ଜୁନାଗଡ ବ୍ଲକ ଅନ୍ତର୍ଗତ ଛୁରିଆଗଡ ମଣ୍ଡି ଚାଷୀଙ୍କ ଦୁଃଖ ବୁଝିବ କିଏ
Kalahandi (କଳାହାଣ୍ଡି)ରିପୋର୍ଟ - ଦେବରାଜ ବାଣୁଆ ଜୁନାଗଡJuly 5, 2026129 views

ଜୁନାଗଡ : ଜୁନାଗଡ ବ୍ଲକ ଅନ୍ତର୍ଗତ ଛୁରିଆଗଡ ଧାନ ମଣ୍ଡି ର ପରିସ୍ଥିତି ଦେଖିଲେ ଯେକୌଣସି ଲୋକ ମଧ୍ୟ ବିଚଳିତ ହୋଇ ଯିବ। ଚାଷୀର ଦୁଃଖ କଷ୍ଟର ଉପାର୍ଜିତ ଧାନ ନିଜ ଆଖିଆଗରେ ଗଜା ହେବା ଦେଖିଲେ ଚାଷୀ କେମିତି ସହିବ। ଏବେ ମଧ୍ୟ ହଜାର ହଜାର ବସ୍ତା ଧାନ ମଣ୍ଡିରେ ବିକ୍ରୟ ପାଇଁ ପଡ଼ିରହିଛି ଏବଂ ବର୍ଷା ହେବ ଯୋଗୁଁ ଧାନ ଗଜା ହେବାରେ ଲାଗିଲାଣି। ଏହିପରି ସ୍ଥଳେ ଚାଷୀ କରିବ କଣ ।ସରକାର ଚୁପ୍, ମିଲର୍ସ ଚୁପ୍ ,ପ୍ରଶାସନ ଚୁପ୍ କେବଳ ଚାଷୀଙ୍କ ନିଜ ଭାଗ୍ୟ ଆଦରି ହତାଶ।
ଚାଷୀଙ୍କ ଦୁଃଖ ବୁଝିବା ସହ ଶୀଘ୍ର ମଣ୍ଡିରୁ ଧାନ କ୍ରୟ କରିବା ପାଇଁ ଚାଷୀ ମାନେ ପ୍ରଶାସନ୍ କୁ ଅନୁରୋଧ କରିଛନ୍ତି।
