ଜିଏନଏମ୍ ଟ୍ରେନିଂ ସ୍କୁଲରେ ନାମଲେଖା ଅନୁମୋଦନ ଦାବି, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 5, 202685 views

ଅନୁଗୋଳ: ତାଳଚେରସ୍ଥିତ ଏନ୍.ଏସ୍.ସି.ଏଚ୍ ହସ୍ପିଟାଲ ପରିସରରେ ଥିବା ଜିଏନଏମ୍ ଟ୍ରେନିଂ ସ୍କୁଲରେ ଚଳିତ ଶିକ୍ଷାବର୍ଷ ପାଇଁ ନାମଲେଖା ଅନୁମୋଦନ ଦେବାକୁ ଦାବି କରି ତାଳଚେର ଜନ ବିକାଶ କଲ୍ୟାଣ ସଙ୍ଘ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି।
ଦାବୀପତ୍ରରେ କୁହାଯାଇଛି, ଫାୟାର ସେଫ୍ଟି ଫର୍ମ–୫ ଅଭାବରୁ ଜିଏନଏମ୍ ସ୍କୁଲକୁ ଚଳିତ ବର୍ଷର ନାମଲେଖା ତାଲିକାରୁ ବାଦ ଦିଆଯାଇଛି। ଅଥଚ ଏହି ହସ୍ପିଟାଲ ବର୍ତ୍ତମାନ ୧୦୦ ସିଟ୍ ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଭାବେ କାର୍ଯ୍ୟକ୍ଷମ ଥିବାରୁ ନର୍ସିଂ ସ୍କୁଲକୁ ଅନୁମୋଦନ ନ ମିଳିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଅନ୍ୟାୟ ବୋଲି ସଙ୍ଘ ଅଭିଯୋଗ କରିଛି।
ଅବିଳମ୍ବେ ନାମଲେଖା ଅନୁମୋଦନ ପ୍ରଦାନ କରିବାକୁ ସଙ୍ଘ ଦାବି କରିଥିବା ବେଳେ, ଏଥିରେ ବିଳମ୍ବ ହେଲେ ସୃଷ୍ଟି ହେବାକୁ ଥିବା ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ସତର୍କ କରାଯାଇଛି। ଦାବୀପତ୍ର ପ୍ରଦାନ ବେଳେ ସଙ୍ଘର ସଭାପତି ଭୂପେନ ଥମ୍ବଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।
