--:--:--
-- ---
Srishti News

Web News

ରଜ ପର୍ବରେ ଉତ୍ସବ ମୁଖର ମା ସିଂହାସନୀଙ୍କ ଶକ୍ତି ପୀଠ , ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
Jun 14, 2026104 views

ରଜ ପର୍ବରେ ଉତ୍ସବ ମୁଖର ମା ସିଂହାସନୀଙ୍କ ଶକ୍ତି ପୀଠ , ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ସହର ଠାରୁ ୨୫ କିଲୋମିଟର ଦୂର କଷିପଡା ଠାରେ ବିଜେ ମା' ସିଂହାସନଙ୍କ ଶକ୍ତି ପୀଠ, ଏହି ପୀଠରେ ତିନି ଦିନ ଧରି ପାଳିତ ହୁଏ ରଜପର୍ବ ଆଜି ହେଉଛି ପହିଲି ବା ପ୍ରଥମ ରଜ। ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ପହିଲି ରଜ ଠାରୁ ମା' ଙ୍କ ପୀଠରେ ତିନି ଦିନ ଧରି ରଜପର୍ବ ପାଳିତ ହୋଇଥାଏ ଏହି ତିନି ଦିନ ରେ ମା' ଙ୍କ ଦର୍ଶନ କଲେ ମା' ଙ୍କ କୃପା ଦୃଷ୍ଟି ପଡ଼ିଥାଏ ବୋଲି ବିଶ୍ୱାସ ଥିବାରୁ ପହିଲି ରଜ ଠାରୁ ତିନି ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହିତ ଜିଲ୍ଲା ବାହାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ଆସି ମା' ଙ୍କ ଦର୍ଶନ କରିବା ସହିତ ଭୋଗରାଗ ଲଗାଇଥାନ୍ତି। ଚଳିତ ବର୍ଷ ପାଣିପାଗ ପରିବର୍ତ୍ତନ ଓ ଗମନାଗମନ ସୁବିଧା ହୋଇଥିବା ଲାଗି ଆଜି ପ୍ରଥମ ରଜରେ ୧୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ମାନସିକ ଧାରି ମାନେ ମାଁ ଙ୍କ ପୀଠରେ ମାଁ ଙ୍କ ଦର୍ଶନ କରିବା ସହ ମୁଣ୍ଡନ କରି ଭୋଗରାଗ ଲଗାଇ ଥାନ୍ତି।ଏହା କୁ ଦୃଷ୍ଟିରେ ରଖି ମନ୍ଦିର କମିଟି ସଭାପତି ତଥା ପୋଲସରା ବିଧାୟକ ଗୋକୁଳାନନ୍ଦ ମଳିକ ଙ୍କ ନିର୍ଦେଶ କ୍ରମେ ସମସ୍ତ କାର୍ଯ୍ୟ ର ତଦାରଖ କମିଟିର ସଦସ୍ୟ ମାନେ ଦାୟିତ୍ୱର ସହକାରେ କରିଥିଲେ। କମିଟି ର କର୍ମକର୍ତ୍ତା ଙ୍କ ସମେତ ଚିରିକିପଡା ଶାସନ, ଭାବରଡା , ଗୋଛାବାଡି ଓ ପାଣ୍ଡିରିପଡା ପଞ୍ଚାୟତର ଲୋକଙ୍କ ସହଯୋଗରେ ପ୍ରଥମ ରଜପର୍ବ ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହୋଇଥିଲା। ଉପସଭାପତି ଦୀପକ ପ୍ରଧାନ ଓ ପ୍ରଭାକର ପଣ୍ଡା, ସମ୍ପାଦକ ରଘୁନାଥ ପ୍ରଧାନ,ମନ୍ଦିର ଟ୍ରଷ୍ଟି ରଘୁନାଥ ସାହୁ, ସ୍ଥାନୀୟ ସରପଞ୍ଚ ରଘୁନାଥ ଭୂୟାଁ, ସରପଞ୍ଚ ପ୍ରତିନିଧି ମନୁ ଗୌଡ଼ ମନ୍ଦିର ପରିଚାଳନା କମିଟିର ସଦସ୍ୟ ପୀତବାସ ପ୍ରଧାନ,କୈଳାସ ମହାରଣା, ରବିନ୍ଦ୍ର ନାଥ ନାୟକ, କୃଷ୍ଣ ଚନ୍ଦ୍ର ଜେନା, ଶଙ୍କର୍ଷଣ ଗୌଡ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ରହି ସହଯୋଗ କରିଥିଲେ। ପୋଲସରା ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ରହି ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ।

Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ପୋଲସରା

କାର୍‌ ସହ ୨୪ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ ବରଗଡ଼ ଜିଲ୍ଲା ଜଗଦଲପୁର ପୁଲିସକୁ ମିଳିଛି ଏକ ବଡ଼ ସଫଳତା
Jun 14, 202690 views

କାର୍‌ ସହ ୨୪ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ ବରଗଡ଼ ଜିଲ୍ଲା ଜଗଦଲପୁର ପୁଲିସକୁ ମିଳିଛି ଏକ ବଡ଼ ସଫଳତା

ବରଗଡ: ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ର଼୍ୟାକେଟ୍‌ର ପର୍ଦ୍ଦାଫାସ କରି ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨୪ କେଜି ୬୦୦ ଗ୍ରାମ୍ ଗଞ୍ଜେଇ ସହ ଏକ ଡାଟସନ୍ କାର୍ (ସିଜି ୨୫ ଇ ୬୬୭୫), ତିନୋଟି ମୋବାଇଲ ଫୋନ୍ ଏବଂ ନଗଦ ୫ ହଜାର ଟଙ୍କା ଜବତ କରାଯାଇଛି। ସୂଚନା ଅନୁଯାୟୀ, ବରପାଲି ପାର୍ଶ୍ୱରୁ ଏକ ଲାଲ୍ ରଙ୍ଗର ଡାଟସନ୍ କାର୍‌ରେ ପ୍ରଚୁର ପରିମାଣର ଗଞ୍ଜେଇ ବିକ୍ରି ଉଦ୍ଦେଶ୍ୟରେ ଛତିଶଗଡ଼କୁ ଚାଲାଣ କରାଯାଉଥିଲା। ବିଶ୍ବସ୍ତ ସୂତ୍ରରୁ ଏହି ଖବର ପାଇ ଜଗଦଲପୁର ଥାନାଧିକାରୀ ଦୀପ୍ତିରଞ୍ଜନ ଦିଗାଲ ପୁଲିସ ଟିମ୍ ସହ ତତ୍କାଳ ଚଢ଼ଉ କରିଥିଲେ। ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା ଗାଇସିଲେଟ୍ ଅତିରିକ୍ତ ତହସିଲଦାର ଦେବାଶିଷ ମିଶ୍ରଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଅଙ୍ଗନଦୀ ନିକଟସ୍ଥ ଛକ ଅଞ୍ଚଳରେ ଉକ୍ତ ଗାଡ଼ିକୁ ଅଟକାଇ ପୁଲିସ ତଲାସୀ କରିଥିଲା। ତଲାସୀ ବେଳେ କାର୍ ଭିତରୁ ୨୪ଟି ପ୍ୟାକେଟରେ ରଖାଯାଇଥିବା ମୋଟ ୨୪ କେଜି ୬୦୦ ଗ୍ରାମ୍ ଗଞ୍ଜେଇ ମିଳିଥିଲା। ଏହି ଚୋରାଚାଲାଣରେ ସମ୍ପୃକ୍ତ ଥିବା ଛତିଶଗଡ଼ ରାଜ୍ୟର ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବେନିତରା ଜିଲ୍ଲା ବେର୍ଲା ଥାନା ଅଚୋଲି ଗ୍ରାମର ସୀତାରାମ ନିଷାଦ (୩୯), ନୀଳାଧର ସାହୁ (୪୫) ଏବଂ ରାୟପୁର ଜିଲ୍ଲା ଧରଶିୱା ଥାନା ସିଲତାରା ଗ୍ରାମର ବିନେଶ ସାହୁ (୨୫)। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଜଗଦଲପୁର ଥାନାରେ କେସ୍ ନମ୍ବର ୧୧୧/୨୦୨୬ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ପଦ୍ମପୁର ଥାନା ଏସ୍‌ଆଇ ଏ. ବେହେରା ଏହି ଘଟଣାର ଅଧିକ ତଦନ୍ତ କରୁଛନ୍ତି। ଉକ୍ତ ସଫଳ ଚଢ଼ଉରେ ଜଗଦଲପୁର ଥାନା ଏଏସ୍‌ଆଇ ଶାନ୍ତନୁ ନାୟକ, କନେଷ୍ଟବଳ କେ.କେ. ସାହୁ ଏବଂ ଏସ୍. ଧରୁଆ ପ୍ରମୁଖ ସକ୍ରିୟ ଭାଗ ନେଇଥିଲେ।

Bargarh (ବରଗଡ଼)ରିପୋର୍ଟ: ତରଣୀ ପଟେଲ, ବରଗଡ

ସାଇବର ପୁଲିସର ସଫଳତା: ୯୪.ଗୋଟିମୋବାଇଲ୍ ଫୋନ ପ୍ରକୃତ ମାଲିକ ଙ୍କୁ ହସ୍ତାନ୍ତର
Jun 14, 202679 views

ସାଇବର ପୁଲିସର ସଫଳତା: ୯୪.ଗୋଟିମୋବାଇଲ୍ ଫୋନ ପ୍ରକୃତ ମାଲିକ ଙ୍କୁ ହସ୍ତାନ୍ତର

ବ୍ରହ୍ମପୁର ସାଇବର ଥାନା ପକ୍ଷରୁ ହଜିଯାଇଥିବା ଓ ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଉଦ୍ଧାର ଅଭିଯାନରେ ବଡ଼ ସଫଳତା ମିଳିଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏସପି ୨୭ଟି ଉଦ୍ଧାର ହୋଇଥିବା ସ୍ମାର୍ଟଫୋନ୍ ସେଗୁଡ଼ିକର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି। ଉଦ୍ଧାର ହୋଇଥିବା ମୋବାଇଲଗୁଡ଼ିକ ମଧ୍ୟରେ ଆଇଫୋନ୍ ଭଳି ଦାମୀ ଫୋନ୍ ମଧ୍ୟ ରହିଛି। ସାଇବର ଥାନା ପକ୍ଷରୁ ମୋଟ୍ ୯୪ଟି ସ୍ମାର୍ଟଫୋନ୍ ଉଦ୍ଧାର କରାଯାଇଥିବାବେଳେ ଅବଶିଷ୍ଟ ୬୭ଟି ଫୋନ୍ ସମ୍ପୃକ୍ତ ମାଲିକମାନଙ୍କୁ କୁରିଅର୍ କିମ୍ବା ବ୍ୟକ୍ତିଗତ ଯୋଗାଯୋଗ ମାଧ୍ୟମରେ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ୍ ଇକ୍ୟୁଇପମେଣ୍ଟ ଆଇଡେଣ୍ଟିଟି ରେଜିଷ୍ଟର ପୋର୍ଟାଲର ସହାୟତାରେ ଏହି ଉଦ୍ଧାର କାର୍ଯ୍ୟ ସଫଳ ହୋଇପାରିଛି।

Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର, ଗଞ୍ଜାମ

Sinapali Awaits Modern Sports Infrastructure: Demand for World-Class Stadium Gains Momentum
Jun 14, 2026288 views

Sinapali Awaits Modern Sports Infrastructure: Demand for World-Class Stadium Gains Momentum

Sinapali, 12/06 Despite the Odisha Government’s increasing focus on sports development and youth engagement, the absence of a modern stadium in Sinapali Block of Nuapada district continues to be a matter of concern among local residents, sportspersons, and sports enthusiasts. For several years, repeated demands have been made for the establishment of a state-of-the-art stadium, but the project has yet to materialize. Young athletes from various villages under Sinapali Block actively participate in sports such as football, cricket, volleyball, and kabaddi. However, the lack of quality sports infrastructure and professional training facilities has become a major obstacle to the development of their talent. Many promising athletes capable of competing at district and state levels are unable to reach their full potential due to inadequate facilities. According to local sports lovers, block-level annual sports events and tournaments are often conducted in temporary venues because of the absence of a proper stadium. This not only affects the quality of competitions but also limits opportunities for nurturing young talent. Meanwhile, the State Government’s initiative to establish modern block-level stadiums across 314 blocks has raised hopes among the people of Sinapali. Residents and athletes are urging the government to include Sinapali in the project and expedite its implementation. It may be recalled that during 2017–18, a proposed mini stadium for Sinapali was shifted to Hatibandha Gram Panchayat due to the reported unavailability of government land. At present, land near the Dhanamandi area, adjacent to the Sinapali Community Health Centre, has reportedly been identified for the proposed stadium. However, the delay in commencement of construction work has led to growing disappointment among athletes and sports enthusiasts. Despite repeated appeals and representations from the local youth, no visible progress has been made so far. Public representatives, intellectuals, community leaders, and residents have expressed their support for the stadium project. Nevertheless, questions continue to be raised regarding the prolonged delay in turning the proposal into reality. Sports enthusiasts believe that along with a modern stadium at the block headquarters, the development of playgrounds and sports facilities in all Gram Panchayats under Sinapali Block is equally important. Such initiatives would provide rural youth with better opportunities to develop their skills and represent the district and state in higher-level competitions. The people of Sinapali are now eagerly awaiting concrete action from the government and administration. As aspirations for better sports infrastructure continue to grow, the question remains: when will the long-cherished dream of a modern stadium in Sinapali finally become a reality?

Nuapada (ନୂଆପଡ଼ା)Reporter: Malaya Meher

ପବିତ୍ରନଗରରେ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ୩୮ତମ ତିରୋଧାନ ଦିବସ ପାଳିତ
Jun 14, 2026136 views

ପବିତ୍ରନଗରରେ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ୩୮ତମ ତିରୋଧାନ ଦିବସ ପାଳିତ

ଅନୁଗୋଳ: କଣିହାଁ ବ୍ଲକ ଅନ୍ତର୍ଗତ ପବିତ୍ରନଗରରେ ଓଡ଼ିଶାର ବିଶିଷ୍ଟ ଜନନେତା, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଗଡ଼ଜାତ ଆନ୍ଦୋଳନର ମୁଖ୍ୟ ପୁରୋଧା ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ୩୮ତମ ତିରୋଧାନ ଦିବସ ଶ୍ରଦ୍ଧା ଓ ଭାବଗମ୍ଭୀର ପରିବେଶରେ ପାଳିତ ହୋଇଯାଇଛି। ପବିତ୍ରନଗର ହାଇସ୍କୁଲ ପଡ଼ିଆସ୍ଥିତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତିପୀଠରେ ଆଞ୍ଚଳିକ ବିପ୍ଲବୀ ପବିତ୍ରମୋହନ ଫାଉଣ୍ଡେସନ ପକ୍ଷରୁ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ଓ ଉପସ୍ଥିତ ବ୍ୟକ୍ତିବିଶେଷମାନେ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ସ୍ମୃତିସଭାରେ ବରିଷ୍ଠ ସମାଜସେବୀ ରବି ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ପ୍ରଧାନଙ୍କ ସଂଗ୍ରାମୀ ଜୀବନ, ଜନସେବା ଓ ଗଡ଼ଜାତ ଆନ୍ଦୋଳନରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଫାଉଣ୍ଡେସନର ସଭାପତି ମାନସ ରଞ୍ଜନ ପ୍ରଧାନ, ସମ୍ପାଦକ ଲମ୍ବୋଦର ପ୍ରଧାନ, ଉପସଭାପତି ମହେଶ୍ୱର ସାମଲ, ଶିକ୍ଷାବିତ ପୁରୁଷୋତ୍ତମ ବେହେରା, କୋଷାଧ୍ୟକ୍ଷ ସୁବାସ ମହାନ୍ତି, ଅବନୀକାନ୍ତ ଦେହୁରୀ, ନିତ୍ୟାନନ୍ଦ ବିଶ୍ୱାଳ, ଧ୍ରୁବଚରଣ ବିଶ୍ୱାଳ, ବିରଞ୍ଚି ନାରାୟଣ ସାହୁ, ତପନ କୁମାର ବେହେରା, ଯୁବ ସମାଜସେବୀ ସୁକାନ୍ତ ମହାନ୍ତି, ପ୍ରସନ୍ନ ସାହୁ, ଅରୁଣ କୁମାର ସାହୁ, ଯୁଗଳ କିଶୋର ସାହୁ ଓ ପାଣ୍ଡବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବକ୍ତାମାନେ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ତ୍ୟାଗ, ସଂଘର୍ଷ, ନେତୃତ୍ୱ ଓ ଜନକଲ୍ୟାଣମୂଳକ କାର୍ଯ୍ୟକୁ ସ୍ମରଣ କରି କହିଥିଲେ ଯେ, ତାଙ୍କର ଆଦର୍ଶ ଓ ଦେଶପ୍ରେମ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ। ଗଡ଼ଜାତ ଅଞ୍ଚଳର ଉନ୍ନତି ଓ ଲୋକଙ୍କ ଅଧିକାର ପାଇଁ ତାଙ୍କର ଅବଦାନ ଚିରସ୍ମରଣୀୟ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ। ଶେଷରେ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଅମର ସ୍ମୃତି ପ୍ରତି ସାମୂହିକ ଶ୍ରଦ୍ଧାଞ୍ଜଳି ଜଣାଇ ସଭାର ସମାପନ କରାଯାଇଥିଲା।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ଠାରେ ବିଶ୍ୱ ରକ୍ତଦାତା ଦିବସ ପାଳିତ
Jun 14, 2026127 views

ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ଠାରେ ବିଶ୍ୱ ରକ୍ତଦାତା ଦିବସ ପାଳିତ

ଖୋର୍ଦ୍ଧା- ଖୋର୍ଦ୍ଧା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟ ପ୍ରାଙ୍ଗଣର ସଭାଗୃହରେ ପାଳିତ ହୋଇଯାଇଛି ବିଶ୍ୱ ରକ୍ତଦାତା ଦିବସ। ଏହି ଅବସରରେ ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହ ନିୟମିତ ରକ୍ତଦାନ କରୁଥିବା ରକ୍ତଦାତାଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରତିବର୍ଷ ଜୁନ ୧୪ ତାରିଖରେ ସମଗ୍ର ବିଶ୍ୱରେ ପାଳନ କରାଯାଏ ବିଶ୍ୱ ରକ୍ତଦାତା ଦିବସ। ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଏବଂ ରକ୍ତଦାତାଙ୍କ ଅବଦାନକୁ ସମ୍ମାନ ଜଣାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟ ପ୍ରାଙ୍ଗଣର ସଭାଗୃହରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ,ସାମ୍ବାଦିକ, ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଓ ବହୁ ରକ୍ତଦାତା ଯୋଗଦେଇଥିଲେ। ବିଶେଷ କରି ଖୋର୍ଦ୍ଧା ରକ୍ତ ଭଣ୍ଡାରରେ ନିୟମିତ ଭାବରେ ରକ୍ତଦାନ କରୁଥିବା ସ୍ୱେଚ୍ଛାସେବୀ ରକ୍ତଦାତାମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ରକ୍ତଦାନ ଜରିଆରେ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇ ହୋଇପାରୁଥିବାରୁ ଅଧିକରୁ ଅଧିକ ଲୋକଙ୍କୁ ଏହି ମହତ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ କରାଯାଇଥିଲା । ରକ୍ତଦାନ ହେଉଛି ମହାଦାନ। ଜଣେ ବ୍ୟକ୍ତିଙ୍କ ସ୍ୱେଚ୍ଛାକୃତ ରକ୍ତଦାନ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରେ। ତେଣୁ ସମାଜରେ ରକ୍ତଦାନ ପ୍ରତି ସଚେତନତା ବୃଦ୍ଧି ସହ ସମସ୍ତଙ୍କୁ ନିୟମିତ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଆହ୍ୱାନ କରାଯାଇଛି।

Khordha (ଖୋର୍ଦ୍ଧା)ଖୋର୍ଦ୍ଧାରୁ ପୟଙ୍କା ମହାପାତ୍ର ଙ୍କ ରିପୋର୍ଟ

ଦଶମ ତାଇକୋଣ୍ଡୋ  କଲର୍ ବେଲ୍ଟ କାର୍ଯ୍ୟକ୍ରମ ସମ୍ପନ୍ନ
Jun 14, 202686 views

ଦଶମ ତାଇକୋଣ୍ଡୋ କଲର୍ ବେଲ୍ଟ କାର୍ଯ୍ୟକ୍ରମ ସମ୍ପନ୍ନ

ଅନୁଗୋଳ: ଚଳିତ ମାସ ୧୩-୬-୨୦୨୬ ଦିନ ୧୦ତମ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ମା ବାସନ୍ତୀ ଦୁର୍ଗା ଖେଳପଡ଼ିଆ ଠାରେ ଅନୁଷ୍ଠିତ ହୋଇଛି।ଉକ୍ତ ପରୀକ୍ଷା ଶିବିର ରେ ମୁଖ୍ୟ ଅତିଥି ଅନୁଗୋଳ ଟାଉନ୍ ଥାନା ଅଧିକାରୀ ପ୍ରକାଶଚନ୍ଦ୍ର ମାଝି ଯୋଗ ଦେଇ ତାଇକୋଣ୍ଡୋ ଛାତ୍ର ଛାତ୍ରୀ ମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ ଓ ଆଜିର ସମାଜରେ ତାଇକୋଣ୍ଡୋ ଖେଳ ନାରୀମାନଙ୍କ ପ୍ରତି ଗୁରୁତ୍ୱ ପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ, ତତ୍ ସହିତ ନିଜକୁ ସୁସ୍ଥ ଓ ନିରୋଗ ରହିବା ପାଇଁ ତାଇକୋଣ୍ଡୋ ଖେଳ ନିତାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ବରିଷ୍ଠ ଆଇନ୍ ଜିବୀ ଓ ସଂଘର ଉପଦେଷ୍ଟା ପ୍ରଦୀପ କୁମାର ଦେଵତା ଛାତ୍ର ଛାତ୍ରୀ ମାନେ ରାଜ୍ଯ ଓ ଜାତୀୟ ସ୍ତରରେ ସୁନାମ ଆଣିବାକୁ ପ୍ରେରଣା ଦେଇଥିଲେ ଅନ୍ୟତମ ଅତିଥି ଭାବେ ଜିଲ୍ଳା କ୍ରୀଡ଼ା ସଂସଦ ର ସଦସ୍ୟ ରୁଚିର କୁମାର ଦାସ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ, ଉକ୍ତ ପରୀକ୍ଷା ଶିବିର ରେ ୪୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ, ରାଜ୍ଯ ଓ ଜାତୀୟ ସ୍ତରରେ ପଦକ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପଦକ ଓ ମାନପତ୍ର ପ୍ରଦାନ କରିଥିଲେ, ଉକ୍ତ ପରୀକ୍ଷା ଶିବିର ଅନୁଗୋଳ ତାଇକୋଣ୍ଡୋ ସଂଘ ଅନୁଗୋଳ ର ପ୍ରତିଷ୍ଠାତା ଓ ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥଲା, ଉକ୍ତ ପରୀକ୍ଷା ଶିବିର କୁ ଶ୍ରୀୟାଶ୍ରୀ ପ୍ରଧାନ, କାବ୍ୟା ଦାସ, ଓ ମନୀଷା ଦେହୁରୀ ସାହାଯ୍ଯ ଓ ସହଯୋଗ କରିଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ପିଏମପିଜିଏଚ୍‌ରେ ଷ୍ଟାଫ୍ ନର୍ସ ନିଯୁକ୍ତି ଦୁର୍ନୀତି ପ୍ରତିବାଦରେ ବିଜେଡିର ବିଶାଳ ବିକ୍ଷୋଭ, ଉଚ୍ଚସ୍ତରୀୟ ତଦନ୍ତ ଦାବି
Jun 14, 202693 views

ପିଏମପିଜିଏଚ୍‌ରେ ଷ୍ଟାଫ୍ ନର୍ସ ନିଯୁକ୍ତି ଦୁର୍ନୀତି ପ୍ରତିବାଦରେ ବିଜେଡିର ବିଶାଳ ବିକ୍ଷୋଭ, ଉଚ୍ଚସ୍ତରୀୟ ତଦନ୍ତ ଦାବି

ଅନୁଗୋଳ: ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟ (ପିଏମପିଜିଏଚ୍)ରେ ଷ୍ଟାଫ୍ ନର୍ସ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ ଅନିୟମିତତାକୁ ନେଇ ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟସେବା ଭଳି ସମ୍ବେଦନଶୀଳ କ୍ଷେତ୍ରରେ ଏପରି ଦୁର୍ନୀତିକୁ ଦଳ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିଲା। ବିକ୍ଷୋଭରେ ଯୋଗଦେଇଥିବା ନେତୃବୃନ୍ଦ କହିଥିଲେ ଯେ, ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସହ ଜଡିତ ଏହି ପବିତ୍ର ଅନୁଷ୍ଠାନରେ ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ଅନିୟମିତତା ଅତ୍ୟନ୍ତ ଚିନ୍ତାଜନକ ଓ ନିନ୍ଦନୀୟ। ଏଭଳି ଘଟଣା ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସକୁ କ୍ଷୁଣ୍ଣ କରୁଛି। ଏହି ଆନ୍ଦୋଳନରେ ମାନ୍ୟବର ପୂର୍ବତନ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ପୂର୍ବତନ ବିଧାୟକ ଶ୍ରୀ ମୁକେଶ ପାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ବବିତା ପ୍ରଧାନ, ରାଜ୍ୟ ସମ୍ପାଦକ ଶ୍ରୀ ବିପ୍ଲବ ଜେନା, କଣିହାଁ ବ୍ଲକ ଅଧ୍ୟକ୍ଷ ଶ୍ରୀ ରାମକୃଷ୍ଣ ପ୍ରଧାନ, ଅନୁଗୋଳ ପୌରପରିଷଦ ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ନେତା, ଜନପ୍ରତିନିଧି, ଦଳୀୟ କର୍ମୀ ଓ ସଚେତନ ନାଗରିକ ଯୋଗଦେଇଥିଲେ। ବିକ୍ଷୋଭ ଶେଷରେ ପ୍ରତିନିଧି ଦଳ ଅନୁଗୋଳ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଘଟଣାର ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ କରିବା, ସମ୍ପୂର୍ଣ୍ଣ ଦୁର୍ନୀତିର ପର୍ଦ୍ଦାଫାଶ କରିବା ସହ ଦୋଷୀମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜଣାଇଥିଲେ। ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଘଟଣାର ନିରପେକ୍ଷ ତଦନ୍ତ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଜିଏମ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ 'ସେଣ୍ଟର ଅଫ ଏକ୍ସଲେନ୍ସ': ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୩.୭୫ କୋଟି ଟଙ୍କାର ଅନୁଦାନ ମଞ୍ଜୁର
Jun 14, 202663 views

ଜିଏମ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ 'ସେଣ୍ଟର ଅଫ ଏକ୍ସଲେନ୍ସ': ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୩.୭୫ କୋଟି ଟଙ୍କାର ଅନୁଦାନ ମଞ୍ଜୁର

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (GMU) କୁ ଏକ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନରେ ପରିଣତ କରିବା ଦିଗରେ ଏକ ବଡ଼ ସଫଳତା ମିଳିଛି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟରେ ନ୍ୟାନୋସାଇନ୍ସ ଏବଂ ଏନର୍ଜି ଷ୍ଟୋରେଜ୍' (Nanoscience & Energy Storage) ଉପରେ ଏକ ସେଣ୍ଟର ଅଫ ଏକ୍ସଲେନ୍ସ (CoE) ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ପାଇଁ ୩.୭୫ କୋଟି ଟଙ୍କା*ର ପାଣ୍ଠି ମଞ୍ଜୁର କରାଯାଇଛି, ଯାହା ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣା ଓ ନବସୃଜନକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପଦକ୍ଷେପର ଏକ ଅଂଶ (ଯେପରି 1001209154.jpg ଏବଂ 1001209157.jpg ରେ ଦର୍ଶାଯାଇଛି)। ମୁଖ୍ୟ ଗବେଷକ ଓ ପରିଚାଳନା: ଏହି ସେଣ୍ଟର ଅଫ ଏକ୍ସଲେନ୍ସର ପ୍ରସ୍ତାବ ପ୍ରସ୍ତୁତ କରିବାରେ ବିଶ୍ୱବିଦ୍ୟାଳୟର ସେଣ୍ଟର ଡିନ୍ (ରିସର୍ଚ୍ଚ) ତଥା ପଦାର୍ଥ ବିଜ୍ଞାନ ପ୍ରଫେସର *ଡ. ସୁଶାନ୍ତ କୁମାର ଦାସ* ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଏବଂ ସେ ଏହି ସେଣ୍ଟରର ନୋଡାଲ ଅଫିସର ଭାବେ ଦାୟିତ୍ୱ ତୁଲାଇବେ। ପ୍ରଫେସର ଦାସଙ୍କ ପାଖରେ ଆଇଆଇଟି (IIT) ରୁ ଏମ.ଟେକ ଓ ପିଏଚଡି ସହ ଜର୍ମାନୀର ବର୍ଲିନସ୍ଥିତ ସୁନାମଧନ୍ୟ 'ମ୍ୟାକ୍ସ ବର୍ଣ୍ଣ ଇନଷ୍ଟିଚ୍ୟୁଟ'ରେ ୬ ବର୍ଷ କାମ କରିବାର ସୁଦୀର୍ଘ ଅନୁଭବ ରହିଛି। ସେ ଏହି ପ୍ରସ୍ତାବର ପ୍ରାୟ ୭୫-୮୦ ପ୍ରତିଶତ ଅଂଶ ନିଜେ ପ୍ରସ୍ତୁତ କରିଛନ୍ତି। ତାଙ୍କ ସହ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ବାୟୋଟେକ୍ନୋଲୋଜି ବିଭାଗର ୫ ଜଣ ଦକ୍ଷ ସହକାରୀ ପ୍ରଫେସର ମୁଖ୍ୟ ଗବେଷକ (Investigators) ଭାବେ ଏହି ପ୍ରକଳ୍ପରେ ସାମିଲ ଅଛନ୍ତି। ସେମାନେ ହେଲେ: *ଡ. ପ୍ରଣତୀ ପୁରୋହିତ* (ପଦାର୍ଥ ବିଜ୍ଞାନ) *ଡ. ଦେବାଶିଷ ବେହେରା* (ରସାୟନ ବିଜ୍ଞାନ) ଡ. ଅନନ୍ତ ପ୍ରସାଦ ଚକ୍ରବର୍ତ୍ତୀ*(ପଦାର୍ଥ ବିଜ୍ଞାନ) ଡ. ସନ୍ତୋଷ କୁମାର ସେଟ୍ଟୀ*(ବାୟୋଟେକ୍ନୋଲୋଜି) *ଡ. ଜସବନ୍ତ ଶେଖର ହାଂସଦା* (ପଦାର୍ଥ ବିଜ୍ଞାନ) କେଉଁ ସବୁ ବିଷୟରେ ହେବ ଗବେଷଣା?* ଏହି କେନ୍ଦ୍ର ମାଧ୍ୟମରେ ଅତ୍ୟାଧୁନିକ ପ୍ରଣାଳୀରେ ଗବେଷଣା କରାଯିବ, ଯେଉଁଥିରେ ମୁଖ୍ୟତଃ: ଗ୍ରୀନ ସିନ୍ଥେସିସ୍ (Green Synthesis) ଏବଂ ଲେଜର ପ୍ରୋସେସିଂ ପଦ୍ଧତି**ରେ ନ୍ୟାନୋମ୍ୟାଟେରିଆଲ୍ସର ବିକାଶ। କମ୍ ଖର୍ଚ୍ଚରେ ଉଚ୍ଚ କ୍ଷମତା ସମ୍ପନ୍ନ *ଗ୍ରୀନ ବ୍ୟାଟେରୀ ଏବଂ ସୁପରକାପାସିଟର**ର ନିର୍ମାଣ ଓ ବ୍ୟବହାର। ଗ୍ରୀନ ଫୁଏଲ୍ (ହରିତ ଇନ୍ଧନ) ଏବଂ ପିଜୋ-ଏନର୍ଜି (Piezoenergy)ର ଉତ୍ପାଦନ ଓ ସେଗୁଡ଼ିକର ସଂରକ୍ଷଣ। ତାଲିମ ଓ ନିଯୁକ୍ତି ସୁଯୋଗ: କେବଳ ଗବେଷଣା ନୁହେଁ, ବରଂ ଏହି ସେଣ୍ଟର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ କୌଶଳଭିତ୍ତିକ ବ୍ୟବହାରିକ ତାଲିମ (Skill-based hands-on training), ସ୍ୱଳ୍ପ ଓ ଦୀର୍ଘକାଳୀନ ପାଠ୍ୟକ୍ରମ ପ୍ରଦାନ କରାଯିବ। ଏହାସହ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ସେମିନାର ଏବଂ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ। ଏହି ସଫଳତା ପାଇଁ ପ୍ରଫେସର ସୁଶାନ୍ତ କୁମାର ଦାସ ଉଚ୍ଚଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇବା ସହ ସମସ୍ତ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସରକାରଙ୍କ ଆସ୍ଥା ଓ ଆଶାକୁ ପୂରଣ କରି ଜିଏମୟୁକୁ ଆଇଆଇଟି ସ୍ତରର ଏକ ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ଭାବେ ଗଢ଼ିତୋଳିବା ପାଇଁ ସେ ଓ ତାଙ୍କ ଟିମ୍ ସମ୍ପୂର୍ଣ୍ଣ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି।

Sambalpur (ସମ୍ବଲପୁର)ରିପୋର୍ଟ: ତରଣୀ ପଟେଲ, ସମ୍ବଲପୁର

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ
Jun 13, 202674 views

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ

ଭବାନୀପାଟଣା - ତା. ୧୨.୦୬.୨୦୨୬ - ରାଜ୍ୟର ଗରିବ ଓ ନିଷ୍ପେଷିତ ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା ସରକାର ଐତିହାସିକ ପଦକ୍ଷେପ ସ୍ବରୂପ 'ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣା ଯୋଜନା' ଆରମ୍ଭ କରିଛନ୍ତି । ସ୍ଥାନୀୟ ଟାଉନହଲ୍‌ ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ତଥା ଶ୍ରମ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଭୁବନେଶ୍ବରର ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ମେଗା କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା । ରାଜ୍ୟରେ କୌଣସି ବ୍ୟକ୍ତି ଯେପରି ଖାଦ୍ୟ ଅଭାବରୁ କଷ୍ଟ ନ ପାଆନ୍ତି, ସେଥ‌ିପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ । ଏହି ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା' ର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ଗରିବ ପରିବାରଗୁଡ଼ିକୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ । ଯାହା ସେମାନଙ୍କ ଆର୍ଥିକ ବୋଝକୁ ଲାଘବ କରିବ । ଚାଷୀମାନେ ଯେପରି ବିନା ଦ୍ବିଧାରେ ନିଜ ଧାନ ବିକ୍ରି କରିପାରିବେ ସେଥ‌ିପାଇଁ ସରକାର ସିଧାସଳଖ ଧାନ କିଣୁଛନ୍ତି ଓ ମଣ୍ଡିରୁ ମିଲ୍ ଦେଇ ସିଧାସଳଖ ହିତାଧିକାରୀଙ୍କ ପାଖରେ ଚାଉଳ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି । କୌଣସି ଶିଶୁ ଯେପରି ଅନ୍ନ ଅଭାବରୁ ଅପପୁଷ୍ଟିର ଶିକାର ନ ହୁଅନ୍ତି, ସେଥିପ୍ରତି ସରକାର ସମ୍ପୂର୍ଣ ସଜାଗ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଯୋଜନା ସମ୍ପର୍କରେ ସୂଚନା ଦେଇ କୁହାଯାଇଛି ଯେ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାକାରୀଙ୍କୁ ମାସିକ ୫ କିଲୋ ଚାଉଳ ମିଳୁଥୁବା ବେଳେ, ଏବେ ରାଜ୍ୟ ସରକାର ଅତିରିକ୍ତ ୫ କିଲୋ ପ୍ରଦାନ କରିବେ। ଫଳରେ ପ୍ରତ୍ୟେକ ଯୋଗ୍ୟ ବିତାଧିକାରୀ ମାସିକ ମୋଟ ୧୦ କିଲୋ ଚାଉଳ ମାଗଣାରେ ପାଇବେ । ଏଥିରେ କଲାହାଣ୍ଡି ଜିଲ୍ଲାରେ ମୋଟ 4,32,448 ପରିବାରର 13,74,237 ହିତାଧିକାରୀ ଉପକୃତ ହେବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଦବୋଧନ ଦେଇ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଖୁଣ୍ଟିଆ କହିଥିଲେ ଯେ, ରାଜ୍ୟର ପ୍ରତ୍ୟେକ ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ସରକାରଙ୍କ ମୂଳ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ରାଜ୍ଯ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ମିଳିତ ସମନ୍ଵୟରେ ଓଡ଼ିଶାର ପ୍ରାୟ ୩ କୋଟି ୨୮ ଲକ୍ଷ୍ୟ ୫୨ ହଜାର ହିତାଧକାରୀ ଏହି ଯୋଜନାରୁ ସିଧାସଳଖ ଉପକୃତ ହେବେ ବୋଲି ସେ ପ୍ରକାଶ କରିଛନ୍ତି। ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଧର୍ମଗଡ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପଟ୍ଟଯୋଶୀ, କଳାହାଣ୍ଡି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ସଭାପତି, ବିଜୟ କୁମାର ଦିଶାରୀ, ଜିଲ୍ଲା ବିଜେପି ସଭାପତି, ଯୁଗଳ କିଶୋର ପୋଡ଼ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଏହି ଗରିବ କଲ୍ୟାଣକାରୀ ଯୋଜନାକୁ ଭୂପସୀ ପ୍ରଶଂସା କରିଥିଲେ। ପ୍ରଶାସନିକ ସ୍ତରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ (ଭା.ପ୍ର.ସେ.), ଅତିରିକ୍ତ ଜିଲ୍ଲପାଳ ତନ୍ମୟ କୁମାର ଦରୱାନ, ସିଡିଓ ତଥା ନିର୍ବାହୀ ଅଧିକାରୀ ସୋମ୍ୟରଞ୍ଜନ ପ୍ରଧାନ(ଭା. ପ୍ର. ସେ.), ଜିଲ୍ଲା ବନଖଣ୍ଡ ଅଧିକାରୀ(ଦ), ଆର. କଲାଇ ଭାନ,ଜିଲ୍ଲା ବନଖଣ୍ଡ ଅଧିକାରୀ(ଉ), ପ୍ରଭାକର ବର୍ମା ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Kalahandi (କଳାହାଣ୍ଡି)ରିପୋର୍ଟ :ରିତେଶ କୁମାର ମୁଣ୍ଡ, ଭବାନୀପାଟଣା

ଜିଲ୍ଲାସ୍ତରୀୟ ବିକଶିତ ଓଡ଼ିଶା – ୨୦୩୬ ସମ୍ମିଳନୀ ଅନୁଷ୍ଠିତ
Jun 13, 202675 views

ଜିଲ୍ଲାସ୍ତରୀୟ ବିକଶିତ ଓଡ଼ିଶା – ୨୦୩୬ ସମ୍ମିଳନୀ ଅନୁଷ୍ଠିତ

ଭବାନୀପାଟଣା - ତା. ୧୩.୦୬.୨୦୨୬ : ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ଟାଉନ୍ ହଲ୍‌ଠାରେ ‘ବିକାଶର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅବସରରେ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ “ବିକଶିତ ଓଡ଼ିଶା–୨୦୩୬” ଉପରେ ଏକ ଜିଲ୍ଲାସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ପ୍ରାୟ 350 ଜଣ ବୁଦ୍ଧିଜୀବୀ,ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କର ଜନ ସମାବେଶ ହୋଇଥିଲା I ୨୦୩୬ ସୁଦ୍ଧା ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଓଡ଼ିଶା ଗଠନ ନିମନ୍ତେ ଦୀର୍ଘମିଆଦୀ ଦୃଷ୍ଟିକୋଣ, ପ୍ରାଥମିକତା ଓ ବିକାଶ ରୋଡମ୍ୟାପ ଉପରେ ଆଲୋଚନା କରିବା ଏହି ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ଥିଲା । ଏହି କାର୍ଯ୍ୟକ୍ରମରେ ମାନନୀୟା ସାଂସଦ ଲୋକସଭା ଶ୍ରୀମତୀ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ସମ୍ମାନିତ ଅତିଥି ଭାବେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପବନ କୁମାର ଅଗ୍ରୱାଲ, ରେଜିଷ୍ଟ୍ରାର ଡ. ଗୁଣନିଧି ନାଏକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ କେଦାର ସିଂ ବରିହା, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦଲେଇ, ଥୁଆମୂଳ ରାମପୁର ବିଡିଓ ଶ୍ରୀ ଧୃବ ଚରଣ ମୁଦୁଲି ଏବଂ ମଦନପୁର ରାମପୁର ବିଡିଓ ଶ୍ରୀ ସରତ କୁମାର ସେଠୀ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଏବଂ ବ୍ଲକସ୍ତରୀୟ ଅଧିକାରୀ, କ୍ଷେତ୍ରସ୍ତରୀୟ କର୍ମଚାରୀମାନେ, ବିଭିନ୍ନ ଗଣମାଧ୍ୟମର ପ୍ରମୁଖ ଉପସ୍ଥିତ ଥିଲେ। ସମ୍ମିଳନୀରେ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ପଦକ୍ଷେପ, ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାରେ ହାସଲ ହୋଇଥିବା ସଫଳତା, ତୃଣମୂଳ ସ୍ତରରେ ସରକାରୀ ଯୋଜନାର ପ୍ରଭାବ ଏବଂ ଭବିଷ୍ୟତ ବିକାଶର ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଜିଲ୍ଲାର ବିକାଶମୂଳକ ଆକାଂକ୍ଷା, କ୍ଷେତ୍ରଭିତ୍ତିକ ପ୍ରାଥମିକତା, ବିଭିନ୍ନ ଚ୍ୟାଲେଞ୍ଜ, ସୁଯୋଗ ଏବଂ “ବିକଶିତ ଓଡ଼ିଶା–୨୦୩୬” ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକ ରଣନୀତି ଉପରେ ମତ ବିନିମୟ କରାଯାଇଥିଲା । ସମାବେଶୀ ବିକାଶ, ମାନବ ସମ୍ପଦ ବିକାଶ, ଭିତ୍ତିଭୂମି ସୁଦୃଢ଼ୀକରଣ, ଜୀବିକା ଉନ୍ନୟନ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସରକାରୀ ଯୋଜନାଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏଥିସହ ଜନସାଧାରଣଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ ଏବଂ ସରକାରୀ ଯୋଜନାର ସଫଳତାକୁ ଘରେ ଘରେ ପହଞ୍ଚାଇବା ପାଇଁ ଜିଲ୍ଲା ଓ ବ୍ଲକ ସ୍ତରରେ ଆୟୋଜିତ ହେଉଥିବା ଜନସମ୍ପର୍କ ଏବଂ ସିଟିଜେନ୍ ଏନ୍‌ଗେଜମେଣ୍ଟ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା । ଅତିଥିମାନେ ଏକ ବିକଶିତ ଓଡ଼ିଶା ଗଠନରେ ସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ସ୍ଥାନୀୟ ପ୍ରଶାସନ ଏବଂ ସମୁଦାୟର ସକ୍ରିୟ ସହଭାଗିତାର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା ।

Kalahandi (କଳାହାଣ୍ଡି)ରିପୋର୍ଟ :ରିତେଶ କୁମାର ମୁଣ୍ଡ, ଭବାନୀପାଟଣା

PMPGHରେ ନକଲି ନର୍ସ ନିଯୁକ୍ତି ମାମଲା: କଳା ତାଲିକାଭୁକ୍ତ ହେଲା କମାଣ୍ଡୋ ସିକ୍ୟୁରିଟି ଏଜେନ୍ସି
Jun 13, 2026125 views

PMPGHରେ ନକଲି ନର୍ସ ନିଯୁକ୍ତି ମାମଲା: କଳା ତାଲିକାଭୁକ୍ତ ହେଲା କମାଣ୍ଡୋ ସିକ୍ୟୁରିଟି ଏଜେନ୍ସି

ଅନୁଗୋଳ: PMPGH ମେଡିକାଲ କଲେଜ ଓ ହସ୍ପିଟାଲରେ ନକଲି ପ୍ରମାଣପତ୍ର ଆଧାରରେ ନର୍ସ ନିଯୁକ୍ତି ଅଭିଯୋଗ ଘଟଣାରେ ଅନୁଗୁଳ ଜିଲ୍ଲାପାଳ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି ମାମଲାରେ ସଂପୃକ୍ତ କମାଣ୍ଡୋ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ ଲିମିଟେଡ୍କୁ କଳା ତାଲିକାଭୁକ୍ତ (Blacklisted) ଘୋଷଣା କରାଯାଇଛି। ନର୍ସ ନିଯୁକ୍ତିରେ ଅନିୟମିତତା ଏବଂ ଜାଲ୍ ପ୍ରମାଣପତ୍ର ବ୍ୟବହାର ନେଇ ଅଭିଯୋଗ ଆସିବା ପରେ ତଦନ୍ତ କରାଯାଇଥିଲା। ତଦନ୍ତରେ ପ୍ରାଥମିକ ସତ୍ୟତା ମିଳିବା ପରେ ଏଜେନ୍ସି ବିରୋଧରେ FIR ରୁଜୁ ହୋଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ୱାସ୍ଥ୍ୟସେବା ଭଳି ସମ୍ବେଦନଶୀଳ କ୍ଷେତ୍ରରେ ଏପରି ଅନିୟମିତତାକୁ ପ୍ରଶାସନ ଗୁରୁତର ଭାବେ ନେଇଥିବା ବେଳେ, ମାମଲାର ତଦନ୍ତ ଜାରି ରହିଛି ଏବଂ ଦୋଷୀଙ୍କ ବିରୋଧରେ ଆହୁରି କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା