ଇନର ହୁଇଲ କ୍ଲବ୍ ର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳନ
Rourkela (ରାଉରକେଲା)ରିପୋର୍ଟ : ସୁବାଷ କୁମାର ଗୁପ୍ତାJuly 5, 202639 views

ରାଉରକେଲା: ଇନର ହୁଇଲ କ୍ଲବ୍ ଅଫ୍ ରାଉରକେଲା ରିଭରସାଇଡ ତରଫରୁ ଅଷ୍ଟମ ପ୍ରତିଷ୍ଠା ଦିବସ ଆମ୍ବାଗାନ ନିକଟସ୍ଥ ସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି। ୨୦୨୬-୨୭ ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଥିବା ଅଞ୍ଜଳି ହୋତା ଙ୍କ ଆବାହକତ୍ଵ ଓ ପିପି ଅଜିତା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜେପି ହସ୍ପିଟାଲର ବରିଷ୍ଠ ଡ଼ାକ୍ତର ସ୍ତୁତି ଖାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ମହିଳା ମାନଙ୍କ ଗର୍ଭାବସ୍ଥାରେ ନିଜକୁ ତଥା ଶିଶୁ ର କିପରି ଯତ୍ନ ନେବ ଓ କ୍ୟାନସର ର ଲକ୍ଷଣ ଓ ତାହାର ନିରାକରଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଅନୁଷ୍ଠାନ ତରଫରୁ ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥବା ଦୁଇ ଜଣ ଛାତ୍ରୀ ତଥା ଆବଶ୍ୟକତା ଥିବା ୫୧ ଜଣ ଫୁଟପାଥ ବ୍ୟବସାୟୀଙ୍କୁ ଛତା ବଣ୍ଟନ କରାଯାଇଥିଲା। ସେହିପରି ଏହି ଅବସରରେ ୪ ଜଣ ନୂତନ ସଦସ୍ୟା ଭାରତୀ କର, ସୁଚିତ୍ରା ଦାସ, ମମତା ଦାସ, ସୁଜାତା ମହାନ୍ତି ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ମାର୍ଗାରେଟ ଗୋଲଡିଂ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି ଅବସରରେ ବିଗତ ବର୍ଷର ସମ୍ପାଦିକା ସୁପ୍ରିୟା ମହାନ୍ତି ଗତବର୍ଷ ନିଆଯାଇଥିବା ବିଭିନ୍ନ ଜନହିତକର କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ତଥା ପ୍ରାକ୍ତନ ସଭାପତି ସିମରନଜିତ ଶେଖନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସନ୍ଧ୍ୟାରାଣୀ ବରାଳ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ଚାର୍ଟର ସଭାପତି ପ୍ରତିମା ମହାପାତ୍ର ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଡ ମୀନତି ପଣ୍ଡା ଅତିଥି ଙ୍କୁ ସମ୍ମାନିତ ଓ ମୀନା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ
ସମ୍ପାଦିକା ମଞ୍ଜୁଳା ପାତ୍ର, ସବିତା ମହାନ୍ତି, ମମତା ପାଠୀ,ଡିମ୍ପଲ ସାହୁ, ବିଜୟଲକ୍ଷ୍ମୀ ମିଶ୍ର, କ୍ରିଷ୍ଣା ସାହୁ,ମୀନା ଶତପଥୀ, ବିଣାପାଣି ରାୟ,ଅମ୍ରିତା ତ୍ରିପାଠୀ, ଅନିତା ନାୟକ, ମଞ୍ଜୁବାଳା ପାଢ଼ୀ,ଡ ସଂଯୁକ୍ତା ପତି, ସୁଚିତ୍ରା ଦାସ, ମଞ୍ଜୁ ମହାପାତ୍ର, ନିବେଦିତା ପଟ୍ଟନାୟକ,ଡ କିଶୋରୀ ଦାଶ, ସନ୍ଧ୍ୟାରାଣୀ ପ୍ରଧାନ, ଝରଣା ଦାସ, ସୁଜାତା ମହାନ୍ତି, ସଂଗୀତା ରଣା,ତନୁଶ୍ରୀ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
