Web News

କଳିଙ୍ଗ ହସ୍ପିଟାଲ ଛକରେ ଖାଲି ଟ୍ରାଫିକ ପୋଷ୍ଟ! କମିଶନରେଟ୍ ପୋଲିସର ଟ୍ରାଫିକ ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲ ଛକରେ ଟ୍ରାଫିକ ପରିଚାଳନାକୁ ନେଇ ଉଦ୍ବେଗଜନକ ଚିତ୍ର ସାମ୍ନାକୁ ଆସିଛି। ନଜରକୁ ଆସିଥିବା ଦୃଶ୍ୟ ଅନୁଯାୟୀ, ବ୍ୟସ୍ତବହୁଳ ଏହି ଛକରେ ଥିବା ଟ୍ରାଫିକ ପୋଷ୍ଟ ଖାଲି ପଡ଼ିଥିବା ବେଳେ ଉପସ୍ଥିତ ପୋଲିସ କର୍ମଚାରୀମାନେ ଟ୍ରାଫିକ ନିୟନ୍ତ୍ରଣରେ ସକ୍ରିୟ ନଥିବା ଅଭିଯୋଗ ହୋଇଛି। ଫଳରେ ଛକରେ ଯାନବାହନ ଚଳାଚଳ ବିଶୃଙ୍ଖଳିତ ହେଉଥିବା ସହ ଛୋଟବଡ଼ ଦୁର୍ଘଟଣାର ଆଶଙ୍କା ବଢ଼ୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବ୍ୟସ୍ତବହୁଳ ଛକଗୁଡ଼ିକରେ ନିୟମିତ ଟ୍ରାଫିକ ପରିଚାଳନା ସୁନିଶ୍ଚିତ କରିବାରେ କମିଶନରେଟ୍ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ବାସିନ୍ଦାଙ୍କ ଦାବି, କଳିଙ୍ଗ ହସ୍ପିଟାଲ ଛକ ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସବୁବେଳେ ଟ୍ରାଫିକ ପୋଲିସ ମୁତୟନ ରହିବା ସହ ଯାନବାହନ ଚଳାଚଳର ନିୟମିତ ନିରୀକ୍ଷଣ କରାଯିବା ଆବଶ୍ୟକ। ଏହି ପ୍ରସଙ୍ଗରେ ଭୁବନେଶ୍ୱର–କଟକ କମିଶନରେଟ୍ ପୋଲିସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯିବା ସହ ଟ୍ରାଫିକ ପରିଚାଳନାରେ ଥିବା ତ୍ରୁଟିର ସମୀକ୍ଷା କରି ତୁରନ୍ତ ସୁଧାରମୂଳକ ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବି ହେଉଛି। ଭୁବନେଶ୍ୱର–କଟକ କମିଶନରେଟ୍ ପୋଲିସ ପକ୍ଷରୁ ନିୟମିତ ଟ୍ରାଫିକ ପରିଚାଳନା ଓ ସଡ଼କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କଥା କୁହାଯାଇଛି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ : ସୁକାନ୍ତ ପ୍ରଧାନ, ଭୁବନେଶ୍ୱର

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ମେଗା ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କୋ ୟୁନିଟ ଏବଂ ମହିଳା ଶାଖା ପକ୍ଷରୁ ମଙ୍ଗଳବାର କଲେଜ ପରିସରରେ ମିଳିତ ଭାବେ ମେଗା ଚାରା ରୋପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏସିଏଫ ବିମଳ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ସେ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀମାନଙ୍କୁ ବୃକ୍ଷର ଆଶ୍ୟକତା ଉପରେ ବୁଝାଇଥିଲେ। ଛାତ୍ରୀଛାତ୍ରମାନେ ହେଉଛନ୍ତି ଦେଶର ଭବିଷ୍ୟତ। ତେଣୁ ସେମାନେ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ବାନ କରିଥିଲେ। ଅଧ୍ୟକ୍ଷ ଡଃ ଗଗନ ବିହାରୀ ପୁରୋହିତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ, ପ୍ରଶାସନିକ ଅଧିକାରୀ କୁମୁନ୍ଦ ଚନ୍ଦ୍ର ମହାପାତ୍ର,ବନପାଳ ବବୁଲ ସେଠୀ, ବନରକ୍ଷୀ ମନୋଜ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଜାତୀୟ ସେବା ଯୋଜନା କୋ ୟୁନିଟ ଅଧିକାରୀ ବାବୁଲା ପ୍ରଧାନ, ଜାତୀୟ ସେବା ଯୋଜନା ଅଧିକାରୀଣୀ ସସ୍ମିତା କୁମାରୀ ଦାସ, ମହିଳା ଶାଖା ଅଧିକାରିଣୀ, ଯୁବ ରେଡକ୍ରସ ଅଧିକାରୀ ବିଦେଶୀ ରାଉତ, ଆଇକ୍ୟୁଏସି ସଂଯୋଜକ ଡ. ଦେବାଶିଷ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଏହି ଅବସରରେ ସ୍ବେଚ୍ଛାସେବୀମାନେ କଲେଜ ଏବଂ କଲେଜ ବାହାରେ ବିଭିନ୍ନ ସ୍ଥାନରେ ଚାରାରୋପଣ କରିଥିଲେ
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଞ୍ଜନଗର

ଡିଏଭି କଲେଜ ସମ୍ମୁଖର ରାସ୍ତା ପାଲଟିଛି ମରଣ ଯନ୍ତା
ବଲାଙ୍ଗୀର-ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରରେ ଥିବା ଡିଏଭି ମହାବିଦ୍ୟାଳୟ ସମ୍ମୁଖରେ ଯାଇଥିବା ମୁଖ୍ୟ ରାସ୍ତା ଉପରେ ବଡ଼ବଡ଼ ଖାଲ ରହିଯାଇଛି l ଏହି ରାସ୍ତାଦେଇ ସିନ୍ଧେକେଲା, ବଙ୍ଗୋମୁଣ୍ଡା, କଣ୍ଟାବାଞ୍ଜି, ରାୟପୁରକୁ ଗାଡ଼ିମଟର ଯାତାୟାତ ହେଉଛି l ମୁଖ୍ୟ ରାସ୍ତାଟି ଏଭଳି ଦୟନୀୟ ଅବସ୍ଥାରେ ରହିଥିବାରୁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି l ଏହି ରାସ୍ତାଦେଇ ସରକାରୀ ଅଧିକାରୀ ଓ ନେତାମନ୍ତ୍ରୀମାନେ ମଧ୍ୟ ଯାତାୟାତ କରୁଛନ୍ତି କିନ୍ତୁ କାହାର ଦୃଷ୍ଟି ଗୋଚରକୁ ଆସୁନାହିଁ l କୌଣସି ଦୁର୍ଘଟଣା ଘଟିଲେ ଦାୟୀ କିଏ ହେବ? ଏହି ଦୟନୀୟ ଅବସ୍ଥାରେ ଥିବା ଗର୍ତ୍ତ ଗୁଡିକକୁ ଅତିଶୀଘ୍ର ମରାମତି କରିବା ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ବୀରେନ୍ଦ୍ର ବାଗ ଉପଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି l
Balangir (ବଲାଙ୍ଗୀର) • ରିପୋର୍ଟ : କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼

୮୧ ଗାଡ଼ିରୁ ୭.୮୦ ଲକ୍ଷ ଜରିମାନା, ୧୧ ଗାଡ଼ି ଜବତ ଫିଟ୍ନେସ୍ ନଥିବା ସ୍କୁଲ ବସ୍ ବି ଜବତ
ଢେଙ୍କାନାଳ, ୮ା୭: ଢେଙ୍କାନାଳ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାନବାହନର କଡ଼ା ଯାଞ୍ଚ ଅଭିଯାନ ଜାରି ରହିଛି। ଗତ ୫ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଯାଞ୍ଚରେ ବସ୍, ଟ୍ରକ୍ ସମେତ ବିଭିନ୍ନ ବାଣିଜ୍ୟିକ ଯାନବାହନର କାଗଜପତ୍ର ଓ ଫିଟ୍ନେସ୍ ଯାଞ୍ଚ କରାଯାଉଛି। ଦୁଇ ଦିନରେ ମୋଟ ୮୧ଟି ଗାଡ଼ିରୁ ୭ ଲକ୍ଷ ୮୦ ହଜାର ୫୯୯ ଟଙ୍କା ଜରିମାନା ଆଦାୟ କରାଯାଇଥିବାବେଳେ ୧୧ଟି ଗାଡ଼ିକୁ ଜବତ କରାଯାଇଛି। ଜବତ ହୋଇଥିବା ଗାଡ଼ି ମଧ୍ୟରେ ଫିଟ୍ନେସ୍ ସାର୍ଟିଫିକେଟ୍ ନଥିବା ଏକ ସ୍କୁଲ ବସ୍ ମଧ୍ୟ ରହିଛି। ଉକ୍ତ ବସ୍ ଉପରେ ପ୍ରାୟ ୩୦ ହଜାର ଟଙ୍କା ଜରିମାନା ଲାଗୁ କରାଯିବା ସହ ଏହାକୁ ଜବତ କରାଯାଇଛି। ଯାଞ୍ଚ ସମୟରେ ବିଶେଷକରି ପଲ୍ୟୁସନ୍ ସାର୍ଟିଫିକେଟ୍, ଫିଟ୍ନେସ୍ ଏବଂ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ଉପରେ ଗୁରୁତ୍ୱ ଦିଆଯାଉଛି। ନିୟମ ଉଲ୍ଲଂଘନ କରୁଥିବା ଯାନବାହନ ବିରୋଧରେ ମୋଟରଯାନ ଆଇନ ଅନୁଯାୟୀ ଜରିମାନା ଆଦାୟ କରାଯାଉଛି। ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଚାଲିଥିବାବେଳେ ଆଗାମୀ ଦିନରେ ମଧ୍ୟ ଏହା ନିୟମିତ ଭାବେ ଜାରି ରହିବ ବୋଲି ଢେଙ୍କାନାଳ ଜିଲ୍ଲା ପରିବହନ ଅଧିକାରୀ ଶୁଭାଶିଷ ସାହୁ ସୂଚନା ଦେଇଛନ୍ତି। ଅପରପକ୍ଷେ ସରକାର ବିଭିନ୍ନ ଉପାୟରେ କେବଳ ଅର୍ଥ ଆଦାୟ କରୁଥିବା ବେଳେ ଲୋକଙ୍କ ପାଇଁ ଭଲ ରାସ୍ତା ଖଣ୍ଡେ କରିପାରୁ ନାହାନ୍ତି । ଲଗାଣ ବର୍ଷାରେ ଏନ୍ ଏଚ ୫୫ ରେ ଯେଉଁ ନଦୀର ଭ୍ରମ ସୃଷ୍ଟି ହେଲା ଆଉ ଅନ୍ୟାନ୍ୟ ସ୍ଥାନର ଅବସ୍ଥା ଯାହା ସେଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ସମାଧାନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ବରଗଡ଼ରେ ଦୁଃଖଦ ସଡ଼କ ଦୁର୍ଘଟଣା: ବସ୍ ଧକ୍କାରେ ୧୪ ବର୍ଷୀୟ ସ୍କୁଲ ଛାତ୍ରଙ୍କ ମୃତ୍ୟୁ
ବରଗଡ଼: ବରଗଡ଼ ସହରର ଗାନ୍ଧୀ ଛକରେ ଗୁରୁବାର ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଜଣେ ୧୪ ବର୍ଷୀୟ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଛାତ୍ରଜଣକ ସ୍କୁଲକୁ ଯାଉଥିବା ବେଳେ ଏକ ଯାତ୍ରୀବାହୀ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ପରେ ଘଟଣାସ୍ଥଳରେ କିମ୍ବା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣା ପରେ ପୁଲିସ ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ଅଧିକ ତଦନ୍ତ ଚଳାଇଛି। ଏହି ଘଟଣା ପରେ ବରଗଡ଼ ସହରରେ ଟ୍ରାଫିକ ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକମାନେ ସ୍କୁଲ ଅଞ୍ଚଳରେ ରାସ୍ତା ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଟ୍ରାଫିକ ନିୟନ୍ତ୍ରଣକୁ ଅଧିକ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି।
Bargarh (ବରଗଡ଼) • ରିପୋର୍ଟ : ତରଣୀ ପଟେଲ, ଜିଲ୍ଲା ପ୍ରତିନିଧି

ଟାଟା ଷ୍ଟିଲ ଫାଉଣ୍ଡେସନ ଅସ୍ପାୟାର ଦାଦାଗିରୀ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଲେ ଜନପ୍ରତିନିଧି ଓ ସାମାଜିକ କର୍ମି
ଯାଜପୁର : କଳିଙ୍ଗନଗର ଶିଳ୍ପାଞ୍ଚଳରେ କାର୍ଯ୍ୟ କରୁଥିବା ଟାଟା ଷ୍ଟିଲ ଫାଉଣ୍ଡେସନ ର ମନମୁଖି ନିତି ଚରମ ସୀମାରେ ପୋହଂଚିଛି. ବିନା କାରଣ ବିନା ନୋଟିସ ରେ ଶତାଧିକ କର୍ମଚାରୀଙ୍କୁ ଛୋଟେଇ କରି ଦରମା କାଟି ଦୈନିକ ମଜୁରୀ ପ୍ରଦାନ ନ କରି ଶ୍ରମ ଆଇନ ଙ୍କୁ ଉଲଙ୍ଘନ କରିବା ଘଟଣାରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଜନ ପ୍ରତିନିଧି ଙ୍କ ସହ ସାମାଜିକ କର୍ମୀ. ସୂଚନା ଯୋଗ୍ୟ ଯାଜପୁର ଜିଲ୍ଲା ସୁକିନ୍ଦା, ଦାନଗଦି ବ୍ଲକରେ ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଆସ୍ପାୟାର ୪୭ ଗୋଟି ଗ୍ରାମପଞ୍ଚାୟତ ମାନଙ୍କରେ ବିଭିନ୍ନ ପଦବୀ ଜରିଆରେ ଏଲଇପି, ଜିପିସିଏମ, କର୍କ ଶିକ୍ଷକ. ଏଲଏଫ, କମୁନିଟି ଫସିଲିଟେଟର ଇତ୍ୟାଦି ପଦବୀରେ ୨୧୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରି ଶିକ୍ଷାର ବିକାଶ ପାଇଁ କାର୍ଯ୍ୟ ସମ୍ପାଦନ କରୁଅଛି. ଏଥିପାଇଁ ଏହି ଦୁଇ ବ୍ଲକରୁ କର୍ମଚାରି ମାନଙ୍କୁ ଟାଟା ଷ୍ଟିଲ ଫାଉଣ୍ଡେସନ ଏବଂ ଅସ୍ପାୟାର ତା-୩୧/୦୩/୨୦୨୫ ରିଖରେ ଦ୍ୱୟ ବ୍ଲକର ୬୦ରୁ ଅଧିକ କର୍ମଚାରୀଙ୍କୁ ବିନା ନୋଟିସ ଏବଂ କୌଣସି କାରଣ ନ ଥାଇ ଏବଂ କ୍ଷତିପୂରଣ ପ୍ରଦାନ ନକରି ଆସ୍ପାୟାର ପକ୍ଷ୍ୟରୁ ଛଟେଇ କରି ଦେଇଥିବା ନେଇ ବୁଧବାର ମଧ୍ୟାହ୍ନ ରେ ଯାଜପୁର ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ହୋଇଛି। 38 ନମ୍ବର ଜିଲ୍ଲାପରିଷଦ ସାଧୁ ତିୟୁ, ଗବରଘାଟି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ଵର୍ଣଲତା ବାନରା, ଜହ୍ନା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ କ୍ଷୀରଦ କୁମାର ଦାସ ଏବଂ ସାମାଜିକ କର୍ମି ତଥା ସିଭିଲ ସୋସାଇଟି ର ବିଶ୍ୱନାଥ ପାତ୍ର, ଦୁଷ୍ମନ୍ତ ଜେନା ପ୍ରମୁଖ ଙ୍କ ନେତୃତ୍ୱରେ ଏକ ଦସ୍ତଖତ ସମ୍ବୋଳିତ ଦାବିପତ୍ର ପ୍ରଦାନ କରାଯାଇ ଟାଟା ଷ୍ଟିଲ ଫାଉଣ୍ଡେସନ ଏବଂ ଅସ୍ପାୟାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି. ଏବଂ କାର୍ଯ୍ୟରତ କର୍ମଚାରୀଙ୍କର ମାସିକ ଦରମାରୁ ୬୦୦୦ ରୁ ୮୦୦୦ ଟଙ୍କା ପଯ୍ୟନ୍ତ ଜୋରଜବର କାଟିଦେବା ଓ ଖଣି ଅଞ୍ଚଳ ସର୍ବାଧିକ ପ୍ରଦୂଷଣ ଅଞ୍ଚଳ ହୋଇଥିବା ବେଳେ କର୍ମଚାରୀଙ୍କୁ ସ୍ଵାସ୍ଥ୍ୟବୀମା(ଇଏସଆଇ ରୁ ବଞ୍ଚିତ କରିବାସହ । ଚଞ୍ଚକତା କରି ଏକ ବାର୍ଷିକ ଚୁକ୍ତି ନାମା ସ୍ଵାକ୍ଷର କରିବା । ନିୟୋଜିତ କର୍ମଚାରୀ ମାନଙ୍କୁ ସଂସ୍ଥା ପକ୍ଷରୁ ପରିଚୟ ପତ୍ର ପ୍ରଦାନ ନ କରିବା ଏବଂ ଦଶ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ବୋନସ ପ୍ରଦାନ କରାନଜିବା ଓ ଆସ୍ପାୟାର ଦ୍ୱାରା ଦିଆଯାଉଥିବା ଗରିବ,ଆଦିବାସୀ,ଦିଵ୍ୟାଙ୍ଗ ଏବଂ ଅନାଥ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ସିଏସଆର .ଫଣ୍ଡ ଯୋଗେ ଦିଆଯାଉଥିବା ବହି ପତ୍ରକୁ ଆଜକୁ ତିନି ବର୍ଷ ରୁ ଉର୍ଦ୍ଧ ହେବ ପାଠ୍ୟପୁସ୍ତକ ସଂସ୍ଥା ପକ୍ଷରୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯିବା ଘଟଣା କ୍ରମ ସହ ବିନା କାରଣ ସହ ବିନା ନୋଟିସ ରେ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ଏବଂ ଶ୍ରମ ଆଇନ ଅନୁଯାୟୀ ଦୈନିକ ମଜୁରୀ ପ୍ରଦାନ ଦାବି କରାଯାଇଛି. ଉକ୍ତ ଅଭିଯୋଗକୁ ଆଧାର କରି ଯାଜପୁର ଜିଲ୍ଲାପାଳ ଘଟଣାର ତଦନ୍ତ କରି ତ୍ୱରିତ ପଦକ୍ଷେପ ନେବାକୁ ଏଡିଏମ ଙ୍କୁ ନିର୍ଦେଶ ଦେଇଥିବା ଦେଖିବାକୁ ମିଳିଛି. ଅନିଲ କୁମାର ଜେନା ଙ୍କ ରିପୋର୍ଟ
Jajpur (ଯାଜପୁର) • ରିପୋର୍ଟ : ଅନିଲ କୁମାର ଜେନା, କଳିଙ୍ଗନଗର

କଳିଙ୍ଗନଗରରେ ଜିନ୍ଦଲ ଷ୍ଟେନଲେସ୍ରେ ଦୁର୍ଘଟଣା ଅଭିଯୋଗ: ଠିକା ଶ୍ରମିକଙ୍କ ହାତ କାଟିଯାଇଥିବା ଘଟଣାର ନିରପେକ୍ଷ ତଦନ୍ତ ଦାବି
ଯାଜପୁର: କଳିଙ୍ଗନଗରସ୍ଥିତ ଜିନ୍ଦଲ ଷ୍ଟେନଲେସ୍ କାରଖାନାରେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ହାତ କାଟିଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଥିବା ବେଳେ, ଘଟଣାକୁ ଲୁଚାଇବାକୁ ଚେଷ୍ଟା କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ଯଦି ଏହି ଅଭିଯୋଗରେ ସତ୍ୟତା ଥାଏ, ତେବେ ଘଟଣାର ସ୍ୱାଧୀନ ଓ ନିରପେକ୍ଷ ତଦନ୍ତ କରି ପ୍ରକୃତ ସତ୍ୟ ପଦାକୁ ଆଣିବା ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନାନୁଗ ପଦକ୍ଷେପ ନେବାକୁ ବିଭିନ୍ନ ମହଳରୁ ଦାବି ଉଠିଛି। ଶିଳ୍ପାଞ୍ଚଳଗୁଡ଼ିକରେ ବାରମ୍ବାର ଘଟୁଥିବା ଦୁର୍ଘଟଣା ଶ୍ରମିକ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ସୃଷ୍ଟି କରିଛି। ଶ୍ରମିକଙ୍କ ଜୀବନ, ସୁରକ୍ଷା ଓ ମର୍ଯ୍ୟାଦାକୁ ସର୍ବାଧିକ ପ୍ରାଥମିକତା ଦେବା ସହ ପୀଡ଼ିତଙ୍କୁ ଉଚିତ ଚିକିତ୍ସା, କ୍ଷତିପୂରଣ ଓ ନ୍ୟାୟ ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏହି ଘଟଣା ସମ୍ପର୍କରେ ପ୍ରଶାସନ, ସମ୍ପୃକ୍ତ କମ୍ପାନୀ ଏବଂ ଜନପ୍ରତିନିଧି ମାନେ ସ୍ପଷ୍ଟୀକରଣ ଦେବା ସହ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ସାଧାରଣ ଲୋକ ଆଶା ପ୍ରକାଶ କରିଛନ୍ତି।
Jajpur (ଯାଜପୁର) • ରିପୋର୍ଟ : ଅନିଲ କୁମାର ଜେନା, କଳିଙ୍ଗନଗର, ଯାଜପୁର ରୋଡ଼

ରାଜ କବି ରାଧାମୋହନ ବିଦ୍ୟାପୀଠରେ ବନ ମହୋତ୍ସବ, ୩୦ ରୁ ଉର୍ଦ୍ଧ ବୃକ୍ଷ ରୋପୋଣ
ଚଳିତ ମାସ 7 ତାରିଖ ରେ ,77 ତମ ବନ ମହୋତ୍ସଵ ସପ୍ତାହ ରାଜକବି ରାଧାମୋହନ ବିଦ୍ୟାପୀଠ ରେ ପ୍ରଧାନ ଶିକ୍ଷକ ଶ୍ରୀ ଆରାଧ୍ୟେଶ୍ୱର ପଟ୍ଟନାୟକ ଅଧ୍ୟକ୍ଷତା ରେ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ହରିଶ୍ଚନ୍ଦ୍ର ଦାସ, SMC ସଭ୍ୟ ତଥା NAC ଉପାଧକ୍ଷ ଶ୍ରୀ ହର ପ୍ରସାଦ ଚୌଧୁରୀ , ମା ଗୁଡ଼ିଆ ଠାକୁରାଣୀ ମନ୍ଦିର ପରିଚାଳନା ସଭାପତି ଶ୍ରୀ କୃଷ୍ଣ ଗୌଡ଼, ଫରେଷ୍ଟର ଶ୍ରୀ କାମିନୀ ଭୂୟାଁ ଏବଂ ଅନ୍ୟ ବନ୍ୟ ବିଭାଗ ଅଧିକାରୀ ଉପସ୍ଥିତ ରହିଥିଲେ । ପ୍ରଥମେ ଫରେଷ୍ଟର ଓ ଅନ୍ୟ ଅତିଥିଙ୍କ ଦ୍ଵାରା ବୃକ୍ଷ ରୋପଣ ର ଉପକାରିତା ସମ୍ବଦ୍ଧ ରେ ବୁଝାଯାଇ ସ୍ଲୋଗାନ ମାନ ଦିଆଯାଇଥିଲା । ଏହାପରେ ବିଦ୍ୟାଳୟ ରେ ବୃକ୍ଷ ରୋପଣ କରାଯିବା ସହ ଚିକିଟି ଗଡ ସ୍ଥିତ ମା ଗୁଡ଼ିଆ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ପ୍ରାୟ 30 ରୁ ଉର୍ଦ୍ଧ୍ବ ବୃକ୍ଷ ବିଦ୍ୟାଳୟର ଛାତ୍ର ମାନଙ୍କ ଦ୍ୱାରା ରୋପଣ କରାଯାଇଥିଲା। ଏଥିରେ ବିଦ୍ୟାଳୟର ଏନସିସି ଅଫିସର ଶ୍ରୀ ସନ୍ତୋଷ କୁମାର ସାହୁ, ବରିଷ୍ଠ ଶିକ୍ଷକ ଶ୍ରୀ ତ୍ରିପତି ପ୍ରଧାନ, ଇକୋ - କ୍ଲବ ଦାୟୀତ୍ୱରେ ଥିବା ଶିକ୍ଷୟତ୍ରୀ ଶ୍ରୀମତୀ ସରସ୍ୱତୀ କାର୍ଜୀ ତଥା ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ସୁଧୀର କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି

ଚିକିଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପୂରଣ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ସ୍ଥଗିତାଦେଶ
ଗଞ୍ଜାମ ଜିଲ୍ଲା ଚିକିଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପୂରଣ ପାଇଁ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ୨୦୨୬, ଜୁଲାଇ ୮ ତାରିଖ ପୂର୍ବାହ୍ନ ୧୦ଟାରେ ଚିକିଟି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନିର୍ବାଚନ ପାଇଁ ଜାରି ନୋଟିସ୍ କାର୍ଯ୍ୟକାରୀ ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥି ସହିତ ଚିକିଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପୂରଣ ପାଇଁ ଜାରି ନୋଟିସ୍ ବିରୋଧରେ ଦାୟର ମାମଲାରେ ହାଇକୋର୍ଟ ରାଜ୍ୟ ସରକାର, ରାଜ୍ୟ ନିର୍ବାଚନ କମିଶନ ଓ ଅନ୍ୟ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ୍ ବି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଅକ୍ଷୟ କୁମାର ସେଠୀ, ଜପାରି ସୀମାଞ୍ଚଳ ଓ ମୋହନ ସାହୁଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଆସନ୍ତା ଅଗଷ୍ଟ ୧୨ କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ଚିକିଟି ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ପରଲୋକ ପରେ ଏହି ପଦବି ଖାଲି ପଡିଥିଲା। ଏହାକୁ ପୂରଣ କରିବା ପାଇଁ ଜୁନ ୩୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପଞ୍ଚାୟତ ସମିତି ସଭ୍ୟ ପଦବି ଖାଲି ଥିବା ବେଳେ କେବଳ ଅଧ୍ୟକ୍ଷ ପଦ ପୂରଣ ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରାଯିବା ଆଇନ ଅନୁଯାୟୀ ଗ୍ରହଣୀୟ ନୁହେଁ। ଏପରି ବିଜ୍ଞପ୍ତି ‘ଓଡ଼ିଶା ପଞ୍ଚାୟତ ସମିତି ନିର୍ବାଚନ ନିୟମାବଳୀ, ୧୯୯୧’ର ଉଲ୍ଲଘଂନ କରୁଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାୟ ଓ ଆଇନଜୀବୀ କବିର କୁମାର ଜେନା ମାମଲା ପରିଚାଳନା କରୁଛନ୍ତି।
Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟର ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ, ସଂଗଠନକୁ ଅଧିକ ସଶକ୍ତ କରିବାକୁ ଗୁରୁତ୍ୱ
ଭୁବନେଶ୍ୱର/ଡୁମୁଡୁମା: ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟର ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ ଜିଲ୍ଲା ସଭାପତି ଶ୍ରୀ ଜୟକୃଷ୍ଣ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଡୁମୁଡୁମା ସ୍ଥିତ ସାଇ ସରସ୍ୱତୀ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂଗଠନର କେନ୍ଦ୍ରୀୟ ଓ ରାଜ୍ୟ ସ୍ତରରୁ ଆସିଥିବା ଦିଶାନିର୍ଦ୍ଦେଶକୁ ଜିଲ୍ଲା ସ୍ତରରେ କିପରି ଫଳପ୍ରଦ ଭାବେ କାର୍ଯ୍ୟକାରୀ କରାଯିବ, ସଂଗଠନକୁ ଆହୁରି ସୁଦୃଢ଼ ଓ କ୍ରିୟାଶୀଳ କରିବା, ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏବଂ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଆଦି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ଗଦାଧର ପାତ୍ର, ଶ୍ରୀ ପ୍ରଭାତ ଜେନା, ଶ୍ରୀ ଅନଙ୍ଗ ପ୍ରସାଦ ଦାସଙ୍କ ସମେତ ଜିଲ୍ଲାର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସଂଗଠନର ଆଗାମୀ କାର୍ଯ୍ୟଯୋଜନା ଓ ଜନସମ୍ପର୍କ ବୃଦ୍ଧି ଉପରେ ନିଜ ମତାମତ ରଖିଥିଲେ। ଶେଷରେ ସଂଗଠନର ଆଦର୍ଶକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଆଗାମୀ ଦିନରେ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ଏକତାବଦ୍ଧ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ପ୍ରକାଶ କରିଥିଲେ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ପରିତ୍ୟକ୍ତ ପରିବେଶ ରେ ଖଲ୍ଲିକୋଟ DIET ଛାତ୍ରାବାସ
ଗଞ୍ଜାମ-ଖଲ୍ଲିକୋଟ: ସୁନାମଧନ୍ୟ ଖଲ୍ଲିକୋଟ ସହର ଓଡ଼ିଶାର ଇତିହାସ ପୃଷ୍ଠାରୁ ବିଲୋପ ହେବାକୁ ଯାଉଛି । କର୍ପୁର ଉଡିଯାଇଛି କନା ପଡିଛି । ଏସଂକ୍ରାନ୍ତରେ ଆଜି ସ୍ଥାନୀୟ ଖଲ୍ଲିକୋଟ ରାଜପ୍ରାସାଦ ରେ ବିଦ୍ୟମାନ ବର୍ତ୍ତମାନ ଦୁଇଟି ଅନୁଷ୍ଠାନ ଦେଖିବାକୁ ମିଳିଛି । ଉକ୍ତ ଅନୁଷ୍ଠାନ ଦୁଇଟି ମଧ୍ୟରୁ ଗୋଟିଏ ପଟେ ଚାରୁ ଓକାରୁକଳା ମହାବିଦ୍ୟାଳୟ ଅନୁଷ୍ଠାନ,ଆଉଅନ୍ୟ ପଟେ ଚାଲିଛି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗଞ୍ଜାମ , ଖଲ୍ଲିକୋଟ, ଯାହାକି ସ୍ଥାପିତ ହୋଇଥିଲା ୧୯୯୪ ମସିହାରେ ବୋଲି ଜଣାପଡିଛି। ଜିଲ୍ଲା ଶିକ୍ଷା ଅନୁଷ୍ଠାନ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପୂର୍ବ ରୁ ଥିଲା ଇ .ଟି, ପରେ ସି.ଟି ଥିବା ଜଣାପଡିଛି। ଏହାର ପ୍ରାକୃତିକ ପରିବେଶକୁ ସଂରକ୍ଷଣ କରି ରଖିଥିଲେ ପୂର୍ବ ଅନୁଷ୍ଠାନ। ସେତେବେଳେ ଇ.ଟି ଆଉ ସି.ଟି ସମୟରେ ଛାତ୍ରାବାସ ର ଅବସ୍ଥା ଏତେ ସୁନ୍ଦର ଥିଲା ଯେ ଭାଷାରେ ବର୍ଣ୍ଣନା କରି ହେବନି । କିନ୍ତୁ ଆଜିର ଦିନରେ ଡି.ଆ.ଇ.ଟି ଛାତ୍ରାବାସ ଅବସ୍ଥା ଯାହା ହୋଇଛି, ତାହା ଜଣେ ପ୍ରତ୍ୟକ୍ଷଦର୍ଶୀ ହିଁ ଦେଖିଲେ ଜାଣିପାରିବେ। ଉକ୍ତ ଛାତ୍ରାବାସ ର ପରିସରରେ ପରିପୂର୍ଣ୍ଣ ରହିଛି ଅଳିଆ ଆବର୍ଜ୍ଜନା, ଫାଟକର ପ୍ରବେଶ ପଥରେ କୁଢ଼ କୁଢ଼ ଜମା ହୋଇଛି ଅଳିଆ, ଏପରି କି ପିଲାଙ୍କ ଝରକା କୁ ଲାଗି ରହିଛି ବିଭିନ୍ନ ପ୍ରକାର ଗୁଳ୍ମ ଜାତୀୟ ଉଦ୍ଭିଦ , ଭୂମି ସ୍ତର କୁ ଝରକା ଉଚ୍ଚତାରେ ରହିଛି ମାଟି, ଯାହା ଫଳରେ କି ଝରକା ଫାଙ୍କରେ ସରୀସୃପ ମାନେ ଭିତର କୁ ପଶି ପାରନ୍ତି। ତେଣୁ ଏକ୍ଷେତ୍ରରେ ପିଲା ମାନଙ୍କ ଜୀବନ ବିପଦାପନ୍ନ ଥିବା ବେଳେ ସେଠାକାର ଅନୁଷ୍ଠାନ ର ମୁଖ୍ୟ ପୁରୋଧା ସଂପ୍ରତି ନଜର ଦେଉନାହାନ୍ତି। ତେଣୁ ଏକ୍ଷେତ୍ରରେ ଉଚ୍ଚ କତ୍ତୃପକ୍ଷ ଙ୍କୁ ନିବେଦନ ଉକ୍ତ ଅନୁଷ୍ଠାନ ଉପରେ ଗୁରୁତ୍ବ ଆରୋପ କରନ୍ତୁ ତା ସଙ୍ଗେ ସଙ୍ଗେ ଛାତ୍ରାବାସ ର ଅବସ୍ଥା କୁ ଅନୁଧ୍ୟାନ କରି ସରକାର ପଦକ୍ଷେପ ନିଅନ୍ତୁ।
Ganjam (ଗଞ୍ଜାମ) • ରିପୋର୍ଟ : ଶିବରାମ ଜେନା, ସ୍ବତନ୍ତ୍ର ପ୍ରତିନିଧି

Young Minds Shine at General Knowledge Competition Held at Chalana School
Sinapali, July 8 With the objective of expanding students’ knowledge, developing logical thinking, and fostering a healthy competitive spirit, Radio Swar Sangam 90.8 FM, a community radio station, organised an engaging General Knowledge Competition at Chalana Upper Primary School on Wednesday. The event witnessed enthusiastic participation from students, who impressed everyone with their knowledge, confidence, and quick responses. The programme was conducted under the supervision of teacher Baishnab Meher and was coordinated by Pradyumna Kumar Singh Chinda, Station Manager of Radio Swar Sangam, along with Lingaraj Jagat, Data Operator. Students were divided into different teams and participated in multiple rounds of quiz-based questions covering a wide range of subjects. In the competition, the Arjun Team, comprising Dolly Bag, Nirupama Mashra, and Dillip Mashra, secured the first position. The Sundar Team, represented by Arohi Nial, Sanghamitra Nayak, and Banita Mashra, finished second, while the Udanti Team, consisting of Lukta Bachha, Sophie Hans, and Gunadhar Bag, secured the third position. At the concluding ceremony, Headmaster Pradeep Kumar Joshi, senior teacher Mamita Pattnaik, teacher Ugresan Hans, and teacher Sumitra Meher felicitated the winners with certificates and prizes. They encouraged the students to go beyond textbooks and regularly update themselves with knowledge related to current affairs, science, history, geography, and other important subjects. The speakers observed that such General Knowledge competitions play a vital role in enhancing students’ intellectual abilities, boosting self-confidence, and encouraging creative thinking. They also noted that these activities help prepare students for various competitive examinations and contribute to their overall personality development.
Nuapada (ନୂଆପଡ଼ା) • Report : Malaya Meher
