--:--:--
-- ---
Srishti News

Web News

ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବୁଲନ୍ ଭାଇଙ୍କୁ ହିନ୍ଦୁ ସୁରକ୍ଷା ବାହିନୀ ଫାଉଣ୍ଡେସନର ଆର୍ଥିକ ସହାୟତା
Jul 5, 2026•161 views

ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବୁଲନ୍ ଭାଇଙ୍କୁ ହିନ୍ଦୁ ସୁରକ୍ଷା ବାହିନୀ ଫାଉଣ୍ଡେସନର ଆର୍ଥିକ ସହାୟତା

ଅସୁସ୍ଥ ସାମ୍ବାଦିକ ତଥା ସମାଜସେବୀ ବୁଲନ୍ ଭାଇଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଖବର ପାଇବା ପରେ ହିନ୍ଦୁ ସୁରକ୍ଷା ବାହିନୀ ଫାଉଣ୍ଡେସନର ବରିଷ୍ଠ କର୍ମକର୍ତ୍ତାମାନେ ମେଡିକାଲରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଥିଲେ। ଫାଉଣ୍ଡେସନର ବରିଷ୍ଠ କର୍ମକର୍ତ୍ତା ଶରତ ଚନ୍ଦ୍ର ନାୟକ, Dr(Adv)Pravat Kumar Barik ଏବଂ ଅନ୍ୟ ସଦସ୍ୟମାନେ ବୁଲନ୍ ଭାଇଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଖୋଜଖବର ନେବା ସହ ତାଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ସେମାନେ ବୁଲନ୍ ଭାଇଙ୍କ ଶୀଘ୍ର ସୁସ୍ଥତା କାମନା କରିବା ସହ ମନୋବଳ ଦୃଢ଼ ରଖିବାକୁ ପରାମର୍ଶ ଦେଇଥିଲେ। ସାମ୍ବାଦିକ ଏବଂ ସମାଜସେବୀଙ୍କ ପ୍ରତି ଏପରି ମାନବିକ ସହଯୋଗ ପାଇଁ ହିନ୍ଦୁ ସୁରକ୍ଷା ବାହିନୀ ଫାଉଣ୍ଡେସନର ଏହି ପଦକ୍ଷେପକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଉଛି। ଏହି ସାକ୍ଷାତକାର ସମୟରେ ଫାଉଣ୍ଡେସନର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ଏବଂ ସମସ୍ତେ ମିଳି ବୁଲନ୍ ଭାଇଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଏହି ମାନବିକ ପଦକ୍ଷେପ ସମାଜ ପ୍ରତି ସେବା ଓ ସହଯୋଗର ଏକ ଉତ୍ତମ ଉଦାହରଣ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Balasore (ବାଲେଶ୍ୱର) • ରିପୋର୍ଟ: ପ୍ରଭାତ କୁମାର ବାରିକ

ଜୁନାଗଡ ବ୍ଲକ ଅନ୍ତର୍ଗତ ଛୁରିଆଗଡ ମଣ୍ଡି ଚାଷୀଙ୍କ ଦୁଃଖ ବୁଝିବ କିଏ
Jul 5, 2026•129 views

ଜୁନାଗଡ ବ୍ଲକ ଅନ୍ତର୍ଗତ ଛୁରିଆଗଡ ମଣ୍ଡି ଚାଷୀଙ୍କ ଦୁଃଖ ବୁଝିବ କିଏ

ଜୁନାଗଡ : ଜୁନାଗଡ ବ୍ଲକ ଅନ୍ତର୍ଗତ ଛୁରିଆଗଡ ଧାନ ମଣ୍ଡି ର ପରିସ୍ଥିତି ଦେଖିଲେ ଯେକୌଣସି ଲୋକ ମଧ୍ୟ ବିଚଳିତ ହୋଇ ଯିବ। ଚାଷୀର ଦୁଃଖ କଷ୍ଟର ଉପାର୍ଜିତ ଧାନ ନିଜ ଆଖିଆଗରେ ଗଜା ହେବା ଦେଖିଲେ ଚାଷୀ କେମିତି ସହିବ। ଏବେ ମଧ୍ୟ ହଜାର ହଜାର ବସ୍ତା ଧାନ ମଣ୍ଡିରେ ବିକ୍ରୟ ପାଇଁ ପଡ଼ିରହିଛି ଏବଂ ବର୍ଷା ହେବ ଯୋଗୁଁ ଧାନ ଗଜା ହେବାରେ ଲାଗିଲାଣି। ଏହିପରି ସ୍ଥଳେ ଚାଷୀ କରିବ କଣ ।ସରକାର ଚୁପ୍, ମିଲର୍ସ ଚୁପ୍ ,ପ୍ରଶାସନ ଚୁପ୍ କେବଳ ଚାଷୀଙ୍କ ନିଜ ଭାଗ୍ୟ ଆଦରି ହତାଶ। ଚାଷୀଙ୍କ ଦୁଃଖ ବୁଝିବା ସହ ଶୀଘ୍ର ମଣ୍ଡିରୁ ଧାନ କ୍ରୟ କରିବା ପାଇଁ ଚାଷୀ ମାନେ ପ୍ରଶାସନ୍ କୁ ଅନୁରୋଧ କରିଛନ୍ତି।

Kalahandi (କଳାହାଣ୍ଡି) • ରିପୋର୍ଟ - ଦେବରାଜ ବାଣୁଆ ଜୁନାଗଡ

ଦନ୍ତା ହାତୀର ଉତ୍ପାତ ଗାଇ ମାରି, ଖାଇ ଗଲେ ଧାନ ଚାଉଳ
Jul 5, 2026•84 views

ଦନ୍ତା ହାତୀର ଉତ୍ପାତ ଗାଇ ମାରି, ଖାଇ ଗଲେ ଧାନ ଚାଉଳ

ବଅଁରପାଳ: ବଅଁରପାଳ ବ୍ଲକ ବନ୍ଦା ତୁଳସୀ ପାଳ ଝଜିରୀ ଗ୍ରାମରେ ଗଲା ୧୦ ଦିନ ଧରି ଏକ ଦନ୍ତା ହାତି ଉତ୍ପାତ କରୁଥିବା ବେଳେ ଗତ ଗୁରୁବାର ରାତି ପ୍ରାୟ ୧.୩୦ ମିନିଟ ରେ ଝଜିରୀ ଓ ବନ୍ଦା ଗ୍ରାମରେ ପଶି ଘଣ୍ଟି ସାହୁ ର ଏକ ଗାଇ କୁ ଦଳି ମାରି ଦେବା ସହ ଯୁଧିଷ୍ଠିର ସାହୁ ଘରେ ପଶି ଧାନ ଚାଉଳ ଖାଇବା ସହ ଘର ଆଜବେଷ୍ଟ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।ସେହି ପରି ବନ୍ଦା ଗ୍ରାମର ବୃନ୍ଦାବନ ରାଉଳ ଙ୍କ ଘର ଗେଟ ଭାଙ୍ଗି ଆସବା ପତ୍ର ଓ ଗଛ ନଷ୍ଟ କରିବା ସହ ଗ୍ରାମରେ ଆତଙ୍କ ଖେଳାଉଛି ।ଗ୍ରାମ ବାସି ଭୟ ଭୀତ ଥିବା ବେଳେ ସକାଳେ ବନ କର୍ମ ଚାରି ଗ୍ରାମରେ ପହଞ୍ଚି କ୍ଷୟ କ୍ଷତିର ଆକଳନ କରିଛନ୍ତି ଶୀଘ୍ର ଅନୁକମ୍ପା ରାଶି ମିଳିବ ବୋଲି ପ୍ରକାଶ କରିଛନ୍ତି।

Angul (ଅନୁଗୋଳ) • ରିପୋର୍ଟ : ରୁଦ୍ର ମୋହାନ ସାହୁ ଓ ସରୋଜ କାନ୍ତ ଜେନା

ରକ୍ଷକ ସାଜିଲେ ଭକ୍ଷକ; ହରିଣ ଶିକାର ଅଭିଯୋଗରେ ୪ ଗିରଫ
Jul 5, 2026•92 views

ରକ୍ଷକ ସାଜିଲେ ଭକ୍ଷକ; ହରିଣ ଶିକାର ଅଭିଯୋଗରେ ୪ ଗିରଫ

ଅନୁଗୋଳ: ବନ୍ୟଜନ୍ତୁଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳି ନିଜେ ଶିକାରରେ ସମ୍ପୃକ୍ତ ଥିବା ଅଭିଯୋଗ ସାମ୍ନାକୁ ଆସିଛି। ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ା ରେଞ୍ଜ ଅଞ୍ଚଳରେ ଦୁଇଜଣ ବନ ଜଗୁଆଳି ଓ ଦୁଇଜଣ ଶିକାରୀଙ୍କୁ ବନ ବିଭାଗ ଚଢ଼ାଉ କରି ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ସେମାନେ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ବେଳେ ବନ ବିଭାଗ ସେମାନଙ୍କୁ ଧରିଥିଲା। ଘଟଣାସ୍ଥଳରୁ ରନ୍ଧା ହରିଣ ମାଂସ ସହ ମୃତ ହରିଣର ମୁଣ୍ଡ ମଧ୍ୟ ଜବତ କରାଯାଇଛି। ଏହି ଘଟଣା ବନ ବିଭାଗରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ, ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ଆଇନଗତ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଜିଏନଏମ୍ ଟ୍ରେନିଂ ସ୍କୁଲରେ ନାମଲେଖା ଅନୁମୋଦନ ଦାବି, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
Jul 5, 2026•85 views

ଜିଏନଏମ୍ ଟ୍ରେନିଂ ସ୍କୁଲରେ ନାମଲେଖା ଅନୁମୋଦନ ଦାବି, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଅନୁଗୋଳ: ତାଳଚେରସ୍ଥିତ ଏନ୍.ଏସ୍.ସି.ଏଚ୍ ହସ୍ପିଟାଲ ପରିସରରେ ଥିବା ଜିଏନଏମ୍ ଟ୍ରେନିଂ ସ୍କୁଲରେ ଚଳିତ ଶିକ୍ଷାବର୍ଷ ପାଇଁ ନାମଲେଖା ଅନୁମୋଦନ ଦେବାକୁ ଦାବି କରି ତାଳଚେର ଜନ ବିକାଶ କଲ୍ୟାଣ ସଙ୍ଘ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଦାବୀପତ୍ରରେ କୁହାଯାଇଛି, ଫାୟାର ସେଫ୍ଟି ଫର୍ମ–୫ ଅଭାବରୁ ଜିଏନଏମ୍ ସ୍କୁଲକୁ ଚଳିତ ବର୍ଷର ନାମଲେଖା ତାଲିକାରୁ ବାଦ ଦିଆଯାଇଛି। ଅଥଚ ଏହି ହସ୍ପିଟାଲ ବର୍ତ୍ତମାନ ୧୦୦ ସିଟ୍ ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଭାବେ କାର୍ଯ୍ୟକ୍ଷମ ଥିବାରୁ ନର୍ସିଂ ସ୍କୁଲକୁ ଅନୁମୋଦନ ନ ମିଳିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଅନ୍ୟାୟ ବୋଲି ସଙ୍ଘ ଅଭିଯୋଗ କରିଛି। ଅବିଳମ୍ବେ ନାମଲେଖା ଅନୁମୋଦନ ପ୍ରଦାନ କରିବାକୁ ସଙ୍ଘ ଦାବି କରିଥିବା ବେଳେ, ଏଥିରେ ବିଳମ୍ବ ହେଲେ ସୃଷ୍ଟି ହେବାକୁ ଥିବା ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ସତର୍କ କରାଯାଇଛି। ଦାବୀପତ୍ର ପ୍ରଦାନ ବେଳେ ସଙ୍ଘର ସଭାପତି ଭୂପେନ ଥମ୍ବଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ତାଳଚେରର ବିକାଶ ଓ ଐତିହ୍ୟ ସଂରକ୍ଷଣ ନେଇ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
Jul 5, 2026•75 views

ତାଳଚେରର ବିକାଶ ଓ ଐତିହ୍ୟ ସଂରକ୍ଷଣ ନେଇ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଅନୁଗୋଳ: ତାଳଚେର ସହରର ସାମଗ୍ରିକ ବିକାଶ, ପୁରାତନ ମନ୍ଦିରଗୁଡ଼ିକର ସଂରକ୍ଷଣ ଓ ପର୍ଯ୍ୟଟନର ବିକାଶ ଦାବିରେ ତାଳଚେର ପୌରପରିଷଦର ନଗରପାଳ ପବିତ୍ର ଭୂତିଆ, ଅନୁଗୋଳ ଜିଲ୍ଲା ବିଜେପି ସଭାପତି ଯଯାତୀ ପଟ୍ଟନାୟକ ଏବଂ ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ଦାସ ଅନୁଗୋଳ ଗସ୍ତରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ସର୍କିଟ ହାଉସରେ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ତାଳଚେରରେ ରାଜା-ରାଜୁଡ଼ା ଅମଳରୁ ପ୍ରତିଷ୍ଠିତ ଅନେକ ପୁରାତନ ମନ୍ଦିର ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ସେଥିମଧ୍ୟରୁ ପଶ୍ଚିମେଶ୍ୱର ପ୍ରାଚୀନ ଶୈବପୀଠର ସଂରକ୍ଷଣ, ସୌନ୍ଦର୍ଯ୍ୟକରଣ ଓ ଏହାକୁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ବିଶେଷ ଦାବି କରାଯାଇଛି। ଏହାସହ ତାଳଚେର କଳା, ସଂସ୍କୃତି ଓ ଐତିହ୍ୟର ସହର ଭାବେ ପରିଚିତ ଥିବାରୁ ସହରର ବିଭିନ୍ନ ପୁରାତନ ମନ୍ଦିର ଓ ଐତିହାସିକ କୀର୍ତ୍ତିରାଜିର ସଂରକ୍ଷଣ, ଉନ୍ନତିକରଣ ଏବଂ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦାବିପତ୍ରକୁ ସକାରାତ୍ମକ ଭାବେ ଗ୍ରହଣ କରି ଉପସ୍ଥାପିତ ପ୍ରସ୍ତାବଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଆଶ୍ୱାସନ ଦେଇଥିବା ବେଳେ, ତାଙ୍କର ଏହି ସକାରାତ୍ମକ ମନୋଭାବ ପାଇଁ ନଗରପାଳ ପବିତ୍ର ଭୂତିଆ କୃତଜ୍ଞତା ଜଣାଇଛନ୍ତି ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଇନର ହୁଇଲ କ୍ଲବ୍ ର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳନ
Jul 5, 2026•39 views

ଇନର ହୁଇଲ କ୍ଲବ୍ ର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା: ଇନର ହୁଇଲ କ୍ଲବ୍ ଅଫ୍ ରାଉରକେଲା ରିଭରସାଇଡ ତରଫରୁ ଅଷ୍ଟମ ପ୍ରତିଷ୍ଠା ଦିବସ ଆମ୍ବାଗାନ ନିକଟସ୍ଥ ସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି। ୨୦୨୬-୨୭ ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଥିବା ଅଞ୍ଜଳି ହୋତା ଙ୍କ ଆବାହକତ୍ଵ ଓ ପିପି ଅଜିତା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜେପି ହସ୍ପିଟାଲର ବରିଷ୍ଠ ଡ଼ାକ୍ତର ସ୍ତୁତି ଖାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ମହିଳା ମାନଙ୍କ ଗର୍ଭାବସ୍ଥାରେ ନିଜକୁ ତଥା ଶିଶୁ ର କିପରି ଯତ୍ନ ନେବ ଓ କ୍ୟାନସର ର ଲକ୍ଷଣ ଓ ତାହାର ନିରାକରଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଅନୁଷ୍ଠାନ ତରଫରୁ ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥବା ଦୁଇ ଜଣ ଛାତ୍ରୀ ତଥା ଆବଶ୍ୟକତା ଥିବା ୫୧ ଜଣ ଫୁଟପାଥ ବ୍ୟବସାୟୀଙ୍କୁ ଛତା ବଣ୍ଟନ କରାଯାଇଥିଲା। ସେହିପରି ଏହି ଅବସରରେ ୪ ଜଣ ନୂତନ ସଦସ୍ୟା ଭାରତୀ କର, ସୁଚିତ୍ରା ଦାସ, ମମତା ଦାସ, ସୁଜାତା ମହାନ୍ତି ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ମାର୍ଗାରେଟ ଗୋଲଡିଂ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି ଅବସରରେ ବିଗତ ବର୍ଷର ସମ୍ପାଦିକା ସୁପ୍ରିୟା ମହାନ୍ତି ଗତବର୍ଷ ନିଆଯାଇଥିବା ବିଭିନ୍ନ ଜନହିତକର କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ତଥା ପ୍ରାକ୍ତନ ସଭାପତି ସିମରନଜିତ ଶେଖନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସନ୍ଧ୍ୟାରାଣୀ ବରାଳ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ଚାର୍ଟର ସଭାପତି ପ୍ରତିମା ମହାପାତ୍ର ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଡ ମୀନତି ପଣ୍ଡା ଅତିଥି ଙ୍କୁ ସମ୍ମାନିତ ଓ ମୀନା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦିକା ମଞ୍ଜୁଳା ପାତ୍ର, ସବିତା ମହାନ୍ତି, ମମତା ପାଠୀ,ଡିମ୍ପଲ ସାହୁ, ବିଜୟଲକ୍ଷ୍ମୀ ମିଶ୍ର, କ୍ରିଷ୍ଣା ସାହୁ,ମୀନା ଶତପଥୀ, ବିଣାପାଣି ରାୟ,ଅମ୍ରିତା ତ୍ରିପାଠୀ, ଅନିତା ନାୟକ, ମଞ୍ଜୁବାଳା ପାଢ଼ୀ,ଡ ସଂଯୁକ୍ତା ପତି, ସୁଚିତ୍ରା ଦାସ, ମଞ୍ଜୁ ମହାପାତ୍ର, ନିବେଦିତା ପଟ୍ଟନାୟକ,ଡ କିଶୋରୀ ଦାଶ, ସନ୍ଧ୍ୟାରାଣୀ ପ୍ରଧାନ, ଝରଣା ଦାସ, ସୁଜାତା ମହାନ୍ତି, ସଂଗୀତା ରଣା,ତନୁଶ୍ରୀ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Rourkela (ରାଉରକେଲା) • ରିପୋର୍ଟ : ସୁବାଷ କୁମାର ଗୁପ୍ତା

ପ୍ରଥମ କ୍ଲଷ୍ଟର ସ୍ତରୀୟ ବୈଠକ
Jul 5, 2026•149 views

ପ୍ରଥମ କ୍ଲଷ୍ଟର ସ୍ତରୀୟ ବୈଠକ

ଟିଟିଲାଗଡ଼ :-୫/୭/୨୬ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନୀ କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ ଘୋଡାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ନଅ ଗୋଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦାନ କରିଥିଲେ। ଉକ୍ତ ବୈଠକକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବବୁଲୁ ଜାଲ , ସି.ଆର.ଜି ରଜତ କୁମାର ଛତର ଓ ପ୍ରଧାନ ଶିକ୍ଷୟତ୍ରୀ ସୁନୀତା ଡୁଙ୍ଗଡୁଙ୍ଗ ପରିଚାଳନା କରିଥିଲେ। ବୈଠକରେ ଛାତ୍ର ଛାତ୍ରୀ ମାନଙ୍କର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ତଥା ଗୁଣାତ୍ମକ ବିକାଶ ନିମନ୍ତେ ବାର୍ଷିକ ଶୈକ୍ଷିକ କ୍ୟାଲେଣ୍ଡର, ଆକଳନର ରୂପରେଖ , ସମୟ ନିର୍ଘଣ୍ଟ, ବାର୍ଷିକ କାର୍ଯ୍ୟ ଯୋଜନା, ଶିକ୍ଷଣ ଫଳାଫଳ ପୁସ୍ତିକା, ଶୈକ୍ଷିକ ସମ୍ବଳ, ପାଠ ଯୋଜନା, ଶିକ୍ଷଣ ସୋପାନ ରେଜିଷ୍ଟର, ଯାଦୁ ପେଡି ଏବଂ ପାଠଟୀକା ଭଳି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା ।ଏହାବ୍ୟତୀତ ବିଭିନ୍ନ କମିଟି ଗଠନ, ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ, ଉଲ୍ଲାସ କାର୍ଯ୍ୟକ୍ରମ , ୟୁଟ୍ୟୁବ ମାଧ୍ୟମରେ ବା ଡିଜିଟାଲ ପାଠ ପଢ଼ା ଏବଂ ସ୍କୁଲ ସେଫଟି ସହିତ ବିଦ୍ୟାଳୟର ଆନୁଷଙ୍ଗିକ ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ପରିଶେଷରେ ସହ ଶିକ୍ଷକ ଅଜୟ କୁମାର ରାଉତ ସମସ୍ତ ଙ୍କୁ ଧନ୍ୟବାଦ୍ ଜଣାଇ ସଭା କୁ ସାଙ୍ଗ କରିଥିଲେ ।

Balangir (ବଲାଙ୍ଗୀର) • ଟିଟିଲାଗଡ଼ ରୁ କୃଷ୍ଣଚନ୍ଦ୍ର ମାଝୀ ଙ୍କ ରିପୋର୍ଟ

ପଣ୍ଡିତ ଦୀନଦୟାଳ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ–୨୦୨୬
Jul 5, 2026•72 views

ପଣ୍ଡିତ ଦୀନଦୟାଳ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ–୨୦୨୬

ଭଦ୍ରକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭଗବାନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ ଏବଂ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୀତାଂଶୁ ଶେଖର ମହାପାତ୍ର ଉପସ୍ଥିତ ରହି କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ବକ୍ତାମାନେ କହିଥିଲେ ଯେ, ସଂଗଠନକୁ ଆହୁରି ସୁଦୃଢ଼ ଏବଂ ସମୟୋପଯୋଗୀ କରିବା ପାଇଁ ଡିଜିଟାଲ ମାଧ୍ୟମର ବ୍ୟବହାର ଅତ୍ୟନ୍ତ ଆବଶ୍ୟକ। ପ୍ରଶିକ୍ଷଣ ମହାଅଭିଯାନ ମାଧ୍ୟମରେ ଦଳର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ବୈଚାରିକ, ସାଙ୍ଗଠନିକ ଏବଂ ବୈଷୟିକ ଭାବେ ସଶକ୍ତ କରିବା ଏହାର ମୂଳ ଉଦ୍ଦେଶ୍ୟ। କର୍ମଶାଳାରେ ଡିଜିଟାଲ ଲର୍ଣ୍ଣିଂ ପ୍ଲାଟଫର୍ମର ବ୍ୟବହାର, ଅନଲାଇନ୍ ପ୍ରଶିକ୍ଷଣ ପ୍ରକ୍ରିୟା, ସଦସ୍ୟମାନଙ୍କର ପଞ୍ଜୀକରଣ, ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବାର ପଦ୍ଧତି ଏବଂ ସଂଗଠନର ବିଭିନ୍ନ କାର୍ଯ୍ୟକୁ ପ୍ରଯୁକ୍ତି ସହିତ ସଂଯୋଜନ କରିବା ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଉପସ୍ଥିତ କର୍ମକର୍ତ୍ତାମାନେ ଉତ୍ସାହର ସହିତ କର୍ମଶାଳାରେ ଅଂଶଗ୍ରହଣ କରି ଡିଜିଟାଲ ପ୍ଲାଟଫର୍ମର ସଠିକ୍ ବ୍ୟବହାର ସମ୍ପର୍କରେ ସଚେତନ ହୋଇଥିଲେ। ଆଗାମୀ ଦିନରେ ଏହି ପ୍ରଶିକ୍ଷଣ ସଂଗଠନର କାର୍ଯ୍ୟକୁ ଅଧିକ ଗତିଶୀଳ ସୁବ୍ୟବସ୍ଥିତ ଏବଂ ଜନମୁଖୀ କରିବ ବୋଲି ଆଶା ପ୍ରକାଶ କରାଯାଇଥିଲା। ଏହି କର୍ମଶାଳାରେ ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି ମୋର୍ଚ୍ଚାର ପଦାଧିକାରୀ, ଶକ୍ତିକେନ୍ଦ୍ର ପ୍ରମୁଖ ଏବଂ ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସମସ୍ତଙ୍କ ସକ୍ରିୟ ସହଯୋଗ ଓ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଏହି କର୍ମଶାଳାକୁ ଅଧିକ ସଫଳ ଏବଂ ପ୍ରେରଣାଦାୟକ କରିଥିଲା।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ରଥଯାତ୍ରା ସୁନାବେଶ ପାଇଁ ALL ODISHA GOPAL SAMAJକୁ ଖାଦ୍ୟ ଓ ପାଣି ବଣ୍ଟନର ଅନୁମତି
Jul 5, 2026•73 views

ରଥଯାତ୍ରା ସୁନାବେଶ ପାଇଁ ALL ODISHA GOPAL SAMAJକୁ ଖାଦ୍ୟ ଓ ପାଣି ବଣ୍ଟନର ଅନୁମତି

ପୁରୀ: ରଥଯାତ୍ରାର ସୁନାବେଶ ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଞ୍ଚଳରେ ଭକ୍ତମାନଙ୍କୁ ଶୁଖିଲା ଖାଦ୍ୟ ଓ ପିଇବା ପାଣି ବଣ୍ଟନ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ALL ODISHA GOPAL SAMAJ (କଟକ)କୁ ଅନୁମତି ପ୍ରଦାନ କରାଯାଇଛି। ଏହି ଚିଠି ସମଗ୍ର ଶିକ୍ଷା, ପୁରୀ (OSEPA) ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବେଳେ, ଏହାରେ ADM (Revenue), Puriଙ୍କ ସ୍ୱାକ୍ଷର ରହିଛି। ଚିଠି ଅନୁଯାୟୀ, New Choice Furniture, ବଡ଼ଶଙ୍ଖ, ମନ୍ଦାକିନୀ ହୋଟେଲ ନିକଟ, ପୁରୀରେ ଭକ୍ତମାନଙ୍କୁ ଶୁଖିଲା ଖାଦ୍ୟ ଓ ପିଇବା ପାଣି ବଣ୍ଟନ କରାଯିବ। ପ୍ରଶାସନ ପକ୍ଷରୁ କେତେକ ସର୍ତ୍ତ ମଧ୍ୟ ରଖାଯାଇଛି। ଖାଦ୍ୟ ବଣ୍ଟନର ଫଟୋଗୁଡ଼ିକୁ "Free Food Distribution Ratha Yatra 2026" ହ୍ୱାଟ୍ସଆପ୍ ଗ୍ରୁପ୍‌ରେ ସେୟାର କରିବାକୁ କୁହାଯାଇଛି। ବଣ୍ଟନ ସ୍ଥଳରେ ସ୍ୱଚ୍ଛତା ବଜାୟ ରଖିବା, ଓଦା ଓ ଶୁଖିଲା ଆବର୍ଜନା ପାଇଁ ପୃଥକ ଡଷ୍ଟବିନ୍ ରଖିବା, ପଲିଥିନ ବ୍ୟାଗ୍‌ରେ ଅଳିଆ ସଂଗ୍ରହ କରିବା, ଖାଦ୍ୟ ବଣ୍ଟନ ସମୟରେ ଗ୍ଲୋଭସ୍ ବ୍ୟବହାର କରିବା ଏବଂ ଥର୍ମୋକୁଲ୍ ପ୍ଲେଟ୍ ବଦଳରେ କାଗଜ ପ୍ଲେଟ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସଂଗଠନକୁ ୧୫୦୦ଟି ପିଇବା ପାଣି ବୋତଲ ଇସ୍ୟୁ କରାଯାଇଛି। ଏହି ବୋତଲଗୁଡ଼ିକ ପାଇବା ପାଇଁ ଚିଠିର ଏକ ନକଲ, ଆଧାର କାର୍ଡ କିମ୍ବା ପାନ୍ କାର୍ଡର ନକଲ ଏବଂ ଆବେଦନପତ୍ର ପୁରୀ WATCOର ଜେନେରାଲ୍ ମ୍ୟାନେଜରଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି।

Ganjam (ଗଞ୍ଜାମ) • ରିପୋର୍ଟ : ସୁଶାନ୍ତ ମହାକୁଡ଼

ଆପରଙ୍କର ସମସ୍ୟା ର ସମାଧାନ ହିଁ ମୋର ପ୍ରାଥମିକତା- ରୋହିତ ଯୋସେଫ  ତିର୍କୀ
Jul 5, 2026•71 views

ଆପରଙ୍କର ସମସ୍ୟା ର ସମାଧାନ ହିଁ ମୋର ପ୍ରାଥମିକତା- ରୋହିତ ଯୋସେଫ ତିର୍କୀ

ଆଜି ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଯୋସେଫ ତିର୍କୀ ଦକ୍ଷିଣ ପୂର୍ବ ରେଳର ଚକ୍ରଧରପୁର ମଣ୍ଡଳ କାର୍ଯ୍ୟାଳୟ ଗସ୍ତ କରି DRM ଙ୍କୁ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ରେଳ ସମସ୍ୟା ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କଲେ । ନୁଆଗାଁ ROB, କୁକୁଡ଼ା RUB, ସୁବୋଧ ରାଉତରାୟ ମହାବିଦ୍ୟାଳୟ ଏବଂ ଗୁଡ଼ଗୁଡ଼ଯୋର ର ବିଦ୍ୟୁତ ସମସ୍ୟା, ପୂରଣା ବିଶ୍ରା ଅଣ୍ଡର ପାସ୍, ଟ୍ରେନ୍ ଷ୍ଟପେଜ୍ ଓ ଯାତ୍ରୀ ସୁବିଧା ଏବଂ ବିଭିନ ସମସ୍ୟା ଉପରେ ଆଲୋଚନା କରାଗଲା । ଏହି ଗସ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ବୀରମିତ୍ରପୁର ବିଧାୟକ ପ୍ରତିନିଧି ଶଶି ସାଗର, ବିଜେଡ଼ି ଟାଉନ ସଭାପତି କୁନା ଦେଓ, ଛାତ୍ର ନେତା ମହମ୍ମଦ ଏଜାଜ ଆଲମ, ଯୁବ ନେତା ପ୍ରମୋଦ ବୁଡ଼ା ,ରବି ସିଂ ଏବଂ ମଶାହୀଦ ରାଜ଼ା |

Sundargarh (ସୁନ୍ଦରଗଡ଼) • ରିପୋର୍ଟ : ସୁବାଶ କୁମାର ଗୁପ୍ତା

ଉଦିତନଗର ଓରାମପଡାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ (ଗୁଣ୍ଡିଚା ମନ୍ଦିର)ର ପ୍ରାଣପ୍ରତିଷ୍ଠା ମହୋତ୍ସବ
Jul 5, 2026•35 views

ଉଦିତନଗର ଓରାମପଡାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ (ଗୁଣ୍ଡିଚା ମନ୍ଦିର)ର ପ୍ରାଣପ୍ରତିଷ୍ଠା ମହୋତ୍ସବ

ରାଉରକେଲା ୪/୭, ହନୁମାନ ବାଟିକା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଉଦିତନଗର ଓରାମପଡା ଠାରେ ତ୍ରୀଦିବସିୟ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ (ଶ୍ରୀ ଗୁଣ୍ଡିଚା ମନ୍ଦିର)ର ପ୍ରାଣପ୍ରତିଷ୍ଠା ଉତ୍ସବ ଜୁଲାଇ ୩ ତାରିଖ ଠାରୁ ଆରମ୍ଭ ହୋଇଛି। ହନୁମାନ ବାଟିକା ଶ୍ରୀ ଶ୍ରୀଜଗନ୍ନାଥ ମହାପ୍ରଭୁ, ବଡଭାଇ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କ ସହିତ ଶ୍ରୀ ସୁଦର୍ଶନ ଗୁଣ୍ଡିଚା ଯାତ୍ରାରେ ଏଠାକୁ ଆସି ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିରର ଆଡପ ମଣ୍ଡପରେ ବିଜେ କରିବେ। ଏହି ତ୍ରୀଦିବସିୟ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ (ଗୁଣ୍ଡିଚା ମନ୍ଦିର) ପ୍ରାଣପ୍ରତିଷ୍ଠା ଉତ୍ସବର ପ୍ରଥମ ଦିନରେ ଜଳଯାତ୍ରା, ଘଟ ସ୍ଥାପନ ଓ ଅଗ୍ନିସ୍ଥାନ, ମଣ୍ଡଳାଦି ପୂଜା ଏବଂ ଯଜ୍ଞାରମ୍ଭ ହୋଇସାରିଥିଲା ବେଳେ ଆଜି ଦ୍ବିତୀୟ ଦିନରେ ସୂର୍ଯ୍ୟପୂଜା, ଗୋପୂଜା, ଯଜ୍ଞାରମ୍ଭ ହୋଇ ଲକ୍ଷ୍ମୀନୃସିଂହଙ୍କର ମହାସ୍ନାନ ସହିତ ଶୟନ କାର୍ଯ୍ଯ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ସନ୍ଧ୍ୟାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ରବିବାର ଦିନ ସୂର୍ଯ୍ୟପୂଜା, ଗୋପୂଜା, ମନ୍ଦିର ପ୍ରତିଷ୍ଠା ସହିତ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ସନ୍ଧ୍ୟାରେ ଯଜ୍ଞର ପୂର୍ଣ୍ଣାହୁତି ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଜି ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବର ଦ୍ଵିତୀୟ ଦିବସରେ ମନ୍ଦିର କମିଟି ପକ୍ଷରୁ ଶ୍ରୀମତୀ ସବିତା ରାୟ, ହରିହର ରାଉତରାୟ, ସୁନାକର ନାୟକ, ଅମିତାଭ ସାମଲ, ଜିତୁ ପଟ୍ଟନାୟକ, ହିରୋଜ ରାୟ, ଅରୁଣ କୁଶାଲ, ବୀରକିଶୋର ନାୟକ, ଡି ଉପେନ୍ଦ୍ର, ଅମରଜୀତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Rourkela (ରାଉରକେଲା) • ରିପୋର୍ଟ : ସୁବାଷ କୁମାର ଗୁପ୍ତା