଜାତି ବିଭାଗ ଚେୟାରମ୍ୟାନ ଶ୍ରୀଯୁକ୍ତ ମାନସ ମଲ୍ଲିକ, ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମାଗୁଣି ବଟକୃଷ୍ଣ ଜେନା, Dr. ରମାକାନ୍ତ ମଲ୍ଲିକ ଏବଂ ବିଚିତ୍ର ମଲ୍ଲିକ (ଚଗଲା) ଙ୍କୁ ଅଶେଷ ଧନ୍ୟବାଦ ଜଣେଇଛନ୍ତି.

Jajpur (ଯାଜପୁର) • ରିପୋର୍ଟ: ଉଦୟ ନାଥ ଜେନା, ବିଂଝାରପୁର

ଅନୁଗୋଳରେ ‘ଉଦ୍ୟମୀ ଓଡ଼ିଶା–୨୦୨୬’ କାର୍ଯ୍ୟକ୍ରମ ଉଦ୍ଘାଟିତ
Jun 28, 2026•95 views

ଅନୁଗୋଳରେ ‘ଉଦ୍ୟମୀ ଓଡ଼ିଶା–୨୦୨୬’ କାର୍ଯ୍ୟକ୍ରମ ଉଦ୍ଘାଟିତ

ଅନୁଗୋଳ: ଅନୁଗୋଳ ବିଜୁ ମଇଦାନଠାରେ ଆୟୋଜିତ ‘ଉଦ୍ୟମୀ ଓଡ଼ିଶା – ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କାର୍ଯ୍ୟକ୍ରମ–୨୦୨୬’ ମୁଖ୍ୟଅତିଥି ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ଉଦ୍ୟୋଗ ଓ ସ୍ୱୟଂସହାୟକ ଗୋଷ୍ଠୀଙ୍କ ଷ୍ଟଲ୍ ପରିଦର୍ଶନ କରାଯାଇଥିଲା ଏବଂ ମହିଳା ଉଦ୍ୟମୀମାନଙ୍କ ସହ ଆଲୋଚନା କରାଯାଇ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ସହାୟତା ଓ ପ୍ରୋତ୍ସାହନ ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି ଅବସରରେ ବକ୍ତାମାନେ କହିଥିଲେ ଯେ, ସମୃଦ୍ଧ ଓଡ଼ିଶା ଗଠନରେ ମହିଳାମାନେ କେବଳ ବିକାଶର ଅଂଶୀଦାର ନୁହେଁ, ବରଂ ବିକାଶର ନେତୃତ୍ୱ ନେବାରେ ସକ୍ଷମ ହେବେ। ସେଥିପାଇଁ ମହିଳା ଉଦ୍ୟମୀଙ୍କୁ ସଶକ୍ତ କରିବା ନିମନ୍ତେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସହଯୋଗ ଯୋଗାଇ ଆସୁଛନ୍ତି। କାର୍ଯ୍ୟକ୍ରମରେ ଅନୁଗୋଳ ପୌରପାଳିକାର ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଜିଲ୍ଲା ଶିଳ୍ପ କେନ୍ଦ୍ର (DIC)ର ଅଧିକାରୀମାନେ ଏବଂ ବହୁ ସଂଖ୍ୟକ ଉଦ୍ୟମୀ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ବନବିଭାଗର ଅତର୍କିତ ଚଢ଼ାଉ, ୩୦ ସିଫ୍ଟ ଶାଗୁଆନ କାଠ ଜବତ
Jun 28, 2026•92 views

ବନବିଭାଗର ଅତର୍କିତ ଚଢ଼ାଉ, ୩୦ ସିଫ୍ଟ ଶାଗୁଆନ କାଠ ଜବତ

ଅନୁଗୋଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଦକ୍ଷିଣ ପାର୍ଶ୍ୱରେ ଥିବା ରେଙ୍ଗାଳି କେନାଲ ନିକଟରେ ବନ ବିଭାଗ ପକ୍ଷରୁ ଏକ ଅତର୍କିତ ଚଢ଼ାଉ କରାଯାଇ ୩୦ ସିଫ୍ଟ ଶାଗୁଆନ କାଠ ଜବତ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ତାଳଚେର ରେଞ୍ଜ ଅଧୀନ ଗଣ୍ଠିଗାଡ଼ିଆ ବିଟ୍‌ର ଫରେଷ୍ଟର ବୈଶିଷ୍ଠ ଦେହୁରୀଙ୍କ ନେତୃତ୍ୱରେ ବନ ବିଭାଗର ଟିମ୍ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ସେଠାରେ ଗଛମୂଳେ ଲୁଚାଇ ରଖାଯାଇଥିବା ୩୦ ସିଫ୍ଟ ଶାଗୁଆନ କାଠକୁ ଜବତ କରାଯାଇଥିବା ଜଣାପଡ଼ିଛି। ବନ ବିଭାଗର ସୂଚନା ଅନୁଯାୟୀ, ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଏହି ଚଢ଼ାଉରେ ଫରେଷ୍ଟ ଗାର୍ଡ ମନ୍ମଥ ମହାନ୍ତି, ନିବେଦିତା ପ୍ରଧାନଙ୍କ ସମେତ ବନ ବିଭାଗର ସ୍ପାଇଡ୍ ଟିମ୍‌ର ସଦସ୍ୟମାନେ ସାମିଲ ଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ପିଇବା ପାଣି ପାଇଁ ଚିନ୍ତାରେ ସଲିଆସାହି ବସ୍ତିବାସିନ୍ଦା; କମିଶନରଙ୍କୁ ଭେଟିବାକୁ ଦେଲେନି ପିଏ ଓ ଅଧିକାରୀ ବୋଲି ଅଭିଯୋଗ
Jun 28, 2026•116 views

ପିଇବା ପାଣି ପାଇଁ ଚିନ୍ତାରେ ସଲିଆସାହି ବସ୍ତିବାସିନ୍ଦା; କମିଶନରଙ୍କୁ ଭେଟିବାକୁ ଦେଲେନି ପିଏ ଓ ଅଧିକାରୀ ବୋଲି ଅଭିଯୋଗ

ରାଜଧାନୀ ଭୁବନେଶ୍ୱରର ସଲିଆସାହି ଆଦିବାସୀ ଗାଁ (ୱାର୍ଡ ନଂ-୨୧)ରେ ଦୀର୍ଘଦିନ ଧରି ଲାଗି ରହିଥିବା ପିଇବା ପାଣି ସମସ୍ୟାକୁ ନେଇ ରବିବାର ବସ୍ତିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ମହିଳାମାନଙ୍କ ସମେତ ସ୍ଥାନୀୟ ବାସିନ୍ଦାମାନେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନରଙ୍କୁ ଦାବିପତ୍ର ଦେବାକୁ ଯାଇଥିଲେ। ତେବେ କମିଶନରଙ୍କ ସହ ସାକ୍ଷାତ କରିବାକୁ ସେମାନଙ୍କୁ ସୁଯୋଗ ଦିଆଯାଇନଥିବା ଅଭିଯୋଗ ହୋଇଛି। ବସ୍ତିବାସିନ୍ଦାଙ୍କ କହିବା ଅନୁସାରେ, କମିଶନରଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଓ ଜଳ ଏବଂ ଡ୍ରେନେଜ ବିଭାଗର ଦାୟିତ୍ୱରେ ଥିବା ଅଧିକାରୀ ସେମାନଙ୍କୁ ଭିତରକୁ ଯିବାକୁ ଅନୁମତି ଦେଇନଥିଲେ। ଏହାକୁ ନେଇ ବସ୍ତିବାସିନ୍ଦା ଓ ଉପସ୍ଥିତ ଅଧିକାରୀଙ୍କ ମଧ୍ୟରେ କିଛି ସମୟ ଧରି ବଚସା ଓ ଯୁକ୍ତିତର୍କ ହୋଇଥିଲା। ତଥାପି ସେମାନେ କମିଶନରଙ୍କୁ ଭେଟିପାରି ନଥିବା ଅଭିଯୋଗ କରିଛନ୍ତି। ଆନ୍ଦୋଳନରତ ବସ୍ତିବାସିନ୍ଦା କହିଛନ୍ତି, "ଆମେ ପିଇବା ପାଣି ପାଇଁ ବହୁତ ହଇରାଣ ହେଉଛୁ। ନିଜ ସମସ୍ୟା ଜଣାଇବା ପାଇଁ କମିଶନରଙ୍କ ପାଖକୁ ଆସିଥିଲୁ। କିନ୍ତୁ ଏଠାରେ ଥିବା ଅଧିକାରୀ ଓ ପିଏ ଆମକୁ ଭିତରକୁ ଛାଡ଼ିଲେ ନାହିଁ। ଆମ କଥା ଶୁଣିବାକୁ କାହା ପାଖରେ ସମୟ ନାହିଁ।" ଏପରି ସ୍ଥିତିରେ ପିଇବା ପାଣି ସମସ୍ୟାର ଶୀଘ୍ର ସମାଧାନ ସହ ବସ୍ତିବାସିନ୍ଦାଙ୍କ ଅଭିଯୋଗର ତଦନ୍ତ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। (ଟିପ୍ପଣୀ: କମିଶନରଙ୍କ କାର୍ଯ୍ୟାଳୟ କିମ୍ବା ସମ୍ପୃକ୍ତ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ। ପ୍ରତିକ୍ରିୟା ମିଳିଲେ ଖବରକୁ ଅଦ୍ୟତନ କରାଯିବ।)

ଭୁବନେଶ୍ୱର, ପ୍ରତିନିଧି ସୁଶାନ୍ତ କୁମାର ମହାକୁଡ଼:

କଣ୍ଟ୍ରାକ୍ଟରଙ୍କ ମନମୁଖୀ କାର୍ଯାଯୋଗୁ ଅଧାରେ କଲଭୋର୍ଟ ନିର୍ମାଣ କାର୍ଯ୍ୟ , ପ୍ରଶାସନିକ ନିରବତାକୁ ନେଇ ଜନସନ୍ତୋଷ
Jun 28, 2026•101 views

କଣ୍ଟ୍ରାକ୍ଟରଙ୍କ ମନମୁଖୀ କାର୍ଯାଯୋଗୁ ଅଧାରେ କଲଭୋର୍ଟ ନିର୍ମାଣ କାର୍ଯ୍ୟ , ପ୍ରଶାସନିକ ନିରବତାକୁ ନେଇ ଜନସନ୍ତୋଷ

ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ନଇତଇଲା ଗ୍ରାମଠାରୁ ଆଦିବାସୀ ସାହିକୁ ଯିବାପାଇଁ କଲଭୋର୍ଟ କାର୍ଯ୍ୟ ଅଧୁରା ହୋଇ ପଡ଼ିରହିଛି ପଂଚାୟତ ରେ ସରପଞ୍ଚଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ କଥାକୁ ଆଡେଇ ଦେଇଥିବା ଗ୍ରାମବାସୀ କହିଛନ୍ତି ସରପଞ୍ଚ କହୁଛନ୍ତି ପଂଚାୟତ ରେ ଅର୍ଥାଭାବ ନାହିଁବୋଲି ବ୍ଲକ ପ୍ରଶାସନ କୁ ଜଣାଇଥଲେ ମଧ୍ୟ ବ୍ଲକ କତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି ସ୍ଥାନୀୟ ଲୋକେ ବର୍ଷା ଦିନେ ଯାତାୟାତ କରିବାରେ ଓ ଅନ୍ୟନ୍ୟା ସମସ୍ୟା ଅଭିଯୋଗ ମଧ୍ୟ ରହିଛି ସ୍ଥାନୀୟ ଲୋକେ କଲଭୋର୍ଟ କାର୍ଯ୍ୟ ଶୀଘ୍ର କରିବାପାଇଁ ପ୍ରଶାସନ କୁ ଦାବିକରିଛନ୍ତି

Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର, ନୂଆଗାଁ