ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବୁଲନ୍ ଭାଇଙ୍କୁ ହିନ୍ଦୁ ସୁରକ୍ଷା ବାହିନୀ ଫାଉଣ୍ଡେସନର ଆର୍ଥିକ ସହାୟତା
Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକJuly 5, 2026168 views

ଅସୁସ୍ଥ ସାମ୍ବାଦିକ ତଥା ସମାଜସେବୀ ବୁଲନ୍ ଭାଇଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଖବର ପାଇବା ପରେ ହିନ୍ଦୁ ସୁରକ୍ଷା ବାହିନୀ ଫାଉଣ୍ଡେସନର ବରିଷ୍ଠ କର୍ମକର୍ତ୍ତାମାନେ ମେଡିକାଲରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଥିଲେ। ଫାଉଣ୍ଡେସନର ବରିଷ୍ଠ କର୍ମକର୍ତ୍ତା ଶରତ ଚନ୍ଦ୍ର ନାୟକ, Dr(Adv)Pravat Kumar Barik ଏବଂ ଅନ୍ୟ ସଦସ୍ୟମାନେ ବୁଲନ୍ ଭାଇଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଖୋଜଖବର ନେବା ସହ ତାଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ।
ଏହି ଅବସରରେ ସେମାନେ ବୁଲନ୍ ଭାଇଙ୍କ ଶୀଘ୍ର ସୁସ୍ଥତା କାମନା କରିବା ସହ ମନୋବଳ ଦୃଢ଼ ରଖିବାକୁ ପରାମର୍ଶ ଦେଇଥିଲେ। ସାମ୍ବାଦିକ ଏବଂ ସମାଜସେବୀଙ୍କ ପ୍ରତି ଏପରି ମାନବିକ ସହଯୋଗ ପାଇଁ ହିନ୍ଦୁ ସୁରକ୍ଷା ବାହିନୀ ଫାଉଣ୍ଡେସନର ଏହି ପଦକ୍ଷେପକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଉଛି।
ଏହି ସାକ୍ଷାତକାର ସମୟରେ ଫାଉଣ୍ଡେସନର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ଏବଂ ସମସ୍ତେ ମିଳି ବୁଲନ୍ ଭାଇଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଏହି ମାନବିକ ପଦକ୍ଷେପ ସମାଜ ପ୍ରତି ସେବା ଓ ସହଯୋଗର ଏକ ଉତ୍ତମ ଉଦାହରଣ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
