--:--:--
-- ---
Srishti News

ବନବିଭାଗର ଅତର୍କିତ ଚଢ଼ାଉ, ୩୦ ସିଫ୍ଟ ଶାଗୁଆନ କାଠ ଜବତ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 28, 202692 views
ବନବିଭାଗର ଅତର୍କିତ ଚଢ଼ାଉ, ୩୦ ସିଫ୍ଟ ଶାଗୁଆନ କାଠ ଜବତ
ଅନୁଗୋଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଦକ୍ଷିଣ ପାର୍ଶ୍ୱରେ ଥିବା ରେଙ୍ଗାଳି କେନାଲ ନିକଟରେ ବନ ବିଭାଗ ପକ୍ଷରୁ ଏକ ଅତର୍କିତ ଚଢ଼ାଉ କରାଯାଇ ୩୦ ସିଫ୍ଟ ଶାଗୁଆନ କାଠ ଜବତ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ତାଳଚେର ରେଞ୍ଜ ଅଧୀନ ଗଣ୍ଠିଗାଡ଼ିଆ ବିଟ୍‌ର ଫରେଷ୍ଟର ବୈଶିଷ୍ଠ ଦେହୁରୀଙ୍କ ନେତୃତ୍ୱରେ ବନ ବିଭାଗର ଟିମ୍ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ସେଠାରେ ଗଛମୂଳେ ଲୁଚାଇ ରଖାଯାଇଥିବା ୩୦ ସିଫ୍ଟ ଶାଗୁଆନ କାଠକୁ ଜବତ କରାଯାଇଥିବା ଜଣାପଡ଼ିଛି। ବନ ବିଭାଗର ସୂଚନା ଅନୁଯାୟୀ, ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଏହି ଚଢ଼ାଉରେ ଫରେଷ୍ଟ ଗାର୍ଡ ମନ୍ମଥ ମହାନ୍ତି, ନିବେଦିତା ପ୍ରଧାନଙ୍କ ସମେତ ବନ ବିଭାଗର ସ୍ପାଇଡ୍ ଟିମ୍‌ର ସଦସ୍ୟମାନେ ସାମିଲ ଥିଲେ।