--:--:--
-- ---
Srishti News

ଅସହାୟା କଷଣି ରାଉତଙ୍କ ପାଇଁ ନୂତନ ସିଡ଼ିଘର ନିର୍ମାଣ; ପୁଅର ଶିକ୍ଷା ଖର୍ଚ୍ଚ ବହନ କରିବ ‘ବିପଦର ବନ୍ଧୁ ପରିବାର’ ଟ୍ରଷ୍ଟ

Jajpur (ଯାଜପୁର)ରିପୋର୍ଟ: ନିରୋଜ କୁମାର ସେଠୀ, ରାହାମ୍ବାJune 28, 202662 views
ଅସହାୟା କଷଣି ରାଉତଙ୍କ ପାଇଁ ନୂତନ ସିଡ଼ିଘର ନିର୍ମାଣ; ପୁଅର ଶିକ୍ଷା ଖର୍ଚ୍ଚ ବହନ କରିବ ‘ବିପଦର ବନ୍ଧୁ ପରିବାର’ ଟ୍ରଷ୍ଟ
ରାହାମ୍ବା: ସମାଜସେବାର ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ‘ବିପଦର ବନ୍ଧୁ ପରିବାର’ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାହାମ୍ବା ପଞ୍ଚାୟତ ଅନ୍ତର୍ଗତ ଡିହ କୁରାଂଶ ଗ୍ରାମର ଅସହାୟା କଷଣି ରାଉତଙ୍କ ପାଇଁ ଏକ ନୂତନ ସିଡ଼ିଘର ନିର୍ମାଣ କରାଯାଇଛି। ଏହା ସହିତ କଷଣିଙ୍କ ଏକମାତ୍ର ପୁଅର ପାଠପଢ଼ାର ସମସ୍ତ ଖର୍ଚ୍ଚ ଟ୍ରଷ୍ଟ ବହନ କରିବ ବୋଲି ନିଷ୍ପତ୍ତି ନିଆଯାଇଛି। କଷଣି ରାଉତ କିଛି ବର୍ଷ ପୂର୍ବରୁ ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କୁ ହରାଇବା ପରେ ଏକମାତ୍ର ପୁଅକୁ ନେଇ ସରକାରଙ୍କ ପ୍ରଦତ୍ତ ବିଜୁ ପକ୍କା ଘରରେ ବସବାସ କରୁଥିଲେ। ଘରରେ ସିଡ଼ିଘର ନଥିବାରୁ ବର୍ଷା ଦିନରେ ରୋଷେଇ କରିବାରେ ଅସୁବିଧା ହେଉଥିଲା। ଏପରିକି ମାଙ୍କଡ଼ ଓ ସାପ ଘର ଭିତରକୁ ପଶିଯାଉଥିବାରୁ ପରିବାର ସୁରକ୍ଷା ନେଇ ଚିନ୍ତାରେ ରହୁଥିଲେ। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ‘ବିପଦର ବନ୍ଧୁ ପରିବାର’ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସିଡ଼ିଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି। ଏହା ସହ କଷଣିଙ୍କ ପୁଅର ଶିକ୍ଷା ଖର୍ଚ୍ଚ ମଧ୍ୟ ଟ୍ରଷ୍ଟ ପକ୍ଷରୁ ବହନ କରାଯିବ ବୋଲି ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷା ମିନତୀ ସାହୁ, ଉପାଧ୍ୟକ୍ଷ ଜନ୍ମେଜୟ ସାହୁ, ସଭାପତି ନିମାଇଁ ପଣ୍ଡା, ସମ୍ପାଦକ ଗୋପାଳ ପାତ୍ର, କୋଷାଧ୍ୟକ୍ଷ ଭଗବାନ ଦାଶ, ପ୍ରତିଷ୍ଠାତା ନିହାର ରଞ୍ଜନ ଆଚାର୍ଯ୍ୟଙ୍କ ସମେତ ଟ୍ରଷ୍ଟର ବହୁ ସଦସ୍ୟ ଓ ସମାଜସେବୀ ଉପସ୍ଥିତ ରହି ନିର୍ମାଣ କାର୍ଯ୍ୟରେ ସହଯୋଗ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଟ୍ରଷ୍ଟର ଏହି ମାନବିକ ପଦକ୍ଷେପକୁ ସାଧାରଣ ଲୋକେ ପ୍ରଶଂସା କରିଛନ୍ତି।