--:--:--
-- ---
Srishti News

ନିରାକାରପୁର ଷ୍ଟେସନ ରାସ୍ତାର ସ୍ଥାଇ ସମାଧାନ ଦାବୀ

Khordha (ଖୋର୍ଦ୍ଧା)ଖୋର୍ଦ୍ଧା- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାJuly 11, 202669 views
ନିରାକାରପୁର ଷ୍ଟେସନ ରାସ୍ତାର ସ୍ଥାଇ ସମାଧାନ ଦାବୀ
ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନିରାକାରପୁର ଷ୍ଟେସନ୍ ରାସ୍ତାରେ ଦୀର୍ଘଦିନ ଧରି ରହିଥିବା ସମସ୍ୟା କାରଣରୁ ସ୍ଥାନୀୟ ଲୋକେ ଯାତାୟାତରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ସ୍ଥାନିୟ ଲୋକଙ୍କ କହିବା ଅନୁସାରେ, ଏହି ସ୍ଥାନରେ ବାରମ୍ବାର ସଡ଼କ ଦୁର୍ଘଟଣା ମଧ୍ୟ ଘଟୁଥିଲା। ଆଜି ଜଣେ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ରାସ୍ତାର ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏହା ପରେ ସ୍ଥାନୀୟ ବାସିନ୍ଦାମାନେ ସନ୍ତୋଷ ପ୍ରକାଶ କରିବା ସହ ସମ୍ପୃକ୍ତ ବିଭାଗ ଶୀଘ୍ର ଏହାର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି।